spot_img
Home Blog Page 2021

ନିର୍ବାଚନ ଚାଲିଥିବାବେଳେ ବରଗଡରେ ଜଘନ୍ୟ ହତ୍ୟାକାଣ୍ଡ

ବରଗଡ଼: ନିର୍ବାଚନ ଚାଲିଥିବାବେଳେ ସରସରାରେ ଜଘନ୍ଯ ହତ୍ୟାକାଣ୍ଡ। ବରଗଡ଼ ସଦର ବ୍ଲକ ସରସରା ଗାଁରେ ସୋମବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସରସରାର ବିଶ୍ବନାଥ ମେହେର୍ଦ୍ଦା ବୋଲି ସୂଚନା ମିଳିଛି ।

କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସ୍ପି ପି.ଏସ୍ ମୀନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

ହତ୍ଯା ଅଭିଯୁକ୍ତ ଅଶୋକ ମହାନନ୍ଦ ୪ ଦିନ ତଳେ ଜେଲରୁ ଫେରିଥିଲା ।

ମାଆ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ 

ସମ୍ବଲପୁର: ଆଜି ସକାଳୁ ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ମାଆ ସମଲେଶ୍ବରୀଙ୍କ ଦର୍ଶନ ସହିତ ପୂଜକ ଓ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ  ।

ମନ୍ଦିର ପରିସର ଓ ମହାନଦୀ ଆଳତି ଘାଟ ଦେଖିଥିଲେ ପାଣ୍ଡିଆନ । ଶେଷରେ ସମ୍ବଲପୁରର ବିଭିନ୍ନ ଗୋଷ୍ଠୀର ଲୋକଙ୍କ ସହ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ବିଷୟରେ ଆଲୋଚାନା କରିଛନ୍ତି  ।

ବଜାରକୁ ଆସୁଛି ଏମିତି ଇଭି, ସୁଟକେସ୍‌ରେ ନେଇପାରିବେ ବାଇକ

ନନ୍ଦିଘୋଷ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ବାଇକ୍ ଦେଖିଥିବେ, ଯେଉଁଥିରେ ଆପଣ ଭିନ୍ନ ଫିଚର୍‌ ଦେଖିଥିବେ ନିଶ୍ଚିତ । କେବଳ ଏତିକି ନୁହେଁ, ଯାହାର ଡିଜାଇନ୍ର ଆପଣ ପ୍ରଶଂସକ ଅଟନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବାଇକ୍ ଡି ବ୍ଲାସି R7 ବିଷୟରେ କହିବୁ ଯାହାକୁ ଆପଣ ନିଜ ସୁଟକେସରେ ନେଇପାରିବେ  ।

ଏହି ବାଇକ୍ ପକ୍କା ରାସ୍ତାରେ ଚାଲିପାରିବ  । ଏହି ବାଇକ୍ ଏକ ଇଟାଲୀୟ ନିର୍ମାତା ଦ୍ୱାରା ନିର୍ମିତ  । ବାଇକ୍ ର ଆଗ ଏବଂ ପଛରେ ଦିଆଯାଇଥିବା ଶକ୍ ଅବଜରଭର ଏବଂ ପ୍ରଶସ୍ତ ଟାୟାର ସହିତ ଆପଣ ଏହାକୁ କଚ୍ଚା ରାସ୍ତାରେ ମଧ୍ୟ ଚଲାଇ ପାରିବେ  । ସର୍ବାଧିକ ୩୦ ମାଇଲ ବେଗ ସହିତ ଫ୍ରିୱେ ବ୍ୟତୀତ ସମସ୍ତ ରାସ୍ତାରେ ଏହା ଚଲାଇବା ଆଇନଗତ ଅଟେ  । “ଏକ୍ସପ୍ରେସ” ର ଏକ ଶକ୍ତିଶାଳୀ ଯାନ୍ତ୍ରିକ ଟର୍କ କନଭର୍ଟର ଭେରୋମେଟିକ୍ ଟ୍ରାନ୍ସମିସନ୍ ଅଛି  । ଯାହା ବାଇକକୁ ସହଜରେ ପାହାଡ ଚଢିବାକୁ ସକ୍ଷମ କରିଥାଏ  ।

