spot_img
Home Blog Page 1999

କାହାର ହେବ ରାୟଗଡ଼ା?

ନନ୍ଦିଘୋଷ ବ୍ୟୁରୋ: ଆଉ ଦିନ କେଇଟା ପରେ ଭୋଟ। ପ୍ରାର୍ଥୀ ଘୋଷଣା ପରେ ବଢିବାରେ ଲାଗିଛି ରାଜନୈତିକ ପାରଦ। ଏବେ ସରଗରମ ରାୟଗଡା ବିଧାନସଭା  ନିର୍ବାଚନ ମଣ୍ଡଳୀ । ଏଠାରେ ଅଛନ୍ତି ୨ ଲକ୍ଷ ୫୦ହଜାର ୫୬୬ ଜଣ ଭୋଟର। ଏଠାରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ  । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ, ତାଙ୍କୁ ଟକ୍କର ଦେବାକୁ ବିଜେପି ପକ୍ଷରୁ ରଣାଙ୍ଗନାକୁ ଓହ୍ଲାଇଛନ୍ତି ବସନ୍ତ ଉଲ୍ଲାକ୍କା । ସେପଟେ ଏ ଦୁହିଁଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଆପଲ ସ୍ଵାମୀ କାଡ୍ରାକା । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ଯାମ୍ପେନିଂ। କିନ୍ତୁ ଭୋଟରଙ୍କ ମତ, ବିକାଶ ହିଁ ସାଜିବ ପ୍ରମୁଖ ପ୍ରସଙ୍ଗ।

ରାୟଗଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ । କାଶୀପୁର ବ୍ଳକର ୨୪ଟି ପଞ୍ଚାୟତ ,ରାୟଗଡା ବ୍ଳକର ୨୮ଟି ପଞ୍ଚାୟତ ଓ ରାୟଗଡା ପୌର ପରିଷଦର ୨୪ ଗୋଟି ୱାର୍ଡକୁ ନେଇ ଗଠିତ ରାୟଗଡା ବିଧାନସଭା କ୍ଷେତ୍ର । ତେବେ କିଏ ହେବ ରାୟଗଡା ବିଧାୟକ  ? କାହା ସପକ୍ଷରେ ଯିବ ଜନମତ ? ତାକୁ ନେଇ ଚାଲିଛି ଅଙ୍କକଷା । ଏଠାରେ ଅଛନ୍ତି ୨ଲକ୍ଷ ୫୦ହଜାର ୫୬୬ ଜଣ ଭୋଟର । ସେଥି ମଧ୍ୟରୁ ପୁରୁଷ ଭୋଟର ହେଲେ ୧ ଲକ୍ଷ ୧୮ହଜାର ୩୨୩ ଜଣ ,ମହିଳା ଭୋଟର ହେଲେ ୧ଲକ୍ଷ ୩୨ହଜାର ୧୪୬ ଓ ଅନ୍ୟାନ ଭୋଟର ହେଲେ ମାତ୍ର ୯୭ ଜଣ ।

ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବ । ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଅନୁସୟା ମାଝୀ । ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ବସନ୍ତ ଉଲ୍ଲାକ୍କା । ସେପଟେ ଏହି ଦୁହିଁ ଦଳକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଆପଲ ସ୍ଵାମୀ କାଡ୍ରାକା । ତେବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର ।

