spot_img
Home Blog Page 2112

ପ୍ରବାସୀ ଭାରତୀୟଙ୍କ ବିବାହ ନେଇ ବଡ଼ ନିୟମ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଭାରତୀୟ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପରେ ହେଉଥିବା ବିବାଦ, ବିଶେଷ କରି ଠକାମୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଲ କମିଶନ। ଏହି ଚିନ୍ତାକୁ ଦୂର କରିବା ପାଇଁ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ସହ ବିବାହର ପଞ୍ଜିକରଣ ଭାରତରେ ବାଧ୍ୟତାମୂଳକ କରିବାକୁ ସୁପାରିଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏନଆରଆଇ ଭାରତୀୟ ନାଗରିକଙ୍କ ସହ ବିବାହ କରିା ପରେ ଠକେଇ ମାମଲା ବଢୁଛି ଯାହା ଚିନ୍ତାଜନକ । ଏଭଳି ମାମଲା ଲଗାତାର ବଢିବାରେ ଲାଗିଛି। ଏଥିରେ ବିଶେଷ କରି ଭାରତୀୟ ମହିଳାଙ୍କୁ ପ୍ରଭାବିତ ହେବାକୁ ପଡୁଛି। ରିପୋର୍ଟରେ ସୁପାରିଶ କରାଯାଇଛି ଯେ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ୱୁ ବିବାହକୁ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ କରାଯିବା ଦରକାର। ଏଥିରେ ବିବାହ ଏବଂ ବିବାହ ବିଛେଦ ବା ଛାଡପତ୍ର, ଭରଣ ପୋଷଣ ନିୟମ ଏବଂ ସର୍ତ୍ତ ସାମିଲ ହେବା ଦରକାର। ଏହାସହ ଜୀବନସାଥୀ ଏବଂ ପିଲାଙ୍କ ଭରଣ ପୋଷଣ ସହ ଏନଆରଆଇ ଏବଂ ଓସିଆରଆଇଙ୍କୁ ଆବଶ୍ୟକତା ପଡିଲେ ସମନ ଏବଂ ଅନ୍ୟ ସମ୍ବନ୍ଧୀୟ ନ୍ୟାୟିକ ଦସ୍ତାବିଜ୍ ସାମିଲ ଅଧିକାର ନିୟମ ହେବା ଆବଶ୍ୟକ।

ପାସପୋର୍ଟରେ ଲେଖାଯାଉ ବିବାହ ପଞ୍ଜୀକରଣ ନମ୍ବର। ବିବାହ ପୂର୍ବରୁ ବର କନ୍ୟାଙ୍କ ନିଜ ବୈବାହିକ ସ୍ଥିତିର ଘୋଷଣା, ପତି-ପତ୍ନୀଙ୍କ ପାସପୋର୍ଟକୁ ପରସ୍ପର ସହ ଯୋଡିବା ଏବଂ ଉଭୟଙ୍କ ପାସପୋର୍ଟ ଉପରେ ବିବାହ ପଞ୍ଜୀକରଣ ସଂଖ୍ୟା ଉଲ୍ଲେଖ କରିବା ବାଧ୍ୟତାମୂଳକ କରିବା ପାଇଁ ପାସପୋର୍ଟ ଅଧିନିୟମ ୧୯୬୭ରେ ସଂଶୋଧନ କରିବା ବାଧ୍ୟତାମୂଳକ କରିବା। ଲ କମିଶନଙ୍କ ସୁପାରିଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏଭଳି ବିବାହ ସହ ଜଡିତ ବିବାଦର ସମାଧାନ ଅଧିକାର ଘରୋଇ ଅଦାଲତଙ୍କୁ ଦିଆଯାଉଛି।

