ସାଉଥ ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ତାମିଲ ଏବଂ ମାଲାୟାଲମ ସିନେମାରେ କାମ କରୁଥିବା ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁସାରେ ତାଙ୍କ ମୃତ୍ୟୁ ହୃଦ୍‌ଘାତ ଜନିତ ବୋଲି କୁହାଯାଉଛି । ୪୮ ବର୍ଷିୟ ଡାନିଏଲଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ଚେନ୍ନାଇର କୋଟିଭକ୍କାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶୁକ୍ରବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ଚଳଚ୍ଚିତ୍ରରେ ଡାନିଏଲ୍ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ନକାରାତ୍ମକ ଚରିତ୍ରରେ ଅଭିନୟ କରି ତାଙ୍କ ପ୍ରଶଂସକଙ୍କ ପାଖରେ ବେସ ପରିଚିତ ଥିଲେ । ସେ କମଲ ହାସନ, ସୂର୍ଯ୍ୟ, ମାମୁତି, ମୋହନଲାଲ ଏବଂ ଅନ୍ୟାନ୍ୟ ଅନେକ ବଡ ତାରକାଙ୍କ ସହ କାମ କରିଥିଲେ । ତାଙ୍କର ହଠାତ୍ ବିଦାୟ, ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଝଟକା ଲାଗିଛି । ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ପ୍ରଶଂସକମାନେ ତାଙ୍କୁ ମନେ ରଖି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୁହାଯାଉଛି ଯେ ତାଙ୍କର ଶେଷ ରୀତିନୀତି ଶନିବାର ଦିନ ହେବ। ତାଙ୍କର ପ୍ରକୃତ ନାମ ଟି.ସି. ବାଲାଜୀ, କିନ୍ତୁ ଇଣ୍ଡଷ୍ଟ୍ରିରେ ସେ ଡାନିଏଲ୍ ବାଲାଜୀ ଭାବରେ ବେସ ପରିଚିତ ଥିଲେ ।

ଡାନିଏଲ୍ ବାଲାଜୀଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଉପରେ ନଜର ପକାନ୍ତୁ

ସେ କମଲ ହାସନଙ୍କ ଫିଲ୍ମ ‘ମାରୁଦାନାୟାଗମ’ ମାଧ୍ୟମରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ‘ଚିତ୍ତୀ’ ନାମକ ଏକ ସିରିଏଲରେ କାମ କରିଥିଲେ, ଯାହା ତାଙ୍କୁ ପରଦାରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା। ସେ 2004ରେ ମାମୁତିଙ୍କ ଫିଲ୍ମ ‘ବ୍ଲାକ୍’ ସହିତ ମାଲାୟାଲମ ସିନେମାରେ ଅଭିନୟ କରିଥିଲେ। ସେ ଅନ୍ୟାନ୍ୟ ବଡ଼ ବଡ଼ ଚଳଚ୍ଚିତ୍ରର ଏକ ଅଂଶ ମଧ୍ୟ ଥିଲେ ।