ରାୟଗଡା ପଞ୍ଚାୟତ ସମିତି, କାଶୀପୁର ପଞ୍ଚାୟତ ସମିତି ସମେତ ରାୟଗଡା ପୌର ପରିଷଦ ଶାସକ ବିଜୁ ଜନତା ଦଳର କବଜାରେ ରହିଛି ।   କାଶୀପୁର ବ୍ଲକର ୩ଗୋଟି ଜିଲ୍ଲା ପରିଷଦ ଜୋନରୁ ୨ ଗୋଟି ଓ ରାୟଗଡା ବ୍ଳକର ୩ ଗୋଟି ଜିଲ୍ଲା ପରିଷଦ ଜୋନରୁ ଦୁଇଗୋଟି ବିଜେଡି ଓ ଉଭୟ ବ୍ଳକର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ କଂଗ୍ରେସର ଅଧୀନରେ ରହିଛି । ପୌର ନିର୍ବାଚନରେ ରାୟଗଡା ସହରର ୨୪ଟି ୱାର୍ଡରୁ ବିଜେଡି ୨୧, ବିଜେପି ୨ ଗୋଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ରାୟଗଡା ବିଧାନସଭା କ୍ଷେତ୍ରରେ ପ୍ରଥମଥର ପାଇଁ ଅଣକଂଗ୍ରେସ ବିଧାୟକ ଭାବେ ଲାଲ ବିହାରୀ ହିମିରିକା ବିଜୁ ଜନତା ଦଳରୁ ୨୦୦୦ ମସିହାରେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ  ୭ ଥର ବିଧାୟକ ଭାବେ ସ୍ବର୍ଗତ ରାମଚନ୍ଦ୍ର ଉଲାକା ନିର୍ବାଚିତ ହୋଇଥିଲେ। ତେବେ ଗତ ନିର୍ବାଚନରେ ବିଜେଡି ,ବିଜେପି କଂଗ୍ରେସ କାହାର ରଣକୌଶଳ କାମ ଦେଇନଥିଲା।

ଲାଲବିହାରୀ ହିମିରିକାଙ୍କୁ କଡା ଟକ୍କର ଦେଇ ସ୍ବାଧିନ ବିଧାୟକ ମକରନ୍ଦ ମୁଦୁଲି ୫ ହଜାର ଅଧିକ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବିଏସପି ୪ ହଜାର ୭୭, ବିଜେପି ୨୪ ହଜାର ୩୨୭ ,କଂଗ୍ରେସ ୩୯ ହଜାର ୬୫୭, ବିଜେଡି ୪୭ ହଜାର ୯୭୯ ଭୋଟ ପାଇଥିବା ବେଳେ ସ୍ବାଧିନ ଭାବେ ମକରନ୍ଦ ମୁଦୁଲି ୫୨ ହଜାର ୮୪୪ ଭୋଟ ପାଇ ୫ ହଜାର ଭୋଟ ପାଇ ବିଜୟୀ ହୋଇଥିଲେ । ଏଥିସହିତ ୫ ହଜାର ୬୫୬ ଖଣ୍ଡ ଭୋଟ ନାକଚ ହୋଇଥିଲା । ଗତ ନିର୍ବାଚନର ପରାଜୟ ପରେ  ବିଜୟ ଧାରାକୁ ଫେରିବାକୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନେତୃତ୍ବରେ  ଗୋଟି ଚାଳନା ଚଳାଇଛି। ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ତେବେ କିଏ ହେବ ବିଜେତା ? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

 

କାକଟପୁର ବିଜେପିରେ ବିଦ୍ରୋହ

କାକଟପୁର: ବିଜେପିରେ ବଢୁଛି ବିଦ୍ରୋହ । କାକଟପୁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତରେ ବିଜେପି କର୍ମୀଙ୍କ ଗଣ୍ଡଗୋଳ। କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ନାମ ଘୋଷଣା ହେବା ପରେ ବିଜେପି କର୍ମୀ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ପରିବର୍ତନ ପାଇଁ ଦାବି କରିଛନ୍ତି । ରବିବାର ଯୋଗେଶ୍ୱର ମହାବୀର କଲ୍ୟାଣୀ ମଣ୍ଡପରେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ନେତୃତ୍ୱରେ ଆଠଟି ମଣ୍ଡଳର କର୍ମକର୍ତାଙ୍କୁ ନେଇ ଏକ ବୁଥ୍ ସ୍ତରୀୟ ବୈଠକ ଚାଲିଥିବା ବେଳେ କିଛି ବିଜେପି କର୍ମୀ ବିରୋଧ କରିବା ସହ ବାଇଧର ମଲ୍ଲିକ ଙ୍କ ଟିକେଟ ପରିବର୍ତନ କରିବାକୁ ନାରା ଦେଇଥିଲେ । କିଛି ସମୟ ବୈଠକ ସ୍ଥଳୀରେ ହଟଗୋଳ ସହ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଟି-୨୦ ବିଶ୍ବକପରେ ଭାରତ ପାଇଁ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲରଙ୍କୁ ମିଳିନପାରେ ଚଳିତ ବିଶ୍ବକପରେ ସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ଖେଳାଯିବାକୁ ଯାଉଛି ଟି-୨୦ ବିଶ୍ବକପ । ଦିନିକିଆ ବିଶ୍ବକପ ଭାରତ ହାତରୁ ଯିବା ପରେ ଟି-୨୦ ବିଶ୍ବକପ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଆଇପିଏଲ ଚାଲିଥିବାବେଳେ ଯୁବ ଖେଳାଳିମାନେ ଯେଭଳି ପ୍ରଦର୍ଶନ କରୁଛନ୍ତି କିଭଳିଭାବେ ଟିମ ବଛାଯିବ ତାହା ଚିନ୍ତାର କାରଣ ପାଲଟିଛି। ତେବେ ଟିମ ଇଣ୍ଡିଆ ପାଇଁ ଟି-୨୦ ବିଶ୍ବକପରେ ଭାରତର ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ହେଉଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ସେ ୨୪ ମ୍ୟାଚରୁ ୩୨ ଓ୍ବିକେଟ ଅକ୍ତିଆର କରିଛନ୍ତି । ମାତ୍ର ସେ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇବେ କି ନାହିଁ ତାହା ଏଯାବତ ସ୍ପଷ୍ଠ ହୋଇନାହିଁ । ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ଚହଲଙ୍କ ଭଳି ଖେଳାଳିମାନେ ଏବେ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି । ଯାହାକି ଅଶ୍ବିନୀଙ୍କ ପାଇଁ ଦଳରେ ସ୍ଥାନ ପାଇବା ମହଙ୍ଗା ସାବ୍ୟସ୍ତ ହୋଇପାରେ ।

 

ଆସନ୍ତା ୨୫ରେ ଓଡ଼ିଶା ଆସିବେ ଅମିତ ଶାହା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୨୫ ତାରିଖରେ ସୋନପୁର ଆସିବେ ଶାହା । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସେ ବିଜେପି ପ୍ରାର୍ଥୀ ପ୍ରଚାର ପାଇଁ ଓଡ଼ିଶା ଅସୁଥିବା କୁହାଯାଇଛି । ଏହି ଗସ୍ତ ବେଳେ କିଛି ଗୁରୁତ୍ବର୍ପୂଣ୍ଣ ବୈଠକରେ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ରହିଛି । ସୋନପୂରରେ ଅପରାହ୍ନରେ ଆୟୋଜିତ ଏକ ସମାବେଶରେ ଯୋଗଦେବେ ।

ଅଟୋ ଉପରେ ଚଢିଗଲା ଟ୍ରକ, ଦୁର୍ଘଟଣାରେ ୩ ମୃତ, ୫ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଅଟୋକୁ ସାମ୍ନାପଟୁ ପିଟିଲା ଟ୍ରକ । ଘଟଣା ସ୍ଥଳରେ ୩ ମୃତ ୫ ଆହତ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ରାଇଘରରୁ ଛତିଶଗଡ ପଟକୁ ଯାଇଥିଲା । ଏହି ସମୟରେ ଛଟିଗଡ ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ସେମାନଙ୍କ ଜଣେ ସମ୍ପର୍କିୟ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିଲେ । ଏହି ସମୟ ରେ ଯୋଡ଼ିଙ୍ଗା ନିକଟରେ ଅଟକୁ ସାମନା ପଟୁ  ପଟିଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଜଣେ ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ଅଛନ୍ତି । ମୃତକ ମାନଙ୍କୁ ଯୋଡିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ରଖା ଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରେ ଉମରକୋଟର ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡ ପହଞ୍ଚି ଉଦ୍ଧାର କାର୍ଯ୍ୟ ରେ ସାହାଯ୍ୟ କରିଥିଲେ ।

ହିଞ୍ଜିଳିକାଟୁରେ ମହିଳା ସମାବେଶ ଅନୁଷ୍ଠିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଅନୁଷ୍ଠିତ ହୋଇଛି ମହିଳା ସମାବେଶ। ଏହି ସମାବେଶରେ ହିଞ୍ଜିଳିକାଟୁ ବ୍ଲକ,ଶେରଗଡ ବ୍ଲକ,ଏବଂ ହିଞ୍ଜିଳିକାଟୁ ଟାଉନର ବହୁ ମହିଳା ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବାରୁ ଫୋକସରେ ରହଛି ଏହି ଆସନ। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ତ୍ର ମାଧ୍ୟମରେ ଯୋଡିହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ହିଞ୍ଜିଳି ବିଧାନ ସଭା ଆସନ ଆସିକା ଲୋକସଭା ଅଧୀନରେ ରହିଥିବା ବେଳେ ଆସନ୍ତା ୨୦ ତାରିଖ ଦ୍ଵିତୀୟ ପର୍ଯ୍ୟାୟରେ ଏହାର ନିର୍ବାଚନ ହେବ।ଏଠାରୁ ବିଧାୟକ ପ୍ରାର୍ଥୀ  ନବୀନ ପଟ୍ଟନାୟକ ହୋଇଥିବା ବେଳେ ସାଂସଦ ପ୍ରାର୍ଥୀ ଭାବେ ରଞ୍ଜିତା ସାହୁ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ହିଞ୍ଜିଳିକାଟୁ ଠାରେ ଗତ ୧୯ ତାରିଖ ଦିନ ବିଜେଡ଼ି ପକ୍ଷରୁ ଏକ ଯୁବ ସମାବେଶ କରାଯାଇଥିବା ବେଳେ ଆଜି ମହିଳା ସମାବେଶର ଆୟୋଜନ ହୋଇଛି।

ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଖରା, ନଜର ପକାନ୍ତୁ ଦିନ ୨ଟା ୩୦ ସୁଦ୍ଧା କେଉଁଠି କେତେ ରହିଛି ତାପମାତ୍ରା

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଖରା । ପଶ୍ଚିମରେ ଅଧିକ ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ଆଜି ଦିନ ସାଢେ ଦୁଇଟା ସୁଦ୍ଧା କେନ୍ଦୁଝର ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୩.୬ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ହୀରାକୁଦରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୧.୭, ଭୁବନେଶ୍ୱର ଓ ଚାନ୍ଦବାଲିରେ ୪୧.୬, ବାଲେଶ୍ୱରରେ ୪୦.୫, ପୁରୀରେ ୩୪.୬, ଗୋପାଳପୁର ଓ ପାରାଦୀପରେ ୩୩.୫ ଡିଗ୍ରୀ ଲେଖାଏଁ ପାରଦ ରେକର୍ଡ ହୋଇଛି ।

ଏପ୍ରିଲ ୨୫ ତାରିଖରୁ ଖରା ଛୁଟି: ୨୨ରୁ ୨୪ ତାରିଖ ସକାଳ ସାଢ଼େ ୬ଟାରେ ସ୍କୁଲ

ଭୁବନେଶ୍ବର: ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗ ସୂଚନା ଆଧାରରେ ଗ୍ରୀଷ୍ମ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ହେବ ଶ୍ରୀଷ୍ମ ଛୁଟି । ତେବେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ସକାଳୁଆ ସ୍କୁଲ ଚାଲିବ । ଅର୍ଥାତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ ।

ଚଳିତବର୍ଷ ଅସ୍ୟ ଖରାକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ଦିନ ୮ଟା ପରେ ଘରୁ ବାହାରିବା ବି ଅସମ୍ଭବ ହୋଇଯାଉଛି । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏମିତି ସ୍ଥିତିରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ସକାଳୁଆ ସ୍କୁଲ ଘୋଷଣା କରିଥିଲେ । ତେବେ ଗ୍ରୀଷ୍ମ ପ୍ରବାହ ଅଧିକ ହେବାରୁ ୩ ଦିନ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।

