ବିଜେଡିର ବଡ଼ ବିଜୟ ହେବ : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଭୋଟ ଚାଲିଥିବାବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ରାଜ୍ୟରେ ବିଜେଡି ସ୍ଥିର ସରକାର କରିବ । ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ଫଳାଫଳ ବିଜେଡି ସପକ୍ଷରେ ଯିବ । ବିଜେଡି ରାଜ୍ୟରେ ବଡ଼ ବିଜୟ ହାସଲ କରିବ । ତେବେ ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବାବେଳେ ଭୁବେନଶ୍ବର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲ ବୁଥରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଛନ୍ତି ।