spot_img
Home Blog Page 2164

ମଞ୍ଚରେ ନୀତିଶ କହିଲେ ଆଉ ଏପଟ ସେପଟେ ହେବାର ନାହିଁ, କଥା ଶୁଣି ହସିଲେ ମୋଦୀ

ନନ୍ଦିଘୋଷ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ହସିଲେ ପ୍ରଧାନମନ୍ତ୍ରୀ । ଏକ ସାଧାରଣ ସଭାରେ ନୀତିଶ କୁମାର ଭାଷଣ ଦେଉଥିବାବେଳେ ନରେନ୍ଦ୍ର ମୋଦୀ କଥା ଶୁଣି ଠୋ ଠୋ ହୋଇ ହସିଥିଲେ । କେବଳ ପ୍ରଧନାମନ୍ତ୍ରୀ ନୁହଁନ୍ତି ଅନ୍ୟମାନେ ମଧ୍ୟ ହସିଥିଲେ । ନୀତିଶ କୁମାର ମଞ୍ଚ ଉପରେ କହିଥିଲେ କି, ଆଉ ଏଥର ଏପଟ ସେପଟ ହେବାର ନାହିଁ । ଏଥର କେବଳ ଗୋଟିଏ ଦଳ ସହ ମେଣ୍ଟରେ ସରକାର ଗଢ଼ାହେବ । ବିହାରର ବିକାଶ ପାଇଁ କାମ କରାଯିବ । ତେବେ ନୀତିଶଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ହସିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ନୀତିଶ କହିବା ଆରମ୍ଭ କରିଥିଲେ ଆଉ କହିଥିଲେ କି, ଏବେ ବହୁତ କାମ ଚାଲିଛି । ତାହା ଆଗକୁ ଶୀଘ୍ର କରାଯିବ । ଯାହାକୁ ଶୁଣିବା ପରେ ହସିବା ଆରମ୍ଭ କରିଥିଲେ ମୋଦୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ । ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ସୁନ୍ଦରଗଡ ସରକାରୀ ମେଡିକାଲ୍‌ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ଉଦଘାଟନ କରିଛନ୍ତି ନବୀନ । ସେହିଭଳି କେନ୍ଦୁଝର ଧରଣୀ ଧର ମେଡିକାଲ୍‌ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ବାଲେଶ୍ୱର ଫକୀର ମୋହନ ମେଡିକାଲ୍‌ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ମଧ୍ୟ ଉଦଘାଟିତ ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାରେ ଏହି ମେଡିକାଲ ଗୁଡିକ ନିର୍ମାଣ କରାଯାଇଛି ।

ସେହିଭଳି କଟକ ଏ.ଏଚ୍‌.ପି.ଜି.ଆର.ସିର ସମ୍ପ୍ରସାରଣ, ବ୍ରହ୍ମପୁରର ଏମ୍‌.କେ.ସି.ଜି., ଏମ୍‌.ସି.ଏଚ୍‌ର ସମ୍ପ୍ରସାରଣ, ରାଉରକେଲା ଆର୍‌.ଜି.ଏଚ୍‌ ର ସମ୍ପ୍ରସାରଣ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି,ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜୁ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତାବ ଓ ଅଭିଯୋଗ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଖୁବ୍‌ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ ।