ମହିଳା ନକ୍ସଲ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ମହିଳା ନକ୍ସଲ ଗିରଫ । ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରାଯାଇଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଏକାୱାରି ଗାଁରୁ ଆହତ ମହିଳା ମାଓବାଦୀ ଜଣଙ୍କୁ ଗିରଫ କରାଯାଇଛି ।

ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରେ ନବରଙ୍ଗପୁର ପୋଲିସର ଗୋଇନ୍ଦା ଟିମ, ଦୁଇଟି ଏସଓଜି ଟିମ୍ ଓ ଗୋଟିଏ ଡିଭିଏଫ ଟିମ୍ ସହ ୨୧ ସଦସ୍ୟ ବିଶିଷ୍ଟ ନବରଙ୍ଗପୁର ପୋଲିସର ଟିମ୍ ଏକ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଛତିଶଗଡ଼ ଏକୱାରି ଗ୍ରାମରୁ ଏକ ଘର ମଧ୍ୟରୁ ଜଣେ ମହିଳା ନକ୍ସଲଙ୍କୁ ଗିରଫ କରାଯାଇଥିଲା ।

ଗିରଫ ମାଓବାଦୀଙ୍କ ନାଁ ମ୍ୟାଙ୍ଗ ନୁରେଟି (ସିନ୍ଧୁ) । ବୟସ ପ୍ରାୟ ୨୫ ବର୍ଷ ହେବ । ଗତ ୧୨ ତାରିଖରେ କରିପାନୀ ଓ ଏକୱାରି ଗାଁ ନିକଟରେ ହୋଇଥିବା ପୋଲିସ-ନକ୍ସଲ ଗୁଳି ବିନିମୟରେ ସେ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି ।

ନାବାଳକଙ୍କୁ ଅପହରଣ ଉଦ୍ୟମ ଭଣ୍ଡୁର, ଅଧା ରାସ୍ତାରେ କାରରୁ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍

ଉଦଳା: ନାବାଳକଙ୍କୁ ଅପହରଣ ଉଦ୍ୟମ ଭଣ୍ଡୁର । ପିଲାଟି ପାଟି କରିବାରୁ ଧରାପଡିଯିବା ଭୟରେ କାରରୁ ଫିଙ୍ଗି ଦେଇ ଚମ୍ପଟ ମାରିଲେ ଅପହରଣକାରୀ । ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଚନ୍ଦନେଶ୍ୱର ସାହୁଙ୍କ ପୁଅ ଜନ୍ମେଞ୍ଜୟ ସାହୁଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଜନ୍ମେଞ୍ଜୟ ଟ୍ୟୁସନରୁ ଫେରୁଥିବା ବେଳେ, ଏକ କାର ତାଙ୍କ ପାଖରେ ଅଟକି ଥିଲା । କାର ଭିତରୁ କିଛି ଲୋକ ତାଙ୍କୁ ଉଦଳାକୁ ରାସ୍ତା ପଚାରିଥିଲେ । ନାବାଳକ ଜଣଙ୍କ ସେମାନଙ୍କୁ ରାସ୍ତା ବତାଉଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ କାର ଭିତରକୁ ଟାଣି ନେଇ ଫେରାର ହୋଇଯାଇଥିଲେ । ପିଲାକୁ ଚୁପ କରିବାକୁ ଅପହରଣକାରୀ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦେଇଥିଲେ ।

ଅପହରଣକାରୀ ଉଦଳା ରାସ୍ତାରେ ଯିବା ବେଳେ ପିଲାଟିର ଚେତା ଚାଲି ଆସିଥିଲା ଓ ସେ ଚିତ୍କାର କରିବାକୁ ଲାଗିଥିଲା । ଫଳରେ ଧରାପଡିଯିବା ଭୟରେ ଅପହରଣକାରୀ ତାଙ୍କୁ ଉଦଳା ରାସ୍ତାରେ କାରରୁ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି ।

ପ୍ରାଥମିକ ତଦନ୍ତରୁ ଗାଡିରେ ୩ ଜଣ ଦୁର୍ବୃତ୍ତ ଥିବା ଜଣାପଡିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।