spot_img
Home Blog Page 2056

ବିଜେପି ଛାଡ଼ି ବିଜେଡିରେ ମିଶିଲେ ୧୬ ସମିତିସଭ୍ୟ

ଭୁବନେଶ୍ବର: ଆକର୍ଷିତ କରୁଛି ବିକାଶମୁଳକ କାର୍ଯ୍ଯ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ଯକ୍ତିତ୍ବ । ବିଭିନ୍ନ ଦଳ ଛାଡ଼ି ବିଜେଡ଼ି ମୁହାଁ ନେତା । ରବିବାର ବିଜେପି ଛାଡି ବିଜେଡିରେ ମିଶିଲେ ଭବାନୀପାଟଣା ଅଧ୍ଯକ୍ଷ ପ୍ରଫୁଲ୍ଲ କୁମାର ସାହୁ ଓ ଉପାଧ୍ଯକ୍ଷ ପୁଷ୍ପାଞ୍ଜଳି ସାହୁ । ଅଧ୍ଯକ୍ଷ ଓ ଉପାଧ୍ଯକ୍ଷଙ୍କ ସହ ୧୬ ଜଣ ସମିତିସଭ୍ୟ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ମିଶ୍ରଣ ଫଳରେ ଭବାନୀପାଟଣାରେ ଦଳ ଆହୁରି ମଜଭୁତ ହେବ ବୋଲି ଜିଲା ପର୍ଯ୍ୟବେକ୍ଷକ କହିଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ। କଟକ ବାରଙ୍ଗ ଥାନା ମଧୁବନ ଗାଁର ଘଟଣା। ମଧୁବନ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁମିନା ପ୍ରଧାନଙ୍କ ସ୍ଵାମୀ ପବିତ୍ର ପ୍ରଧାନଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଗାଁର ଭାଗବତ ଗୃହ ନିକଟରେ ପବିତ୍ର ଛିଡା ହୋଇ ଚା ପିଉଥିବା ବେଳେ ପବିତ୍ରକୁ ଆକ୍ରମଣ ହୋଇଥିଲା। ପୂର୍ବରୁ ପବିତ୍ର ଗାଁ କମିଟିର ସଭାପତି ଥିବାବେଳେ ଗାଁରେ ନୂଆକରି କମିଟି ଗଠନ କରାଯାଇଥିଲା। ନୂଆ କମିଟିକୁ ନେଇ ପବିତ୍ର ଅସନ୍ତୋଷ ଥିବା ବେଳେ ସଭାପତି ପଦ ପାଇଁ ଗାଁରେ ଉଷ୍ମତା ଲାଗି ରହିଥିବା ସୂଚନା ।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆରେ ବିଜେଡ଼ିର ବିକାଶ ଯାତ୍ରା

ନୟାଗଡ଼: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆରେ ବିଜେଡ଼ିର ବିକାଶ ଯାତ୍ରା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗଣିଆ ବ୍ଲକରେ ମଧ୍ୟ ଏକ ବିଶାଳ ବିକାଶ ସମାବେଶ ଆୟୋଜନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ବିଶିଷ୍ଟ ଅତିଥି ଭାବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲେ । କେସି ବିଦ୍ୟାପୀଠ ଠାରୁ ଏକ ପଦଯାତ୍ରା ବାହାରି ଜଉବଙ୍ଗ ତୋଟା ନିକଟରେ ପହଞ୍ଚିଥିଲା । ପରେ ଏକ ସାଧାରଣ ସଭା ଆୟାଜନ ହୋଇଛି । ବିକାଶ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟର ସଫଳତା ସଂପର୍କରେ ଆଲୋଚନା ହୋଇଥିଲା।

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେଲେ ଅଖିଳେଶ ଯାଦବ

ନନ୍ଦିଘୋଷ ବ୍ୟୁରୋ: ସାରା ଦେଶରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରି ସାଧାରଣ ଜନତା ପାଖରେ ପହଞ୍ଚୁଛନ୍ତି ରାହୁଲ ଗାନ୍ଧୀ । ଇଣ୍ଡିଆ ମେଣ୍ଟ ବିଜେପି ସରକାରକୁ ହଟାଇବା ପାଇଁ ଯୋଜନା କରିଥିବାବେଳେ ଜଣକ ପରେ ଜଣେ ନେତା ହାତ ଛାଡ଼ିଥିଲେ । ତେବେ ପୁଣିଥରେ ଇଣ୍ଡିଆ ମେଣ୍ଟ ମୁଣ୍ଡ ଟେକିଥିବାବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହୋଇଛନ୍ତି । ୟୁପିରେ ଆସନକୁ ନେଇ ବୁଝାମଣା ହେବା ପରେ ଏବେ ଉଭୟ ନେତା ଏକାଠି ନଜର ଆସିଛନ୍ତି । ଅଖିଳେଶଙ୍କ ସହ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ଅଖିଳେଶଙ୍କ ସହ ବହୁ ସମାଜବାଦୀ ପାର୍ଟିର କର୍ମୀ ମଧ୍ୟ ସାମିଲ ହୋଇଥିଲେ । ଅଖିଳେଶ କହିଛନ୍ତି କି, ବିଜେପିକୁ ହଟାନ୍ତୁ ଦେଶ ବଞ୍ଚାନ୍ତୁ । ଞୁପିରେ ହାରିଗଲେ ହିଁ ଆମେ ସଫଳ ହେବୁ ।

ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ ସ୍ବତନ୍ତ୍ର ଆପ୍

ଭୁବନେଶ୍ବର: ରାଜଧାନୀରେ ପୋଲିସ ଆଖିରୁ ନିଦ ହଜାଇ ଦେଇଛି ବିଭିନ୍ନ ଆପାର୍ଟମେଣ୍ଟରୁ ଲୁଟ ଘଟଣା। ବାରମ୍ବାର ଚୋରି ପରେ ଏବେ ସଜାଗ ହୋଇଛି ପୋଲିସ। ଚୋରି ରୋକିବା ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆପ୍। ଚୋରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଆପାର୍ଟମେଣ୍ଟ ସିକ୍ୟୁରିଟି ନେଇ କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଜଧାନୀରେ ବଢୁଥିବା ଆପର୍ଟମେଣ୍ଟ ଲୁଟ କମିଶନରେଟ ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ଗତ ୬ ମାସ ଭିତରେ ରାଜଧାନୀର ପାଖାପାଖି ୩୦ଟି ଆପାର୍ଟମେଣ୍ଟର ୫୫ଟି ଫ୍ଲାଟରେ କଳା କନା ବୁଲାଇ ସାରିଲେଣି ଲୁଟେରା। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିବା ପାଇଁ ସକ୍ଷମ ହୋଇନି ପୋଲିସ। ଏଥିପାଇଁ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କ ସହ ବୈଠକ ହୋଇଥିଲା।

ରବିବାର ବିଭିନ୍ନ ଆପାର୍ଟମେଣ୍ଟର ସଭାପତି, ସମ୍ପାଦକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା। ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ପୋଲିସ। ସୁରକ୍ଷା ବ୍ୟବସ୍ଥାକୁ କିଭଳି ମଜବୁତ୍ କରିହେବ, ତାକୁ ନେଇ ବୈଠକରେ ଆଲୋଚନା ହେଇଛି। ଆପର୍ଟମେଣ୍ଟରେ ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ଖରାପ କ୍ୱାଲିଟି କ୍ୟାମେରା ଲଗାଇଲେ ଭଲ ଫଟୋ ଆସିପାରୁନାହିଁ। ଯାହା ଫଳରେ ଲୁଟେରା ଚିହ୍ନଟ ହୋଇପାରୁନାହାନ୍ତି। ଏଥିସହ ପାରିପାର୍ଶ୍ବିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କହିଛନ୍ତି ପୋଲିସ କମିଶନର। ଉଚ୍ଚ ପାଚେରୀ କରିବା ସହ ପାଚେରୀ ଉପରେ ତୀକ୍ଷଣ ଲୁହା ଫ୍ରେମ ଲଗାଇବାକୁ ଅନୁରୋଧ କରିଛନ୍ତି ।

ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି। ଟେକ୍ନୋଲୋଜିର ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର। ବିଭିନ୍ନ ଅତ୍ୟାଧୁନିକ ମୋସନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ଏହାସହ ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରହିବା ଆବଶ୍ୟକ। ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ଗାର୍ଡ। ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି। ଘର ଛାଡ଼ି ଗଲେ କିଏ ଆସିଛି ଓ ଯାଇଛି, ତାହା ଆଇପି କ୍ୟାମେରା ସାହାଯ୍ୟରେ ଲାଇଭ ଜାଣିପାରିବେ ଘର ମାଲିକ।

ରାଜ୍ୟରେ ଆଉ ୩ ଦିନ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ । ସବୁଠି ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା । ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ସହ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଘଣ୍ଟା ମଧ୍ୟରେ ଟୁଇନସିଟିରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। କଟକ ଭୁବନେଶ୍ୱରର କିଛି ଅଞ୍ଚଳ ପ୍ରଭାବିତ ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ତେଣୁ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ତେବେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମିଥିବା ବେଳେ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଢେଙ୍କାନାଳ: ବିଚ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼। ଲାତ, ଗୋଇଠା ସହ ମୁଥ ମାଡ଼। ମରିଯିବି ମରିଯିବି ଚିତ୍କାର କରୁଛି ଯୁବକ। ହେଲେ ଯୁବକଙ୍କୁ ଉଦ୍ଧାର କରିବାକ କେହି ବି ଆଗକୁ ଆସୁନାହାନ୍ତି। ଘଟଣା ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଶାସନ ଛକର। ବଜାର ମଝିରେ ଦୁଇ ଯୁବକ ଆତଙ୍କ ଖେଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଯୁବକ ମିଶି ଜଣଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ଆକ୍ରମଣର ଶିକାର ଯୁବକ ହେଉଛନ୍ତି ଶ୍ରୀପତି ମଲ୍ଲିକ। ଆକ୍ରମଣକାରୀ ୟୁବକ ଦୁଇ ହେଲେ ଅଭିଷେକ ନାୟକ ଓ କ୍ରିଷ୍ଣା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଅଭିଷେକ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତକୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି। ଏହି ଦୁଇ ଯୁବକଙ୍କ ନାଁରେ ପୂର୍ବରୁ ଅନ୍ଯ ଥାନାରେ ମାମଲା ରହିଛି।

ସ୍ତ୍ରୀଙ୍କ ନାମରେ ସ୍ବାମୀ କିଣିଥିବା ସମ୍ପତ୍ତି ଏଣିକି ପରିବାରର ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀଙ୍କ ନାମରେ ସ୍ବାମୀ କିଣିଥିବା ସମ୍ପତ୍ତି ଏଣିକି ପରିବାର ସଦସ୍ୟଙ୍କ ସମ୍ପତ୍ତି ରୁପେ ବିବେଚନା କରାଯିବ । ଏକ ସମ୍ପତ୍ତିଗତ ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବାପାଙ୍କ ମୃତ୍ୟୁ ପରେ, ପୁଅ ସମ୍ପତ୍ତିର ଉତ୍ତରାଧିକାରୀ  ଦାବି କରୁଥିବା ଏକ ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଅରୁଣ କୁମାର ଦେସୱାଲ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ହିନ୍ଦୁ ପରିବାରରେ ଥିବା ରକ୍ଷଣଶୀଳ ମନୋଭାବ ଯୋଗୁ, ସ୍ବାମୀ, ସ୍ତ୍ରୀଙ୍କ ନାମରେ ହିଁ ସମ୍ପତ୍ତି କ୍ରୟ କରିଥାନ୍ତି, କିନ୍ତୁ, ପରିବାରର ମୁଖ୍ୟ ଏହି ସମ୍ପତ୍ତି କ୍ରୟ କରିଥିବାରୁ,ତା ଉପରେ ପୁରା ପରିବାରର ଅଧିକାର ରହିବା ସ୍ବାଭାବିକ ।

ଯଦି ସ୍ତ୍ରୀ ଜଣକ ନିଜ ଆୟସୂତ୍ରରୁ ଏଭଳି କି ସମ୍ପତ୍ତି କ୍ରୟ କରିଥାନ୍ତି, ଏବଂ ତାର ଯଥେଷ୍ଟ ପ୍ରମାଣ ରହିଥାଏ ତେବେ ତାହା ତାଙ୍କ ନିଜସ୍ବ ସମ୍ପତ୍ତି ବୋଲି ବିବେଚନା କରାଯାଇପାରେ କିନ୍ତୁ,ଯଦି ସ୍ବାମୀ ପରିବାରର ମୁଖ୍ୟ ଭାବରେ ସମ୍ପତ୍ତି କିଣି ସ୍ତ୍ରୀଙ୍କ ନାମରେ ତାହା ପଞ୍ଜିକୃତ କରିଥାନ୍ତି ତେବେ ତାହା କେବଳ ସ୍ତ୍ରୀଙ୍କ ସମ୍ପତ୍ତି, ବା ଜଣେ ସନ୍ତାନର ସମ୍ପତ୍ତି ରୁପେ ବିବେଚନା କରାନଯାଇ ପରିବାରର ସମ୍ପତ୍ତି ରୁପେ ଗ୍ରହଣ କରାଯିବ । ପୂର୍ବରୁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ପରେ, ସେ ସ୍ତ୍ରୀଙ୍କ ନାମରେ କିଣିଥିବା ସମ୍ପତ୍ତିରେ କେବଳ ସଂପୃକ୍ତ ମହିଳାଙ୍କ ଅଧିକାର ରହୁଥିଲା । ସେ ନିଜ ଇଛାରେ ଉଇଲ କରି ଅନ୍ୟଜଣଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିପାରୁଥିଲେ ହେଲେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ଏଣିକି ସ୍ବାମୀ, ସ୍ତ୍ରୀଙ୍କ ନାମରେ କିଣିଥିବା ସମସ୍ତ ସମ୍ପତ୍ତି ପରିବାରର ସମ୍ପତ୍ତି ରୁପେ ପରିଗଣିତ ହେବ ।

ଆନ୍ତର୍ଜାତିକ ନିଶାଦ୍ରବ୍ଯ ଚୋରାଚାଲାଣ ଘଟଣାରେ ଗିରଫ ହେଲେ ସାଉଥ ଫିଲ୍ମ ନିର୍ଦ୍ଦେଶକ

ନନ୍ଦିଘୋଷ ବ୍ୟୁରୋ: ଆନ୍ତର୍ଜାତିକ ନିଶାଦ୍ରବ୍ଯ ଚୋରାଚାଲାଣ ଘଟଣାରେ ଗିରଫ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଡ୍ଯୁସର। ନାର୍କୋଟିସ୍କ କଣ୍ଟ୍ରୋଲ ବ୍ଯୁରୋ- ଏନସିବି ଓ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ ପକ୍ଷରୁ ହୋଇଥିବା ମିଳିତ ଚଢାଉରେ ଧରାପଡିଛି ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ। କେବଳ ଭାରତରେ ନୁହେଁ, ନ୍ଯୁଜିଲ୍ଯାଣ୍ଡ, ଅଷ୍ଟ୍ରେଲିଆ ଓ ମ୍ଯାଲେସିଆରେ ଚାଲିଥିଲା ଏହି ରାକେଟ।  ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୫୦ କେଜି ସୁଡୋଫେଡ୍ରିନ। ଏହି ରାସାୟନିକ ପଦାର୍ଥ ଅତି ବିପଜ୍ଜନକ ତଥା ଅତ୍ୟଧିକ ଆଡିକ୍ଟିଭ ସିନ୍ଥେଟିକ ଡ୍ରଗ ପ୍ରସ୍ତୁତିରେ ବ୍ଯବହାର ହ ୋଇଥାଏ।  ବିମାନ ଓ ମାଲବାହୀ ଜାହାଜରେ ଖାଦ୍ଯ ସାମଗ୍ରୀ ଆକାରରେ ଏହି ସାମଗ୍ରୀକୁ ରପ୍ତାନି କରାଯାଉଥିଲା। ସୁଡୋଫେଡ୍ରିନ କିଲୋଗ୍ରାମ ପିଛା ଦେଢ କୋଟି ଟଙ୍କା ହୋଇଥାଏ। ଏହି ଆନ୍ତର୍ଜାତିକ ନିଶାଦ୍ରବ୍ଯ ରାକେଟକୁ ଧରିବା ଲାଗି କିଛି ଦିନ ଧରି ଯୋଜନା ଚାଲିଥିଲା। ଜେରାବେଳେ ସେମାନେ କହିଥିଲେ- ଗତ ୩ ବର୍ଷ ଧରି ସେମାନେ ଏହି ରାକେଟ ଜରିଆରେ ୩ ହଜାର ୫୦୦ କିଲୋଗ୍ରାମ ସୁଡୋଫେଡ୍ରିନ ରପ୍ତାନି କରିଥିଲେ ଯାହାର ମୂଲ୍ଯ ୨ ହଜାର କୋଟି ଟଙ୍କା ହେବ।

ପ୍ରଣବଙ୍କ ଦୃଢୋକ୍ତି: ୨୦୨୪ରେ ଐତିହାସିକ ବିଜୟ ହାସଲ କରିବ ବିଜେଡି

ଭୁବନେଶ୍ବର: ୨୦୨୪ରେ ଐତିହାସିକ ବିଜୟ ଆଡକୁ ଗତି କରୁଛି ବିଜେଡି । ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ଏହା ମନସ୍ଥ କରିସାରିଛନ୍ତି ଓଡ଼ିଶାବାସୀ ।  ନବୀନଙ୍କ ପ୍ରତି ଲୋକଙ୍କ ବଢିଚାଲିଛି ଆସ୍ଥା ବୋଲି କହିଛନ୍ତି ପ୍ରଣବ । ସାଢେ ଚାରିକୋଟି ଓଡ଼ିଶା ବାସୀଙ୍କ ବଳ ବିଜୁ ଜନତା ଦଳ ।  ସବୁ ଜାତୀୟ ସର୍ଭରେ ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ ହୋଇଛନ୍ତି ।   ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା ବିଜେଡି । ଏହା ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି। ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି ।