spot_img
Home Blog Page 2148

କାଲିଠୁ ରାଜ୍ୟରେ ଖରା ଛାଇର ଖେଳ

ଭୁବନେଶ୍ବର: ତାତିରେ ଲାଗିଲା ବ୍ରେକ୍। ଗୁରୁବାରଠୁ ରାଜ୍ୟରେ ଖରା ଛାଇର ଖେଳ। ଉତ୍ତର ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅନୁଭୁତ ହେବ। ଟ୍ରପ୍ଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କାଲିଠାରୁ ପଶ୍ଚିମା ଝଡର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି । କିନ୍ତୁ କାଲିଠାରୁ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କାଲି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବ । ବାକି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୫ ତାରିଖରେ ସାରା ରାଜ୍ୟରେ ବର୍ଷା ନେଇ ଆକଳନ କରାଯାଇଛି । ୧୬ ଏବଂ ୧୭ ତାରିଖରେ ବର୍ଷାର ପରିମାଣ ବଢିବା ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାକି ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଯେଉଁ ଅଞ୍ଚଳରେ ବର୍ଷାର ପ୍ରଭାବ ରହିବ ନାହିଁ ସେହି ଅଞ୍ଚଳରେ ତାପମାତ୍ରା ୩୬ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୋପାଳ ସମାଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୋପାଳ ସମାଜ। ୫୦୦ ଡିସିମିଲ୍ ଭୂମି ଅଲ୍ ଓଡ଼ିଶା ଗୋପାଳ ସମାଜକୁ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଓଡିଶାରେ ୧କୋଟି ୫ଲକ୍ଷ ଗୋପାଳଙ୍କ ପାଇଁ ଭୁବେନଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିର୍ମାଣ ହେବ ଗୋପାଳ ସମାଜ ଭବନ। ଭୁବନେଶ୍ୱର ଆସୁଥିବା ଗୋପାଳ ସମ୍ପ୍ରଦାୟର ଛାତ୍ରଛାତ୍ରୀ, ରୋଗୀ, ଏଠାରେ ରହଣୀ ପାଇଁ ବ୍ୟବସ୍ଥା କରାଯିବ। ଏନେଇ ଓଡ଼ିଶା ଗୋପାଳମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ଯବାଦ ଜଣାଇଛି ଗୋପାଳ ସମାଜ।

କିଡନୀ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏସସିବି

କଟକ: ବିଶ୍ୱରେ ମଧୁମେହ କର୍କଟ ଓ ହୃଦ ରୋଗ ପରି ବଢୁଛି କିଡ଼ନୀ ରୋଗ । ବିଶ୍ୱରେ ପ୍ରତି 10 ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ କିଡନୀ ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ଓଡିଶା ସମେତ ପୂର୍ବ ଭାରତରେ ଚି଼ହ୍ନଟ ହେଉଥିବା ଏହି ରୋଗୀ ମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି କଟକ ଏସସିବି ମେଡିକାଲ । ରୋଗୀକୁ ପ୍ରାରମ୍ଭରୁ ସମସ୍ତ ଚିକିତ୍ସା ଏଠାରେ ସମ୍ପୂର୍ଣ ମାଗଣାରେ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶୃଙ୍ଖଳିତ ଜୀବନଚାର୍ଯ୍ୟା ହିଁ ରୋଗକୁ ରୋକିବାର ଏକମାତ୍ର ମାଧ୍ୟମ । ଏଥିପାଇଁ ସଚେତନତାର ଆବଶ୍ଯକତା ଥିବା କହିଛନ୍ତି ବିଶେଷଜ୍ଞ ।

