ମହାପ୍ରଭୁଙ୍କ ଦର୍ଶନ କଲେ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ। ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଦୀର୍ଘ ୩୦ ବର୍ଷ ପରେ ମହାପ୍ରଭୁଙ୍କ ଡୋରି ଲାଗିବାରୁ ସେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦପ୍ରକାଶ କରିଛନ୍ତି । ଶ୍ରୀଜିଉଙ୍କ ସମେତ ମାଆ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ଦୀପିକା। ସନାତନ ଧର୍ମକୁ ସମସ୍ତେ ରକ୍ଷା କରିବା ସହ ଏହାର ପ୍ରଚାର ପ୍ରସାର କରିବା ଦିଗରେ ଅଗକୁ ଆସିବା ଉଚିିତ ବୋଲି ସେ କହିଛନ୍ତି। ୩୦ ବର୍ଷ ପୂର୍ବେ ଶ୍ରୀମନ୍ଦିକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏବେ ପୁଣିଥରେ ଆସି ମନ୍ଦିର ଚାରିପାଖର ରୂପରେଖ ବଦଳିଯାଇଥିବା ଦେଖି ସେ ଖୁସି ପ୍ରକାଶ କରିଛନ୍ତି । ଆଜି ରବିବାର ଛୁଟିଦିନ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲେ ହେଁ ଏତେ ଭିଡ଼ ମଧ୍ୟରେ ମହାପ୍ରଭୁଙ୍କ ଏଭଳି ଦିବ୍ୟ ଦର୍ଶନ ପାଇବା ଭାଗ୍ୟରେ ଥିଲେ ମିଳିଥାଏ ବୋଲି କହିଛନ୍ତି ଦୀପିକା ।