ଗୌତମ ଗମ୍ଭୀରଙ୍କୁ ନେଇ ଏମିତି କହିଲେ ଆପ୍ ନେତା

ନନ୍ଦିଘୋଷ ବ୍ୟୁରୋ: ରାଜନୀତିରୁ ସନ୍ୟାସ ନେବା ପରେ ଗୌତମ ଗମ୍ଭୀରଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିରୋଧୀମାନେ ବିଜେପି ସାଂସଦଙ୍କୁ ସମାଲେଚନା କରୁଥିବା ଦେଖିବାକୁ ମିଳୁଛି । କୁହାଯାଉଛି କି, ଗମ୍ଭୀରଙ୍କ ଲୋକସଭା ଟିକେଟ କଟାଯିବାକୁ ଯାଉଛି । ଯେଉଁ କାରଣରୁ ସେ ରାଜନୀତିରୁ ସନ୍ୟାସୗ ନେବେ ବୋଲି କୁହିଛନ୍ତି । ସେପଟେ ଗମ୍ଭୀର ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଗମ୍ଭୀରଙ୍କୁ ନେଇ ଆପ ନେତାମାନେ ସମାଲୋଚନା କରୁଛନ୍ତି । କୁଲଦୀପ କୁମାର କହିଛନ୍ତି କି, ଗମ୍ଭୀର କେବଳ କଥା କୁହନ୍ତି । ସେ ଲୋକଙ୍କ ପାଖକୁ ପହଞ୍ଚି ନାହିଁ କିମ୍ବା କୌଣସି ସୁଖ ଦୁଃଖ ବୁଝନ୍ତି ନାହିଁ । ଏପିକରି ସେ ଆଜି ପର୍ଯ୍ୟନ୍ତ କୌଣସି ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି ।

ସୂଚନା ଥାଉକି, ଆଇପିଏଲ୍ ପୂର୍ବରୁ ଗମ୍ଭୀରଙ୍କୁ ରାଜନୀତିରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନାଡାଙ୍କୁ ସେ ନିବେଦନ କରିଛନ୍ତି।  ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଉଛନ୍ତି  । ସେ ଟୁଇଟ୍ କରି କହିଛନ୍ତି, ‘ମୁଁ ମୋର ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇବାକୁ ଅଧ୍ୟକ୍ଷ ଜେପି ନାଡା ଜୀଙ୍କୁ ଅନୁରୋଧ କରିଛି । ଫଳରେ ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମୋତେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ବଢ଼ିଲା ଜନଜାତି ବହୁଳ ଜିଲ୍ଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ

ଭୁବନେଶ୍ବର: ବଢ଼ିଲା ଜନଜାତି ବହୁଳ ଜିଲ୍ଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ। ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ୧୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗ୍ୟତା ଭିତ୍ତିରେ ନିୟମିତ ମଧ୍ୟ କରାଯିବ। ରାଜ୍ୟର ଜନଜାତି ବହୁଳ ଜିଲ୍ଲାରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଛି।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ସେମାନଙ୍କ ଦାବୀକୁ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିତୋଷିକ 5 ହଜାର 379 ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।

ଏହା ବ୍ୟତୀତ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ବହୁଭାଷୀ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କା ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କା ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ ମିଳିବ ମାତୃତ୍ବ ଛୁଟି । ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୂରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ସେମାନେ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମୁଖ୍ଯମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪ ହଜାର ୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ। ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀ

ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସଆଇ

କଟକ: ଲାଞ୍ଚ ନେଇ ପୋଲିସ ଏଏସଆଇ ଗିରଫ। କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ପୋଲିସ ଏଏସଆଇ ଆଲୋକ ଷଡ଼ଙ୍ଗୀ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ନହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ବ୍ୟକ୍ତିଙ୍କଠାରୁ ଭଦ୍ରେଶ୍ୱର ଥାନା ଏଏସଇ ଆଲୋକ ଷଡ଼ଙ୍ଗୀ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସର ଦୁଇ ଜଣିଆ ଟିମ ତାଙ୍କୁ ଗିରଫ କରିଛି l

