spot_img
Home Blog Page 2000

ଆଜି ବଲାଙ୍ଗୀର ଓ ବରଗଡ଼ରେ ନବୀନଙ୍କ ଧୂଆଁଧାର ପ୍ରଚାର

ଭୁବନେଶ୍ବର: ଆଜି ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରର ୪ଟି ସ୍ଥାନରେ ନନଷ୍ଟର ପ୍ରଚାର କରିବେ ନବୀନ ।

ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିର ଦୁଇଟି ସ୍ଥାନରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ଏଥିପାଇଁ  ସକାଳ ୧୦ଟା ୪୫ରେ ଉତକେଲା ଏୟାରପୋର୍ଟରେ ପହଞ୍ଚିବେ ମୁଖ୍ଯମନ୍ତ୍ରୀ । ସେଠାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡାକୁ ଯାଇ ଆଶୀର୍ବାଦ ଭିକ୍ଷା କରିବେ । ବିଶାଳ ଜନସଭାକୁ ଉଦବୋଧନ ଦେଇ ମୁରିବାହଲରେ ଜନସଭାରେ ଯୋଗଦେବେ । ସେଠାରୁ ବଲାଙ୍ଗୀର ଯାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଆଶୀର୍ବାଦ ମାଗିବେ । ପରେ ଅପରାହ୍ନରେ ବରଗଡ଼ ଯାଇ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି ।

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଜବାବ, କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଜବାବ । ମୋର କଣ ମନେ ଅଛି କି ନାହିଁ ରାଜ୍ଯବାସୀ ଜାଣିଛନ୍ତି । ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି । ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ? ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ । ଓଡିଆ ଭାଷାକୁ ଅନୁଦାନ ଶୂନ । ଓଡ଼ିଶୀ ସଂଗୀତକୁ ଭୁଲିଗଲେ ପ୍ରଧାନମନ୍ତ୍ରୀ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା ଲାଗି ୨ ଥର ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ଦୁଇ ଦୁଇ ଥର ଅଗ୍ରାହ୍ଯ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ବହୁ ବୀରପୁତ୍ର ଅଛନ୍ତି । କେତେକ ନାମକୁ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ । କଣ ଜଣେ ବି ଭାରତ ରତ୍ନ ଲାଗି ଯୋଗ୍ଯ ବିବେଚିତ ହେଲେ ନାହିଁ । ଭାରତ ରତ୍ନ ବାଣ୍ଟିବାବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଚାଷୀଙ୍କ ଏମଏସପି ୨ ଗୁଣ କରିବା ଲାଗି ପ୍ରତିଶୃତି ଦେଇଥିଲେ। ଏମଏସପି ଦୁଇଗୁଣ ପ୍ରତିଶୃତି ବି ଭୁଲିଗଲେ । ଓଡ଼ିଶାବାସୀଙ୍କ ଲାଗି ଉପକୂଳ ରାଜପଥ କରିବାର ଥିଲା । ଉପକୂଳ ରାଜପଥ ବିଷୟ ବି ପ୍ରଧାନମନ୍ତ୍ରୀ ଭୁଲିଗଲ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । ରୟାଲଟି ବଢାଇବା ଲାଗି ୧୦ ବର୍ଷ ହେଲା ଭୁଲିଗଲେ । କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ । ୨୦୧୪ ଓ ୨୦୧୯ରେ ଦେଇଥିବା ପ୍ରତିଶୃତିକୁ ମନେ ରଖିଛନ୍ତି କି । ଦରବୃଦ୍ଧି କମାଇବା, ୨ କୋଟି ଚାକିରି ସୃଷ୍ଟି, ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ଼ କରିବା ପ୍ରତିଶୃତି ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ ୧୦ରେ ତ ନୁହେଁ ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ। ମା ପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁ ବିଜୁ ଜନତା ଦଳ ଷଷ୍ଠ ଥର ଲାଗି ଓଡ଼ିଶାରେ ସରକାର ଗଠନ କରିବ ।