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣା, ବିଦା ହେଲେ ୪ ଛାତ୍ର

ବ୍ରହ୍ମପୁର: ରାଗିଂ କରି କ୍ଯାମ୍ପସରୁ ବିଦା ୪ ଛାତ୍ର। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଣ୍ଟି ରାଗିଂ ସେଲ। ରାଗି କରିଥିବା ଚତୁର୍ଥ ବର୍ଷର ୨ ଛାତ୍ରଙ୍କୁ କ୍ଯାମ୍ପସରୁ ବାହାର କରିଛନ୍ତି କର୍ତ୍ତୃପକ୍ଷ। ମେଡିକାଲ କଲେଜର ଜଣେ ଦ୍ବିତୀୟ ବର୍ଷର ଛାତ୍ରକୁ ଚତୁର୍ଥ ବର୍ଷର ୪ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିବା ସହିତ ଗାଳିଗୁଲଜ କରିଥିଲେ। ଚତୁର୍ଥ ବର୍ଷର ଦୁଇ ଛାତ୍ରଙ୍କୁ ଦୁଇ ମାସ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଗିଂକୁ ପ୍ରସୟ ଦେଇଥିବା ଅଭିଯୋଗରେ ଚତୁର୍ଥ ବର୍ଷର ଅନ୍ୟ ଦୁଇ ଛାତ୍ରଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ଓ କ୍ଲାସକୁ ନ ଆସିବାକୁ ନିର୍ଦ୍ଦଶ ଦିଆଯାଇଛି।

ଏହି ଚାରି ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସେମାନଙ୍କ ପରିବାରକୁ ଜଣାଇ ଦିଆଯାଇଛି। ରାଗିଂର ଶିକାର ଛାତ୍ରଙ୍କ ବାପା ଘଟଣାକୁ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ କଲେଜ ଡ଼ିନ୍, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଫାଇଭ-ଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ। କିଭଳି ଛାତ୍ର ଜଣଙ୍କୁ ମାଡ଼ ହୋଇଛି ସେ ନେଇ ମଧ୍ୟ ଫଟୋ ପୋଷ୍ଟ କରିଥିଲେ। ଏହାପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଏମକେସିଜି ମେଡ଼ିକାଲ କଲେକୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ମେଡ଼ିକାଲ କଲେଜର ଆଣ୍ଚି ରାଗିଂ ସେଲ ରାଗିଂର ଶୀକାର ଛାତ୍ର ଓ ରାଗିଂ କରିଥିବା ଛାତ୍ରଙ୍କୁ ଡ଼କାଇ ତଦନ୍ତ କରିଥିଲେ। ଆଗାମୀ ଦିନରେ କିଭଳି କଲେଜରେ ରାଗିଂ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲ କଲେଜର ଭାରପ୍ରାପ୍ତ ଡ଼ିନ ।

ପୁଣି ବିଜେପିକୁ ଟାର୍ଗେଟ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ବିଜେପି ଉପରେ ପୁଣିଥରେ ବର୍ଷିଛନ୍ତି । ଦିଲ୍ଲୀ ବିଧାନସଭାରେ ଫ୍ଲୋର ଟେଷ୍ଟକୁ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି କି,  ଏହି ଗୃହ କେବଳ ଆମର । ଆମର ସଂଖ୍ୟା ଗରିଷ୍ଠତା ରହିଛି। ଆମର ଦୁଇ ବିଧାୟକ ଆସି କହିଛନ୍ତି କି, ବିଜେପି ନେତାମାନେ ସେମାନଙ୍କୁ ଯୋଗାଯୋଗ କରୁଛନ୍ତି । ତେବେ ଆମେ ଏହାକୁ କିଭଳିଭାବେ ପ୍ରମାଣ ଦେବୁ । ବେଳେବେଳେ ସେମାନେ ସମ୍ପର୍କୀୟଙ୍କ ଘର କିମ୍ବା ପାର୍କରେ ଭେଟ ହୁଅନ୍ତି । ସେପଟେ ଷଷ୍ଠଥର ଲାଗି ଇଡି ନୋଟିସ ହୋଇଥିବାବେଳେ କେଜ୍ରିଓ୍ବାଲ କହିଛନ୍ତି ବିଜେପି ଜାଣିଶୁଣି ତାଙ୍କୁ ଫସାଇବାକୁ ଚାହୁଁଛି । ଯଦିଓ ସେମାନେ ଚକ୍ରାନ୍ତ କରି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରନ୍ତି କିନ୍ତୁ ମୋର ଚିନ୍ତାଧାରାକୁ କେବେ ଗିରଫ କରିପାରିବେ ନାହିଁ । ଏବେ ଲୋକମାନେ ପାଚରୁଛନ୍ତି କି, ମୋଦୀ କେଜ୍ରିଓ୍ବାଲଙ୍କୁ ହଟାଇବାକୁ ଚାହୁଁଛନ୍ତି କି? ଏବେ ବିଜେପିକୁ ଆମ ଆଦମୀ ପାର୍ଟୀ ଚ୍ୟାଲେଞ୍ଜ କରୁଛନ୍ତି । ୨୦୨୪ରେ ଯଦି ବିଜେପି ନହାରେ ତାହେଲେ ୨୦୨୯ରେ ଦେଶରୁ ବିଜେପିକୁ ଆପ ମୁକ୍ତି କରିବ ।

ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ଆମକୁ ଫସାଇବା ପାଇଁ ବହୁତ ଚକ୍ରାନ୍ତ କରା ହେଉଛି । କିନ୍ତୁ ଆମକୁ କୋଟି କୋଟି ଲୋକ ଭଲ ପାଇବା ଦେଉଛନ୍ତି । ଲୋକଙ୍କ ଆଶୀର୍ବାଦ ଆମ ସହ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ବିଧାୟକଙ୍କୁ ବିଜେପ କିଣୁଥିବାବେଳେ ଏତେ ଟଙ୍କା କେଉଁଠୁ ଆସୁଛି ବୋଲି ମଧ୍ୟ କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି । ସେପଟେ କେଜ୍ରଓ୍ବାଲ କହିଛନ୍ତି କି ଆପ ପୂଣ୍ୟ ରାଜନୀତି କରୁଥିବାବେଳେ ଭାଜପା ପାପ ରାଜନୀତି କରୁଛି । ଲୋକଙ୍କ ହୃଦୟରେ ଆମେ ରହିଛୁ ।

ହାତ ଦେଖି ଭବିଷ୍ୟତ କହୁଛନ୍ତି ବାବା

ଭୁବନେଶ୍ବର: ହାତ ଦେଖି ଭବିଷ୍ୟତ କହୁଛନ୍ତି ବାବା। ଖଣ୍ଡଗିରି ମେଳାରେ ଏବେ ତ୍ରିକାଳଦର୍ଶୀ ବାବାଙ୍କୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ଖଣ୍ଡଗିରି ପାଦ ଦେଶରେ ଚାଲିଥିବା କୁମ୍ଭମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ଓ ସନ୍ଥ ଯୋଗ ଦେଇଛନ୍ତି। ମେଳାରେ ତ୍ରିକାଳଦର୍ଶୀ ବାବାଙ୍କ ପାଖରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି। ହସ୍ତରେଖା ଓ କପାଳ ରେଖା ଦେଖି ପଣ୍ଡିତ ଭକ୍ତ ଚରଣ ଦାସ  ଓ ରାଜେଶ୍ବତ ଦାସ ମହାରାଜା ଲୋକମାନଙ୍କ ଅତୀତ, ବର୍ତମାନ ଓ ଭବିଷ୍ୟତ କହିପାରୁଛନ୍ତି।

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ AI 

କଟକ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AI ବେସଡ ସିସିଟିଭି କ୍ୟାମେରା । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି । ଆଜି ତାର ଡ୍ରାଏ ରନ୍  କରାଯାଉଛି।ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ ଜଣ ଅବଜର୍ଭର ଏହି କମାଣ୍ଡ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଅଛନ୍ତି।

କମଲନାଥ ‘ହାତ’ ଛାଡି ‘ପଦ୍ମ’ ଧରିବେ କି ? X ପ୍ରଫାଇଲରୁ ହଟିଲା କଂଗ୍ରେସ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ  । ଲୋକସଭା ନିର୍ବାଚନ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏଠାରେ ପହଞ୍ଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ପଦ୍ମ ପୋଖରୀରେ ସାମିଲ ହେବେ  । ସାଂସଦ ପୁଅ ନକୁଳ ନାଥଙ୍କ ସହ ସେ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି  । ୧୭ ଫେବୃଆରୀ ପୂର୍ବରୁ ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି କମଲନାଥ  । ସେ ଆଜି ପୁଅ ସହ ଦିଲ୍ଲୀ ଗସ୍ତ କରିପାରନ୍ତି  ।