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା

ୱାଶିଂଟନ: ପୁଣି ଆମେରିକାରେ ଭାରତୀୟଙ୍କୁ ହତ୍ଯା । ଭାରତୀୟ କ୍ଲାସିକାଲ ଡ୍ଯାନସରକୁ ଗୁଳି କରି ହତ୍ଯା କରିଛନ୍ତି । କୋଲକାତାର ଭାରତ ନାଟ୍ଯମ ଏବଂ କୁଚିପୁଡି ନର୍ତ୍ତକ ଅମରନାଥ ଘୋଷଙ୍କୁ ଆମେରିକାରେ ଅଜଣା ବ୍ଯକ୍ତି ଗୁଳି କରି ହତ୍ଯା କରିଦେଇଛନ୍ତି । ଏନେଇ ତାଙ୍କ ସାଙ୍ଗ ତଥା ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ଯ ଟ୍ଵିଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଅମରନାଥ ଘୋଷଙ୍କୁ ୨୭ ଫେବୃଆରୀ ସନ୍ଧ୍ଯାରେ ମିଶୌରୀର ସେଟ ଲୁଇସରେ ହତ୍ଯା କରାଯାଇଛି । ଘୋଷ ସେଟ ଲୁଇସର ୱାସିଂଟନ ବିଶ୍ଵବିଦ୍ଯାଳୟରେ ମାଷ୍ଟର ଅଫ ଫାଇନ ଆର୍ଟ୍ସ ,ଏମଏଫଏ ରେ ପାଠ ପଢୁଥିଲେ । ସେ ସନ୍ଧ୍ଯା ସମୟରେ ବାହାରକୁ ବୁଲିବାକୁ ଯିବା ସମୟରେ କିଛି ଅଜଣା ଲୋକ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା । ଘଟଣାର ତଦନ୍ତ କରୁଛି ପୋଲିସ ।

ଓଡିଶା ଆସୁଛନ୍ତି ୭୫ ପ୍ଲାଟୁନ ପୋଲିସ ଫୋର୍ସ, ଆଜି ପହଞ୍ଚିବେ ୧୫ ପ୍ଲାଟୁନ

ଭୁବନେଶ୍ବର: ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ। ନିର୍ବାଚନ ପୂର୍ବରୁ ମୁତୟନ ହେବେ ୭୫ ପ୍ଲାଟୁନ ଫୋର୍ସ। ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନ ଫୋର୍ସ। ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନ ଫୋର୍ସ।

ଗଞ୍ଜାମ, ସମ୍ବଲପୁର, ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି। ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ। ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ ଫୋର୍ସ। ଗତକାଲି ପଶ୍ଚିମବଙ୍ଗ ଯାଇଥିଲା ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ। ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।

ନବୀନ ନିବାସ ଆଗରେ ଆଜି ବି ଭିଡ଼, ନୂଆ ଏନଏସି ଓ ମ୍ଯୁନିସିପାଲିଟି ଘୋଷଣା ପାଇଁ ଖୁସିର ଲହରୀ

ଭୁବନେଶ୍ବର: ଆଜି ମଧ୍ଯ ନବୀନ ନିବାସ ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ରାଜ୍ଯ ସରକାର ନୂଆକରି ୩୫ଟି ଏନଏସି ଘୋଷଣା କରିଥିବା ବେଳେ ୫ଟି ଏନଏସିକୁ ମ୍ଯୁନିସିପାଲିଟିକୁ ଉନ୍ନୀତ କରିଛନ୍ତି। ଏଥି ମଧ୍ୟରେ ଶେରଗଡ଼କୁ ଏନଏସି, ହିଞ୍ଜିଳିକାଟୁକୁ ଏନଏସିରୁ ମ୍ଯୁନିସିପାଲିଟି, କଣ୍ଟାମାଳକୁ ଏନଏସି ଓ ଜାରକାକୁ ଏନଏସି ଘୋଷଣା କରାଯାଇଛି।

ଏଥିପାଇଁ ଆଜି ଏହି ଅଞ୍ଚଳର ଲୋକମାନେ ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ଯବାଦ ଦେଇଛନ୍ତି। ସହରାଞ୍ଚଳ ହେବା ପରେ ଲୋକମାନେ ଅତ୍ୟାଧୁନିକ ସୁବିଧା ପାଇବେ। ଫାଇଭ-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ଏଥିପାଇଁ ଅନୁରୋଧ କରିଥିଲେ। ଯାହାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପୂରଣ କରିଛନ୍ତି। ଏଥିପାଇଁ ଏହି ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଞ୍ଚଳବାସୀ ଧନ୍ଯବାଦ ଅର୍ପଣ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବାହାଘରରେ ଯୋଗାଡିଆ ଉପହାର, ଜରି ଖୋଲିଲେ ଗଣିବେ ପାଞ୍ଚ ଟଙ୍କିଆକୁ ଦଶ ଟଙ୍କିଆ