କିଡନୀ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏସସିବି । ରାଜ୍ଯ ସରକାରଙ୍କ ଉଦ୍ଯମରୁ ସୁସ୍ଥ ହେଉଛନ୍ତି ରୋଗୀ । ପ୍ରାଥମିକ ଚିକିତ୍ସାଠାରୁ ସବୁକିଛି ମାଗଣାରେ ମିଳୁଛି ସୁବିଧା । ସାରା ବିଶ୍ବରେ କିଡନୀ ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ରାଜ୍ଯ ସରକାରଙ୍କ ଉଦ୍ଯମରୁ ଓଡ଼ିଶାରେ ସ୍ଥିତି ଖୁବ ଭଲ ଅଛି । ରୋଗୀଙ୍କ ସଫଳ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଉଛି । ରିପୋର୍ଟ ଅନୁଯାୟୀ ନେଫରୋଲୋଜି ବିଭାଗର ଓପିଡିକୁ ବାର୍ଷିକ ୨୯ ହଜାର ୮୦୦ ରୋଗୀ ଆସୁଛନ୍ତି । ଏଥିରୁ ୬ ହଜାର ୯୬୦ ୱାର୍ଡରେ ଭର୍ତ୍ତି ହେଉଥିବା ବେଳେ ପ୍ରତି ମାସରେ 23 ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ହେଉଛି ଡାଏଲିସିସ । ପୂର୍ବରୁ ଏଠାରେ ଥିବା ମେସିନରେ କେବଳ ସାଧାରଣ କିଡନୀ ରୋଗୀଙ୍କ ଡାଏଲିସିସ କରାଯାଉଥିଲା । କିନ୍ତୁ ରାଜ୍ଯ ସରକାର ଯୋଗାଇଦେଇଥିବା ସ୍ଲେଡ ମେସିନରେ ସମସ୍ତ ଜଟିଳ ରୋଗୀଙ୍କ ମଧ୍ୟ ଡାଏଲିସିସି ହୋଇପାରୁଛି । ୨୦୧୨ ରୁ ବର୍ତ୍ତମାନ ଯାଏଁ ୨୦୫ ଟି କିଡନୀ ପ୍ରତ୍ୟାରୋପଣ କରାଯାଇଥିବା ଏଥିରେ ୮୦ ପ୍ରତିଶତ ସଫଳତା ମିଳିଛି । କେବଳ ସେତିକି ନୁହେଁ 10 ଟି କାଢାଭରିକ କିଡନୀ ପ୍ରତ୍ୟାରୋପଣ ମଧ୍ୟ ସଫଳତାର ସହ କରାଯାଇଛି ।

ଏସସିବି ଏମ୍ସ ପ୍ଲସ ହେବା ପରେ ଏହି ପକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ବିଶେଷଜ୍ଞଙ୍କ ମତରେ ଏହି ରୋଗର ମୂଳ କାରଣ ବିଶୃଙ୍ଖଳିତ ଜୀବନଚର୍ଯ୍ୟା । ଅତ୍ୟଧିକ ଜଙ୍କ ଫୁଡ, ଆବଶ୍ୟକତା ଠାରୁ ନିୟମିତ କମ ପାଣି ପିଇବା, ପେନ କିଲର ସେବନ, ଚାପଗ୍ରସ୍ତ ହେବା ଫଳରେ ଏହି ରୋଗ ଦେଖାଦେଉଛି । ତେବେ ଏହି ବ୍ୟୟ ବହୁଳ ଓ ସମୟ ସାପେକ୍ଷ ରୋଗ ପାଇଁ ମାଗଣାରେ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦେଇଥିବାରୁ ରାଜ୍ଯ ସରାକାରଙ୍କୁ ଧନ୍ଯବାଦ ଦେଉଛନ୍ତି ରୋଗୀ।

ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ପାଇଁ ଏବେଠାରୁ ପୋଲିସର ପ୍ରସ୍ତୁତି, ବ୍ରହ୍ମପୁର ସହରରେ ମିଳିତ ଫ୍ଲାଗମାର୍ଚ୍ଚ ଓ ସଚେତନତ ବାର୍ତ୍ତା