ସୋସିଆଲ ମିଡିଆରେ ଏହି ଛୋଟ ବାଇକ୍ ବହୁତ ଭାଇରାଲ୍ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ବହୁତ ପସନ୍ଦ କରୁଛନ୍ତି  । ଏହି ଭିଣ୍ଟେଜ୍ ବାଇକ୍ ଇନଷ୍ଟାଗ୍ରାମ ଏବଂ ସୋସିଆଲ ମିଡିଆରେ ବହୁ ପ୍ରଶଂସା ଲାଭ କରିଛି  ।

ଏହି ବାଇକ ଡି ବ୍ଲାସି ଆର୭୦ ବାଇକ୍ ର ମୂଲ୍ୟ ପ୍ରାୟ ୩ ଲକ୍ଷ ୪୮ ହଜାର ଟଙ୍କା  । ଏହା ଏକ ଫୋଲ୍ଡିଂ ଇଲେକ୍ଟ୍ରିକ୍ ବାଇକ୍ ଯାହା ୫୦ କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିଛି  । ଏହାର ବ୍ୟାଟେରୀ କ୍ଷମତା ମଧ୍ୟ ଭଲ । ଆପଣ ଏଥିରେ ଲଗେଜ୍ ମଧ୍ୟ ନେଇପାରିବେ  । ଏହି ବାଇକ୍ ର କିଛି ମଡେଲ୍କୁ ବନ୍ଦ କରାଯାଇଛି କିନ୍ତୁ ଏହା ସମୟ ସହିତ ଅପଡେଟ୍ ଭର୍ସନ ସହିତ ବଜାରରେ ଉପଲବ୍ଧ ହେବ ।

ବଲାଙ୍ଗୀର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ନେଇ ନିଜ କ୍ଷୋଭ ବଖାଣିଲେ ରାଜ୍ୟ ସଭାପତି

ବଲାଙ୍ଗୀର: ବଲାଙ୍ଗୀରର ଅମାନିଆ ରାଣୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂଦେଓଙ୍କ ଜାତକ ଖୋଲିଦେଲେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ । ସଂଗୀତାଙ୍କ ବିରୋଧରେ ଅସହାୟ ଅବସ୍ଥାରେ ମନମୋହନ ବିଷ ଓଗାଳୁଥିବାର ଏକ ଭିଡିଓ ଭାଇରାଲ ହେଉଛି ।

ଜଣେ ବ୍ଯକ୍ତିଙ୍କ ସହ ଆଲୋଚନା ସମୟରେ ସଂଗୀତାଙ୍କୁ ସ୍ବାର୍ଥୀ ଏବଂ ଅମାନିଆ ବୋଲି କହି ମନମୋହନ ଭର୍ତ୍ସନା କରୁଛନ୍ତି । ଏକଦମ ଅସହାୟ ଅବସ୍ଥାରେ ମନମୋହନ କହିଛନ୍ତି, ବଲାଙ୍ଗୀରରେ ବିଜେପି ହାରିବାର କାରଣ କେବଳ ସଂଗୀତା ସିଂହଦେଓ । ସେ କାହାରି କଥା ବି ଶୁଣନ୍ତି ନାହିଁ । ଏପରିକି ନିଜ ସ୍ବାମୀ କେଭି ସିଂହଦେଓଙ୍କୁ ବି ମାନନ୍ତି ନାହିଁ । ସବୁବେଳେ ହାରିବା ସମ୍ଭାବନାଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ସୁପାରିସ କରନ୍ତି । ଗତ ସାଧାରଣ ନିର୍ବାଚନରେ ଯେଉଁଭଳି ହାରିବା ପ୍ରାର୍ଥୀଙ୍କୁ ଚୟନ କରିଥିଲେ ଏଥର ବି ସମାନ ଭୁଲ୍ କରିଛନ୍ତି । ଏକଥା ତାଙ୍କୁ କହିଲେ ବି ସେ ଶୁଣନ୍ତି ନାହିଁ ।

