ନବୀନ ନିବାସ ଆଗରେ ଆଜି ବି ଭିଡ଼, ନୂଆ ଏନଏସି ଓ ମ୍ଯୁନିସିପାଲିଟି ଘୋଷଣା ପାଇଁ ଖୁସିର ଲହରୀ

1 min read

ଭୁବନେଶ୍ବର: ଆଜି ମଧ୍ଯ ନବୀନ ନିବାସ ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ରାଜ୍ଯ ସରକାର ନୂଆକରି ୩୫ଟି ଏନଏସି ଘୋଷଣା କରିଥିବା ବେଳେ ୫ଟି ଏନଏସିକୁ ମ୍ଯୁନିସିପାଲିଟିକୁ ଉନ୍ନୀତ କରିଛନ୍ତି। ଏଥି ମଧ୍ୟରେ ଶେରଗଡ଼କୁ ଏନଏସି, ହିଞ୍ଜିଳିକାଟୁକୁ ଏନଏସିରୁ ମ୍ଯୁନିସିପାଲିଟି, କଣ୍ଟାମାଳକୁ ଏନଏସି ଓ ଜାରକାକୁ ଏନଏସି ଘୋଷଣା କରାଯାଇଛି।

ଏଥିପାଇଁ ଆଜି ଏହି ଅଞ୍ଚଳର ଲୋକମାନେ ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ଯବାଦ ଦେଇଛନ୍ତି। ସହରାଞ୍ଚଳ ହେବା ପରେ ଲୋକମାନେ ଅତ୍ୟାଧୁନିକ ସୁବିଧା ପାଇବେ। ଫାଇଭ-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ଏଥିପାଇଁ ଅନୁରୋଧ କରିଥିଲେ। ଯାହାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପୂରଣ କରିଛନ୍ତି। ଏଥିପାଇଁ ଏହି ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଞ୍ଚଳବାସୀ ଧନ୍ଯବାଦ ଅର୍ପଣ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।