spot_img
Home Blog Page 2065

ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ

ପୁରୀ: ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଆସନ୍ତା ଏପ୍ରିଲ ୧୭ରୁ ମେ ୧ ତାରିଖ ପର୍ଯ୍ୟନ୍ତ ସାହିଯାତ ଅନୁଷ୍ଠିତ ହେବ । ଯାତ ପୂର୍ବରୁ ସଂପୂକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ନିମନ୍ତେ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଶୃଙ୍ଖଳା ନିମନ୍ତେ ସାହିପାଇଁ ଆବଶ୍ୟକୀୟ ପୋଲିସ ମୁତୟନ କରାଯିବ । ପାରସ୍ପରିକ ସହଯୋଗ ନିମନ୍ତେ ୮ ସାହି ଆଖଡାର ମୁରବିମାନଙ୍କୁ ନେଇ କମିଟି ଗଠନ କରାଯିବ । ସାହି ଯାତ ବୁଲିବା ପାଇଁ ରୁଟ ଚାଟ ପ୍ରଦାନ କରାଯିବ । ମେଢ ବାହାର କରିବା ନିମନ୍ତେ ସମୟସୀମା ନିର୍ଘଣ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଉପ ଜିଲ୍ଲାପାଳ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଜିଲ୍ଲା ସଂସ୍କୃତି ଅଧିକାରୀ, ପୋଲିସ ଅଧିକାରୀଙ୍କ ସହ ୮ ସାହି ଆଖଡା ମୁରବି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ଗରିବଙ୍କ ବଳ ୫ ଟଙ୍କିଆ ଆହାର, ମାଗଣା ରୋଗୀ ସେବା ସହ ସ୍ବଚ୍ଛ ପରିବେଶରେ ସ୍ବାଦିଷ୍ଟ ଭୋଜନ

କଟକ: ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଥିବା ଖଟିଖିଆ ମଣିଷଙ୍କ ପାଇଁ ରୋଗ ଏକ ଆତଙ୍କ । ହେଲେ ରାଜ୍ୟ ସରକାରଙ୍କ ନିଃଶୁଳ୍କ ଚିକିତ୍ସା ସେବା ସାଙ୍ଗକୁ ୫ ଟଙ୍କିଆ ଆହାର ଯୋଜନା ସେମାନଙ୍କୁ ବଳ ଯୋଗାଇଛି । ଏସସିବି ଓ କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଖୋଲିଥିବା ଆହାର କେନ୍ଦ୍ର ଖାଦ୍ୟ ଚିନ୍ତା ଦୂର କରିବାରେ ସକ୍ଷମ ହୋଇଛି । ପ୍ରତିଦିନ ଏଠାରୁ ୩ ହଜାରରୁ ଉର୍ଦ୍ଧ ଲୋକ ଆହାର ପାଉଥିବା ବେଳେ ଏବେ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହାର ସମ୍ପ୍ରସାରଣ ପାଇଁ ହୋଇଛି ଯୋଜନା।

