ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମିଶିଲେ..

ଭୁବନେଶ୍ବର: ବଢ଼ୁଛି ବିଜେଡିର ଲୋକପ୍ରିୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେଡି ଛାଡ଼ି ବିଜେପିରେ ମିଶିଲେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିର ୨ କାଉନସିଲର ଏବଂ ଜଣେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ।  ଦଶପଲ୍ଲା ଏନଏସିର ବିଜେପି କାଉନସିଲର କିରଣ କୁମାର ସାହୁ ଓ ସ୍ୱାଧୀନ କାଉନସିଲର ମାନିନି ସେଠି ବିଜେଡିରେ ସାମିଲ ହୋଇଛନ୍ତି । ଏହାସହ ଗଣିଆ ବ୍ଲକର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମନୋରଞ୍ଜନ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଦଶପଲ୍ଲା  ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ରହିଥିଲେ ।