ବିଜେପି କର୍ମୀଙ୍କ ଦାଦାଗିରି, ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଆରଡି: ବିଜେପିରେ ମିଶ ନଚେତ ମାଡ଼ ଖାଅ। ଆରଡୀ ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଜଣେ ସେବାୟତ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାବାଜିଙ୍କୁ ବିଜେପିରେ ମିଶିବାକୁ ବାଧ୍ୟ କରିଥିଲେ ବିଜେପି କର୍ମୀ। ହେଲେ ସେ ମନକରିବାରୁ ୫ରୁ ୬ ଜଣ ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଆରଡିଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ସେବାୟତ ।

ସୂଚନା ଅନୁଯାୟୀ, ସେବାୟତଙ୍କୁ ବିଜେପିର କିଛି କର୍ମୀ ନାଲିଆଖି ଦେଖାଇ କହିଥିଲେ ଯେ, ବିଜେପି ହେବୁ ବିଜେପି କଥା କହିବୁ ନହେଲେ ତୋତେ ବାଡେଇକି ଏଇଠି ଜୀବନରୁ ମାରିଦେବୁ। ସେବାୟତ ତାଙ୍କ କଥାରେ ରାଜି ନହେବାରୁ ୪ରୁ ୬ଜଣ ବିଜେପି କର୍ମୀ ବାଡି ଠେଙ୍ଗାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ସେବାୟତ। ପରେ ସେବାୟତ ଆରଡିଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।