ନନ୍ଦିଘୋଷ ବ୍ୟୁରୋ: ସମ୍ପତ୍ତି ବଣ୍ଟନ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗ। ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତିକୁ ନେଇ ସୃଷ୍ଟି ହୋଇଛି ଝଡ଼। ବିରୋଧୀ ଦଳକୁ ବି ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ସମ୍ପତ୍ତିକୁ ପୁନଃବଣ୍ଟନ କରିବା ଲାଗି କଂଗ୍ରେସ ଉଦ୍ଯମ କରୁଛି ବୋଲି ପ୍ରଧାନମନ୍ତ୍ରୀ କରିଥିବା ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସର ଦରିଆପାରି ଶାଖା ଦାୟିତ୍ବରେ ଥିବା ପିଟ୍ରୋଡା କହିଛନ୍ତି- କଂଗ୍ରେସର ନିର୍ବାଚନ ଇସ୍ତାହାର ଭଲ ଭାବେ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ସର୍ବଦା ପଛୁଆ ବର୍ଗ, ମୁସଲିମ, ଦଳିତ ଓ ଆଦିବାସୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉଛି। କୋଟିପତିମାନଙ୍କୁ ସାହାଯ୍ୟ ଜରୁରୀ ନୁହେଁ। ଗରିବମାନେ ହିଁ ସହାୟତା ଚାହାଁନ୍ତି। କଂଗ୍ରେସର ନୂଆ ଯୋଜନା ଅନୁସାରେ ସମ୍ପତ୍ତିକୁ ଠୁଳ କରିବା ପ୍ରକ୍ରିୟା ବନ୍ଦ କରିବା ଲାଗି ଦଳ ଯୋଜନା କରୁଛି। ଆମେରିକାର ଉଦାହରଣ ଦେଇ ସେ କହିଛନ୍ତି- ସେହି ଦେଶରେ ଏକ ଉତ୍ତରାଧିକାରୀତ୍ବ କର ରହିଛି। ଯଦି ଜଣଙ୍କର ୧୦୦ ନିୟୁତ ଡଲାରର ସମ୍ପତ୍ତି ରହିଛି ଏବଂ ତାଙ୍କର ଦେହାନ୍ତ ହୋଇଯାଏ ତେବେ ତାଙ୍କର ସମ୍ପତ୍ତିର ୪୫ ପ୍ରତିଶତ ତାଙ୍କ ସନ୍ତାନଙ୍କ ନିକଟକୁ ଯାଇଥାଏ। ଅବଶିଷ୍ଟ ୫୫ ପ୍ରତିଶତ ସରକାର ନେଇଯାଇଥାନ୍ତି। ଏହା ଏକ ରୋଚକ ଆଇନ। ଶାମ ପିଟ୍ରୋଡାଙ୍କ କହିବା ମୁତାବକ ଦେଶର ଯେ କୌଣସି ବ୍ଯକ୍ତି ଜୀବନ କାଳରେ ଯେତିକି ରୋଜଗାର କରିଥିବେ ମୃତ୍ୟୁବେଳକୁ ତାହାର ଅଧା ସମ୍ପତ୍ତି ସମାଜ ଲାଗି ଛାଡିଦେବା ଉଚିତ। ଯାହାକୁ ସେ ଉଚିତ ମନେ କରିଛନ୍ତି। ଆମେରିକାର କେତେକ ପ୍ରଦେଶରେ ଉତ୍ତରାଧିକାରୀତ୍ବ ସୂତ୍ରରେ ମିଳିଥିବା ସମ୍ପତ୍ତି ଉପରେ କର ଲାଗୁ କରାଯାଇଥାଏ। ଉତ୍ତରାଧିକାରୀତ୍ବ ସୂତ୍ରରେ ମିଳିଥିବା ସମ୍ପତ୍ତିର ପରିମାଣ ଓ ମୃତବ୍ଯକ୍ତିଙ୍କ ସହ ସମ୍ପର୍କର ଅନୁସାରେ କର ଲାଗୁ କରାଯାଇଥାଏ। ଏହି ପରିମାଣ ଅନେକ ସମୟରେ ୨୦ ପ୍ରତିଶତରେ ପହଞ୍ଚିଥାଏ। ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି- ଉତ୍ତରାଧିକାକାରୀତ୍ବ କର ପିତାମାତାଙ୍କଠାରୁ ପିଲାମାନଙ୍କ ନିକଟକୁ ଯିବା ଲାଗି ବିରୋଧୀ ଦଳ ଯୋଜନା କରୁଛନ୍ତି। ମଧ୍ଯବିତ୍ତ ଶ୍ରେଣୀ ଉପରେ ଅଧିକ କର ଲାଗୁ କରିବା ଲାଗି ପୂର୍ବରୁ ପିଟ୍ରୋଡା କହୁଥିଲେ। ବର୍ତ୍ତମାନ କଂଗ୍ରେସ କହୁଛି- ଏକ ଉତ୍ତରାଧିକାରୀତ୍ବ ଟାକ୍ସ ସମ୍ପର୍କରେ। ତେବେ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ଦେଇଛି କଂଗ୍ରେସ।
ଶତକ ମାରି ଚେନ୍ନାଇକୁ ହରାଇବା ପରେ ଏମିତି କହିଲେ ଷ୍ଟୋଇନିସ୍
ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଅନୁଷ୍ଠିତ ଚଳିତ ଆଇପିଏଲର ୩୯ ନମ୍ବର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଏହି ମ୍ୟାଚରେ ମାର୍କସ ଷ୍ଟୋଇନିସଙ୍କ ଲଢ଼ୁଆ ଶତକ ଲକ୍ଷ୍ନୌକୁ ବିଜୟୀ କରିଛି । ସାଥୀ ଖେଳାଳିମାନେ ଆଉଟ ହୋଇଥିଲେ ସୁଦ୍ଧା ଶକ୍ତିଶାଳି ଚେନ୍ନାଇର ବୋଲରଙ୍କୁ ଏକାକି ଧୋଇଥିଲେ ଷ୍ଟୋଇନିସ୍ । ତେବେ ଷ୍ଟୋଇନିସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କଣ୍ଟ୍ରାକ୍ଟ ମିଳିନାହିଁ । ଜୁନ ୩୦ରେ ତାଙ୍କର କଣ୍ଟ୍ରାକ୍ଟ ଶେଷ ହେଉଥିବାବେଳେ ନୂଆ କଣ୍ଟ୍ରାକ୍ଟରେ ତାଙ୍କୁ ସାମିଲ କରାଯାଇନାହିଁ ।
ଯଦିଓ ଦଳରେ ତାଙ୍କୁ କଣ୍ଟ୍ରାକ୍ଟ ମିଳିନାହିଁ ତଥାପି ତାଙ୍କ ପ୍ରଦର୍ଶନ ଦେଶ ଉପରେ ପ୍ରଭାବ ପକାଇବ । ଆଗକୁ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ତାଙ୍କୁ ଦଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ଷ୍ଟୋଇନିସ କହିଛନ୍ତି କି ମୋର କଣ୍ଟ୍ରାକ୍ଟ କଟିଲେ କିଛି ଦୁଃଖ ନାହିଁ । ମୋ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁ । ମାତ୍ର ମୁଁ ଟି-୨୦ ବିଶ୍ବକପରେ ଖେଳିବାକୁ ଚାହୁଁଛି । ଏହାସହ ସେ କହିଛନ୍ତି କି, ଆଇପିଏଲ ଆମ କ୍ୟାରିୟର ପାଇଁ ବହୁତ ସହାୟକ ହେଉଛି । ଦେଶ ପାଇଁ ଖେଳିବାର ସୁଯୋଗ ଦେଉଛି । ଆମ ପ୍ରଦର୍ଶନ ଆନ୍ତର୍ଜାତୀୟ ଟିମରେ ମଧ୍ୟ ସ୍ଥାନ ପକ୍କା କରୁଛି । କହି ରଖୁଛୁ କି, ୨୦୨୨ରେ ଲକ୍ଷ୍ନୌ ଷ୍ଟୋଇନିସଙ୍କୁ ଲକ୍ଷ୍ନୌ ୯.