ଭୁବନେଶ୍ବରରେ ବାର ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବରରେ ବାର ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତଦେହକୁ ଉଦ୍ଧାର କରିଛି ବରଗଡ ଥାନା ପୋଲିସ।ମୃତକ ଯୁବତୀ ହେଉଛନ୍ତି ଅଲଣାହାଟ ଗାଁର ସୁଲୋଚନା । ସୂଚନାଅନୁସାରେ ଜଗସିଂହପୁର ଜିଲ୍ଲା ଅଲଣାହାଟ ଗାଁର ସୁଲୋଚନା ଦୀର୍ଘଦିନ ଧରି ନୀହାର ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ।ଉଭୟଙ୍କ ମଧ୍ୟରେ ଗତ କିଛି ଦିନ ଝଗଡା ଲାଗିରହୁଥିଲା ଯାହାକି ଯୁବତୀଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି। ଏନେଇ ସୁଲୋଚନାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୋଲିସ।ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଖୁବଶୀଘ୍ର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ବଡ଼ଗଡ଼ ଥାନା ପୋଲିସ।

ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ପରିବାର ସମ୍ପର୍କ ଅଭିଯାନ

ଭୁବନେଶ୍ୱର : ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର ୬୨ରେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ। ପୋଖରୀପୁଟର ଲିଙ୍ଗରାଜ ବିହାର ଓ କାରଗିଲ ରୋଡ୍ ବିଜୁ ଆଦର୍ଶ କୋଲନୀରେ ପରିବାର ସମ୍ପର୍କ ଅଭିଯାନ କରାଯାଇଥିଲା। ଭୁବନେଶ୍ୱର  ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ ଓ ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ ସଂଖ୍ୟାରେ ଯୁବକ ଓ ମହିଳା ଯୋଗଦେଇଥିଲେ। ଅଶୋକ ପଣ୍ଡା କହିଥିଲେ, ବିଭିନ୍ନ ଦଳ  ରୋଡ ଶୋ କରୁଛନ୍ତି । ଲୋକଙ୍କ ପାଖକୁ ଯାଉଛନ୍ତି। ଆଗାମୀ ଦିନରେ ଲୋକ ନିର୍ଣ୍ଣୟ କରିବେ ସେମାନେ କାହାକୁ ଚାହୁଁଛନ୍ତି। ଭୁବନେଶ୍ବରବାସୀ ବିଜେଡିର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଭଲ ପାଇବା ଦେଇଛନ୍ତି। ଆଗମୀ ଦିନରେ ତାହା ଜଣା ପଡ଼ିବ ବୋଲି ଆଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି  ।

ବିଶ୍ଵ ପ୍ରସିଦ୍ଧ ଇସ୍କନ ମନ୍ଦିର ରେ ଧୁମ୍ ଧାମରେ ପାଳନ ହେଉଛି ଚନ୍ଦନ ମହୋତ୍ସବ

କୋଲକାତା : ପଶ୍ଚିମବଙ୍ଗର ନଦୀଆ ଜିଲ୍ଲା ସ୍ଥିତ ମାୟାପୁର ଅଞ୍ଚଳରେ ଥିବା ବିଶ୍ଵ ପ୍ରସିଦ୍ଧ ଇସ୍କନ ମନ୍ଦିରରେ ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇଛି ଚନ୍ଦନ ଲେପ ମହୋତ୍ସବ । ଅନ୍ୟ ପଟେ ଇସ୍କନ ମନ୍ଦିର ପଣ୍ଡିତ କହିଛନ୍ତି ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇଛି ଚନ୍ଦନ ଲେପ ମହୋତ୍ସବ । ଏହି ଚନ୍ଦନ ଲେପ ମହୋତ୍ସବ ପାଳନ ହେଉଛି ଓ ଶ୍ରୀ କୃଷ୍ଣ ରାଧା ସହିତ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଦେବୀ ସୁଭଦ୍ରାଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଚନ୍ଦନ କାଠ ଲେପ ଲଗାଇ ଇସ୍କନ ମନ୍ଦିରର ଚନ୍ଦ୍ର ଦେବ୍ ମନ୍ଦିର ଠାରୁ ମନ୍ଦିର ପୁଷ୍କରଣୀ ପର୍ଯ୍ୟନ୍ତ ଆସିଥାଏ ଓ ଏହି ଚନ୍ଦନ ଯାତ୍ରା ୨୧ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଥାଏ । ଚନ୍ଦନ ଯାତ୍ରା ଓ ଶ୍ରୀକୃଷ୍ଣ ରାଧା ଓ ଜଗନ୍ନାଥ, ବଳଭଦ୍ର, ଦେଵୀ ସୁଭଦ୍ରାଙ୍କୁ ଚନ୍ଦନ ଲେପ ଲଗାଇବା ପାଇଁ ଇସ୍କନ ମନ୍ଦିରରେ ଭିଡ଼ ଜମିଥାଏ । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଭିଡ ଜମାଇଥାନ୍ତି ।