କୌଣସି କାମରେ ଲୋକଙ୍କୁ ପଚାରନ୍ତିନାହିଁ କିମ୍ବା ଭଲ ବ୍ଯବହାର ବି କରନ୍ତିନାହିଁ । ଲକ୍ଷେ ଲୋକଙ୍କୁ ନେଇ କାମ କରିହେବ କିନ୍ତୁ ସଂଗୀତାଙ୍କ ଭଳି ରାଣୀଙ୍କୁ ନେଇ କାମ କରିହେବନି ବୋଲି ମନମୋହନ କହିଛନ୍ତି । କେବଳ ଝିଅ ନିବୃତ୍ତିଙ୍କ ପାଇଁ ହିଁ ସଂଗୀତା ଲଗାମଧରି ଅଛନ୍ତି । ଜଣେ ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ରାଜ୍ଯସଭାପତିଙ୍କ ଏଭଳି ବୟାନକୁ ଦଳର ଭିତରେ ଯେ କିଛି ଭଲ ନାହିଁ ତାହା ପ୍ରମାଣିତ କରିଛି।

ଭିଡିଓରେ ମନମୋହନଙ୍କ ସ୍ବର ଅତି ଅସହାୟ ଭଳି ମନେହେଉଛି । ଗଣତନ୍ତ୍ରରେ ଲୋକ ପ୍ରତିନିଧି ହୋଇ ସଂଗୀତା କିଭଳି ରାଣୀ ଠାଣି ଦେଖାଉଛନ୍ତି ତାହାର ପ୍ରମାଣ ହେଉଛି ମନମୋହନଙ୍କ ବୟାନ । ବଲାଙ୍ଗୀରରେ ସଂଗୀତା କିଭଳି ଏକଛତ୍ରବାଦ ଶାସନ ଚଳାଇଛନ୍ତି ତାହାର ଉଦାହରଣ ହେଉଛି ମନମୋହନଙ୍କ ଏହି ଭାଇରାଲ ଭିଡିଓ । ପ୍ରଶ୍ନ ଉଠୁଛି, କାହିଁକି ସାଂସଦ ପ୍ରାର୍ଥୀଙ୍କୁ ଡରିଲା ଭଳି ରହିଛନ୍ତି ରାଜ୍ଯ ସଭାପତି ମନମୋହନ ସାମଲ ? ସଂଗୀତା ରାଜ୍ଯ ନେତୃତ୍ବଙ୍କୁ ଗୁରୁତ୍ବ ଦେଉନାହାଁନ୍ତି କି ? ସବୁଜାଣି ବି ଏଭଳି ଜଣେ ଅହଂକାରୀ ନେତ୍ରୀଙ୍କୁ କାହିଁକି ଟିକେଟ ଦେଉଛି ଭାରତୀୟ ଜନତା ପାର୍ଟି । ଆଜି ବଲାଙ୍ଗୀରରେ ଭୋଟ ଚାଲିଥିବାବେଳେ ଏହି ସମୟରେ ଭିଡିଓ ଭାଇରାଲ ହେଉଛି ।

ତେବେ ମନମୋହନଙ୍କ ପାଖରେ ଛିଡ଼ା ହୋଇ ଭିଡିଓଟି ସୁଟ୍ କରିଥିବା ଲୋକଟି ନିଶ୍ଚୟ ଭାବେ ବିଜେପିର ନେତା କିମ୍ବା କର୍ମୀ ହୋଇଥିବେ ଏବଂ ଜାଣିଶୁଣି ସଂଗୀତାଙ୍କୁ ସତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହା ତାଙ୍କ ଉଦ୍ଯମ ବୋଲି ଅନୁମାନ କରାଯାଉଛି । ତେବେ ଏହା କେବେକାର ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ ।

ପ୍ରଧାନମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ କଡା ଜବାବ, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କୁ ଚେତାଇ ଦେଲେ

ସାଲେପୁର: ସାଲେପୁର ନିର୍ବାଚନୀ ସଭାସ୍ଥଳରୁ ପିଏମ ମୋଦିଙ୍କୁ କଡା ଜବାବ ଦେଲେ କାର୍ତ୍ତିକ ପାଣ୍ଡିଆନ  । ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନୋଟି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ  । ଚାଷୀଙ୍କ ଏମଏସପିରୁ ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ  । ଚାଷୀମାନଙ୍କୁ ଖୋଦ କେନ୍ଦ୍ର ସରକାର ଏମଏସପି ୨୩୦୦ଟଙ୍କା ଦେଉଥିବା ବେଳେ ଓଡିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