ବ୍ରହ୍ମପୁର: ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ ଲାଗି ବାଜିବ ବିଗୁଲ। ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରଦାର କଲେଣି। ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଥିବାବେଳେ ଏହାକୁ ଅବାଧ ଓ ଶୃଙ୍ଖଳିତ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍ । ଏଥିପାଇଁ ବ୍ରହ୍ମପୁର ସହରରେ ପୋଲିସ ପକ୍ଷରୁ କରାଯାଇଛି ଫ୍ଲାଗମାର୍ଚ୍ଚ ଓ ସଚେତନତା । ବିଶେଷକରି ଚଳିତ ନିର୍ବାଚନରେ ଅନ୍ତଃରାଜ୍ୟ ଚେକ୍ ପୋଷ୍ଟ ଓ ସୋସିଆଲ ମିଡିଆର ଦୁରୁପଯୋଗ ଉପରେ ନଜର ରଖିବ ସତନ୍ତ୍ର ମନିଟରିଂ ସେଲ ।

ପାଖେଇ ଆସିଲାଗି ସାଧାରଣ ନିର୍ବାଚନ ସମୟ।ଅପେକ୍ଷା କେବଳ ତାରିଖ ଘୋଷଣାକୁ। ଜୋରଦାର ପ୍ରସ୍ତୁତି କଲେଣି ବିଭିନ୍ନ ରାଜନୈତିକ ଦଳ। ଚଳିତ ନିର୍ବାଚନକୁ ଆଖିରେ ରଖି ପୋଲିସର ପ୍ରସ୍ତୁତି। ବ୍ରହ୍ମପୁର ସହରରେ ହୋଇଛି ମିଳିତ ଫ୍ଲାଗମାର୍ଚ୍ଚ। ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ ମୁତାବକ ପୋଲିସ ପକ୍ଷରୁ ବୁଥ୍ ସ୍ତରରେ ତର୍ଜମା ଇରାଯାଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନରେ ଥିବା ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାଖାପାଖି ଏକ ହଜାର ବୁଥ। ସେଥିରୁ ୨ଶହ ସମ୍ବେଦନଶିଳ ଓ ଅତି ସମ୍ବେଦନଶିଳ। ପଡୋଶୀ ଆନ୍ଧ୍ରର ଶ୍ରୀଜାକୁଲମ ଜିଲ୍ଲା ସହ ଗଜପତି, ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମନ୍ବୟ ବୈଠକ ସରିଛି। ୬ ଟି ଅନ୍ତଃରାଜ୍ୟ ସୀମାରେଖାରେ ସ୍ଥାପନ ହେବାକୁ ଥିବା ଚେକ୍ ପୋଷ୍ଟରେ ସିସିଟିଭି ଲାଗିବା ସହ ଯାଞ୍ଚ ବ୍ଯବସ୍ଥାକୁ କଡ଼ାକଡ଼ି କରାଯିବ। ସୋସିଆଲ ମିଡିଆ ଓ ଏଆଇର ଦୁରୁପଯୋଗ ସମ୍ଭାବନା ଥିବାରୁ ଏହା ଉପରେ ନଜର ରଖିବ ସ୍ବତନ୍ତ୍ର ମନିଟରିଂ ସେଲ୍।

ଅପରାଧ ଦମନ ପାଇଁ ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨ ହଜାରରୁ ଅଧିକ ପେସାଦାର ଓ ଅଭ୍ୟାସଗତ ଅପରାଧିଙ୍କୁ ୧୦୭ ସିଆରପିସି ଓ ୧୧୦ ସିଆରପିସି ରେ ନୋଟିସ ଜାରି କରିବ ପୋଲିସ୍। ଗତ ଦୁଇମାସରେ ପ୍ରାୟ ୫ଶହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ଗତ ନିର୍ବାଚନ ସମୟରେ ହୋଇଥିବା ପରିସ୍ଥିତିକୁ ନଜର ରଖି ଏଥର ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ପୋଲିସ୍। ନିର୍ବାଚନ ପୂର୍ବରୁ ପୋଲିସର ଏହି ବ୍ଯବସ୍ଥାକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ।

ଜବରଦଖଲକାରୀଙ୍କ କବଜାରେ କଟକ ବକ୍ସ ଡ୍ରେନ୍ ରାସ୍ତା

କଟକ: ଜବରଦଖଲକାରୀଙ୍କ କବଜାରେ କଟକ ବକ୍ସ ଡ୍ରେନ୍ ରାସ୍ତା । ସହରବାସୀଙ୍କ ଦୀର୍ଘ ଦିନର ସମସ୍ଯାକୁ ଦୂର କରିବାକୁ ରାଜ୍ଯ ସରକାର ଏହାକୁ ନିର୍ମାଣ କରିଛନ୍ତି । ହେଲେ ଲୋକାର୍ପଣର ଦିନ କେଇଟା ନପୁରୁଣୁ ଏହାକୁ ଜବରଦଖଲ କଲେଣି ଲୋକ । ପ୍ରଶାସନିକ ଅବହେଳାରୁ ଏବେ ଏଥିପାଇଁ ଟ୍ରାଫିକ ସମସ୍ଯା ଦେଖାଦେଲାଣି । ସେପଟେ ଏନେଇ ଅଭିଯୋଗ ପରେ କଡ଼ା କାର୍ଯ୍ଯାନୁଷ୍ଠାନ ନେଇ ସଙ୍କେତ ଦେଇଛନ୍ତି ସିଏମସି କମିଶନର ।

କେଉଁଠି ବାଲି, ଗୋଡ଼ି ଗଦା ହୋଇଛି ତ କେଉଁଠି ସିମେଣ୍ଟ । କିଛି ସ୍ଥାନରେ ଉଠା ଦୋକାନୀ ମାଡ଼ି ବସିଛନ୍ତି ରାସ୍ତା । ବକ୍ସ ଡ୍ରେନ ରାସ୍ତା ଉପରକୁ ମାଡ଼ି ଆସିଲେଣି ଲୋକ । କିଛି ଏହାକୁ ଗାଈ ଗୁହାଳ କରି ସାରିଲେଣି । ପ୍ରଶାସନିକ ଅବହେଳାର ଫାଇଦା ଉଠାଉଛନ୍ତି ଜବରଦଖଲକାରୀ । କଟକର ଦୀର୍ଘଦିନର ସମସ୍ଯାକୁ ଦେଖି ନିର୍ମାଣ ହୋଇଛି ବକ୍ସ ଡ୍ରେନ୍ । ଏହା ଉପର ରାସ୍ତା ଦେଇ ଯାତାୟାତର ମଧ୍ଯ ବ୍ଯବସ୍ଥା କରାଯାଇଛି । ତେବେ ଲୋକାର୍ପଣର ଦିନକେଇନା ନପୁରୁଣୁ ଏହାକୁ ଜବରଦଖଲ କରି ସାରିଲେଣି ଲୋକ । ଏଥିପାଇଁ ଉତ୍କଟ ଟ୍ରାଫିକ ସମସ୍ଯା ସୃଷ୍ଟି ହେଲାଣି ।

