ସୁନିତା କେଜ୍ରିୱାଲଙ୍କୁ ଭେଟିଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେପଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଫସିଛନ୍ତି । ତେବେ ଏଭଳି ଏକ ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ଉଭୟ ଭେଟଘାଟ କରିଥିବାବେଳେ ଆଲିଙ୍ଗନ କରିଥିଲେ । ଫୋନରେ କଥା ହେବାବେଳେ କଳ୍ପନା କହିଥିଲେ କି, ଜଣେ ବନ୍ଧୁଭାବେ ମୁଁ ତୁମ ଦୁଃଖକୁ ବୁଝି ପାରୁଛି । ତେବେ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ଦିଲ୍ଲୀରେ ଏକ ମେଗା ରାଲି କରାଯାଉଛି । ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଭେଟଘାଟ ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଦିଲ୍ଲୀର ରାମଲିଳା ମଇଦାନରେ ବିଶାଳ ଜନସମାଗମ ସହ ରାଲି ହେବାକୁ ଯାଉଛି । ଏଥିରେ ବିରୋଧୀ ନେତାଙ୍କ ମେଳି ହେବା ସହ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେବେ ।