ବିଜେଡିରେ ମିଶିଲେ ଗଜପତିର କେ. ସୁରିୟା ରାଓ

ଭୁବନେଶ୍ୱର : ବିଜେଡିରେ ମିଶିଲେ କେ. ସୁରିୟା ରାଓ । ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡି ବିଧାୟକ ହୋଇଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ. ସସ୍ମିତ କହିଲେ କେ. ସୁରିୟା ରାଓ ଗଜପତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ସହ ଅନେକ ନେତା କଂଗ୍ରେସ ଛାଡି ବିଜେଡିରେ ମିଶିଲେ । କେ. ସୁରିୟାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କଲେ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି ଯେ ସମସ୍ତଙ୍କୁ ସ୍ୱାଗତ । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସବୁ ମିସିଛନ୍ତି । ପାରଳାଖେମୁଣ୍ଡି ଓ ଗଜପତି ବିଜେଡି ସଂଗଠନ ଆହୁରି ମଜବୁତ ହେବ । କେ. ସୁରିୟା ରାଓ କହିଲେ ଯେ ଆଜି ମୁଁ କଂଗ୍ରେସ ଛାଡି ବିଜେଡିରେ ମିଶିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ଯୋଜନା । ମୁଁ ଦଳକୁ ଦୃଢ଼ କରିବି, କିଛି ଆଶା ନେଇ ମିଶିନି ଯାହା ଦାୟିତ୍ୱ ମିଳିବ ତାହା କରିବି ।