କାମାକ୍ଷାନଗର: ଏବେ ଚାଲିଛି ବାହାଘର ଋତୁ  । ବିଭିନ୍ନ ବାହାଘରକୁ ଯିବାବେଳେ ଉପହାରର ଗୁରୁତ୍ୱ ବେଶ ଆବଶ୍ୟକ  । କାହିଁକି ନା ଉପହାରଟି କଣ ଆଉ କେମିତି ଦେଲେ ସୁନ୍ଦର ଲାଗିବ ଓ ଆପଣଙ୍କ ସମ୍ମାନ ବୃଦ୍ଧି ହେବ, ସେଥିପାଇଁ ସମସ୍ତେ ଚିନ୍ତାରେ  । ଢେଙ୍କାନାଳ ସହର କାମାକ୍ଷାନଗର ସହରରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯିଏ କି କୌଣସି ସ୍ଥାନକୁ ଭୋଜି ଖାଇବାକୁ ଯିବା ପୂର୍ବରୁ ଉପହାର ଦେବାପାଇଁ ଯୋଗାଡ଼ ଆରମ୍ଭ କରନ୍ତି  ।

କାମାକ୍ଷାନଗର ସହରର ଅନନ୍ତପୁର ସାହିର ଶ୍ରୀଧର ରାଉତ  । ପେସାରେ କାମାକ୍ଷାନଗର ମହାବିଦ୍ୟାଳୟ ରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ବେଳେ ନିଶା ହେଉଛି ବିଭିନ୍ନ ପ୍ରକାର ର ଉପହାର ଦେବା  । ତେଣୁ ଖାସ ଉପହାର ଦେବା ପାଇଁ ଶରତ ଅନେକ ଯୋଗାଡ଼ ଆରମ୍ଭ କରନ୍ତି  । ପାଞ୍ଚ ଟଙ୍କିଆ କଏନ ଓ ଦଶ ଟଙ୍କିଆ କଏନକୁ ମିଶାଇ ଗିଫ୍ଟ ଦୋକାନ ରେ ପ୍ୟାକିଙ୍ଗ କରାଇ ନିଆରା ଶୈଳୀରେ ଉପହାର ଦିଅନ୍ତି ଶରତ  ।

ସେହି ପାଞ୍ଚ ଓ ଦଶ ଟଙ୍କିଆ କଏନ ମିଶାଇଲେ ଦୁଇ ହଜାର ଟଙ୍କାରୁ ଉର୍ଦ୍ଧ ହେବ  । କେତେବେଳେ ଉପହାର ପ୍ୟାକେଟରେ ଛେନାପୋଡ଼ ତ ଆଉ କେତେବେଳେ କଏନ ଭର୍ତି ପ୍ୟାକେଟ  । ଏଭଳି ଭିନ୍ନ ଉପହାର ପ୍ରଦାନ କରିବାପାଇଁ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ ଶରତ ପାଲଟିଛନ୍ତି ଚର୍ଚ୍ଚିତ ଚେହେରା  ।

ଏ ବିଷୟରେ ଶରତ କୁହନ୍ତି ଉପହାର ତ ସମସ୍ତେ ଦିଅନ୍ତି କିନ୍ତୁ ଏମିତି ଉପହାର ଯାହା ପାଞ୍ଚ ଜଣକୁ ଖୁସି ଦେଇ ପାରିବ, ସେହିଭଳି ଉପହାର ଦେବାପାଇଁ ତାଙ୍କୁ ବେଶ ଭଲ ଲାଗେ  ।