ନରସିଂହ ମିଶ୍ରଙ୍କ ଆସନରେ ନିର୍ବାଚନ ଲଢ଼ିବେ ପୁଅ ସମରେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଛି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୪୭ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ତେବେ ଏହି ତାଲିକାରେ ପ୍ରକାଶ ପାଇଛି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅଙ୍କ ନାମ । ସମରେନ୍ଦ୍ରଙ୍କୁ ବଲାଙ୍ଗୀର ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ସେ ଏହି ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି । ଏଠାରେ ବିଜେଡି କଳିକେଶ ସିଂଦେଓଙ୍କୁ ପ୍ରାର୍ଥୀ କରିଛି । ଏଣୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୧୪ ଏବଂ ୨୦୧୯ରେ ଏହି ଆସନରୁ ନରସିଂହ ମିଶ୍ର ବିଜୟୀ ହୋଇଥିବାବେଳେ ପୁଅଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ । ସେପଟେ କଳିକେଶଙ୍କ ସଂଗଠନ ଦୃଢ଼ ଥିବାରୁ ବାପାଙ୍କ ଆସନକୁ ପୁଅ ରଖି ପାରିବେ କି ନାହିଁ ତାକୁ ନେଇ ଖଟିରେ ଆରମ୍ଭ ହୋଇଛି ଚର୍ଚ୍ଚା ।