spot_img
Home Blog Page 2046

୪୦୦ ନୁହେଁ ଏନଡିଏ ପାଇବ ୨ ଶହ ସିଟ୍: ଜଶୱନ୍ତ ସିହ୍ନା

ନନ୍ଦିଘୋଷ ବ୍ୟୁରୋ: ୪୦୦ ନୁହେଁ ଏନଡିଏ ପାଇବ ୨ ଶହ ସିଟ୍। ସାଧାରଣ ନିର୍ବାଚନକୁ ନେଇ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଜସୱନ୍ତ ସିହ୍ନା। ବିଜେପି ନେତୃତ୍ଵାଧିନ ଏନଡିଏ ଦାବି କରୁଥିବା ୪ଶହ ଆସନ ମଧ୍ଯରୁ ଏନଡିଏ ମାତ୍ର ୨ଶହରେ ସୀମିତ ରହିବ। ବିଜେପି ଶାସନ କାଳରେ ଅର୍ଥମନ୍ତ୍ରୀ ଥିଲେ ୟଶୱନ୍ତ ସିହ୍ନା। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏଭଳି ଦାବି କରୁଥିଲା। ଝାଡ଼ଖଣ୍ଡରେ ଏନଡିଏ ୬୫ ଆସନ ପାଇବ ବୋଲି ଦାବି କରୁଥିଲା। ହେଲେ ପାଇଥିଲା ମାତ୍ର ୨୫ ସିଟ୍। ସେହିଭଳି ସାଧାରଣ ନିର୍ବାଚନରେ ବିଜେପି ୨୦୦ ସଂଖ୍ୟା ପାର କରିବ ନାହିଁ। ପୂର୍ବରୁ ବିଜେପି ଦଳରେ ଥିଲେ ଯଶୱନ୍ତ ସିହ୍ନା। ୧୯୯୦ରୁ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ନେତୃତ୍ଵରେ ସେ ଅର୍ଥମନ୍ତ୍ରୀ ଥିଲେ। ଏହାପରେ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପିରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ପୁଣି ଅର୍ଥମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ବୈଦେଶିକ ବ୍ଯାପାର ବିଭାଗର ମନ୍ତ୍ରୀ ଥିଲେ। ବର୍ତ୍ତମାନ ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସ ଦଳରେ ଅଛନ୍ତି। ୨୦୧୮ରେ ସେ ବିଜେପି ଛାଡିଥିଲେ। ୨୦୨୨ରେ ବିରୋଧୀ ଦଳଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଯଶୱନ୍ତ ସିହ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପରାଜିତ ହୋଇଥିଲେ ଯଶୱନ୍ତ ସିହ୍ନା।

ଆସ୍କା ନୁହେଁ, ଜଗତସିଂହପୁରରେ ଲୋକସଭା ନିର୍ବାଚନ ଲଢିବ ସିପିଆଇ

ଭୁବନେଶ୍ବର: ଆସ୍କା ନୁହେଁ, ଜଗତସିଂହପୁରରେ ଲୋକସଭା ନିର୍ବାଚନ ଲଢିବ ସିପିଆଇ । କଂଗ୍ରେସ ଭବନରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଏ ନେଇ ନିଷ୍ପତ୍ତି। ପିସିସି ସଭାପତିଙ୍କ ସହ ବୈଠକ ଶେଷ ପରେ ବରିଷ୍ଠ CPI ନେତା ରାମକୃଷ୍ଣ ପଣ୍ଡା ଏହି ସୂଚନା ଦେଇଛନ୍ତି । ଏହାସହ ୫ ରୁ ୮ଟି ବିଧାନସଭା ଆସନରେ ସିପିଆଇ ଲଢିବ ବୋଲି ରାମକୃଷ୍ଣ କହିଛନ୍ତି । ୨୦୧୯ ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ରରୁ କଂଗ୍ରେସ-ବାମ ମେଣ୍ଟରୁ ଲଢ଼ିଥିଲେ ରାମକୃଷ୍ଣ ପଣ୍ଡା।

ବିଜେପିର ଟିକେଟ ଟେନସନ, ରାଲି ବେଳେ ଭର୍ତ୍ତୃହରି ମହତାବଙ୍କୁ ଅଟକାଇଲେ ଦଳୀୟ କର୍ମୀ

ବଡମ୍ବା: ବିଜେପିର ଟିକେଟ ଟେନସନ । ବଡମ୍ବା ମାଣିଆବନ୍ଧ ଧୋବଣୀ ନାଳ ନିକଟରେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ଅଟକାଇଲେ ବିଜେପି କର୍ମୀ। ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରା ଟିକେଟ ନ ପାଇବାରୁ ତାଙ୍କ ସମର୍ଥକ ଆଜି ଭର୍ତ୍ତୃହରିଙ୍କୁ ଅଟକାଇ ରଖିଛନ୍ତି।

ଭର୍ତ୍ତୃହରି ଆଜି ଏଠାରେ ରାଲି କରୁଥିବାବେଳେ ବିଜୟଙ୍କ ସମର୍ଥକମାନେ ତାଙ୍କୁ ଅଟକାଇ ହୋହଲ୍ଲା କରିଥିଲେ। ଏଠାରୁ ଟିକେଟ ପାଇଥିବା ସମ୍ବିତ ତ୍ରିପାଠୀ ଓ ବିଜୟଙ୍କର ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। ସମ୍ବିତଙ୍କୁ ବିଜୟ ଗୋଷ୍ଠୀ ମଧ୍ୟ ବିରୋଧ କରିଆସୁଛନ୍ତି।

ହସ୍ପିଟାଲରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର: ସ୍ଵାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏହାବ୍ୟତୀତ ସାଂସଦ ମାନସ ମଙ୍ଗରାଜ ମଧ୍ୟ ହସ୍ପିଟାଲରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଚନ୍ଦ୍ରଶେଖରଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଦିନେରୁ ଦୁଇ ଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ସାଂସଦ ସସ୍ମିତ ପାତ୍ର ଏବଂ ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ।

ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ଏନେଇ ପାଣିପାଗ ବିଶେଷଜ୍ଞ କରିଛନ୍ତି ଆକଳନ। ଭାରତ ମହାସାଗର ଡାଇପୋଲ ଓ ଲା ନିନାର ସ୍ଥିତି ଅନୁସାରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିବ ବୋଲି କୁହାଯାଇଛି। ଚଳିତ ବର୍ଷର ଏହି ସ୍ଥିତି ସାଧାରଣତଃ ଉତ୍କୃଷ୍ଟ ମୌସୁମୀର ଅବସ୍ଥା ସୃଷ୍ଟି କରିଥାଏ ବୋଲି ଜଣାଯାଇଛି।

ଅନୁକୂଳ ମୌସୁମୀ ଯୋଗୁ ସାରା ଦେଶରେ ଚଳିତ ବର୍ଷ ଆବଶ୍ଯକତା ପରିମାଣଠାରୁ ଅଧିକ ବର୍ଷ ହେବ ବୋଲି ବିଶେଷଜ୍ଞ କହିଛନ୍ତି। କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ପୃଷ୍ଠରେ ସୃଷ୍ଟି ହେଉଥିବା ତାପମାତ୍ରା ଆବଶ୍ଯକତାଠାରୁ ଅଧିକ ଥଣ୍ଡା ହୋଇଥିବାରୁ ଏହାର ପ୍ରଭାବ ବର୍ଷା ଉପରେ ପକାଇବ। ଭାରତ ମହାସାଗରର ପୃଷ୍ଠରେ ତାପମାତ୍ରାରେ ତାରତମ୍ଯ ହେତୁ ଏହି ଆଶା କରାଯାଉଛି। ଅନୁକୂଳ ପରିବେଶ ଯୋଗୁ ଜୁଲାଇରୁ ସେପ୍ଟେମ୍ବର ମଧ୍ଯରେ ବର୍ଷା ପରିମାଣ ବଢିବ ବୋଲି କୁହାଯାଇଛି।

ହରିୟାଣାରେ ସ୍କୁଲ ବସ୍ ଦୁର୍ଘଟଣା, ୬ ଛାତ୍ରଛାତ୍ରୀ ମୃତ

ମହେନ୍ଦ୍ରଗଡ଼: ହରିୟାଣାରେ ସ୍କୁଲ ବସ୍ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ଯୁ। ହରିୟାଣା ମହେନ୍ଦ୍ରଗଡ଼ରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ଯ ହରାଇ ଏକ ଗଛକୁ ଯାଇ ଧକ୍କା ଦେଲା ସ୍କୁଲ ବସ। ଏହି ସ୍କୁଲ ବସରେ ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣାସ୍ଥଳରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ଅନ୍ଯ ଜଣେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ଯୁ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ମହେନ୍ଦ୍ରଗଡ଼ ଜିଲ୍ଲାର କନୀନା ଗାଁ ନିକଟରେ ଘଟିଥିଲା ଏ ଦୁର୍ଘଟଣା। ଦୁର୍ଘଟଣାର ଶିକାର ଏହି ସ୍କୁଲ ବସ ଏକ ଘରୋଇ ସ୍କୁଲର ବୋଲି ଜଣାପଡ଼ିଛି। ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ବସର ଡ୍ରାଇଭର ନିଶାଗ୍ରସ୍ତ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣା ପରେ ଆଖପାଖର ଲୋକେ ଆସି ବସରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତନାଘନା କରୁଛି। ଆଜି ସରକାରୀ ଛୁଟି ଥିବା ସତ୍ଵେ ପିଲାଙ୍କୁ ସ୍କଲକୁ ନିଆଯାଉଥିଲା। ପିଲାଙ୍କୁ ନେବାକୁ ସ୍କୁଲ ତରଫରୁ ବସ ପଠାଯାଇଥିଲା।

କାହିଁକି ହୁଏ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ, ଜାଣନ୍ତୁ କ’ଣ ରହିଛି ନିୟମ…

ଭୁବନେଶ୍ୱର: ଦଳ ବଦଳ ନିୟମ ଅନୁସାରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥାଏ। ଜଣେ ବିଧାୟକ ଗୋଟିଏ ଦଳରୁ ନିର୍ବାଚିତ ହୋଇ ଦଳ ଛାଡ଼ିଲେ ସଭ୍ୟ ପଦ ରଦ୍ଦ ହୋଇପାରିବ । ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଧାୟକ ଦଳ ଛାଡ଼ିଲେ ସଭ୍ୟ ପଦ ରଦ୍ଦ ହୋଇପାରବ ନାହିଁ । ଦଳରୁ ବହିଷ୍କୃତ ହୋଇଥିଲେ ସଭ୍ୟ ପଦ ରଦ୍ଦ ହୋଇପାରିବ ନାହିଁ । ଗୋଟିଏ ଦଳରୁ ନିର୍ବାଚିତ ହୋଇ ଅନ୍ୟ ଦଳକୁ ଗଲେ ସଭ୍ୟ ପଦ ରଦ୍ଦ ହେବ ।

ଆହୁରି ମଧ୍ୟ ଦଳୀୟ ଚିହ୍ନରେ ନିର୍ବାଚିତ ହୋଇ ଦଳ ଛାଡ଼ିଲେ ସଭ୍ୟ ପଦ ରଦ୍ଦ ହୋଇପାରିବ। ସଭ୍ୟ ପଦ ରଦ୍ଦ ପରେ ବିଭିନ୍ନ ସରକାରୀ ସୁବିଧା ହରାଇବେ ସଦସ୍ୟ । ସ୍ଵାଧୀନ ଭାବେ ନିର୍ବାଚିତ ହୋଇଥିଲେ ଗୋଟିଏ ଦଳରେ ଯୋଗ ଦେଇପାରିବେ ।

ଉଲ୍ଲେଖଯୋଗ୍ୟ, ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ରଦ୍ଦ ହେୋଇଛି ସଭ୍ୟ ପଦ। ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ପ୍ରକାଶ ପାଇଛି ନିର୍ଦ୍ଦେଶାବଳୀ। ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କୁ ମଗାଯାଇଥିଲା ସ୍ପଷ୍ଟୀକରଣ।

https://youtu.be/U1GxrhOrlak?si=xNoHemptHoDNcsAp

ତେବେ ପିଟିସନର କୌଣସି ଉତ୍ତର ରଖିନଥିଲେ ଅରବିନ୍ଦ ଓ ପ୍ରେମାନନ୍ଦ। ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି ଦୁଇ ବିଧାୟକ। ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି।

ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଜିତିବା ପାଇଁ ରାଜ୍ଯ ବିଜେପି ଯେକୌଣସି ସ୍ତରକୁ ଖସି ଯାଉଛି। ସରକାରୀ କର୍ମଚାରୀଙ୍କୁ ନାଲିଆଖି ଦେଖାଉଥିବାବେଳେ ତୃଣମୂଳ ସ୍ତରରେ ମହିଳାଙ୍କୁ ନିନ୍ଦିତ, ଲାଞ୍ଛିତ ଅପମାନିତ ତଥା ଚରିତ୍ର ସଂହାର କରିବାକୁ ପଛାଉ ନାହିଁ। ସବୁ ନିର୍ବାଚନରେ ମହିଳାମାନଙ୍କୁ ନିରବଚ୍ଛିନ୍ନ ଭାବେ ଟ୍ରାପ କରିଆସୁଛି। ଏହା ବିରୋଧରେ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡିର ଏକ ମହିଳା ଟିମ ।

ଯେଉଁ ମହିଳାମାନେ ପେଟପାଟଣା ପାଇଁ ପଦାକୁ ଆସି ନିଜ ସ୍ବାଭିମାନ ଗଢୁଛନ୍ତି, ସ୍ବାବଲମ୍ବୀ ହେଉଛନ୍ତି ସେହିଭଳି ସ୍ଥିତିରେ ତୃଣମୂଳସ୍ତରରେ କର୍ମୀଙ୍କୁ ବିଜେପି କ୍ରମାଗତ ଭାବେ ଧମକାଉଛି । ଗର୍ଭବତୀ ମାଆ ମାନଙ୍କୁ, ଶିଶୁମାନଙ୍କୁ ପୋଷଣ ଯୋଗାଉଥିବା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନ ଶକ୍ତି ମାଆ ମାନଙ୍କୁ ପରାଜୟ ଭୟରେ ନିନ୍ଦିତ ଅପମାନିତ କରିଚାଲିଛି। କେବଳ ବିଜେପି ପାଇଁ କାମ କରିବା ପାଇଁ ଉସୁକାଉଛନ୍ତି। ଏହା କେବଳ ବ୍ରହ୍ମପୁର, କଟକରେ ହେଉନାହିଁ।

ରାଜ୍ଯର ସବୁ ଜିଲ୍ଲାରେ ବିଜେପି ଗୁଣ୍ଡାଗିରି କରି ନାଲିଆଖି ଦେଖାଇ ନିଜ କାମ କରିବାକୁ ବାଧ୍ଯ କରୁଛି। ତେଣୁ ଆଗାମୀ ଦିନରେ ତୃଣମୂଳସ୍ତରର ଏହି ମହିଳା ବିଜେପିକୁ ଉଚିତ ଶିକ୍ଷାଦେବେ। ସେମାନଙ୍କୁ ଓଡ଼ିଶାରୁ ସଂପୂର୍ଣ୍ଣ ବିତାଡ଼ିତ କରିବେ ବୋଲି ଆହ୍ବାନ ଦେଇଛି ବିଜେଡି ଟିମ। ମହିଳାଙ୍କ ପ୍ରତି ଆକ୍ଷେପକୁ ବିଜେଡି ସହ୍ଯ କରିବନି ବୋଲି ଚେତାବନୀ ଦେଇଛି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ଯ ନିର୍ବାଚନ ଅଧିକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ଆଶା କରିଛି।

ଆପର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅମାନତୁଲ୍ଲା ଖାଁଙ୍କ ବିରୋଧରେ ଗିରଫ ପରୱାନା ଜାରି

ନୂଆଦିଲ୍ଲୀ: ଆପର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ପରୱାନା ଜାରି କରିବା ଲାଗି ଦିଲ୍ଲୀ ଏକ କୋର୍ଟଙ୍କ ଦ୍ବାରସ୍ଥ ଇଡି। ଦିଲ୍ଲୀ ୱାକଫ ବୋର୍ଡରେ ହୋଇଥିବା ବେଆଇନ ନିଯୁକ୍ତି ପ୍ରସଙ୍ଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାଁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ଲାଗି ପଦକ୍ଷେପ ଆରମ୍ଭ କରିଛି ଇଡି।

ଆସନ୍ତା ୧୮ରେ ମାମଲାର ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରିଛନ୍ତି ସିବିଆଇ ଓ ଇଡିର ସ୍ପେସାଲ ଜଜ୍ ରାକେଶ ସ୍ଯାଲ। ଅମାନତୁଲ୍ଲାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିବା ଲାଗି ଅନୁମତି ସକାଶେ ଇଡିର ଆବେଦନ ବିଚାରାଧୀନ ରହିଛି ବୋଲି କହିଛନ୍ତି ସ୍ବତନ୍ତ୍ର ବିଚାରପତି। ଦିଲ୍ଲୀ ଓଖଲାର ଆପ୍ ବିଧାୟକ ଅଛନ୍ତି ଅମାନତୁଲ୍ଲା। ପୂର୍ବରୁ ଏହି ମାମଲାରେ ଅମାନତୁଲ୍ଲା କେତେକ ସମନକୁ ପ୍ରତ୍ୟାଖ୍ୟାନ କରିଥିବାରୁ ତାଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ଏକ ମାଜିଷ୍ଟ୍ରଟ୍ ସ୍ତରୀୟ କୋର୍ଟର ଦ୍ବାରସ୍ଥ ହୋଇଥିଲା ଇଡି। ଅମାନତୁଲ୍ଲାଙ୍କ ୩ ସହଯୋଗୀ- ଜିସାନ ହାଇଦର, ଦାଉଦ ନାସିର ଓ ଜାଭେଦ ଇମାମ ସିଦିକଙ୍କ ନାଁ ବି ଇଡି ଅଭିଯୋଗ ପତ୍ରରେ ରହିଛି।

ଗତବର୍ଷ ଅକ୍ଟୋବରରେ ଅମାନତୁଲ୍ଲାଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ରେଡ କରିଥିଲା ଇଡି। ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ଓ କିଛି ଅଚଳ ସମ୍ପତ୍ତି କ୍ରୟ କରିବାରେ ଏହି ଅର୍ଥ ବ୍ଯବହାର ହୋଇଥିଲା ବୋଲି କହିଛି ଇଡି। ଗତ ୧୦ ତାରିଖରେ ଦିଲ୍ଲୀ ମନ୍ତ୍ରୀ ପଦ ଛାଡିଥିଲେ ରାଜକୁମାର ଆନନ୍ଦ। କେଜରିୱାଲ ସରକାରଙ୍କ ମନ୍ତ୍ରୀ ପଦ ସହ ଆମ ଆଦମୀ ପାର୍ଟି ଛାଡିଥିଲେ ରାଜକୁମାର। ଆପର ପ୍ରାଥମିକ ସଦସ୍ୟ ପଦରୁ ସେ  ଇସ୍ତଫା ଦେଇଥିଲେ। ଦିଲ୍ଲୀ ସରକାରରେ ସମାଜ ମଙ୍ଗଳ ମନ୍ତ୍ରୀ ଥିଲେ ରାଜକୁମାର। ସେପଟେ କେଜରିୱାଲଙ୍କ ବ୍ଯକ୍ତିଗତ ସଚିବ ବିଭବ କୁମାରଙ୍କୁ ବେଆଇନ ନିଯୁକ୍ତି ହୋଇଥିବା ଅଭିଯୋଗରେ ହଟାଇଦେଇଛି ଦିଲ୍ଲୀ ଭିଜିଲାନ୍ସ ବିଭାଗ।

ଚାନ୍ଦବାଲିରେ ବିଜେପିର ଗୁଣ୍ଡାଗର୍ଦ୍ଦି, ରାସ୍ତା ଖୋଳି ବନ୍ଦ କଲେ ଯାତାୟତ

ଚାନ୍ଦବାଲି: ବିଜେପି ହୁଅ, ନ ହେଲେ ଗାଁରେ ବନ୍ଦୀ ରୁହ। ରାସ୍ତା ଖୋଳି ୭୦ ପରିବାରକୁ ଯାତାୟତ ବନ୍ଦ କଲେ ବିଜେପି କର୍ମୀ। ଏନେଇ ଥାନାରେ ଏତଲା ଦେଲା ବ୍ଳକ ପ୍ରଶାସନ। ଏହି ଘଟଣା ଘଟିଛି ଚାନ୍ଦବାଲି ବ୍ଳକର ଖଦାଳ ପୋଖରୀ ପଞ୍ଚାୟତର ଗୋପାଳ ସାହିରେ। ସାହିରେ ୭୦ ପରିବାର ମଧ୍ୟରୁ ଅଧିକାଂଶ ବିଜୁ ଜନତା ଦଳର ସମର୍ଥକ।

ଅନ୍ୟ ଦଳରେ ଥିବା କିଛି କର୍ମୀ ଘଣ୍ଟେଶ୍ୱରରେ ଥିବା ବିଜେଡ଼ି କାର୍ଯ୍ୟାଳୟକୁ ବିଧାୟକଙ୍କୁ ଦେଖାକରିବାକୁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ସାହିର ୧୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଗୋପାଳ ସାହିର ସବୁଦିନିଆ ଯାତାୟତ ରାସ୍ତାକୁ ମଧ୍ୟ ରାତ୍ରିରେ ଜେସିବି ଲଗାଇ ପ୍ରାୟ ୧୫ ଫୁଟ ତାଡି ଦେଇଛନ୍ତି। ଫଳରେ ୭୦ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟ ପିଲାମାନଙ୍କର ସ୍କୁଲ ଯିବା ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସବୁ ଠପ ହୋଇ ଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଘଟଣାକୁ ସରପଞ୍ଚ ମୋନାଲିସା ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିନ୍ଦା କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଭିଡିଓ ଉତ୍ତୋଳନ ପାଇଁ ଯିବା ବେଳେ ସେଠାକୁ ଛାଡି ନ ଥିଲେ ବିଜେପି କର୍ମୀ । ପ୍ରଶାସନ ନିକଟରେ ସରପଞ୍ଚଙ୍କ ଅଭିଯୋଗ ପରେ ବ୍ଳକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବାଂଶଡା ଥାନାରେ ଅଭିଯୋଗ କରିଛି। ଅଭିଯୋଗ ମୂଳେ ବାଂଶଡା ପୋଲିସ ଏକ ମାମଲା ରୁଜ୍ଜୁ କରି ଏଥିରେ ବ୍ୟବହୃତ ଜେସିବି ଗାଡି ସହ ଚାଳକକୁ ଗିରଫ କରିଛି।