ଟି-୨୦ ବିଶ୍ବକପରେ ଭାରତ ପାଇଁ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲରଙ୍କୁ ମିଳିନପାରେ ଚଳିତ ବିଶ୍ବକପରେ ସ୍ଥାନ

1 min read

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ଖେଳାଯିବାକୁ ଯାଉଛି ଟି-୨୦ ବିଶ୍ବକପ । ଦିନିକିଆ ବିଶ୍ବକପ ଭାରତ ହାତରୁ ଯିବା ପରେ ଟି-୨୦ ବିଶ୍ବକପ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଆଇପିଏଲ ଚାଲିଥିବାବେଳେ ଯୁବ ଖେଳାଳିମାନେ ଯେଭଳି ପ୍ରଦର୍ଶନ କରୁଛନ୍ତି କିଭଳିଭାବେ ଟିମ ବଛାଯିବ ତାହା ଚିନ୍ତାର କାରଣ ପାଲଟିଛି। ତେବେ ଟିମ ଇଣ୍ଡିଆ ପାଇଁ ଟି-୨୦ ବିଶ୍ବକପରେ ଭାରତର ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ହେଉଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ସେ ୨୪ ମ୍ୟାଚରୁ ୩୨ ଓ୍ବିକେଟ ଅକ୍ତିଆର କରିଛନ୍ତି । ମାତ୍ର ସେ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇବେ କି ନାହିଁ ତାହା ଏଯାବତ ସ୍ପଷ୍ଠ ହୋଇନାହିଁ । ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ଚହଲଙ୍କ ଭଳି ଖେଳାଳିମାନେ ଏବେ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି । ଯାହାକି ଅଶ୍ବିନୀଙ୍କ ପାଇଁ ଦଳରେ ସ୍ଥାନ ପାଇବା ମହଙ୍ଗା ସାବ୍ୟସ୍ତ ହୋଇପାରେ ।