ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ

1 min read

ଭୁବନେଶ୍ୱର : ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଭକ୍ତର ଅଗାଢ ବିଶ୍ୱାସକୁ ନେଇ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ । ଏସ୍ ଡି ଫିଲ୍ମସ ବ୍ୟାନରରେ, ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନା ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି l ଭୁବନେଶ୍ୱର ମହାରାଜା ସିନେମା ହଲ୍ ରେ ପ୍ରିମିଅର ଶୋ ହୋଇଯାଇଛି l ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁ ର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ଟିମ୍ l ସିନେମାରେ ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର,ଦେବଙ୍କ ସହ ନାୟିକା ସୁପ୍ରିୟା ନାୟକ ଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି l

ଚିତ୍ରନାଟ୍ୟ ଓ ସଂଳାପ ଅମିତ କୁମାର ଦାଶ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୂରଜ ପୁରୋହିତ l ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ l ଏହାସହ ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବ l ଯୋଉଥିରେ ଅନୁଭବ ମହାନ୍ତି ବଜାଇବେ ବିଗୁଲ l