spot_img
Home Blog Page 2047

ଆପଣମାନେ ଏତେ ସଂଖ୍ୟାରେ ଆସିଛନ୍ତି, ବିରୋଧୀ ଦଳମାନଙ୍କର ନିଦ ଭାଙ୍ଗିଯାଇଛି : କାର୍ତ୍ତିକ ପାଣ୍ଡିଆନ୍

ନନ୍ଦିଘୋଷ ବ୍ୟୁରୋ: ବିଷମକଟକରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ପାଖକୁ ଗଲେ, ଆଶୀର୍ବାଦ ନେଲେ । ଲୋକଙ୍କ ସହ ସେଲଫି ନେଇଥିବାବେଳେ ବିରୋଧୀଙ୍କୁ ସିଧା ନିଶାନା କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି କି, ଆପଣମାନଙ୍କ ଏତେ ସଂଖ୍ୟାରେ ଉପସ୍ଥିତି ବିରୋଧୀ ଦଳ ମାନଙ୍କ ନିଦ ହଜାଇ ଦେଇଛି । ଏହାସହ ବିକାଶର ହିସାବ ମଧ୍ୟ ଦେଇଛନ୍ତି ।

 

ଦୁଇ ନାବାଳିକାଙ୍କ ସଲିଳ ସମାଧି

ପୁରୀ: ଦୁଇ ନାବାଳିକାଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଗୋପ ବ୍ଲକ ମଠସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଉଥିବାବେଳେ ବୁଡ଼ିଯାଇ ଦୁଇ ନାବାଳିକାଙ୍କର ମୃତ୍ଯୁ ହୋଇଛି । ମୃତକ ୧୨ ବର୍ଷିୟା ସ୍ମୃତିରେଖା ବରାଳ ଓ ଶୁଭଶ୍ରୀ ବରାଳ । ସକାଳେ ଉଭୟ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଉଭୟଙ୍କୁ ଘର ଲୋକ ଖୋଜାଖୋଜି କରିଥିଲେ । ପୋଖରୀ ହୁଡ଼ାରେ ଚପଲ ଓ ଡ୍ରେସ ଦେଖି ପୋଖରୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଡାକ୍ତରଖାନାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ନାବାଳିକାଙ୍କ ମୃତ୍ଯୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ

ପୁରୀ: ଶ୍ରୀମନ୍ଦିରରେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସାଇନା ନେହ୍ୱାଲ ।ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇ ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି ସାଇନା ।ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଛନ୍ତି ସାଇନା।

ମହାପ୍ରଭୁଙ୍କ ଡାକରା ମିଳିଛି ବୋଲି ଆଜି ମାଆଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ କରି ସେ ଖୁବ୍ ଆନନ୍ଦିତ ହୋଇଛନ୍ତି।ସମସ୍ତ ପ୍ରସଂଶକଙ୍କୁ ମଧ୍ୟ ସେ ଖୁବ୍ ଧନ୍ୟବାଦ୍ ଦେଇଥିବା ବେଳେ ଆଣ୍ଠୁ ସମସ୍ୟା ଯୋଗୁଁ ଖେଳ ଠାରୁ ଦୂରରେ ରହିବା କଷ୍ଟ ଦେଇଛି କିନ୍ତୁ ନିଜକୁ ଫିଟ୍ ରଖିବା ସହ ଆଗକୁ ଆହୁରି ଖେଳିବା ପାଇଁ ଇଛା ରହିଛି ବୋଲି ସେ ପ୍ରତିକ୍ରିୟାରେ କହିଁଛନ୍ତି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଇନାଙ୍କୁ ଜଗନ୍ନାଥ ସୁଭଦ୍ରା,ବଳଭଦ୍ର ମୂର୍ତ୍ତି ଉପହାର ଦିଆଯାଇଥିବା ବେଳେ ସାଇନା ଏହାକୁ ଗ୍ରହଣ କରି ଖୁବ୍ ଖୁସି ହୋଇଛନ୍ତି।ଚଳିତ ମାସ ୧୭ ତାରିଖରେ ନିଜର ୩୪ ତମ ଜନ୍ମଦିନ ମନାଇଛନ୍ତି ସାଇନା ।

କାଲିଠୁ ୩୦ ଯାଏଁ ଜଳିବ, ଦିନ ୧୧ ସୁଦ୍ଧା ରାଜଧାନୀ ତତଲା ସହର

ଭୁବନେଶ୍ବର: କାଲିଠାରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ। ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରିକଲା ପାଣିପାଗ କେନ୍ଦ୍ର। ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ରହିଛି। ୨୮ ଓ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା । ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ବର ଭୁବନେଶ୍ୱରରେ ସର୍ବାଧିକ ୪୧.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡାରେ ୪୦.୪ ଡିଗ୍ରୀ।, ହୀରାକୁଦରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ, ପାରାଦୀପ ଓ ପୁରୀରେ ୩୪.୨ ଡିଗ୍ରୀ ଓ ଗୋପାଳପୁରରେ ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସମ୍ବଲପୁରରେ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାର

ସମ୍ବଲୁପର: ଲୋକସଭା ଆସନରେ ବିଜେଡିର ଜୋରଦାର ପ୍ରଚାର। ଆଜି ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଲେଇବଣିରେ ପ୍ରଚାର କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନାରା ସାରା ଓଡ଼ିଶାବାସୀ ମୋର ପରିବାର।

ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଲୋକଙ୍କ ସମସ୍ଯାର ସମାଧାନ ସହ ଗୋଟି ଗୋଟି କରି ବିକାଶମୂଳକ କାର୍ଯ୍ୟ କରି ଚାଲିଛନ୍ତି। ଜନତାଙ୍କୁ ନିଜ ପରିବାର ଭାବି ବିକାଶମୂଳକ କାର୍ଯ୍ୟ କରିଚାଲିଛନ୍ତି । ବିରୋଧୀ ଅନେକ କଥା କହୁଛନ୍ତି କିନ୍ତୁ କିଛି କରୁନାହାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାଠାରୁ ଅଧିକ କରିକି ଦେଖାଇଛନ୍ତି।

ସେହିପରି ବାରକୋଟରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି ଆହୁରି ସଶକ୍ତ କରିବାକୁ କହିଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ  ।

ରକ୍ତଦାନ କର ଜୀବନ ବଞ୍ଚାଅର ଆହ୍ବାନ ଦେଲେ ପ୍ରଣବ ପ୍ରକାଶ

ସମ୍ବଲପୁର: ରାଜନୀତି ନୁହେଁ ସେବା ଆଗ। ଏହାକୁ ପାଥେୟ କରି ଆଗେଇ ଚାଲିଛନ୍ତି ପ୍ରଣବ ପ୍ରକାଶ ଦାସ l ନେତା ନୁହେଁ ସେ ପ୍ରଥମେ ଜଣେ ସେବକ ତାହା ପ୍ରମାଣିତ ହୋଇଛି। ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଲେ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।

ବୁର୍ଲା ଭିମସାର୍ ସ୍ଥିତ ରକ୍ତଦାନ ଶିବିରରେ ଯୋଗଦେବା ସହ ରକ୍ତଦାନ କରିଛନ୍ତି ପ୍ରଣବ। ଏହାସହ ରକ୍ତ ଦେଇ ଜୀବନ ବଞ୍ଚାନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ।

ନାଁ ନନେଇ ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍, ପଟ୍ଟାଙ୍ଗୀରୁ ପ୍ରଚାର ଆରମ୍ଭ କଲେ

କୋରାପୁଟ: ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜେଡି ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା ଓ ପଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ପଟାଙ୍ଗୀବାସୀଙ୍କୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ପଟାଙ୍ଗୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନିର୍ବାଚନୀ ସଭାରୁ ନାଁ ନନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ବାରମ୍ବାର ବିଏସକେୱାଇକୁ ଅଯଥା ସମାଲୋଚନା କରୁଛନ୍ତି । ହେଲେ ଏହା ଏକ ଯୁଗାନ୍ତକାରୀ ଯୋଜନା ଓ ଗରିବ ଲୋକଙ୍କୁ ବଡବଡ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବାର ସାହସ ଦେଇଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ପଟାଙ୍ଗୀରେ ଦେଓମାଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୨ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ସେହିଭଳି ରାଣୀ ଡୁମୁଡୁମା ଜଳପ୍ରପାତ ଓ ନାଗେଶ୍ବରୀ ଗୁମ୍ଫାର ରୂପାନ୍ତରଣ ପାଇଁ ୩ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମାଆ ଗଙ୍ଗେଶ୍ବରୀ ମନ୍ଦିର ପାଇଁ ମଧ୍ୟ ୩ କୋଟି ଟଙ୍କା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଆଦିବାସୀ ଜନଜାତିଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ପଡ଼ୋଶୀ ରାଜ୍ଯ ଛତିଶଗଡ଼, ଝାଢଖଣ୍ଡ କିମ୍ବା ଆନ୍ଧ୍ର ପ୍ରଦେଶରେ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନି । ୨୫ କୋଟି ୬୦ ଲକ୍ଷ ଟଙ୍କାରେ ପଟଙ୍ଗୀରେ ୫୦ରୁ ଅଧିକ ହାଇସ୍କୁଲର ରୂପାନ୍ତରଣ ହୋଇଛି ।