୨ କୋଟିରେ କିଣିଛି । ଏହାସହ ଦଳ ତାଙ୍କୁ ରିଟେନ କରିଥିବାବେଳେ ୩ଟି ସିଜିନରେ ଲକ୍ଷ୍ନୌ ପାଇଁ ଖେଳୁଛନ୍ତି ।
ଗୁହରିଆ ପଡ଼ିଲେ ପୂରଣ ହୁଏ ସମସ୍ତ ମାନସିକ
ନିମାପଡ଼ା : ଗୁହରିଆ ପଡ଼ିଲେ ପୂରଣ ହୁଏ ମାନସିକ।କାହିଁ କେଉଁ କାଳରୁ ଏଭଳି ଏକ ପ୍ରଥା ଚାଲି ଆସୁଛି। ଯିଏ ବିଶ୍ଵାସରେ ଆସି ଏଠାରେ ଅଧିଆ ପଡନ୍ତି ତାଙ୍କର ପୂର୍ଣ୍ଣ ହୁଏ ସମସ୍ତ ମାନସିକ।ପୁରାଣ ବର୍ଣ୍ଣିତ ନୁହେଁ କିନ୍ତୁ ଇତିହାସକୁ ପ୍ରଜ୍ୟାଲୋଚନା କଲେ ଏଭଳି ଏକ ପ୍ରାଚୀନ ପରମ୍ପରା ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ପ୍ରଚଳିତ ହେଇ ଆସୁଛି। ଯାହା ମାଇପି ମେଳା ନାମରେ ସମଗ୍ର ଅଞ୍ଚଳରେ ବେଶ ପରିଚିତ। ନିମାପଡ଼ା ବ୍ଲକ୍ ଅଧିନ କାନପୁର ଓ ନୀଳଗିରି ସାହିର ମଧ୍ୟବର୍ତ୍ତି ସ୍ଥଳରେ ଥିବା ଏକ ଗହିର ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଶ୍ରୀ ବଟ ଗୋସାଇଁ ମାଇପୀ ମେଳା।ଚୈତ୍ର ମାସ ଶୁକ୍ଳପକ୍ଷ ଚତୃଦଶୀ ତିଥିରେ ଏହି ମେଳା ଆୟୋଜନ ହୋଇଥାଏ। ଗହୀର ମଧ୍ୟବର୍ତ୍ତି ସ୍ଥଳରେ ଥିବା ଏକ ବଟବୃକ୍ଷ ମୂଳରେ କେତେକ ବୃକ୍ଷକୁ ଏଠାରେ ପୂଜା ଅର୍ଚ୍ଚନା କରାଯାଉଥିବାରୁ ଏହାକୁ ବଟ ଗୋସାଇଁ ମାଇପି ମେଳା କୁହାଯାଉଛି।ଏଠାରେ ମାନସିକ ରଖି ଗୁହାରିଆ ପଡ଼ିଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଅନେକ ବିଶ୍ୱାସ ରହିଛି।ସେଥିପାଇଁ ଚୈତ୍ର ମାସ ଶୁକ୍ଳପକ୍ଷ ଚତୃଦଶି ତିଥିରେ ସୂର୍ଯ୍ୟ ଦେବଙ୍କ ଉଦୟ ପୂର୍ବରୁ ମାନସିକ ଧାରି ମହିଳା ଓ ପୁରୁଷ ଶୁଦ୍ଧପୂତ ଭାବେ ନୂତନ ବସ୍ତ୍ର ପରିଧାନ କରି ନିର୍ଜଳ ଉପବାସରେ ମାନସିକ ରଖି ଗୁହାରିଆ ପଡିଥାନ୍ତି।ପୁରୁଷଙ୍କ ଅପେକ୍ଷା ମହିଳା ମାନସିକ ଧାରୀଙ୍କ ସଂଖ୍ୟା ଏଠାରେ ଅଧିକ ଦେଖିବାକୁ ମିଳିଥାଏ। ମଧ୍ୟାହ୍ନରେ ବାଟ ଗୋସାଇଁଙ୍କ ପାଦୁକ ଓ ପଣା ବଣ୍ଟା ଯାଇ ମାନସିକ ଧାରୀଙ୍କ ବ୍ରତ ଭଙ୍ଗ କରାଯାଇଥାଏ।ପିଲାଙ୍କ ଉର୍ଜଳ ଭବିଷ୍ୟତ କାମନା କରି ଏଠାରେ ପିଲାମାନଙ୍କ ମୁଣ୍ଡନ ମଧ୍ୟ କରାଯାଇଥାଏ।