ସେପଟେ ସାଂସଦ ନକୁଲନାଥ X ପ୍ରଫାଇଲରୁ କଂଗ୍ରେସର ଚିହ୍ନ ହଟାଇ ଦେଇଛନ୍ତି  । ଅନ୍ୟପଟେ ପୂର୍ବତନ ମୁଖ୍ୟମନତ୍ରୀ ଦିଗବିଜୟ ସିଂ କହିଛନ୍ତି କମଲନାଥଙ୍କ ସହ ଆଲୋଚନା ହୋଇଛି  । ସେ ଏବେ ଛିନ୍ଦୱାଡାରେ ଅଛନ୍ତି   । ନିଜ ରାଜନୈତିକ କ୍ୟାରିଅର ନେହେରୁ ଓ ଗାନ୍ଧୀଙ୍କ ସହ ଆରମ୍ଭ କରିଥିବା ବ୍ୟକ୍ତି ଏକଦା ଇନ୍ଦିରାଙ୍କ ସହ ମିଶି ବିଜେପିକୁ ଚେକ୍‌ ଦେଇଛନ୍ତି  । ସେହି ବ୍ୟକ୍ତି ଗାନ୍ଧୀ ପରିବାରର ହାତ ଛାଡିଦେବା କଥା ସମ୍ପୂର୍ଣ୍ଣ ଅବିଶ୍ବସନୀୟ  ।

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଚାଞ୍ଚଲ୍ୟ, ରେଳ ଧାରଣାରେ ପଡିଛି ୪ ମୃତଦେହ

ସୁନ୍ଦରଗଡ: ବଣାଇଁରେ ଚାଞ୍ଚଲ୍ଯ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକରୁ ୪ ଜଣଙ୍କ ମୃତଦେହ ଠାବ। ବିମଳାଗଡ଼-କିରିବୁରୁ ରେଳ ଧାରଣାର କିରିବୁରୁ ପାଖରେ ପଡ଼ିଛି ୪ ମୃତଦେହ। ୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ।

ଟ୍ରାକ୍‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପରିବାରକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

୧୯ ବର୍ଷରେ ଆଖି ବୁଜିଲେ ‘ଦଙ୍ଗଲ’ ଅଭିନେତ୍ରୀ ସୁହାନୀ ଭଟ୍ଟନାଗର

ମୁମ୍ବାଇ: ଆଉ ନାହାନ୍ତି ଦଙ୍ଗଲ ଗାର୍ଲ ସୁହାନୀ ଭଟ୍ଟନାଗର। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । କୁହାଯାଉଛି ଯେ, ଚିକିତ୍ସା ପାଇଁ ସୁହାନୀ ଯେଉଁ ମେଡିସିନ୍ ଖାଉଥିଲେ ତାର ସାଇଡ ଇଫେକ୍ଟ ଯୋଗୁଁ ତାଙ୍କ ଶରୀରରେ ପାଣି ଭର୍ତ୍ତି ହୋଇଯାଇଥିଲା । ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୁହାନୀ ଭଟ୍ଟନାଗର ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ। ଦଙ୍ଗଲ ଚଳଚ୍ଚିତ୍ରରେ ସେ ଅମିର ଖାନଙ୍କ ସାନ ଝିଅ ଭୂମିକାରେ ନଜର ଆସିଥିଲେ। ଆଜି ହୁଏତ ସୁହାନୀ ଏଇ ଦୁନିଆରେ ନାହାନ୍ତି କିନ୍ତୁ ‘ଦଙ୍ଗଲ’ରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ।

ଶିଳ୍ପ କ୍ଷେତ୍ରରେ ଲେଖାଗଲା ନୂଆ ପରିଚୟ, ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ

ଚୌଦ୍ବାର: ପୂର୍ବ ଗୌରବ ଫେରି ପାଇବ ଚୌଦ୍ବାର। ସାରା ଓଡ଼ିଶା ପାଇଁ ଶିଳ୍ପ କ୍ଷେତ୍ରରେ ଲେଖାଗଲା ନୂଆ ପରିଚୟ। ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ବିଶ୍ବସ୍ତରୀୟ କମ୍ପାନୀ ଓଡ଼ିଶାକୁ ଆସିବା ଖୁସିର କଥା।

ୱେଲପସନ ଲୁଗା କାରଖାନା ପାଇଁ ଶୁଭ ଦେଇ ମୁଁ ବହୁତ ଖୁସି । ସମସ୍ତଙ୍କ ସହଯୋଗରେ ଓଡିଶା ସାରା ବିଶ୍ବରେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସୁନାମ ଆଣିବ। ଚୌଦ୍ବାରରେ ବିଜୁ ବାବୁ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଶିଳ୍ପ କ୍ଷେତ୍ରରେ ଏକ ନୂଆ ପରିଚୟ ଦେଖାଦେଲା। ଆଜି ୩ ହଜାର କୋଟି ଟଙ୍କାର ଲୁଗା କାରଖାନାର ଶିଳାନ୍ୟାସ ହୋଇଛି।

ଏହାଦ୍ବାରା ୧୦ ହଜାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଲୁଗା କାରଖାନା ହେଲେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା ଓ ଗଜପତି ଜିଲ୍ଲାର କପା ଚାଷୀ ଲାଭବାନ ହେବେ। ଖାସ କରି ମା ମା’ନେ ସ୍ବାବଲମ୍ବୀ ହେବା ସହ ସୁବିଧା ପାଇବେ। ମା’ ମାନଙ୍କ ଦକ୍ଷତା ବିକାଶ କରାଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଭଳି ଏକ କଡ଼ କମ୍ପାନୀ ଓଡ଼ିଶାକୁ ଆସିବା ଏକ ଗୌରବ କଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ବିକାଶ ଦିଗରେ ଏହା ନୂଆ ପରିଚୟ ସୃଷ୍ଟି କରିବ। ଏଠାରେ ଲୁଗା କାରଖାନା ହେଲେ ଓଡ଼ିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସାରା ବିଶ୍ବରେ ସୁନା ଅର୍ଜନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିଳାନ୍ୟାସ ଅବସରରେ ବଡ଼ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ। ଏଠାରେ କମ୍ପାନୀ ହେଲେ, ଯେଉଁ ୬୫୦ ଲୋକଙ୍କ ଘରର ସମସ୍ୟା ଥିଲା ତାର ସମାଧାନ କରାଯିବ। ଏହି ପରିବାରର ଘର ପାଇଁ ଯାହା ଟଙ୍କା ଦରକାର, ତାହା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ। ଏହି ଅବସରରେ ଜନ ସାଧାରଣଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ କାର୍ତ୍ତିକୁ ପାଣ୍ଡିଆନ୍। ମଧୁବାବୁ ଭତ୍ତା, ଗର୍ଭ ବତୀ ମା’ ମାନଙ୍କୁ ମମତା ଯୋଜନା ମିଳୁଥିବା ଲାଭ, ଲକ୍ଷ୍ମୀ ଯୋଜନା, କଳାକାର ଭତ୍ତା ବୃଦ୍ଧି, କଲେଜ ବା ପିଲାଙ୍କ ଲାଗି ନୂଆ-ଓ ସ୍କଲାରସିପ୍ ବାବଦରେ ସୂଚନା ଦେଇଥିଲେ 5T ଅଧ୍ୟକ୍ଷ। ନୂଆ-ଓ ସ୍କଲାରସିପ୍ ଜରିଆରେ ଛାତ୍ରଙ୍କ ଲାଗି ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ବିଜେପି ସାଂସଦ ଅପରାଜିତାଙ୍କୁ ବିରୋଧ କଲେ ନିଜ ଦଳର ସଭ୍ଯ ଓ କର୍ମକର୍ତ୍ତା

0

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧ ବଢୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବେଗୁନିଆ- ବୋଲଗଡ଼ରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ବେଗୁନିଆ- ବୋଲଗଡ଼ରେ ସକ୍ରିୟ ବିଜେପି ସଭ୍ୟମାନେ ଏକାଠି ହୋଇ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ତାଙ୍କ ଦ୍ଵାରା ମନୋନୀତ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିଛନ୍ତି।

ଦଳୀୟ କର୍ମୀ ସମ୍ମିଳନୀରେ ଅପରାଜିତାଙ୍କ ବିରୋଧରେ ସମସ୍ତେ ସ୍ଲୋଗାନ ଦେଇଥିଲେ। ଅପରାଜିତା ହାୟ ହାୟ। ଅପରାଜିତା ତୁମ ମନମୁଖୀ କାମ ଚଳିବ ନାହିଁ। ଆଗାମୀ ନିର୍ବାଚନରେ ବେଗୁନିଆ ବୋଲଗଡ଼ବାସୀ ଜବାବ ଦେବେ ବୋଲି ସ୍ଲୋଗାନ ଦିଆଯାଇଥିଲା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ନିର୍ବାଚନମଣ୍ଡଳୀରୁ ତୀବ୍ର ବିରୋଧ କରାଯାଉଛି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧ ଆହୁରି ବଢୁଛି ବିରୋଧ । ଆଗାମୀ ଦିନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିବାକୁ ତାଙ୍କ ଦଳର କର୍ମୀମାନେ ଜୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି।