କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ପୁଣିଥରେ କାରଣ ଦର୍ଶାଅ ନୋଟିସ ଜାରି କଲା କଂଗ୍ରେସ

1 min read

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁଣିଥରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜ୍ଯ କଂଗ୍ରେସ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ନୋଟିସ କରାଯାଇଛି। ତାଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଭୋଟ ମାଗିବାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଛି। ଏନେଇ ସୁରେଶ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ଯ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ବାପା-ପୁଅର ସମ୍ପର୍କରେ କଂଗ୍ରେସ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି ସୁର। ସେପଟେ ସୁରଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି। ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ଉଚିତ ନୁହେଁ। ପିସିସି ସଭାପତି ତୁରନ୍ତ ନୋଟିସ ପ୍ରତ୍ଯାହାର କରିବାକୁ ସେ ଦାବି କରିଛନ୍ତି। ପିସିସି ସଭାପତି କହିଛନ୍ତି ମୋର ବିଶ୍ବାସ ତାରା ଅନ୍ଯ ଦଳରୁ ପ୍ରଚାର କରିବେ ନାହିଁ। ନୋଟିସ ପ୍ରତ୍ଯାହାର ନେଇ ଏଆଇସିସି ନିଷ୍ପତ୍ତି ନେବ।