ଦିନର ତାତିଠୁ ବଳିଯାଉଛି ରାତିରେ ତାପମାତ୍ରା

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡିଶାରେ ତାତିର ଅଘୋଷିତ କର୍ଫ୍ୟୁ । ଦିନର ତାତିଠୁ ବଳିଯାଉଛି ରାତ୍ରିରେ ତାପମାତ୍ରା । ଗତକାଲିଠାରୁ ରେକର୍ଡ ସୃଷ୍ଟି କରିଛି ଉଷ୍ମ ରାତି । ଦିନରେ ୪୦ ଡିଗ୍ରୀ ସହ ରାତିରେ ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ପାରଦ ରେକର୍ଡ ହୋଇଛି । ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ ରେ ଉଷ୍ମ ରାତି ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପିକ୍ ଆଓ୍ବାରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଉପକୂଳ ଓଡିଶାରେ ତାତି ସହ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା । ତାତି ଏବଂ ଆଦ୍ରତା ପାଇଁ ସୃଷ୍ଟି ହୋଇଛି ଅସହ୍ୟ ପାଣିପାଗ । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ତେବେ ବର୍ଷା ହେଲେବି ତାତିରେ ବ୍ରେକ ଲାଗିବନି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।