ଗରିବଙ୍କୁ ମିଳିଛି ପେଟ ଓ ରୋଗ ସହ ଲଢିବାର ଶକ୍ତି । ଏହି ଶକ୍ତି ଯୋଗାଇ ଦେଇଛନ୍ତି ରାଜ୍ଯ ସରକାର । ମାଗଣା ଚିକିତ୍ସା ସେବା ସହ ୫ ଟଙ୍କାରେ ପେଟପୁରା ଖାଦ୍ଯ । ଖଟିଖିଆ ଲୋକଙ୍କ ପାଇଁ ସାଜିଛି ବଳ । କେଉଁ ରୋଗ କେତେବେଳେ କାହାକୁ ହେବ ସେ କଥା କହିବା ମୁସ୍କିଲ । ତେବେ ଗରିବଙ୍କ ପାଇଁ ଛୋଟ ହେଉବା ବଡ଼, ରୋଗ ହେଲେ ମାନସିକ ଶାରୀରିକ ଓ ଆର୍ଥିକସ୍ଥିତିକୁ ଦୋହଲାଇ ଦେଇଥାଏ । ତେବେ ରାଜ୍ୟ ସରକାରଙ୍କ ଯୋଗୁଁ ଆଉ ସେହି ଚିନ୍ତା ନାହିଁ । ମାଗଣା ରୋଗୀ ସେବା ସହ ସେମାନଙ୍କ ସମ୍ପର୍କୀୟ ମାନଙ୍କ କ୍ଷୁଧା ନିବାରଣ ପାଇଁ ୫ ଟଙ୍କିଆ ଆହାର ବ୍ୟବସ୍ଥା କରିଛନ୍ତି ରାଜ୍ଯ ସରକାର । ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଖୋଲିଥିବା ଆହାର କେନ୍ଦ୍ରରୁ ଦିନରାତି ମିଶାଇ ୩ ହଜାରରୁ ଉର୍ଦ୍ଧ୍ବ ଆହାର ପାଉଛନ୍ତି । କେନ୍ଦ୍ରରେ ନିୟୋଜିତ ମିଶନ ଶକ୍ତି ମାଆ ମାନେ ମଧ୍ୟ ଏଭଳି ପୁଣ୍ୟ କାର୍ଯ୍ୟରେ ସାମିଲ ହୋଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

କଟକ ଏସସିବି ବଡ଼ ମେଡିକାଲ ରେଫେରରାଲ ହସ୍ପିଟାଲ ହୋଇଥିବାରୁ ପ୍ରତିଦିନ ଏଠାକୁ ଓଡିଶା ସମେତ ବାହାର ରାଜ୍ୟରୁ ହଜାର ହଜାର ରୋଗୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ 60 ପ୍ରତିଶତ ଆହାର ଉପରେ ନିର୍ଭର କରୁଛନ୍ତି । ସ୍ଵଚ୍ଛ ପରିବେଶରେ ପେଟପୁରା ସୁସ୍ୱାଦୁ ଖାଦ୍ଯ ମିଳୁଥିବାରୁ ସମସ୍ତେ ଖୁସ୍ । ଚାହିଦାକୁ ଦେଖି ଏସସିବି ଅଧିକାରୀଙ୍କ ଅନୁରୋଧକ୍ରମେ ଏହାକୁ ସାମ୍ପ୍ରସାରଣ ପାଇଁ ଯୋଜନା ହୋଇଛି । ୫ ଟଙ୍କିଆ ଆହାର ଯୋଗୁଁ ଏସସିବିକୁ ଆସୁଥିବା ରୋଗୀ ଓ ପରିବାର ଲୋକଙ୍କ ମୁହଁରେ ହସ ଆଣିଦେଇଛି । ଏଥିପାଇଁ ରାଜ୍ଯ ସରକାରଙ୍କୁ ପ୍ରଶଂସା କରିଛନ୍ତି ରୋଗୀ ଓ ତାଙ୍କ ପରିବାର ।

କୋଟିଆ ଲୋକଙ୍କୁ ପୁଣି ନିଜଆଡକୁ ଟାଣିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର

ନନ୍ଦିଘୋଷ ବ୍ୟୁରୋ: ଉଭୟ ଆନ୍ଧ୍ର ଏବଂ ଓଡିଶାର ଲୋକସଭା ଓ ବିଧାନସଭା ନିମନ୍ତେ ନିର୍ବାଚନ ଆସନ୍ତା ମେ ମାସ ୧୩ ତାରିଖ ଦିନ ଅନୁଷ୍ଠିତ ହେବ । କୋଟିଆର ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଆନ୍ଧ୍ର ପକ୍ଷରୁ ଚକ୍ରାନ୍ତ ଚଳାଇଛି । ହେଲେ ପୂର୍ବପରି କୋଟିଆ ବାସୀ ଓଡିଶାରେ କିପରି ଭୋଟ ଦେବେ ଓଡିଶା  ପ୍ରଶାସନ ପକ୍ଷରୁ ରଣନୀତି ଜାରି ରହିଛି ।

ସୁଧୁରୁନି ଆନ୍ଧ୍ର । କୋଟିଆ ଲୋକଙ୍କୁ ପୁଣି ନିଜଆଡକୁ ଟାଣିବା ପାଇଁ କରୁଛି ଚକ୍ରାନ୍ତ । ମିଛ ପ୍ରତିଶ୍ରୁତି ଦେଇ ଚଳାଇଛି ପ୍ରଚାର । ହେଲେ ସବୁ ଚାଲକୁ ଭଣ୍ଡୁର କରିବାକୁ ପ୍ରସ୍ତୁତ କୋରାପୁଟ ପ୍ରଶାସନ । ଲୋକଙ୍କୁ ସଚେତନ କରିବା ସହ ଦେଇଛି ରାଜ୍ୟ ସରକାରଙ୍କ ବିକାଶର ହିସାବ । ଆସନ୍ତା ମେ ମାସ ୧୩ ତାରିଖରେ ଚତୁର୍ଥ ପର୍ଯ୍ଯାୟ ଭୋଟ ହେବ। ୧୩ରେ ପଟାଙ୍ଗୀରେ ଭୋଟ ହେବାକୁ ଥିବା ବେଳେ ସେହି ଦିନ ଅନ୍ଧ୍ରପଦ୍ରେଶର ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବେ । ଏନେଇ ବାରମ୍ବାର କୋଟିଆରେ ଅନୁପ୍ରବେଶ କରି କୋଟିଆ ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଚଲାଇଛି ଆନ୍ଧ୍ର ।

ଆନ୍ଧ୍ର କୋଟିଆ ପଞ୍ଚାୟତକୁ ପାଞ୍ଚଟି ପଞ୍ଚାୟତରେ ବିଭକ୍ତ କରିଛି । ପାଟୁସିନେରୁ, ପଗୁଣସିନେରୁ, ଗଞ୍ଜାଇଭାଦରା,ସାରିକି ଓ କୁରୁକୁଟି ପଞ୍ଚାୟତ ଭାବେ ବିଭାଜନ କରିଛି। ଉକ୍ତ ପଞ୍ଚାୟତ ଗୁଡ଼ିକରେ ମୋଟ ୨୫୫୪ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। କୋଟିଆ ବିବାଦକୁ ନେଇ ସୁପ୍ରିମ କୋର୍ଟରେ ମକଦ୍ଦମା ଲାଗି ରହିଥିବା ବେଳେ ସୁପ୍ରିମ କୋର୍ଟ ଉଭୟ ଓଡିଶା ଓ ଆନ୍ଦ୍ର କୁ ସ୍ଥିତାବସ୍ଥା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ ଆନ୍ଦ୍ର ସପକ୍ଷରେ କୋଟିଆବାସୀ ଅଛନ୍ତି ବୋଲି ପ୍ରମାଣିତ କରିବାକୁ ହିନ ଚକ୍ରାନ୍ତ ଚଳାଇଛି । ହେଲେ ଏହି ଚକ୍ରାନ୍ତକୁ ଫେଲ କରିଛନ୍ତି କୋରାପୁଟ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି । ଲୋକଙ୍କୁ ସଚେତନ କରିବା ସହିତ ଓଡିଶାର ନିର୍ବାଚନରେ ସାମିଲ ହୋବାକୁ ଲୋକଙ୍କୁ ଅପିଲ କରିଛନ୍ତି ।

ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ସମୁଦାୟ ୫,୫୦୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ପୁରୁଷ ଭୋଟରଙ୍କ ସଂଖ୍ୟା ୨୫୮୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨୯୧୩ ରହିଛି । କୋଟିଆ ପଞ୍ଚାୟତର ଲୋକେ ସୁବିଧାରେ ଭୋଟ ଦେବା ପାଇଁ କୋରାପୁଟ ପ୍ରଶାସନ ପକ୍ଷରୁ ୯ଟି ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାଷନ୍ କୋଟିଆ ଗ୍ରାମପୁଂଜକୁ  ଗସ୍ତକରି ଭୋଟଦେବାକୁ  ଭୋଟରଙ୍କୁ  ସଚେତନ କରୁଛନ୍ତି । କୋଟିଆର ଜନସାଧାରଣ ମଧ୍ୟ ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କୋଟିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 150 କୋଟି ଟଙ୍କାର ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । କୋଟିଆରେ ସ୍କୁଲ , ରାସ୍ତାଘାଟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି। ତେଣୁ କୋଟିଆବାସୀ ଓଡିଶାର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଭୋଟ ଦେବାକୁ ଆଗ୍ରହ ଦେଖାଇଛନ୍ତି ।

 

ଜମୁଛି ପଞ୍ଚୁଦୋଳ ମେଳନ

କେନ୍ଦ୍ରାପଡ଼ା: ପଞ୍ଚୁ ଦୋଳ ମେଳନ ଉତ୍ସାହ। ସବୁଠି ହୋଲି ଗୋଟିଏ ଦିନରେ ପାଳନ ହେଉଥିବା ବେଳେ କେନ୍ଦ୍ରାପଡାରେ ପଞ୍ଚୁ ଦୋଳ ନିଆରା ଢଙ୍ଗରେ ପାଳନ ହେଉଛି। ଦୂର ସ୍ଥାନରୁ ଆସି ପହଞ୍ଚିଛି ଦୋଳ ବିମାନ। ଏଥିସହ ଧୁମଧାମରେ ଅନୁଷ୍ଠିତ ହୋଇଛି ଯାଜପୁର ଧର୍ମଶାଳାର ଐତିହାସିକ ମୁନସୀ ମେଳଣ। ସୁସଜିତ ଦୋଳ ବିମାନରେ ଝୁଲି ଝୁଲି ଆସିଲେ ଦୋଳ ଗୋବିନ୍ଦ।

କେନ୍ଦ୍ରାପଡାରେ ପାଳନ ହେଉଛି ପଞ୍ଚୁ ଦୋଳ। ସବୁଠି  ହୋଲି ଗୋଟିଏ ଦିନରେ ପାଳନ ହେଉଥିବା ବେଳେ ପଞ୍ଚୁ ଦୋଳରେ କିନ୍ତୁ ନିଆରା ଢଙ୍ଗରେ ପଞ୍ଚୁ ଦୋଳ ପାଳନ ହେଉଛି। ବାଲିପାଟଣାର ପ୍ରଖ୍ୟାତ ଦେବତା ଲମାନଜୀଉ, ଗୋବିନ୍ଦଜୀଉ, ଗୋପାଳଜୀଉ ଏବଂ ଅନେକ ସୁଦୂର ବିମାନ ଆସି ପହଂଚିଥାନ୍ତି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ପାଖରେ।  ଏହାପରେ ଭୋଗ ଲାଗି କରାଯାଇଥାଏ ।  ଚଳିତ ବର୍ଷ ହୋଲିକୁ ସୁରକ୍ଷିତରର ସହ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ହୋଇଛି।

ଧୁମଧାମରେ ଅନୁଷ୍ଠିତ ହୋଇଛି ଯାଜପୁର ଧର୍ମଶାଳାର ଐତିହାସିକ ମୁନସୀ ମେଳଣ। ସୁସଜିତ ଦୋଳ ବିମାନରେ  ଝୁଲି ଝୁଲି ଆସୁଛନ୍ତି ଦୋଳ ଗୋବିନ୍ଦ। ମୁନସୀ ବାବୁ ଆରମ୍ଭ କରିଥିବା ଏହି ମେଳଣ ୧୪୮ବର୍ଷରେ ପହଞ୍ଚିଛି। ଚଳିତ ବର୍ଷ ଛୋଟ ବଡ଼ ୩୫ଟି ବିମାନ ମେଳଣରେ ସାମିଲ ହୋଇଥିଲା। ବାଜା ସଂକୀର୍ତନ ସହ ପାରମ୍ପରିକ ଲଉଡ଼ିଖେଳରେ ପ୍ରକମ୍ପିତ ହୋଇଥିଲା ପରିବେଶ। ମେଳଣ ବୁଲିବା ସହ ରାଧା କୃଷ୍ଣଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବହୁ ସଂଖ୍ଯାରେ ଶ୍ରଦ୍ଧାଳୁ। ମେଳଣରେ ପୋଲିସ ଓ ଜନତା ପରସ୍ପର ମଧ୍ୟରେ ଫଗୁ ଖେଳିଥିଲେ। ମେଳଣ ପଡିଆରେ ବ୍ୟବସାୟୀ ମାନେ ଭଳିକି ଭଳି ସାମଗ୍ରୀ ବିକ୍ରି କରିଥିଲେ।

 

ମନେ ରଖନ୍ତୁ, ଏପ୍ରିଲ୍ ପହିଲାରୁ ବଦଳିବାକୁ ଯାଉଛି ଏହିସବୁ ନିୟମ

ନନ୍ଦିଘୋଷ ବ୍ୟୁରୋ: ସରିବାକୁ ଯାଉଛି ୨୦୨୩-୨୪ ଆର୍ଥିକ ବର୍ଷ। ଆସନ୍ତା ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ତେବେ ଏହି ପହିଲାଠାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ବଡ଼ ନିୟମ। ଏଥିରେ ପାନ୍ -ଆଧାର କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏଡାଛଡା ପିଏଫ୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ ବୋଲି ଜଣାପଡିଛି।

() ଏପ୍ରିଲ୍ ପହିଲାଠାରୁ କାର୍ଯ୍ୟକାରୀ ହେଉଥିବା ଫାସ୍ଟ୍ୟାଗ୍ ଉପଭୋକ୍ତାମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ କାରବାରରେ ସମ୍ଭାବ୍ୟ ବ୍ୟାଘାତକୁ ଏଡାଇବା ପାଇଁ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ସେମାନଙ୍କର କେୱାଇସି ଅପଡେଟ୍ ହୋଇଛି କି ନାହିଁ। ଏହି ଆଦେଶକୁ ଅନୁପାଳନ ନ କଲେ ଟୋଲ୍ ପେମେଣ୍ଟରେ ବାଧା ସୃଷ୍ଟି ହୋଇପାରେ।

() ପାନକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ ରହିଛି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଲିଙ୍କ୍ ସଂପୂର୍ଣ୍ଣ କରିବାରେ ବିଫଳତା କାରଣରୁ ଜଣଙ୍କର ପାନ୍ ନମ୍ବର ବାତିଲ ହୋଇପାରେ। ୧ ଏପ୍ରିଲ୍ ୨୦୨୪ ପରେ ପାନ୍-ଆଧାର ଲିଙ୍କ୍ରେ ବିଳମ୍ବ ପାଇଁ ବ୍ୟକ୍ତିବିଶେଷଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ,

() ୧ ଏପ୍ରିଲ୍ ୨୦୨୪ଠାରୁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏକ ସ୍ୱୟଂଚାଳିତ ପିଏଫ୍ ଆକାଉଣ୍ଟ ସ୍ଥାନାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ଏହି ପଦକ୍ଷେପ ଚାକିରି ବଦଳାଇବା ସମୟରେ ମାନୁଆଲ ଅନୁରୋଧର ଆବଶ୍ୟକତାକୁ ଦୂର କରିଥାଏ। ଏହାଛଡା ଏହା ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରି ବ୍ୟବହାରକାରୀଙ୍କ ପାଇଁ ସମସ୍ତ ଅସୁବିଧାକୁ ମଧ୍ୟ ହ୍ରାସ କରିଥାଏ।

() ଉପଭୋକ୍ତାମାନଙ୍କ ପାଇଁ ସଂଶୋଧିତ ନିୟମ ୧ ଏପ୍ରିଲରୁ ଭଡା ଦେୟ ପ୍ରଦାନ କରୁଥିବା ଏସ୍ବିଆଇ କ୍ରେଡିଟ କାର୍ଡଧାରୀମାନେ ଆଉ ଆୱାର୍ଡ ପଏଣ୍ଟ ପାଇବେ ନାହିଁ। ଏହି ପଲିସି ଆଡଜଷ୍ଟମେଣ୍ଟ, ପ୍ରାରମ୍ଭରେ କ୍ରେଡିଟ୍ କାର୍ଡ ବାଛିବା ପାଇଁ ପ୍ରଯୁଜ୍ୟ ଏବଂ ୧୫ ଏପ୍ରିଲ୍ ୨୦୨୪ ସୁଦ୍ଧା ଅନ୍ୟମାନଙ୍କୁ ବିସ୍ତାର କରିଥାଏ, ଗ୍ରାହକଙ୍କ ଆଚରଣ ବିକାଶ ହେତୁ ପୁରସ୍କାର ସଂରଚନାକୁ ଯୁକ୍ତିଯୁକ୍ତ କରିବା ଏବଂ ପ୍ରୋତ୍ସାହନ ବଢ଼ାଇବାକୁ ଲକ୍ଷ୍ୟ ରଖିଛି।

ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ

ଭୁବନେଶ୍ବର: ବାପାଙ୍କୁ ଗାଳି କରି ସ୍ବାଧୀନ ବିଧାୟକ ପ୍ରାର୍ଥୀ ହେବାକୁ  ପୁଅ ଅଣ୍ଟା ଭିଡ଼ିଛନ୍ତି । ଆମେ କହୁଛୁ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ କଥା । ବିଧାୟକ ପ୍ରାର୍ଥୀ ହେବାର ସ୍ବପ୍ନ ଦେଖୁଥିବା ସିଦ୍ଧାର୍ଥ ଏବେ ନିମାପଡ଼ା ନୁହେଁ ଜଟଣୀରେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଛନ୍ତି । ପ୍ରଥମେ କଂଗ୍ରେସରେ ରହି କଂଗ୍ରେସ ଟିକେଟରୁ ନିମାପଡ଼ାରେ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡ଼ିଥିବା ସିଦ୍ଧାର୍ଥ ରାଉତରାୟ ଏବେ କଂଗ୍ରେସ ନୁହେଁ, ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଛନ୍ତି  । ତାହା ପୁଣି ଜଟଣୀ ବିଧାନସଭା ଆସନରୁ । ସିଦ୍ଧାର୍ଥ ରାଉତରାୟ ନିର୍ବାଚନ ଲଢିବା ପାଇଁ  ଏତେ ବ୍ୟାକୁଳ ଯେ ନିଜ ବାପାଙ୍କୁ ବାରମ୍ବାର ଗଣମାଧ୍ୟମରେ ଗାଳିଗୁଳଜ କରିବାକୁ ପଛାଉ ନାହାନ୍ତି । ଶେଷରେ ସିଦ୍ଧାର୍ଥ ରାଉତରାୟ କହିଛନ୍ତି ଯେ କଂଗ୍ରେସ ଟିକେଟ ପାଇଲେ ବି ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ନାହିଁ ।

ସୁନିତା କେଜ୍ରିୱାଲଙ୍କୁ ଭେଟିଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେପଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଫସିଛନ୍ତି । ତେବେ ଏଭଳି ଏକ ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ଉଭୟ ଭେଟଘାଟ କରିଥିବାବେଳେ ଆଲିଙ୍ଗନ କରିଥିଲେ । ଫୋନରେ କଥା ହେବାବେଳେ କଳ୍ପନା କହିଥିଲେ କି, ଜଣେ ବନ୍ଧୁଭାବେ ମୁଁ ତୁମ ଦୁଃଖକୁ ବୁଝି ପାରୁଛି । ତେବେ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ଦିଲ୍ଲୀରେ ଏକ ମେଗା ରାଲି କରାଯାଉଛି । ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଭେଟଘାଟ ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଦିଲ୍ଲୀର ରାମଲିଳା ମଇଦାନରେ ବିଶାଳ ଜନସମାଗମ ସହ ରାଲି ହେବାକୁ ଯାଉଛି । ଏଥିରେ ବିରୋଧୀ ନେତାଙ୍କ ମେଳି ହେବା ସହ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେବେ ।

ଦିନର ତାତିଠୁ ବଳିଯାଉଛି ରାତିରେ ତାପମାତ୍ରା

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡିଶାରେ ତାତିର ଅଘୋଷିତ କର୍ଫ୍ୟୁ । ଦିନର ତାତିଠୁ ବଳିଯାଉଛି ରାତ୍ରିରେ ତାପମାତ୍ରା । ଗତକାଲିଠାରୁ ରେକର୍ଡ ସୃଷ୍ଟି କରିଛି ଉଷ୍ମ ରାତି । ଦିନରେ ୪୦ ଡିଗ୍ରୀ ସହ ରାତିରେ ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ପାରଦ ରେକର୍ଡ ହୋଇଛି । ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ ରେ ଉଷ୍ମ ରାତି ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପିକ୍ ଆଓ୍ବାରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଉପକୂଳ ଓଡିଶାରେ ତାତି ସହ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା । ତାତି ଏବଂ ଆଦ୍ରତା ପାଇଁ ସୃଷ୍ଟି ହୋଇଛି ଅସହ୍ୟ ପାଣିପାଗ । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ତେବେ ବର୍ଷା ହେଲେବି ତାତିରେ ବ୍ରେକ ଲାଗିବନି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମିଶିଲେ..

ଭୁବନେଶ୍ବର: ବଢ଼ୁଛି ବିଜେଡିର ଲୋକପ୍ରିୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେଡି ଛାଡ଼ି ବିଜେପିରେ ମିଶିଲେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିର ୨ କାଉନସିଲର ଏବଂ ଜଣେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ।  ଦଶପଲ୍ଲା ଏନଏସିର ବିଜେପି କାଉନସିଲର କିରଣ କୁମାର ସାହୁ ଓ ସ୍ୱାଧୀନ କାଉନସିଲର ମାନିନି ସେଠି ବିଜେଡିରେ ସାମିଲ ହୋଇଛନ୍ତି । ଏହାସହ ଗଣିଆ ବ୍ଲକର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମନୋରଞ୍ଜନ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଦଶପଲ୍ଲା  ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ରହିଥିଲେ ।

 

୬୬ ବର୍ଷ ବୟସରେ ୧୭୧ ଥର ରକ୍ତ ଦାନ କରି ଚର୍ଚ୍ଚାରେ ଗୋପୀ ମୋହନ ପଟ୍ଟନାୟକ

ଭୁବନେଶ୍ବର: ରାଜଧାନୀର ରକ୍ତ ଦାତା ଗୋପୀ ମୋହନ ପଟ୍ଟନାୟକ ୬୬ ବର୍ଷ ବୟସରେ ୧୭୧ ଥର ରକ୍ତ ଦାନ କରି ଏବେ ଚର୍ଚ୍ଚାରେ । ଦୁର୍ଘଟଣା ହେଉ କି ଜରୁରୀକାଳୀ ସମୟ ଅସହାୟଙ୍କ ପାଖରେ ପହଞ୍ଚି ଯାଆନ୍ତି ଗୋପୀ ମୋହନ । ଦୀର୍ଘ ୫୦ ବର୍ଷ ଧରି ସେ ରକ୍ତ ଦାନ କରି ଆସୁଛନ୍ତି । ଏବେ ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ଗୋପୀ ମୋହନ । କ୍ୟାପିଟାଲ ହସ୍ପିଟାଲରେ ଯେତେବେଳେ ରକ୍ତର ଆବଶ୍ୟକତା ପଡେ ସେଠି ପହଞ୍ଚିଯାଆନ୍ତି ଗୋପୀ ମୋହନ । ତାଙ୍କ ସେବା ମନୋବୃତ୍ତି ଆଗରେ ହାର ମାନିଛି ବୟସ । ଏବେ ବିଭିନ୍ନ ସ୍କୁଲ ଓ କଲେଜ ବୁଲି ରକ୍ତ ଦାନ କରିବାକୁ ଯୁବ ପୀଢ଼ିଙ୍କୁ ସଚେତନ କରୁଛନ୍ତି ।