କୋରାପୁଟର ୩ ହଜାର ୭୦୦ ଏସଏଚଜି ସଦସ୍ଯା ବିନା ସୁଧରେ ଋଣ ପାଇଛନ୍ତି । ୧୫ ହଜାର ଗର୍ଭବତୀ ମହିଳା ପ୍ରସବକାଳୀନ ସହାୟତା ପାଇଛନ୍ତି । ଲକ୍ଷ୍ମୀ ଯୋଜନାରେ ଗତ ୪ ମାସରେ କୋରାପୁଟର ୪ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ହଜାରେ ଟଙ୍କାକୁ ମୁଖ୍ଯମନ୍ତ୍ରୀ ବଢ଼ାଇଛନ୍ତି । ଆଜି ମଧ୍ୟ ପ୍ରଚାର ସଭାରେ ଫାଇଭ-ଟି ଅଧ୍ୟକ୍ଷଙ୍କୁ ପଟାଙ୍ଗୀର ବହୁ ଲୋକ ଆବେଦନପତ୍ର ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପଟାଙ୍ଗୀବାସୀଙ୍କ ବିଶ୍ବାସର ପ୍ରତୀକ ବୋଲି ସେ କହିଛନ୍ତି । ୨୦୧୯ରେ କୋରାପୁଟ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହାରିଯାଇଥିଲେ ।

କିନ୍ତୁ ଯିଏ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ସେ ଏହି ଅଞ୍ଚଳ ପାଇଁ କ’ଣ କରିଛନ୍ତି ତାହା ପଟାଙ୍ଗୀବାସୀ ବିଚାର କରନ୍ତୁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଗତଥର ଭଳି ଏଥର ମଧ୍ୟ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ମହିଳା ସଶକ୍ତିକରଣ ନେଇ ସବୁ ଦଳ ବହୁ ଭାଷଣ ଦେଉଛନ୍ତି । ବିଜେଡି ଛଡ଼ା ଅନ୍ୟ କୌଣସି ଦଳ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିନାହାନ୍ତି । ପଟାଙ୍ଗୀରେ ଆରମ୍ଭ ହୋଇଥିବା ବିକାଶ ଯାତ୍ରାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଯୋଡ଼ିଶଙ୍ଖରେ କୌଶଲ୍ୟା ହିକକା ଓ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ବଡ଼ ବ୍ଯବଧାନରେ ଜିତାଇବାକୁ କାର୍ତ୍ତିକ ପାଣ୍ଡିଆନ ଅପିଲ କରିଛନ୍ତି ।

ଲୋକସଭା ନିର୍ବାଚନ ବେଳେ ପାଟନାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

ପାଟନା: ଭାରତରେ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ବିହାରରେ ବଡ ଅଘଟଣ  । ଶାସକ ଦଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ (ଜେଡିୟୁ)ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି  । ରାଜଧାନୀ ପାଟନାର ପୁନପୁନ ଅଞ୍ଚଳରେ ଏହି ହତ୍ୟା ପରେ ଚାଞ୍ଚଲ୍ୟ ଖେଳିଯାଇଛି  । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପାଟନା ପୁନପୁନ ରାସ୍ତା ଅବରୋଧ କରି ହଙ୍ଗାମା କରିଛନ୍ତି  ।

ପୁନପୁନର ପେମାର ଗାଁ ନିକଟ ବେଲଡିଆ ପୋଲ ନିକଟରେ ଜେଡିୟୁ ନେତା ସୌରଭ କୁମାରଙ୍କୁ ଅପରାଧୀମାନେ ଗୁଳିକରି ହତ୍ୟା କରିଛନ୍ତି  । ସୌରଭଙ୍କ ଜଣେ ବନ୍ଧୁ ଗୁଳିମାଡରେ ଆହତ ହୋଇଛନ୍ତି  । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  । ସନ୍ଧାନୀ କୁକୁର ସହ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି  ।

ଜେଡିୟୁ ନେତା ସୌରଭ କୁମାର ବୁଧବାର ଦିନ ବିଳମ୍ବିତ ରାତିରେ ବଢେୟାଁ କୋଲ ଗାଁରୁ ଏକ ବିବାହ ଭୋଜିରୁ ଜଣେ ବନ୍ଧୁଙ୍କ ସହ ଫେରୁଥିୁଲେ  । ସୌରଭ ଗାଡି ଷ୍ଟାଟ୍‌ କରିବା ସମୟରେ ହିଁ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଥିଲେ  । ସୌରଭଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କ ବନ୍ଧୁଙ୍କ ପେଟ ଓ ଗୋଡରେ ଗୁଳି ବାଜିଥିଲା  । ଗୁଳି ଚଳାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ  । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନାରେ ସୌରଭଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର  ।

ଲୋକଙ୍କ ସମସ୍ୟା ସମାଧାନ କରିପାରୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ନବୀନ: କାର୍ତ୍ତିକ ପାଣ୍ଡିଆନ

କୋରାପୁଟ: ଲକ୍ଷ୍ମୀପୁର ନିର୍ବାଚନ ମଇଦାନରେ ଆଜି ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି। ନିର୍ବାଚନ ବେଳେ କେମିତି ବିରୋଧୀଙ୍କ ଭୋଟରଙ୍କ କଥା ମନେପଡେ ବୋଲି ଉଲ୍ଲେଖ କରିଛନ୍ତି ପାଣ୍ଡିଆନ  । ସେ କହିଛନ୍ତି ‘‘କିଛି ଲୋକଙ୍କ ନିଦ ଭାଙ୍ଗିଯାଇଛି । ନିର୍ବାଚନ ବେଳେ ବଡ ବଡ ମିଠା କଥା କହିବେ । ନିର୍ବାଚନ ପରେ ସେମାନେ ଖୋଜିଲେ ବି ମିଳିବେନି । ଆପଣ ଯାହା ମାଗିଥିଲେ ତାହା ମିଳିଛି । ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି । ଶଙ୍ଖର ଚିହ୍ନ ହେଉଛି ବିକାଶ । ଆପଣଙ୍କ ସମସ୍ୟାକୁ ଜଣେ ଲୋକ ଦୂର କରିପାରିବେ । ସିଏ ହେଉଛନ୍ତି ନବୀନ ପଟ୍ଟନାୟକ’’ ।

ସେହିପରି BSKY କାର୍ଡକୁ ବି ଫୋକସ୍‌ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଗରିବଙ୍କ ସମ୍ମାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ୍ ଦେଇଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି । ହେଲେ ବିରୋଧୀ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ସତର୍କ ରହିବେ । ଷଡ଼ଯନ୍ତ୍ରକାରୀଙ୍କଠାରୁ ସତର୍କ ରୁହନ୍ତୁ । ନରହିଲେ ସେମାନେ ବିଏସକେୱାଇ କାର୍ଡ ବନ୍ଦ କରିଦେବେ ବୋଲି ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ପାଣ୍ଡିଆନ  ।

ସେହିପରି ମହିଳାଙ୍କ ଦୁବାଇ ଯିବାକୁ କିଛି ନେତା ସହି ପାରୁନାହାନ୍ତି । ତେଣୁ ସେମାନେ ଦୁବାଇ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଆପଣ ଭଲରେ ରହିବା ସେମାନେ ଚାହୁଁନାହାନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । କିଛି କାମ କରନ୍ତି ନାହିଁ । ଖାଲି ବଡ଼ବଡ଼ କଥା କହିବେ । ମିଠା ଭାଷଣ ଦେବେ । ସେହି ନେତା ମିଶନ ଶକ୍ତି ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି କାମ ବେଶି କରନ୍ତି ବୋଲି କହିଛନ୍ତି ପାଣ୍ଡିଆନ  ।

କେନିୟାରେ ବନ୍ୟା ବୀଭିଷିକା, ୩୮ ଜଣଙ୍କ ମୃତ୍ୟୁ

ନାଏରୋବି: ଦୁବାଇ ପରେ ଏବେ କେନିୟାରେ ବନ୍ୟା ସ୍ଥିତି  । ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୮ ଜଣ ପ୍ରାଣ ହରାଇ ସାରିଲେଣି  । ବିପଦସ୍ତର ଉପରେ କେନିୟାର ସ୍ଥିତି  । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଦଶ ହଜାର ଲୋକେ ବାସହୀନ ହୋଇସାରିଲେଣି  । ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ କାରବାରରେ ବ୍ୟାଘାତ ଘଟିଛି  ।

ବୁଧବାର ଦିନ ରାତିରେ ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ନିଖୋଜ ଅଛନ୍ତି  । ରାସ୍ତାରେ ବନ୍ୟା ପାଣି ପ୍ରବେଶ କରିବା କାରଣରୁ କିଛି ଅଞ୍ଚଳ ସହରରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ରାଜଧାନୀରେ ଦକ୍ଷିଣରେ କିଣ୍ଟେଗାଲାର ମୁଖ୍ୟ ପୋଲରେ ଅଥି ନଦୀର ପାଣି ପଶିଯିବାରୁ କିନ୍ତେଗାଲାରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି  ।

 କେନିୟା ପାଣିପାଗ ବିଭାଗ ଅନୁସାରେ ଏଠାରେ ୨୪ ଘଣ୍ଟାରେ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି  ।