spot_img
Home Blog Page 2067

ସାଉଥ ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ତାମିଲ ଏବଂ ମାଲାୟାଲମ ସିନେମାରେ କାମ କରୁଥିବା ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁସାରେ ତାଙ୍କ ମୃତ୍ୟୁ ହୃଦ୍‌ଘାତ ଜନିତ ବୋଲି କୁହାଯାଉଛି । ୪୮ ବର୍ଷିୟ ଡାନିଏଲଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ଚେନ୍ନାଇର କୋଟିଭକ୍କାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶୁକ୍ରବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ଚଳଚ୍ଚିତ୍ରରେ ଡାନିଏଲ୍ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ନକାରାତ୍ମକ ଚରିତ୍ରରେ ଅଭିନୟ କରି ତାଙ୍କ ପ୍ରଶଂସକଙ୍କ ପାଖରେ ବେସ ପରିଚିତ ଥିଲେ । ସେ କମଲ ହାସନ, ସୂର୍ଯ୍ୟ, ମାମୁତି, ମୋହନଲାଲ ଏବଂ ଅନ୍ୟାନ୍ୟ ଅନେକ ବଡ ତାରକାଙ୍କ ସହ କାମ କରିଥିଲେ । ତାଙ୍କର ହଠାତ୍ ବିଦାୟ, ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଝଟକା ଲାଗିଛି । ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ପ୍ରଶଂସକମାନେ ତାଙ୍କୁ ମନେ ରଖି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୁହାଯାଉଛି ଯେ ତାଙ୍କର ଶେଷ ରୀତିନୀତି ଶନିବାର ଦିନ ହେବ। ତାଙ୍କର ପ୍ରକୃତ ନାମ ଟି.ସି. ବାଲାଜୀ, କିନ୍ତୁ ଇଣ୍ଡଷ୍ଟ୍ରିରେ ସେ ଡାନିଏଲ୍ ବାଲାଜୀ ଭାବରେ ବେସ ପରିଚିତ ଥିଲେ ।

ଡାନିଏଲ୍ ବାଲାଜୀଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଉପରେ ନଜର ପକାନ୍ତୁ

ସେ କମଲ ହାସନଙ୍କ ଫିଲ୍ମ ‘ମାରୁଦାନାୟାଗମ’ ମାଧ୍ୟମରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ‘ଚିତ୍ତୀ’ ନାମକ ଏକ ସିରିଏଲରେ କାମ କରିଥିଲେ, ଯାହା ତାଙ୍କୁ ପରଦାରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା। ସେ 2004ରେ ମାମୁତିଙ୍କ ଫିଲ୍ମ ‘ବ୍ଲାକ୍’ ସହିତ ମାଲାୟାଲମ ସିନେମାରେ ଅଭିନୟ କରିଥିଲେ। ସେ ଅନ୍ୟାନ୍ୟ ବଡ଼ ବଡ଼ ଚଳଚ୍ଚିତ୍ରର ଏକ ଅଂଶ ମଧ୍ୟ ଥିଲେ ।

୪ ପ୍ରଖ୍ଯାତ ବ୍ଯକ୍ତିତ୍ବଙ୍କୁ ମିଳିଲା ଭାରତ ରତ୍ନ ସମ୍ମାନ

ନୁଆଦିଲ୍ଲୀ : ଯୋଗ୍ଯ ସନ୍ତାନଙ୍କୁ ସର୍ବୋଚ୍ଚ ସମ୍ମାନ।  ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ୪ ପ୍ରଖ୍ଯାତ ବ୍ଯକ୍ତିତ୍ବଙ୍କୁ ମିଳିଲା ଭାରତ ରତ୍ନ ସମ୍ମାନ। ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। । ଆଜି ୪ ଜଣଙ୍କୁ ମରଣୋତ୍ତର ସମ୍ମାନ ମିଳିଥିବାବେଳେ ଆସନ୍ତାକାଲି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ମିଳିବ ବୋଲି ସୂଚନା ମିଳିଛି। ଦେଶର ସର୍ବୋଚ୍ଚ୍ ବେସାମରିକ ସମ୍ମାନ ଲାଗି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ କୃଷି ବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ନାମ ଘୋଷଣା କରିଥିଲେ ସରକାର । ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ସେମାନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ଲାଗି ସରକାର ଘୋଷଣା କରିଥିଲେ ।