କଟକ ସହରର ଟ୍ରାଫିକ ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର 450 କୋଟି ବ୍ୟୟ କରି ଏହି ମେଗା ପ୍ରକଳ୍ପର ଲୋକଙ୍କୁ ଭେଟି ଦେଇଛନ୍ତି । ଏଥିପାଇଁ ସହରବାସୀଙ୍କୁ ଦୀର୍ଘ ଦିନ ଅପେକ୍ଷା ଓ ବହୁ କଷ୍ଟ ମଧ୍ୟ ସ୍ୱୀକାର କରିବାକୁ ପଡିଛି । କିନ୍ତୁ କିଛି ନ୍ୟସ୍ତସ୍ୟାର୍ଥ ବ୍ୟକ୍ତି ଏବେ ନିଜର ଫାଇଦା ପାଇଁ ଏହାକୁ ନିଜ କବଜାକୁ ନେଇସାରିଲେଣି । ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଜବରଦଖଲ ମୁକ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏପରି ସ୍ଥିତିରେ କଡ଼ା କାର୍ଯ୍ଯାନୁଷ୍ଠାନର ଆବଶ୍ଯକତା ରହିଛି । ସମସ୍ଯା ନେଇ ଅବଗତ ହେବା ପରେ ଆବଶ୍ଯକସ୍ଥଳେ ଜବରଦଖଲକାରୀଙ୍କ ବିରୋଧରେ ଏତଲା ଦିଆଯିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର। ସହରବାସୀଙ୍କ ସୁବିଧା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି, କିନ୍ତୁ କିଛି ବ୍ୟକ୍ତିଙ୍କ ଏପରି କାରବାର ପୁରା ପ୍ରକଳ୍ପକୁ ପଙ୍ଗୁ କରିଦେଉଛି ।

ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ପିପିଲି

ପିପିଲି: ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ପିପିଲି। ମନମୋହୁଛି ସେଲଫି ପଏଣ୍ଟ । ପିପିଲିର ପ୍ରବେଶ ପଥରେ କଥା କହୁଛି ପିପିଲିର ଚାନ୍ଦୁଆ କାରିଗରୀ । ଅଦରକାରୀ ଯନ୍ତ୍ରାଂଶରେ ନିର୍ମିତ କଳାକୃତି ବେଶ ଆକୃଷ୍ଠ କରୁଛି ପର୍ଯ୍ଯଟକମାନଙ୍କୁ। ଝଲସୁଛି ପିପିଲି। ମନମୋହୁଛି ସେଲଫି ପଏଣ୍ଟ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି  ପ୍ରବେଶ ପଥ । ଯାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଇ ଲଭ ପିପିଲି। ଶୋଭାପାଉଛି ଚାନ୍ଦୁଆ ତୋରଣ ଓ ଓଡିଶୀ କଳାକାରଙ୍କ ନୃତ୍ଯାଙ୍ଗନା ପ୍ରିତିମୂର୍ତ୍ତି। ପିପିଲିର ଗୌରବ ଚାନ୍ଦୁଆ ଶିଳ୍ପର ବାର୍ତ୍ତା ବାଣ୍ଟୁଥିବା ଚାନ୍ଦୁଆ ତୋରଣ ଓ ଟେରାକୋଟା କାର୍ଯ୍ଯ ଯାତ୍ରୀଙ୍କୁ ଆକୃଷ୍ଠ କରୁଛି। ଚାନ୍ଦୁଆ ଶିଳ୍ପ ପରିବର୍ତ୍ତେ ଅଦରକାରୀ ଯନ୍ତ୍ରାଂଶରେ ପ୍ରସ୍ତୁତ କରାଯାଇଥିବା ଘୋଡା ମୁଖ୍ଯ ଆକର୍ଷଣ ପାଲଟିଛି।

ପିପିଲିର ପ୍ରବେଶ ପଥ ସମସ୍ତଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ୭୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ସେଲଫି ପଏଣ୍ଟ। ପୁରୀ ଓ କୋଣାର୍କକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ପ୍ରବେଶ ପଥ। ଏହା ଦ୍ଵାରା ଚାନ୍ଦୁଆ ବ୍ଯବସାୟ ବୃଦ୍ଧି ପାଇବ ବୋଲି ପିପିଲି ବିଧାୟକ କହିଛନ୍ତି। ଏନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ। ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ସେଲଫି ପଏଣ୍ଟ ପାଖରେ ସ୍ଥାନ ପାଇଥିବା କାରୁକାର୍ଯ୍ଯ ଓଡିଶାର କଳା ସଂସ୍କୃତିକୁ ପ୍ରତିପାଦନ କରୁଛି।