ଏହି ମେଳାରେ ପାଖାପାଖି ଅଞ୍ଚଳ ସହିତ ଅଞ୍ଚଳ ବାହାରୁ ଶହଶହ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥାଏ।ଶ୍ରଦ୍ଧାଳୁଙ୍କ ଦାନ ଓ ଦକ୍ଷିଣାରେ ବର୍ଷ ବର୍ଷ ଧରି ଏହି ମେଳା ଅନୁଷ୍ଠିତ ହୋଇଆସୁଛି ବୋଲି ଶ୍ରୀ ବଟ ଗୋସାଇଁ ମାଇପି ମେଳା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।ମାଇପି ମେଳାର ମାହାତ୍ମ୍ୟ ବହୁ ପ୍ରାଚୀନ।ଅନେକ ବର୍ଷ ପୂର୍ବରୁ ଏହି ସ୍ଥାନକୁ ରାସ୍ତାଘାଟର ସୁବିଧା ନଥିବାରୁ ଶ୍ରଦ୍ଧାଳୁ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।ହେଲେ ସମୟ କ୍ରମେ ଏବେ ପରସ୍ଥିତିରେ ସୁଧାର ଆସିଛି।ମେଳା ସ୍ଥଳକୁ ରାସ୍ତାର ସଂଯୋଗୀକରଣ ଦ୍ୱାରା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଛି।ମାନସିକ ପୂରଣ ହେଉଥିବାରୁ ଏଠାରେ ପ୍ରତେକ ବର୍ଷ ଅନେକ ସଂଖ୍ୟାର ଶ୍ରଦ୍ଧାଳୁ ଓ ମାନସିକ ଧାରୀଙ୍କ ଭିଡ ଦେଖିବାକୁ ମିଳିଛି।ଗୁହାରିଆ ପଡିବା ସହିତ ପୀଠରେ ବାନା ବାନ୍ଧିଲେ ଭୟାବହ ରୋଗରୁ ଆରୋଗ୍ୟତା ମିଳିଥାଏ ବୋଲି କୁହାଯାଏ। ଏତିହା ପୁରାତନ ଯୁଗରୁ ମାନବ ମାନେ ମୃତ୍ତି ପୂଜା ସହିତ ବୃକ୍ଷକୁ ମଧ୍ୟ ପୂଜା କରିଆସୁଛନ୍ତି।ଏହା ଦ୍ୱାରା ପରିବାରର ମଙ୍ଗଳ ହେବା ସହିତ ବହୁ ରିଷ୍ଟ ଖଣ୍ଡନ ହୁଏ ଵୋଲି ସେ ସମୟରୁ ବିଶ୍ୱାସ ରହିଆସିଛି।ଆଜିର ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷକୁ କେହି ପୁରାତନ ପରମ୍ପରା ଠାରୁ ଦୂରେଇ ପାରିନାହିଁ।ଆଜି ବି ସେଇ ମଣିଷ ସେହି ପରମ୍ପରାକୁ ଉର୍ଜିବିତ ରଖିବା ପାଇଁ ଚଳାଇଛି ଉଦ୍ୟମ।ସେଥିପାଇଁ ମୃତ୍ତି ପୂଜା ସହିତ ବୃକ୍ଷ ପୂଜାକୁ ଭକ୍ତିର ଏକ ବଡ ମାଧ୍ୟମ କରିଛି ଆଜିର ସମାଜ।
ବିଜେପିକୁ ପ୍ରଣବଙ୍କ ପ୍ରଶ୍ନ, ପଶ୍ଚିମଓଡ଼ିଶା ପାଇଁ କରିଛନ୍ତି କଣ ?
