ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ କେରଳର ଯୁଗାନ୍ତକାରୀ ପଦକ୍ଷେପ । ସ୍କୁଲ ରଚିଲା ଇତିହାସ, ଦେଶର ପ୍ରଥମ AI ଶିକ୍ଷକ ଆଇରିସର ଉଦଭାବନ । କେରଳର ତ୍ରିଭେନ୍ଦ୍ରମରେ ପିଲାଙ୍କୁ ପାଠ ପଢ଼ାଇଲା ଆଇରିସ୍ । KTCT ହାୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢ଼ାଇଛି ଆଇରିସ୍ । ଶିକ୍ଷାଦାନ କରିବା ସହ ଅନେକ ଫିଚରର ଅଧିକାରୀ ଆଇରିସ୍ । ବିଭିନ୍ନ କଷ୍ଟ ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଇପାରୁଛି ଆଇରିସ୍ । ମେକରଲାବ୍ସ ଏଜୁଟେକ୍ ଏହି ରୋବର୍ଟର ଉଦଭାବନ କରିଛି । ଆଇରିସ୍ ଏକ ବହୁଭାଷୀ ଏଜୁକେଟର ଭାବେ କାମ କରୁଛି । ମେକରଲାବ୍ସ ପକ୍ଷରୁ ଇନଷ୍ଟାଗ୍ରାମରେ ସେୟାର ହୋଇଛି ଆଇରିସର ଭିଡିଓ । ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ସହିତ ଅନେକ ପରିବର୍ତ୍ତନ ଆସିପାରିବ ।
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜଗନ୍ନାଥପ୍ରସାଦ ଆରଆଇ
ଭଞ୍ଜନଗର : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜଗନ୍ନାଥପ୍ରସାଦ ଆରଆଇ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରମୋଦ କୁମାର ବେହେରାଙ୍କୁ ଧରିଛି ଭିଜିଲାନ୍ସ ଟିମ । ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲରେ ଭାବେ କାର୍ଯ୍ୟରତ ଥିଲେ । ଲାଞ୍ଚ କାରବାରରେ ଆରଆଇଙ୍କୁ ସହଯୋଗ କରୁଥିଲେ ସ୍ଥାନୀୟ ବ୍ୟକ୍ତି ବିଦ୍ୟାଧର ପ୍ରଧାନ । ଜଣେ ବ୍ୟକ୍ତି ଜମି ଡିମାରକେସନ ପାଇଁ ବିଦ୍ୟାଧରଙ୍କୁ ୫୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ବିଦ୍ୟାଧର ସେହି ଟଙ୍କାକୁ ନେଇ ଆରଆଇଙ୍କୁ ଦେଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଆରଆଇଙ୍କ ସହ ବିଦ୍ୟାଧରଙ୍କୁ କାବୁ କରିଥିଲା। ରଙ୍ଗବୋଳା ୫୦୦୦ ଟଙ୍କାକୁ ଜବତ କରିବା ସହ ପ୍ରମୋଦ ଓ ବିଦ୍ୟାଧରଙ୍କୁ ଅଧିକ ପଚରାଉଚରା କରିବା ପାଇଁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇଛି ।
ଉତ୍ତରପ୍ରଦେଶ ରାୟବରେଲିରୁ ନିର୍ବାଚନୀ ଡେବ୍ୟୁ କରିବେ ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ରାୟବରେଲିରୁ ନିର୍ବାଚନୀ ଡେବ୍ୟୁ କରିବେ ପ୍ରିୟଙ୍କା ଗାନ୍ଧି। ପ୍ରଥମ ଥର ଲାଗି ରାୟବରେଲିରୁ ସାଧାରଣ ନିର୍ବାଚନ ଲଢିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେହିପରି କେରଳର ୱାୟନାଡରୁ ଲଢିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି। ତେବେ ଅମେଥି ଆସନରୁ ମଧ୍ଯ ସେ ପୁଣି ଲଢିବା ନେଇ ମିଳୁଛି ସୂଚନା ।
ରାୟବରେଲିରୁ ଲଢିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏହି ଆସନରୁ ଲଗାତର ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି। ଉତ୍ତରପ୍ରଦେଶରୁ ଗତଥର କେବଳ ସୋନିଆ ଗାନ୍ଧି କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଅମେଥିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ।
ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୨ଟି ବୁଝାମଣା ପତ୍ର ସ୍ୱାକ୍ଷର
ଭୁବନେଶ୍ୱର : ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୨ଟି ବୁଝାମଣା ପତ୍ର ସ୍ୱାକ୍ଷର। ଅମୃତା ବିଶ୍ଵ ବିଦ୍ୟାପୀଠମ୍ ,କେରଳ ସହିତ ଭୂସ୍ଖଳନ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ବ୍ୟାଙ୍କ ସ୍ଥିତ “ରାଇମସ” ଅନୁଷ୍ଠାନର ସହିତ ବହୁମୁଖୀ ପ୍ରଭାବ ଆଧାରିତ ବିପର୍ଯ୍ୟୟ ପୂର୍ବାନୁମାନ ସଂପର୍କରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ବୁଝାମଣାପତ୍ରଗୁଡ଼ିକ ସରକାରଙ୍କ ‘ମିଶନ ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉଦ୍ୟମକୁ ସଫଳ କରାଇବା ଦିଗରେ ସହାୟକ ହେବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଚୁକ୍ତିନାମାକୁ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ଅମୃତା ବିଶ୍ଵ ବିଦ୍ୟାପୀଠମ୍ ର ନିର୍ଦ୍ଦେଶକ ଡଃ. ମନିଷା ବିନୋଦିନୀ ରମେଶ ସ୍ୱାକ୍ଷର କରିଛନ୍ତି । ସେହିପରି ରାଇମସ୍ ଅନୁଷ୍ଠାନ ସହିତ ସ୍ୱାକ୍ଷରିତ ବୁଝାମଣା ପତ୍ରରେ ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ରାଇମସ୍ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଡଃ. କେ. ଜେ. ରମେଶ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।
ଭୁବନେଶ୍ୱର ଗୋଠପାଟଣାଠାରେ ନିର୍ମାଣ ହେବ ପ୍ରଥମ ଆଦିବାସୀ ଭବନ
ଭୁବନେଶ୍ୱର : ଗୋଠପାଟଣାଠାରେ ନିର୍ମାଣ ହେବ ପ୍ରଥମ ଆଦିବାସୀ ଭବନ । ଏଥିପାଇଁ ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ । ଆଦିବାସୀ ଭବନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ ।
ରାଜ୍ୟର ଆଦିବାସୀ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଭବନ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ସହାୟକ ହେବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନୁଯାୟୀ, ଏହି ପ୍ରସ୍ତାବିତ ଭବନର ଆବଶ୍ୟକତା ବିଷୟରେ ବିଭିନ୍ନ ଜନଜାତି ଗୋଷ୍ଠୀ ପକ୍ଷରୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା କାର୍ଯ୍ୟକ୍ଷମ ହେଲେ ଆଦିମ ଜନଜାତି ସମେତ ୬୪ଟି ଅନୁସୂଚିତ ଜନଜାତି ବର୍ଗର ଆଦିବାସୀ ଲୋକ ଉପକୃତ ହେବେ। ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟସ୍ତରୀୟ ପ୍ରଶାସନର ଏକ ପ୍ରକଳ୍ପ ଭାବରେ ବିକଶିତ ହେବାକୁ ଥିବା ଏହି ବହୁମୁଖୀ ସୁବିଧା କେନ୍ଦ୍ର ଆଦିବାସୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ସହାୟକ ହେବ ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ସୁବିଧାରେ ରହିବାର ବ୍ୟବସ୍ଥା କରିବ ଆଦିବାସୀ ଭବନ । ଏଥି ସହିତ ଅନୁସୂଚିତ ଜନଜାତି ସମୁଦାୟ ପ୍ରାୟତଃ ଭିନ୍ନ ଭିନ୍ନ ସାଂସ୍କୃତିକ ପ୍ରଥା, ଖାଦ୍ୟ ପସନ୍ଦ ଏବଂ ସାମାଜିକ ମାନଦଣ୍ଡ ବଜାୟ ରଖନ୍ତି । ଏହି ଭବନ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହିତ ସେମାନଙ୍କ ସାଂସ୍କୃତିକ ସମ୍ବେଦନଶୀଳତାକୁ ମଧ୍ୟ ସମ୍ମାନ ଦେବ। ସେମାନଙ୍କ ପାଇଁ ଏକ ଆନନ୍ଦଦାୟକ ରହିବା ସୁବିଧା ମଧ୍ୟ ଉପଲବ୍ଧ କରିବ। ଆଦିବାସୀ ଭବନ’ରେ ରହିବାର ସୁବିଧା ସହ ସମ୍ମିଳନୀ କକ୍ଷ, କୋରାପୁଟ କଫି କାଫେ ଏବଂ ଆଦିଶାର ଦ୍ବିତୀୟ ଆଉଟଲେଟ୍ ମଧ୍ୟ ରହିବ। ସ୍ୱାସ୍ଥ୍ୟ ସେବା ସୁବିଧା, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ସୂଚନା ଓ ସହାୟତା ମିଳିପାରିବ। ଆଦିବାସୀମାନଙ୍କ କଳାକୃତି ଏବଂ ପାରମ୍ପରିକ ବସ୍ତ୍ର ଉଭୟ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ସୁଯୋଗ ରହିବ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା। କଂଗ୍ରେସକୁ ପୁଣି ଫେରିଛନ୍ତି ଶ୍ରୀକାନ୍ତ। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହୋଇଛି ମିଶ୍ରଣ ପର୍ବ। ୨୦୧୯ରେ ତାଙ୍କୁ କେତେକ କାରଣରୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ କଂଗ୍ରେସ ନେତା ବିନୀତ ପୁନିଆ ଉପସ୍ଥିତି ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ।