ମହାରାଷ୍ଟ୍ରରେ ବିଜେପିର ମେଣ୍ଟ ଫାଇନାଲ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ବିଜେପିର ମେଣ୍ଟ ଫାଇନାଲ। ଲଗାତାର ଆଲୋଚନା ପରେ ସାଧାରଣ ନିର୍ବାଚନ ଲାଗି ସିଟ ଭାଗବଣ୍ଟା ନିଷ୍ପତ୍ତି ଶେଷ ହୋଇଛି। ବିଜେପି, ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀ ଏନସିପି ନେତା ବସି ଡିଲ୍ ଫାଇନାଲ କରିଛନ୍ତି। ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ୪ ଆସନ ମିଳିଛି। ଅଜିତ ପାୱାର ଅଧିକ ଆସନ ଦାବି କରୁଥିବାବେଲେ ତାଙ୍କୁ ୪ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ବାରାମତି, ରାଇଗଡ଼, ଶିରୁର ଏବଂ ପରଭାନୀ ଆସନରୁ ଏନସିପି ଅଜିତ ପାୱାର ଗୋଷ୍ଠୀର ନେତା ଲଢିବେ। ବିଜେପି ମହାରାଷ୍ଟ୍ରରେ ୩୧ ଆସନରେ ଲଢିବ। ସେହିପରି ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ବାକି ୧୩ ଆସନରେ ଲଢିବ। ମହାରାଷ୍ଟ୍ରର ବାରାମତି ଆସନ ଦଶନ୍ଧୀ ଧରି ପାୱାରଙ୍କ କବଜାରେ ରହି ଆସିଛି। ଏ ବର୍ଷ ଅଜିତ ପାୱାର ଏବଂ ଶରଦ ପାୱାର ଗୋଷ୍ଠୀର ନେତା ମଧ୍ୟରେ ଏହି ଆସନରେ ଲଢେଇ ହେବ। ଗୋଟିଏ ପରିବାରର ଦୁଇ ନେତାଙ୍କ ମଧ୍ୟରେ ହେବ ସଂଘର୍ଷ। ବାରାମତି ଆସନରୁ ଏବେ ଅଜିତ ପାୱାରଙ୍କ ସମ୍ପର୍କୀୟ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି। ଏହି ଆସନରୁ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ମହାରାଷ୍ଟ୍ରରେ ମୋଟ ୪୮ ଲୋକସଭା ଆସନ ରହିଛି। ଏଥିମଧ୍ୟରୁ ୧୩ ଆସନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ନିର୍ବାଚନ ଲଢିବେ।

ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: କନିଷ୍ଠ ଶିକ୍ଷକଙ୍କୁ ମୁଖ୍ଯମନ୍ତ୍ରୀଙ୍କ ବଡ଼ ଉପାହର । କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ଯ ସରକାର । ଏବେ ୧୩ ହଜାର ୮୦୦ ପରିବର୍ତ୍ତେ ୨୦ ହଜାର ଟଙ୍କା ମାସିକ ପାରିଶ୍ରମିକ ପାଇବେ ଜୁନିଅର ଟିଚର। ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀରୁ ଲାଗୁହେବ। ଏହାଦ୍ବାରା ରାଜ୍ଯର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ। 5T ଅଧ୍ଯକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ  କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨ ହଜାର ୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ। ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅଂଚଳର ଏ ଘଟଣା। ଦୀର୍ଘ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବ ବୋଲି କହି ପ୍ରେମିକାକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦେଇଥିଲା ତବାରସିଂ ଗାଁର ସୁଶାନ୍ତ ବଡ଼ରଇତ ନାମକ ଯୁବକ। ତେବେ କୌଶଳକ୍ରମେ ଖସି ଆସି ଯୁବତୀ ଜଣକ ଥାନାରେ ଜଣାଇଥିଲେ। ଉଭୟଙ୍କୁ ପୋଲିସ ବୁଝାସୁଝା କରି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲା। ଯୁବତୀ ଜଣଙ୍କୁ ଗାଁରେ ପରିବାର ଲୋକେ ପୁରାଉ ନଥିବାରୁ ଯୁବତୀଙ୍କ ଭରଣପୋଷଣ ଲାଗି ୩ ଲକ୍ଷ ଟଙ୍କା ଦେବାକୁ ଯୁବକ ଜଣକ ରାଜି ହୋଇଥିଲେ। ତେବେ ମାତ୍ର ୪୦ ହଜାର ଟଙ୍କା ଦେଇ ଯୁବକ ଏବେ ଫେରାର ମାରିଛନ୍ତି। ସେପଟେ ଘରେ ପୁରାଉ ନଥିବାରୁ ଯୁବତୀ ଜଣକ ଏବେ ଅସହାୟ ହୋଇ ପଡିଛନ୍ତି।ବର୍ତ୍ତମାନ ରହିବାକୁ ସ୍ଥାନ ନ ପାଇ ପିଡିତା ଏକାକୀ ନ୍ୟାୟ ପାଇଁ ସଙ୍ଘର୍ଷ କରୁଛନ୍ତି। ପୂର୍ବରୁ ସୁଶାନ୍ତ ନାମକ ଯୁବକ ବିବାହ କରିଥିବାବେଳେ ତାଙ୍କର ସନ୍ତାନ ମଧ୍ୟ ରହିଛି। ନ୍ୟାୟ ଦାବି କରି ସେ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ଦାବି କରିଛନ୍ତି ସମ୍ପୃକ୍ତ ମହିଳା।

ସୋସିଆଲ ମିଡିଆରେ ଫଟୋ ସେୟାର କଲେ ସାମି, ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଛନ୍ତି ସ୍ବିଙ୍ଗ୍ କିଙ୍ଗ୍ ଭାବେ ପରିଚିତ ମହମ୍ମଦ ସାମି । ଅସ୍ତ୍ରୋପଚାର ହେବାପରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହମ୍ମଦ ସାମି । ଏକ୍ସରେ ତିନୋଟି ଫଟୋ ସେୟାର କରିଛନ୍ତି ସାମି । ଯେଉଁଥିରେ ନିଜର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି । ଡାହାଣ ଗୋଡ଼ ଗୋଇଠିରେ ଯନ୍ତ୍ରଣା ହେଉଥିବାବେଳେ ଅସ୍ତ୍ରୋପଚାର ହୋଇଛି । ୨୬ ଫେବୃଆରୀରେ ଅସ୍ତ୍ରୋପଚାର ହୋଇଥିବାବେଳେ ପୂର୍ବରୁ ମଧ୍ୟ ନିଜର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଥିଲେ । ବିଶ୍ବକପରେ ହିରୋ ପାଲଟିଥିବା ସାମିଙ୍କ ଅସ୍ତ୍ରୋପଚରା ହୋଇଥିବାବେଳେ ଚଳିତ ଆଇପିଏଲରେ ମଧ୍ୟ ଖେଳିନପାରନ୍ତି । ସେପଟେ ଟି-୨୦ ବିଶ୍ବକପ ହେବାକୁ ଥିବାବେଳେ ସାମି ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଗତ ଆଇପିଏଲ ସିଜିନ ଏବଂ ବିଶ୍ବକପରେ ସାମି ପ୍ରଦର୍ଶନ ଭଲ ରହିଥିବାବେଳେ ଟି-୨୦ ବିଶ୍ବକପରେ ସେ ପୁଣି ଦଳକୁ ଫେରନ୍ତୁ ଏବଂ ଟିମ ଇଣ୍ଡିଆକୁ ବିଜୟ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।