ବିଜେଡିରେ ମିଶିଲେ ଗଜପତିର କେ. ସୁରିୟା ରାଓ

ଭୁବନେଶ୍ୱର : ବିଜେଡିରେ ମିଶିଲେ କେ. ସୁରିୟା ରାଓ । ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡି ବିଧାୟକ ହୋଇଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ. ସସ୍ମିତ କହିଲେ କେ. ସୁରିୟା ରାଓ ଗଜପତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ସହ ଅନେକ ନେତା କଂଗ୍ରେସ ଛାଡି ବିଜେଡିରେ ମିଶିଲେ । କେ. ସୁରିୟାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କଲେ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି ଯେ ସମସ୍ତଙ୍କୁ ସ୍ୱାଗତ । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସବୁ ମିସିଛନ୍ତି । ପାରଳାଖେମୁଣ୍ଡି ଓ ଗଜପତି ବିଜେଡି ସଂଗଠନ ଆହୁରି ମଜବୁତ ହେବ । କେ. ସୁରିୟା ରାଓ କହିଲେ ଯେ ଆଜି ମୁଁ କଂଗ୍ରେସ ଛାଡି ବିଜେଡିରେ ମିଶିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ଯୋଜନା । ମୁଁ ଦଳକୁ ଦୃଢ଼ କରିବି, କିଛି ଆଶା ନେଇ ମିଶିନି ଯାହା ଦାୟିତ୍ୱ ମିଳିବ ତାହା କରିବି ।

ରାଜ୍ୟର ବିଭିନ୍ନ ବାର ଆସୋସିଏସନର ଚାଲିଛି ନିର୍ବାଚନ

କଟକ : ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେଉଛି।  ସକାଳୁ ସୁରୁଖୁରୁରେ ଚାଲିଛି ମତଦାନ। ରାଜ୍ୟର ବିଭିନ୍ନ ବାର ଆସୋସିଏସନ ର ବିଭିନ୍ନ ପଦ ନିମନ୍ତେ ହେଉଛି ଏହି ନିର୍ବାଚନ।ଏଥିରେ ୪୦ ହଜାର ରୁ ଉର୍ଦ୍ଧ୍ବ ଆଇନଜୀବୀ ନିଜର ମତ ସାବ୍ୟସ୍ତ କରିବେ। ନିୟମ ମୁତାବକ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ପାଇଁ ମତ ଅଧିକାର ସାବ୍ୟସ୍ତ କରି ପାରିବେ। ହାଇକୋର୍ଟ ବାର ଆସୋସିଏସନ ର ସଭାପତି , ଉପ ସଭାପତି , ସମ୍ପାଦକ , ଯୁଗ୍ମ ସମ୍ପାଦକ , ସହକାରୀ ସମ୍ପାଦକ ସହ କାର୍ଯ୍ୟକାରୀ ସଦସ୍ୟ ଭଳି ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି ସକାଳ ୮ ଟାରୁ ଦିନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ନ ୪ ଟା ପରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବାର ରହିଛି।

 

କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ନେତା ଦଳ ବଦଳ ପ୍ରକ୍ରିଠାରୁ ଆରମ୍ଭକରି ଦଳରୁ ଇସ୍ତଫା ପର୍ଯ୍ୟନ୍ତ । ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ । ପିସିସି ସଭାପତି ଶରତପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିବା ସୂଚନା । ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁରର କଂଗ୍ରେସର ଟାଣୁଆ ନେତା ଥିଲେ । ୨୦୦୪ ରୁ ୨୦୦୯ ତିର୍ତ୍ତୋଲର ବିଧାୟକ ଭାବେ ରହିଥିଲେ ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୪ ରୁ ୨୦୧୯ ଜଗତସିଂହପୁରର ବିଧାୟକ ହୋଇଥିଲେ । ବିଧାନସଭାରେ ବିରୋଧି ଦଳର ଉପନେତା ଥିଲେ ଚିରଞ୍ଜୀବ ।

ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ

ଭୁବନେଶ୍ୱର : ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଭକ୍ତର ଅଗାଢ ବିଶ୍ୱାସକୁ ନେଇ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ । ଏସ୍ ଡି ଫିଲ୍ମସ ବ୍ୟାନରରେ, ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନା ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି l ଭୁବନେଶ୍ୱର ମହାରାଜା ସିନେମା ହଲ୍ ରେ ପ୍ରିମିଅର ଶୋ ହୋଇଯାଇଛି l ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁ ର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ଟିମ୍ l ସିନେମାରେ ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର,ଦେବଙ୍କ ସହ ନାୟିକା ସୁପ୍ରିୟା ନାୟକ ଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି l

ଚିତ୍ରନାଟ୍ୟ ଓ ସଂଳାପ ଅମିତ କୁମାର ଦାଶ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୂରଜ ପୁରୋହିତ l ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ l ଏହାସହ ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବ l ଯୋଉଥିରେ ଅନୁଭବ ମହାନ୍ତି ବଜାଇବେ ବିଗୁଲ l

୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୈାସେନା

ନନ୍ଦିଘୋଷ ବ୍ୟୁରୋ : ସମୁଦ୍ରରେ ପୁଣି ଭାରତୀୟ ନୈାସେନାର ଜଲଓ୍ବା। ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୈାସେନା। ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କରାଯାଇଛି। ଆରବସାଗରରେ ହାଇଜାକ କରାଯାଇଥିବା ଇରାନୀ ମାଛଧରା ଜାହାଜ ଅଲ-କମ୍ବର 786 ଏବଂ ୨୩ ପାକିସ୍ତାନୀ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୈାସେନା। ୧୨ ଘଣ୍ଟାରୁ ଅଧିକ ସମୟର ଲମ୍ବା ଅପରେସନ ପରେ ସମୁଦ୍ରି ଲୁଟେରା ଆତ୍ମସମର୍ପଣ କରିଥିଲେ। ମାର୍ଚ୍ଚ୨୮ ତାରିଖରେ ଆରବ ସାଗରରେ ଇରାନର ଫିସିଂ ଭେସଲରେ ୨୩ ପାକିସ୍ତାନୀ ନାଗରିକଙ୍କୁ ଅପହରଣ କରାଯାଇଥିଲା। ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନୌସେନା ନିକଟକୁ ଏନେଇ ଖବର ଆସିଥିଲା। ପରେ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନା ପୂର୍ବରୁ ମଧ୍ୟ ଆରବ ସାଗରରେ ହୋଇଥିବା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିଛନ୍ତି।

ରତ୍ନ ପଥର ଖୋଜାବା ବେଳେ ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ

ଅନୁଗୁଳ : ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବେଲାଦୁଲା ଗ୍ରାମର ସୁଶାନ୍ତ ଝାଙ୍କର ଅଳ୍ପକେ ବର୍ତିଲେ ୧୦ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତିଦିନ ପଥର ଖୋଜାଇ ଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକ ମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ । ଫଳରେ ବହୁତ ସମୟ ପର୍ଯ୍ୟନ୍ତ ନଆସୁବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ । ତେବେ ଏକ ବିରାଟକାୟ ପଥରକୁ ହଟାଇବା ଦମକଳ ବହିନୀ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଅକାରଣରେ ଏକ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।  ଅନ୍ୟପଟେ ବାରମ୍ବାର ଏହା ଉପରେ କଟକଣା କରାଯାଇଥିଲେ ବି ରାଜସ୍ୱ ବିଭାଗ ଓ ପୋଲିସ ଆଖି  ଆଗରେ ଏଭଳି କାର୍ଯ୍ୟ ଚାଲୁଛି । ପ୍ରଶାସନ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି ।

ନିର୍ବାଚନ ପୂର୍ବରୁ ଆକ୍ସନ, ୨ଟି ଦେଶୀ ବନ୍ଧୁକ ସହ ୨ ଅଭିଯୁକ୍ତ ଗିରଫ

ନୟାଗଡ଼ : ୨ଟି ଦେଶୀ ବନ୍ଧୁକ ସହ ୨ ଅଭିଯୁକ୍ତ ଗିରଫ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନମୁଡରେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ପୋଲିସ । ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଚଢାଉ ଜାରି ରଖିଛି ପୋଲିସ।  ବିଶେଷ ସୂତ୍ରରୁ ଖବର ପାଇ ବାଣୀଗୋଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ନେଡିପଦର ଗାଁରେ ଚଢାଉ କରାଯାଇଥିଲା ।  ନେଡିପଦର ଗାଁର ବଶିଷ୍ଠ ବେହେରା ଓ ପ୍ରଦୀପ ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ।

ରାୟଗଡ଼ା ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ବାଇନିବସା ଗାଁର ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍ କରିଛି ମୁନିଗୁଡା ପୋଲିସ। ୨୪ ଦିନପରେ ଘଟଣା ଉପରୁ ପର୍ଦ୍ଦା ଉଠିଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ବିହାରି ଶ୍ରମିକଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ  l ୯ବର୍ଷର ନାବାଳିକା ନିଜଘରେ ଟିଭି ଦେଖୁଥିବା ବେଳେ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ନାବାଳିକାକୁ ବାହାନା କରି ଜଙ୍ଗଲ କୁ ଡାକିନେଇଥିଲା। ସେଠାରେ ପ୍ରଥମେ ଦୁଷ୍କର୍ମ ଓ ପରେ ନାବାଳିକାକୁ ହତ୍ୟା କରିଥିଲା। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ  ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗାତରେ ପୋତିଦେଇଥିଲା। ଗତ ୧୭ ତାରିଖରେ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତ ପରେ ବିହାରି ଶ୍ରମିକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ନିକଟରେ ଦୋଷ ସ୍ବୀକାର କରିଥିଲା। ଅଭିଯୁକ୍ତ ବିହାର ଅଞ୍ଚଳର ହରିସ ରାମ। ମୁନିଗୁଡା ପୋଲିସର ଏକ ଟିମ  ବିହାରରେ ପହଂଚି ଅଭିଯୁକ୍ତ ହରିସକୁ  ଗିରଫ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଷମକଟକ ଏସ୍.ଡି.ପିଓ ସନ୍ତୋଷିନୀ ଓରାମ ।