ଦେବଗଡ଼ : ଦେବଗଡ଼ ରିଆମାଳରେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନୀ ପ୍ରଚାର । ଦେବଗଡ଼ ରିଆମାଳବାସୀଙ୍କୁ ତଥା ଦେବଭୂମିକୁ ପ୍ରଣାମ କରିଥିଲେ । ଅଭିଭାଷଣ ଦେବା ଆରମ୍ଭରୁ ବିଜୁବାବୁଙ୍କ କଥା ମନେ ପକାଇଥିଲେ । କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ପିତା ବିଜୁବାବୁଙ୍କର ଦେବଗଡ଼ ଥିଲା ତାଙ୍କର ହୃଦୟର ସ୍ଥାନ । ଆଉ ଏହି ଦେବଗଡ଼କୁ ଗୋଟିଏ ଜିଲ୍ଲ କରିଥିଲେ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟ କରିଥିଲେ । ଏବଂ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ ମୋତେ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଉଛି । ଏହା ମଧ୍ୟ କହିଥିଲେ କିଏ ଏଠିକାର କିଏ ସେଠିକାର ମୁ ସେଥିରେ ବିଶ୍ବାସ କରେ ନାହିଁ । ମୁଁ ଖାଲି ଏତିକି ଜାଣିଛି ଓଡ଼ିଶା ଏକ, ନବୀନ ବାବୁ ଏକ, ଶଙ୍ଖ ଚିହ୍ନ ଏକ, ବଜୁ ଜନତା ଦଳ ଏକ ଏବଂ ମୋ ପରିବାର ଏକ । ମୁଖ୍ୟମନ୍ତ୍ରୀ ବାରମ୍ବାର କହିଛନ୍ତି ମୋ ଓଡ଼ିଶା ପାଇଁ ମୋର ସବୁକିଛି । ଏଠି ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇପାରିନାହାନ୍ତି ଆପଣମାନେ, ତଥାପି କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ମାଟିକୁ ଭଲପାଇବାରେ କମ କରିନାହାନ୍ତି । କିନ୍ତୁ ଏଥର ଦେବଗଡ଼ବାସୀ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ଯୋଡାଶଙ୍ଖକୁ ଆଶୀର୍ବାଦ କରିବେ । ଏହାପରେ ବିରୋଧୀଙ୍କୁ ମଞ୍ଚରୁ ଥାଇ ଟାର୍ଗେଟ କଲେ ପ୍ରଣବ । କହିଲେ ୫ଜଣ ସାଂସଦଙ୍କୁ ପଠାଇଥିଲେ କଣ କରିଛନ୍ତି ପଶ୍ଚିମ ଓଡ଼ିଶା ପାଇଁ । ଚାଷୀଙ୍କ ପାଇଁ କେତେଥର ସ୍ବର ଉଠାଇଛନ୍ତି । ଶେଷରେ କହିଥିଲେ ଘଣ୍ଟା ଘଣ୍ଟା ଭାଷଣ ଦେବେ କାମ କଥା କହିଲେ କହିବେ ମୁଁ ଚିଠି ଲେଖିଛି, କହିଛି କାମ ହେଇଯିବ କିନ୍ତୁ ତାହା ହେବ ନାହିଁ ଆପଣ ଜାଣିଛନ୍ତି ଭଲଭାବେ । ବିରୋଧୀଙ୍କର କଥା ବେସି କାମ କମ୍ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର କଥା କମ କାମ ବେସି । ଏଥର ଜବାବ ଦେବେ ଦେବଗଡ଼ବାସୀ । ଦେବଗଡ଼ର ବିକାଶପାଇଁ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବେ ।
ଚୀନରେ ୧୦୦ବର୍ଷର ସବୁଠାରୁ ବଡ଼ ଭୟଙ୍କର ବନ୍ୟା
ନନ୍ଦିଘୋଷ ବ୍ୟୁରୋ : ଚାଇନାରେ ୧୦୦ ବର୍ଷ ମଧ୍ୟରେ ହୋଇଥିବା ଭୟଙ୍କର ବନ୍ୟା ପାଇଁ ଏକ ସତର୍କ ସୂଚନା ରହିଛି। ଚୀନ୍ର ଅନେକ ପ୍ରଦେଶ ବର୍ତ୍ତମାନ ବନ୍ୟାରେ ବୁଡ଼ି ରହିଛି। ଚୀନ୍ର ସମସ୍ତ ନଦୀରେ ଜଳସ୍ତର ୧୯ଫୁଟରେ ପହଞ୍ଚିବ ବୋଲି ଚେତାବନୀ ଦିଆଯାଇଛି। ଚାଇନାରେ ଏହି ବନ୍ୟାରେ ଲକ୍ଷ ଲକ୍ଷ ଘର ଜଳବନ୍ଦି । ଦକ୍ଷିଣ ଚୀନ୍ର ଅନେକ ସହର ଗତ ଏକ ସପ୍ତାହ ଧରି ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତି ଏପରି ଯେ ଦକ୍ଷିଣ ଚାଇନାର ୪୪ ରୁ ଅଧିକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଚୀନ୍ର ଅନେକ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ଯେଉଁଥିପାଇଁ ଏକ ଲକ୍ଷ ଦଶ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | କେବଳ ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ୧୨ କୋଟି ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଉତ୍ତର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ହୋଇଥିବା ବନ୍ୟା ପୂର୍ବରୁ ହୋଇଥିବା ସମସ୍ତ ବନ୍ୟାର ରେକର୍ଡ ଭାଙ୍ଗିଛି। ଉତ୍ତର ଗୁଆଙ୍ଗଡୋଙ୍ଗର ନଦୀରେ ଜଳ ଶହେ ବର୍ଷ ମଧ୍ୟରେ ସବୁଠାରୁ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଚାଇନାରେ ଏହି ବିନାଶର କାରଣ ଏପ୍ରିଲରେ ସାଧାରଣ ବୃଷ୍ଟିପାତଠାରୁ ଅଧିକ ବୋଲି କୁହାଯାଉଛି। ଏପ୍ରିଲରେ କଳିଙ୍ଗୁଆନରେ ହାରାହାରି ବର୍ଷା ୪୪୪ ମିଲିମିଟର ହୋଇଛି, ଯାହା ଗତ ବର୍ଷର ଦୁଇଗୁଣ ଅଟେ | ବର୍ଷା ଯୋଗୁଁ ହୋଇଥିବା ଏହି ବିନାଶ ଏକ ଭୟଙ୍କର ରୂପ ନେଇପାରେ |
ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି ଯେ ଏପ୍ରିଲର ୨୨-୨୩ ଦିନ ଓ ରାତି ଦକ୍ଷିଣ ଚୀନ୍ ଉପରେ ଭାରୀ ପଡ଼ିପାରେ । ବର୍ତ୍ତମାନ ଦକ୍ଷିଣ ଚାଇନାରେ ଜରୁରୀକାଳୀନ ସେବା ସଜାଗ କରାଯାଇଛି । ଚୀନ୍ରୁ ଆସୁଥିବା ରିପୋର୍ଟ ପରିସ୍ଥିତି କେତେ ଭୟଙ୍କର ହେବ ତାହା ଦର୍ଶାଉଛି। ବର୍ତ୍ତମାନ ଦକ୍ଷିଣ ଚାଇନାର ୧୬ଲକ୍ଷ ଲୋକ ବିଦ୍ୟୁତ ବିନା ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏକ ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ ରହିଛି।
ଅପପ୍ରଚାରକାରୀଙ୍କ ଅସଲ ରୂପକୁ ଚିହ୍ନିଛନ୍ତି ରାଜ୍ୟବାସୀ: ନବୀନ
ହିଞ୍ଜିଳି : ଅପପ୍ରଚାରକାରୀଙ୍କ ଅସଲ ରୂପକୁ ଚିହ୍ନିଛନ୍ତି ରାଜ୍ୟବାସୀ । ଯୋଡି ଶଂଖ ଓଡିଶା ବିକାଶର ପରିଚୟ । ତେଣୁ ଯୋଡି ଶଂଖକୁ ଆଶିର୍ବାଦ କରି ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡିକୁ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଂଜିଳି ପରେ ଶେରଗଡରେ ୨୦୨୪ ନିର୍ବାଚନ ପାଇଁ ବିଜେଡିର ଜୟଯାତ୍ରାକୁ ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ବିଜୟର ଶଂଖ ଧ୍ବନୀ ସହ ଓଡିଶାରେ ବିକାଶର ଧାରାକୁ ଆହୁରି ଆଗେଇ ନେବାକୁ ଶେରଗଡବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସାଢେ ଚାରି କୋଟି ଲୋକ ହେଉଛନ୍ତି ମୋ ପରିବାର । ଏହି ସାଢେ ଚାରି କୋଟି ପରିବାରର କଲ୍ୟାଣ ପାଇଁ ସେ ସବୁବେଳେ କାମ କରିଚାଲିଛନ୍ତି ଓ ଶେଷ ପର୍ଯ୍ୟନ୍ତ କାମ କରିବେ ବୋଲି କହିଛନ୍ତି । ହିଂଜିଳି ଓ ଶେରଗଡ ସାରା ଦେଶ ପାଇଁ ବିକାଶର ମଡେଲ । ହିଂଜିଳି ଓ ଶେରଗଡରୁ ହିଁ ଆରମ୍ଭ ହୋଇଛି ଫାଇଭ-ଟି ସ୍କୁଲ, ମେଡିକାଲ ଓ ହଷ୍ଟେଲ ରୂପାନ୍ତରଣ କାମ । ହିଂଜିଳି ଓ ଶେରଗଡ ହଁ ସାରା ରାଜ୍ୟକୁ ମନ୍ଦିର ରୂପାନ୍ତରଣର ରାସ୍ତା ଦେଖାଇଛି । ଓଡିଶାରେ ଏବେ ଚାଷୀମାନେ ଓ ଏସଏଚଜି ମହିଳାମାନେ ବିନା ସୁଧରେ ଋଣ ପାଉଛନ୍ତି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିବାରେ ଓଡିଶା ପ୍ରଥମ ରାଜ୍ୟ । ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ସ୍ବତନ୍ତ୍ର ୟୁଥ ବଜେଟ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ହିଁ ଓଡିଶାର ପରିଚୟ ଏବଂ ୨୦୩୬ରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହେବ ବୋଲି ସେ କହିଛନ୍ତି । କିନ୍ତୁ ବିରୋଧି ସବୁ କଥାରେ ରାଜନୀତି କରୁଛନ୍ତି । ବିକାଶକୁ ବିରୋଧ କରୁଛନ୍ତି । ସବୁ ବେଳେ ବିକାଶ କାର୍ଯ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏକାମ୍ର ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପ ସବୁଠି ବିରୋଧୀଙ୍କ ବିକାଶ ବିରୋଧୀ ମନୋବୃତିକୁ ସାରା ବିଶ୍ବ ଦେଖିଛି । କିନ୍ତୁ ଓଡିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିବ ଓ ବିଜେଡିର ବିଜୟ ଧାରା ଜାରି ରହିବ । ଯୋଡି ଶଂଖ ହେବ ଓଡିଶା ବିକାଶର ପରିଚୟ । ଏହି ଅବସରରେ ଫାଇଭ ଟି ଅଧ୍ୟକ୍ଷ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ମାର୍ଜିନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ।
ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି : ନବୀନ
ହିଞ୍ଜିଳି : ହିଞ୍ଜିଳିରୁ ୨୦୨୪ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରୁ ମଞ୍ଚରୁ ଥାଇ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ । କହିଲେ ବିକାଶର ବିରୋଧୀଙ୍କୁ ଓଡ଼ିଶାବାସୀ ବାରମ୍ବାର ଜବାବ ଦେଇଛନ୍ତି । ନବୀନ କହିଲେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଆତ୍ମପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ।
ପ୍ରଥମେ ହିଞ୍ଜିଳିବାସୀଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ସେଠାରେ ଜନସଭାରେ କହିଥିଲେ ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଇଥିଲେ । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି ।
ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା, ପ୍ରଚାର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର
ହିଞ୍ଜିଳି : ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ିର ଜୟଯାତ୍ରା । ୨୦୨୪ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । ଆଜି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମରଝୋଳରେ ପ୍ରଥମେ ପହଞ୍ଚିଥିଲେ । ସେଠାରେ ଜନସଭାରେ କହିଥିଲେ ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି । ହିଞ୍ଜିଳି ଓ ଶେରଗଡ଼ ଆଜି ଦେଶରେ ବିକାଶର ମଡେଲ ସାଜିଛି । ୫ ଟି ରୂପାନ୍ତରଣ କାର୍ଯ୍ୟକ୍ରମ କ୍ରମରେ ସ୍କୁଲ ଓ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହିଂଜିଳିରୁ ଆରମ୍ଭ ହୋଇଥିଲା । ଆପଣ ମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିଛି । ଆପଣଙ୍କ ସହଯୋଗ ପାଇଁ ମୁଁ ଚିରଉପକୃତ । ହିଂଜିଳିରୁ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ।
