କନ୍ଧମାଳ ଲୋକସଭା ଆସନରେ ହେବ କଡା ଟକ୍କର

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡି, ବିଜେପି ପରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ ତାଲିକା । କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀ କରିଛି । ବିଜେପି ପକ୍ଷରୁ ସୁକାନ୍ତ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅମୀର ଚାନ୍ଦ ନାୟକଙ୍କ ନାମରେ ମୋହର ମାରିଛି । ତିନି ପ୍ରମୁଖ ରାଜ ନୈତିକ ଦଳରୁ ପ୍ରାର୍ଥୀ ହୋଇଥିବା ଏହି ତିନି ନେତାଙ୍କ ମଧ୍ୟରେ ହେବ କଡା ଟକ୍କର । କନ୍ଧମାଳରୁ ୨୦୧୯ରେ ଅଚ୍ୟୁତ ସାମନ୍ତ ଲୋକସଭା ଜିତିଥିଲେ । ତାଙ୍କ ବିପକ୍ଷରେ ୨୦୧୯ରେ ବିଜେପିରୁ ଖାରବେଳ ସ୍ବାଇଁ ଏବଂ କଂଗ୍ରେସ ମନୋଜ କୁମାର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ । ଏଠାରେ ଗତ ନିର୍ବାଚନରେ ସିପିଆଇଏମ ଏବଂ ବିଏସପି ପକ୍ଷରୁ ମଧ୍ୟ ଏଠାରେ ଦୁଇ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ଟୁନା ମଲ୍ଲିକ ସିପିଆଇଏମ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ଅମିର ନାୟକ ବିଏସପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ତେବେ ଅଚ୍ୟୁତ ସାମନ୍ତ ଏବଂ ଖାରବେଳ ସ୍ବାଇଁଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଥିଲେ । ତେବେ ଆସନ୍ତୁ ଜାଣିବା କାହାକୁ ମିଳିଥିଲା କେତେ ଭୋଟ୍

ଅଚ୍ୟୁତ ସାମନ୍ତ – ୪୬୧୬୭୯ ଖଣ୍ଡ ଭୋଟ୍

ଖାରବେଳ ସ୍ବାଇଁ- ୩୧୨୪୬୩

ମନୋଜ କୁମାର ଆଚାର୍ଯ୍ୟ-  ୧୩୪୯୯୩

ନୋଟା- ୧୩୨୫୩

ଟୁନା ମଲ୍ଲିକ- ୮୨୮୩

ଅମିର ନାୟକ- ୭୩୧୪