। ନିର୍ବାଚନର ୧୦ ଦିନ ପୂର୍ବରୁ ଓଡିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା  । ୮ ବର୍ଷ ହେଲା ଏନଏଚ ୫୫ ରାସ୍ତା ମରାମତି କାମ ସରୁନି  । ତଥାପି ଏଠି ଡବଲ ଇଞ୍ଜିନ ସରକାର ସ୍ପିଡ୍‌ରେ କାମ କରିବା କଥା ମୋଦି କହୁଥିବା କହି ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ । ନିର୍ବାଚନ ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରୁଥିଲେ । କିନ୍ତୁ ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବଦଳିଯାଇଛି  ।

ସେହିପରି କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡଆନ  । ସେ କହିଛନ୍ତି ଯେଉଁ ହାତ ଖାଇବାକୁ ଦେଉଛି ସେ ହାତକୁ କାମୁଡୁଛନ୍ତି ପ୍ରାର୍ଥୀ ଜଣକ  । ଏତିକି ଇସାରା ସେ ପ୍ରାର୍ଥୀ ବୁଝିଯିବେ ବୋଲି ସଭାସ୍ଥଳରେ କଟାକ୍ଷ କରିଛନ୍ତି ପାଣ୍ଡିଆନ  ।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ସାବ୍ୟସ୍ତ କରୁଛନ୍ତି ୬ ରାଜ୍ୟ

ନୂଆଦିଲ୍ଲୀ: ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ। ମଇଦାନରେ ମୋଟ ୬୯୫ ପ୍ରାର୍ଥୀ ରହିଛନ୍ତି।

ମହାରାଷ୍ଟ୍ରର ୧୩ ସଂସଦୀୟ କ୍ଷେତ୍ର ଲାଗି ସର୍ବାଧିକ ପ୍ରାର୍ଥୀ ୫୧୨ ରହିଛନ୍ତି। ବିହାରର ସୀତାମଢି, ମଧୁବନି, ମୁଜଫରପୁର, ସାରଣ, ହାଜିପୁର ନିର୍ବାଚନ ହେବ। ଜାମ୍ମୁ ଓ କାଶ୍ମୀରର ବାରମୁଲ୍ଲା, ଲଦାଖର ଲଦାଖ, ମହାରାଷ୍ଟ୍ରର ଧୁଲେ, ଦିନ୍ଦୋରି, ନାସିକ, କଲ୍ଯାଣ, ପାଲଘର, ଭିବଣ୍ଡି, ଠାଣେ, ମୁମ୍ବାଇ ନର୍ଥ, ମୁମ୍ବାଇ ନର୍ଥ-ଓ୍ବେଷ୍ଟ, ମୁମ୍ବାଇ ନର୍ଥ-ଇଷ୍ଟ, ମୁମ୍ବାଇ ନର୍ଥ-ସେଣ୍ଟ୍ରାଲ, ମୁମ୍ବାଇ ସାଉଥ-ସେଣ୍ଟ୍ରାଲ, ମୁମ୍ବାଇ ସାଉଥରେ ମତଦାନ ଚାଲିଛି ।

ସେହିପରି ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା, ଉତ୍ତରପ୍ରଦେଶର ମୋହନଲାଲଗଞ୍ଜ, ଲକ୍ଷ୍ମୌ, ଆମେଥି, ରାଏବରେଲି, ଜଲାଓଁ, ଝାନସୀ, ହମିରପୁର, ବାନ୍ଦା, କୌସାମ୍ବି, ବାରବାଙ୍କୀ, ଫୈଜାବାଦ, କୈସରଗଞ୍ଜ, ଗୋଣ୍ଡା, ଫତେପୁରରେ
ଚାଲିଛି ନିର୍ବାଚନ।

ପଶ୍ଚିମବଙ୍ଗର ବଙ୍ଗାଓଁ, ବାରାକପୁର, ହାଓ୍ବା଼ଡା, ଉଲୁବେରିଆ, ଶ୍ରୀରାମପୁର, ହୁଗଲି, ଆରାମବାଗ ଏବଂ ଝାଡ଼ଖଣ୍ଡର ଚତରା, କୋଦର୍ମା, ହଜାରିବାଗରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।

ଏହି ପର୍ଯ୍ୟାୟରେ ମଇଦାନରେ କିଛି ହାଇ ପ୍ରଫାଇଲଙ୍କ ନାମ ସାମିଲ ଅଛି  । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ(ଅମେଠୀ), କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ (ଲକ୍ଷ୍ନୌ), ପିୟୂଶ ଗୋଏଲ (ମୁମ୍ବାଇ ଉତ୍ତର) ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ (ରାଏବରେଲୀ)ରୁ ସାମିଲ ଅଛନ୍ତି  ।

ପଞ୍ଚମ ପର୍ଯ୍ୟାୟ ମତଦାନକୁ ଡୁଡଲରେ ସ୍ଥାନ ଦେଲା ଗୁଗୁଲ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ପର୍ଯ୍ୟାୟରେ ଭୋଟ ଦେଉଛି ଭାରତ । ଗୁଗୁଲ ବି ମତଦାନ ସାବ୍ୟସ୍ତ କରୁଥିବା ନିଜ ଡୁଡଲରେ ଦର୍ଶାଇଛି  । ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ କାଳି ଚିହ୍ନିତ ଆଙ୍ଗୁଠିକୁ ନିଜ ଡୁଡୁଲରେ ସ୍ଥାନ ଦେଇଛି ଗୁଗୁଲ  । ଗୁଗୁଲ ନିଜ ହୋମପେଜରେ ଡୁଡୁଲକୁ ସ୍ଥାନ ଦେଇଛି  ।

ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାରୁ ଗୁଗୁଲ ତାର ଆଇକନିକ ଛବିକୁ ହଟାଇ ତର୍ଜନୀ ଆଙ୍ଗୁଠିରେ କାଳି ଚିହ୍ନ ଲାଗିଥିବା ଫଟୋକୁ ସ୍ଥାନିତ କରିଛି  । ଏହି ଡୁଡଲରେ କ୍ଲିକ କଲେ ଜଣେ ୟୁଜର ୧୮ତମ ଲୋକସଭା ନିର୍ବାଚନ ସମ୍ବନ୍ଧୟ କୌଣସି ଖବର ବିଷୟରେ ଜାଣିପାରିବେ  ।

ଆଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ ଆସନରେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି  । ଏହି ପର୍ଯ୍ୟାୟରେ ମଇଦାନରେ କିଛି ହାଇ ପ୍ରଫାଇଲଙ୍କ ନାମ ସାମିଲ ଅଛି  । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ(ଅମେଠୀ), କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ (ଲକ୍ଷ୍ନୌ), ପିୟୂଶ ଗୋଏଲ (ମୁମ୍ବାଇ ଉତ୍ତର) ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ (ରାଏବରେଲୀ)ରୁ ସାମିଲ ଅଛନ୍ତି  ।

ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁତ ଭଲ କରିବ ବିଜେଡି

ସମ୍ବଲପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା  କାର୍ତ୍ତିକ ପାଣ୍ଡିଆନ।

ସମ୍ବଲପୁରରେ ହୋଇଥିବା ରୋଡ ଶୋରୁ ଜଣାପଡିଛି ନବୀନ ପଟ୍ଟନାୟକ କେତେ ଲୋକପ୍ରିୟ। ସମ୍ବଲପୁରରେ ବି ବିଜେଡିକୁ ଆଶାତୀତ ସଫଳତା ମିଳିବ ବୋଲି କହିଛନ୍ତି ପାଣ୍ଡିଆନ।

ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ

ତେହେରାନ: ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ ହୋଇଛି  । ଏହି ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି  । ଇରାନୀ ମିଡିଆ ଦାବି କରିଛି ଯେ ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି  । ଅନେକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଦଳଙ୍କୁ ହେଲିକପ୍ଟରର ଧ୍ବଂସାବଶେଷ ମିଳିଛି  । ଅଜରବୈଜାନର ପାହାଡିଆ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ରବିବାର ଦିନ ହେଲିକପ୍ଟର କ୍ରାସ ହୋଇଥିବା ଖବର ସାମନାକୁ ଆସିଥିଲା  । କିନ୍ତୁ ଏହାକୁ ଗୁଜବ କହିଥିଲା ଇରାନୀ ମିଡିଆ  ।

ଏହି ଦୁର୍ଘଟଣା ଇରାନ ରାଜଧାନୀ ତେହରାନରୁ ପାଖାପାଖି ୬୦୦କିଲୋମିଟର ଉତ୍ତର ପଶ୍ଚିମରେ ଥିବା ଅଜରବୈଜାନ ସୀମାକୁ ଲାଗିଥିବା ଜୁଲଫା ସହର ନିକଟରେ ହୋଇଛି  ।  ରଇସି ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କ ସହ ମିଶି ଏକ ଡ୍ୟାମର ଉଦଘାଟନ ପାଇଁ ଅଜରବୈଜାନ ଯାଉଥିଲେ  । ଏହା ତୃତୀୟ ଡ୍ୟାମ ଯାହାକୁ ଦୁଇ ଦେଶ ଅରାସ ନଦୀ ଉପରେ ନିର୍ମାଣ କରିଥିଲେ  ।

୬୩ ବର୍ଷୀୟ ରଇସି ଏକ କଠୋରପନ୍ଥୀ ନେତା ଭାବେ ଜଣାଶୁଣା  । ଇରାନର ଟପ୍‌ ନେତା ଅୟାତୁଲ୍ଲା ଅଲୀ ଖୋମେନେଇଙ୍କ ସହଯୋଗୀ ଭାବେ ରଇସି ଜଣାଶୁଣା  । ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ରଇସି  । ଗତମାସରେ ରାଷ୍ଟ୍ରପତି ରଇସି ଓ ଖମେନେଇଙ୍କ ନେତୃତ୍ବରେ ଇରାନ ଇସ୍ରାଏଲ ଉପରେ ମିସାଇଲ ମାଡ କରିଥିଲା  ।

ରଇସିଙ୍କ ସହ ଇରାନର ବୈଦେଶିକ ମନ୍ତ୍ରୀ ହୁସୈନ ଅମୀରାବ୍ଦୁଲାହିଅନ, ଇରାନର ପୂର୍ବ ଅଜରବୈଜାନ ପ୍ରାନ୍ତର ଗଭର୍ଣ୍ଣର ଓ ଅନ୍ୟ ଅଧିକାରୀ ତଥା ଅଙ୍ଗରକ୍ଷୀ ମଧ୍ୟ ଯାତ୍ରା କରୁଥିଲେ  ।

୮ ଥର ବିଜେପିକୁ ଜଣେ ଦେଲେ ଭୋଟ୍, ପୋଲିଂ ଟିମ୍ ନିଲମ୍ବିତ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ନିରପେକ୍ଷତା ଏବଂ ସ୍ୱଚ୍ଛତାକୁ ନେଇ ଏକ ଭିଡିଓ ପ୍ରଶ୍ନ ଉଠାଇଛି  । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଏକାଧିକ ଥର ବିଜେପିକୁ ଭୋଟ୍ ଦେଉଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ନେଇ ବିବାଦ ଉପୁଜିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିସହ ପୋଲିଂ ଟିମକୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ECI କୁ ସୁପାରିଶ କରାଯାଇଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଫେସବୁକରେ ପୋଷ୍ଟ କରି ନିର୍ବାଚନ ଆୟୋଗ ଏବଂ ବିଜେପିକୁ ଆକ୍ରମଣ କରିଛନ୍ତି। ଭାଇରାଲ ଭିଡିଓରେ ଜଣେ ଯୁବକ ଜଣେ ପ୍ରାର୍ଥୀଙ୍କୁ ୮ ଥର ଭୋଟ୍ ଦେଉଥିବାର ନଜର ଆସିଛନ୍ତି। ଅଭିଯୋଗ ହୋଇଛି ଯେ ସେ ବାରମ୍ବାର ମତଦାନ କେନ୍ଦ୍ରକୁ ଆସି ପ୍ରତ୍ୟେକ ଥର ବିଜେପିକୁ ଭୋଟ୍ ଦେଇଥିଲେ।

https://x.com/i/status/1792142014634500451

ଏହି ଘଟଣାଟି ଏଟା ଜିଲ୍ଲାର ନୟାଗାଓନ୍ ଅଞ୍ଚଳରେ ଘଟିଛି  । ପୋଲିସ୍ ଆଇପିସିର ୧୭୧-ଏଫ ଏବଂ ୪୧୯ ଏବଂ ଆରପି ଆକ୍ଟ ୯୫୧ ର ଧାରା ୧୨୮, ୧୩୨ ଏବଂ ୧୩୬ ଅନୁଯାୟୀ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।