ସେପଟେ ଅଭିଭାଷଣରେ ମିଶନ ମା’ମାନଙ୍କୁ କହିଥିଲେ । ମିଶନ ଶକ୍ତିର ମା’ମାନେ ଆଜି ଉଦ୍ୟୋଗୀ । ଆଜି ଓଡ଼ିଶାର ଚାଷୀମାନେ ଶୂନ ପ୍ରତିଶତ ସୁଧରେ ଋଣ ପାଉଛନ୍ତି । ମିଶନ ଶକ୍ତିର ମା’ମାନେ ବିନା ସୁଧରେ ଋଣ ପାଉଛନ୍ତି । ମୁଁ ବହୁତ ଖୁସି ଯେ, ଆମ ରାଜ୍ୟର ମା’ ମାନେ ୮ ହଜାର କୋଟି ଟଙ୍କାର ଋଣ ନେଇ ସାରିଲେଣି । ମନେ ପକାଇଥିଲେ ଓଡ଼ିଶାର ବିପର୍ଯ୍ୟୟ କଥା, କହିଥିଲେ ବିପର୍ଯ୍ୟୟ ନିୟନ୍ତ୍ରଣ ମାମଲାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ନିବେଶ ମାମଲାରେ ମଧ୍ୟ ଓଡ଼ିଶା ଦେଶର ଆଗୁଆ ରାଜ୍ୟ । ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ଯୁବ ବଜେଟ୍ ଆସିବ । ଯୁବ ବଜେଟରେ ଶିଳ୍ପ, କୌଶଳ ବିକାଶ ଓ ନିଯୁକ୍ତି ଉପରେ ଫୋକସ ରହିବ ।
କେବଳ ସେତିକି ନୁହେଁ ବିରୋଧିଙ୍କୁ ଟାର୍ଗେଟ୍ କରିଥିଲେ ନବୀନ, କହିଥିଲେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଆତ୍ମପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ।
ସଭା ଶେଷରେ ଫାଇଭ୍-ଟି ଅଧ୍ୟକ୍ଷ ହିଞ୍ଜିଳିବାସୀଙ୍କୁ କହିଥିଲେ ଖରା ହେଉ କି ବର୍ଷା ହେଉ । ବାହାରକୁ ଆସିବେ, ଭୋଟ ଦେଇ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ମାର୍ଜିନରେ ଜିତାଇବେ ।
ହିଞ୍ଜିଳିରେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ
ହିଞ୍ଜିଳି : ହିଞ୍ଜିଳିରେ ପହଞ୍ଚିଲେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫୁଙ୍କିବେ ବିଜୟର ଶଙ୍ଖ । ଭୁବନେଶ୍ୱର ବାହାରିବା ପରେ ପ୍ରଥମେ ଶଙ୍କର ଆଇ ହସ୍ପିଟାଲ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପରେ ସମରଝୋଳ ଜନସଭାକୁ ଯାଇଥିଲେ। ହିଞ୍ଜିଳି ସମରଝୋଳରେ ଆୟୋଜିତ ଜନସଭାରେ ପୀୟ ହିଞ୍ଜିଳିବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ପ୍ରୀୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ବିକାଶର ଶିଖର ଛୁଇଁଥିବା ଓଡ଼ିଶା ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ଦେଶର ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାର ବିକାଶକୁ ଆଗକୁ ଏମିତି ଜାରି ରଖିବା ପାଇଁ ନିବେଦନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା ଫାଇଭ-ଟି ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।
ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯିବେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଛେଣ୍ଡିପଦା ଗସ୍ତ ପୂର୍ବରୁ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ । ମା ହିଙ୍ଗୁଳାଙ୍କ ନବାଦିନାତ୍ମକ ଯାତ୍ରା ଚାଲିଥିବା ବେଳେ, ସେ ମା’ ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ପ୍ରଥମେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳକୁ ଯାଇ ମା’ ଅଗ୍ନି ସ୍ୱରୂପାଙ୍କ ଦର୍ଶନ କରିବା ପରେ ମା’ଙ୍କ ମନ୍ଦିରକୁ ଆସି ଦର୍ଶନ କରିଥିଲେ । ମାଙ୍କ ଆଶିଷ ଲାଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିଥିଲେ।

