ଢେଙ୍କାନାଳ ବିଜେପି କାର୍ଯ୍ୟାଳୟରେ ହାଇଭୋଲଟେଜ ଡ୍ରାମା, ଟିକେଟ ଘୋଷଣା ନେଇ ତୁମୁଳକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳ ବିଜେପି କାର୍ଯ୍ୟାଳୟରେ ହାଇଭୋଲଟେଜ ଡ୍ରାମା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜୋରଦାର ହଙ୍ଗାମା । ମିଶ୍ରଣ ପର୍ବରେ ବିଜେପିର ଢେଙ୍କାନାଳ ବିଧାନସଭା ଟିକେଟ ଘୋଷଣା ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଜିଲ୍ଲା ସଭାପତି ନରେଶ ଚାନ୍ଦ ମହାପାତ୍ରଙ୍କୁ ବିଜେପି ମହିଳା କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳ ଓ ଟିକେଟକୁ ନେଇ ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ପରେ ପଦାରେ ପଡିଛି ଦଳର ଗୋଷ୍ଠୀ କନ୍ଦଳ । ଚାରି ଥର ଢେଙ୍କାନାଳ ବିଧାନସଭା ନିର୍ବୀଚନ ମଣ୍ଡଳୀରୁ ହାରିବା ପରେ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ବିଜେପି ଟିକେଟ ଦେଇଥବାରୁ ଦଳରେ ଅସନ୍ତୋଷ ବଢିଛି ।