ଝାରସୁଗୁଡ଼ା : ମହାନଦୀରେ ବୁଡ଼ିଲା ଡଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଗଲା ଡଙ୍ଗା l ଡଙ୍ଗାରେ ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣା ପଡ଼ିଛି l ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଚାଳକ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ଘଟଣା ସ୍ଥଳରେ ଜଣଙ୍କ ମୃତ ହୋଇଥିବା ବେଳେ ୬ ନିଖୋଜ ଥିବା ସୂଚନା । ନିଖୋଜ ୬ଜଣ ଯାତ୍ରୀଙ୍କୁ ଖୋଜାଖୋଜି କରାଯାଉଛି । ଜିଲ୍ଲା ସଦରମହକୁମା ଠାରୁ ୧୦୦ କିମି ଦୁରରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ ଯାତ୍ରୀଙ୍କୁ ଶରଧାରୁ ବାଞ୍ଜିପାଲିକୁ ଯାଉଥିବା ବେଳେ ହଠାତ କୌଣସି କାରଣ ବସତ ଡଙ୍ଗା ବୁଡ଼ିଯାଇଥିଲା । ମହାନଦୀରେ ମାଝ ଧରୁଥିବା ମାଛ ଧରାଳି ମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ମଇଦାନରେ ୧ ହଜାରରୁ ଊର୍ଦ୍ଧ୍ବ ପ୍ରାର୍ଥୀ, ୪୫0 ପ୍ରାର୍ଥୀ କୋଟିପତି
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ଆସିଛି ରିପୋର୍ଟ । ମଧ୍ୟପ୍ରଦେଶ ଛିନ୍ଦଓ୍ବାରାରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ନକୁଳନାଥ ହେଉଛନ୍ତି ସବୁଠାରୁ ଧନୀପ୍ରାର୍ଥୀ । ତାଙ୍କ ସମ୍ପତ୍ତି ପରିମାଣ ୭୧୬ କୋଟି ଟଙ୍କା । ଭୀମ ପାର୍ଟ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ନାମରେ ରହିଛି ସର୍ବାଧିକ ୩୬ଟି ଅପରାଧିକ ମାମଲା । ସେ ଉତ୍ତରପ୍ରଦେଶ ନଗିନାରୁ ଲଢୁଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତ ୧ ହଜାର ୬୨୫ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ଯା ରହିଛି ୧୩୫ । ୨୫୨ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଏହି ୧୦୨ ଆସନରୁ ରେଡ ଆଲର୍ଟ ସିଟ୍ ସଂଖ୍ୟା ୪୨ । ଗୋଟିଏ ଆସନରୁ ଯଦି ଅପରାଧିକ ମାମଲା ଥିବା ୩ରୁ ଅଧିକ ପ୍ରାର୍ଥୀ ଲଢୁଥାନ୍ତି ତେବେ ତାହାକୁ ରେଡ ଆଲର୍ଟ ସିଟ୍ କୁହାଯାଏ ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଲାଗିଛି ୩୦୨ ଧାରା ।
୧୯ ପ୍ରାର୍ଥୀଙ୍କ ବିରୋଧରେ ରହିଛି ହତ୍ଯା ଉଦ୍ୟମ ଅଭିଯୋଗ ଅର୍ଥାତ ସେମାନଙ୍କ ବିରୋଧରେ ଲାଗିଛି ଧାରା ୩୦୭ । ୧୮ ପ୍ରାର୍ଥୀଙ୍କ ବିରୋଧରେ ନାରୀ ନିର୍ଯାତନା ମାମଲା । ୪୫୦ ପ୍ରାର୍ଥୀ ଅଛନ୍ତି କୋଟିପତି । ୧୦ ପ୍ରାର୍ଥୀଙ୍କ ନାହିଁ କୌଣସି ସମ୍ପତ୍ତି । ୨୬ ପ୍ରାର୍ଥୀ ଅଛନ୍ତି ଅଶିକ୍ଷିତ । ୪ ପ୍ରାର୍ଥୀଙ୍କ ବୟସ ୮୦ରୁ ଅଧିକ ।
ଆଜିଠୁ ଦେଶରେ ମତଦାନ ଆରମ୍ଭ, ଭୋଟ ଦେବାକୁ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି। ବାଲୁକା କଳା ମାଧ୍ଯମରେ ସଚେତନତା ବାର୍ତ୍ତା ଦିଆଯାଇଛି।
ସମସ୍ତେ ଗଣତନ୍ତ୍ରର ଏହି ମହାନ୍ ପର୍ବରେ ସାମିଲ୍ ହୋଇ ନିଜ ଅଧିକାର ତଥା ମତଦାନ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି। ବିଶେଷ କରି ଯୁବପିଢ଼ି ମାନଙ୍କୁ ଏହି ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି। ସୁଦର୍ଶନ ତାଙ୍କ ବାଲୁକାକଳାରେ ଦେଶ କା ଗର୍ବ ଏବଂ ଭୋଟ ଫର ସିଓର ବାର୍ତ୍ତା ଲେଖିଛନ୍ତି।
ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ଯବହାର ଓ ମାଡ଼ମରା ମାମଲା, ୨୪ରେ ଶୁଣାଣି
କଟକ: ପୋଲିସ ଅଧିକାରୀଙ୍କୁ ଦୁର୍ବ୍ଯବହାର ଓ ମାଡ଼ମରା ମାମଲା । ବିଜେପି ନେତା ଭର୍ତ୍ତୃହରି ମହତାବଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ହୋଇଛି । କଟକ ଜେଏମଏଫସି ଅଦାଲତରେ କରାଯାଇଛି ଶୁଣାଣି । ଏତଲାକାରୀ ପୋଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ଜେରା କରିଛନ୍ତି ପ୍ରତିପକ୍ଷ ଓକିଲ । ତେବେ ଜେରା ଅସମ୍ପୂର୍ଣ୍ଣ ରହିଥିବାରୁ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
୨୦୧୧ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ଉତ୍ସବରେ ଏହି ଘଟଣା ଘଟିଥିଲା । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ତତ୍କାଳୀନ ପୋଲିସ୍ ଏସଆଇ ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ଓ ଭର୍ତ୍ତୃହରି ମହାତାବଙ୍କ ମଧ୍ୟରେ ବିବାଦ ଲାଗିଥିଲା । ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରି ଦୁର୍ବ୍ଯବହାର ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଏନେଇ ଦରଘା ବଜାର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ୨୦୧୮ ମାର୍ଚ୍ଚ ୧୯ ତାରିଖରେ ଭର୍ତ୍ତୃହରିଙ୍କ ବିରୋଧରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା । କିଛି ଦିନ ତଳେ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ଜେରା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଭୋଟ ଦେଲେ ବିଶ୍ବର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗେ
ନାଗପୁର: ଭୋଟ ଦେଲେ ବିଶ୍ବର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ତଥା ଗିନିଜ ଓ୍ବାଲ୍ଡ ରେକର୍ଡଧାରୀ ଜ୍ୟୋତି ଆମଗେ । ଶୁକ୍ରବାର ସକାଳୁ ମହାରାଷ୍ଟ୍ର ନାଗପୁରର ଏକ ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଛନ୍ତି । ସରକାରୀ ନିୟମ ଅନୁଯାୟୀ ନିଜର ପରିଚୟ ପତ୍ର ଧରି ବୁଥ ନିକଟରେ ପହଞ୍ଚିଯାଇଥିଲେ ଜ୍ୟୋତି ।
ସାଧାରଣ ଭୋଟରଙ୍କ ପରି ସେ ମଧ୍ୟ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ । ତାଙ୍କ କ୍ରମାଙ୍କ ଆସିବା ପରେ ସମସ୍ତ ଭୋଟିଂ ପ୍ରକ୍ରିୟା ପୂରଣ କରି ମତଦାନ କରିଥିଲେ । ପରେ ପରେ ବୁଥ ବାହାରକୁ ଆସି କାଳିଲଗା ଆଙ୍ଗୁଠି ପ୍ରଦର୍ଶନ କରିଥିଲେ । ତେବେ ଏଠାରେ କହିରଖୁ ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାମଟେକ, ନାଗପୁର, ଭଣ୍ଡାରା- ଗୋଣ୍ଡିଆ, ଗାଡଚିରୋଲି – ଚିମୁର ଓ ଚନ୍ଦ୍ରପୁରର ପାଞ୍ଚଟି ଆସନ ପାଇଁ ମତଦାନ ହେଉଛି ।