ଚିକିଟି ନିକଟସ୍ଥ ପିତାତଳି ନିକଟରେ ଓଲଟିଲା ପୋଲିଂ ଅଧିକାରୀଙ୍କ ଗାଡ଼ି

ଦିଗପହଣ୍ଡି : ଚିକିଟି ନିକଟସ୍ଥ ପିତାତଳି ନିକଟରେ ପୋଲିଂ ପାର୍ଟି ନେଇଯାଉଥିବା ଗାଡ଼ି ଓଲଟିଲା । ମିଳିଥିବା ସୂଚନା ଅନୁସାରେ କେହି ଆହତ ହୋଇନାହାନ୍ତି । ଘଟଣା ସ୍ଥଳରେ ପାତ୍ରପୁର ବିଡ଼ିଓ ପହଞ୍ଚି ପୋଲିଙ୍ଗ ପାର୍ଟି ଅଧିକାରୀଙ୍କୁ ଅନ୍ୟ ଗାଡ଼ିରେ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ପୋଲିଙ୍ଗ ପାର୍ଟି ଗାଡ଼ି ପାତ୍ରପୁର ବ୍ଲକ ବାଉଳିଆ କୁ ଯାଉଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୋଲିଂ ଅଧିକାରୀଙ୍କୁ ବୁଥ ଅଭିମୁଖ୍ୟ ପଠାଯାଉଛି । ସେହି ପରିପେକ୍ଷିରେ ଚିକିଟି ନିକଟସ୍ଥ ପିତାତଳିକୁ ଯାଉଥିଲେ ପୁଲିଂ ଅଧିକାରୀ ।

ବିରୋଧୀ ବିଜେପି ଓ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ପିପିଲି : ପିପିଲି ନିର୍ବାଚନମଣ୍ଡଳିରେ ବଢୁଛି ବିଜେଡି ବଳ। ବାଇକ ରାଲି ସାଙ୍ଗକୁ ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପିପିଲି ବିଜେଡି  ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଗାଁ ଗାଁ ରେ ପ୍ରଚାର କରି ଦଳ ସପକ୍ଷରେ ଜନମତ ଲୋଡୁଛନ୍ତି । ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ, ଡେଲାଙ୍ଗ ବ୍ଲକ ରେଙ୍ଗଳ ପଞ୍ଚାୟତ ଓ ପିପିଲି ପୌରାଞ୍ଚଳ ୫ନଂ ୱାର୍ଡର ଶତାଧିକ କର୍ମୀ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି। ସମସ୍ତ ନୂତନ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରୁଦ୍ରପ୍ରତାପ ମହାରଥୀ। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହେବା ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବେ ବୋଲି କହିଛନ୍ତି ଦଳରେ ଯୋଗ ଦେଇଥିବା କର୍ମୀ।

ବିଜେପି ସରକାରକୁ ୪ ଗ୍ୟାରେଣ୍ଟି ମାଗିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ରାଉରକେଲା : ୪ ଗ୍ୟାରେଣ୍ଟି ଦିଅ, ୪ଶହ ସିଟ୍ ନିଅ। ବିରୋଧୀ ବିଜେପି ନେତୃତ୍ଵାଧୀନ ସରକାରକୁ  ୪ ଗ୍ୟାରେଣ୍ଟି ମାଗିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଲେ, ଓଡ଼ିଶାବାସୀଙ୍କୁ ୪ ଗ୍ୟାରେଣ୍ଟି ଦିଅ ୪ଶହ ସିଟ୍ ନିଅ। ଗୋଟିଏ ଗ୍ୟାରେଣ୍ଟି ହେଉଛି ଦେଶରେ ତେଲ ଦର ବୃଦ୍ଧି ହେବନି। ଦ୍ଵିତୀୟ ଗ୍ୟାରେଣ୍ଟି ହେଉଛି ଡିଜେଲ ଦର ବୃଦ୍ଧି ହେବନି। ତୃତୀୟ ଗ୍ୟାରେଣ୍ଟି ହେଉଛି ଏଲପିଜି ଦର ବୃଦ୍ଧି ହେବନି ଏବଂ ଶେଷ ତଥା ୪ ନମ୍ବର ଗ୍ୟାରେଣ୍ଟି ହେଇଉଛି ରୋଜଗାର ଦେବାର ଗ୍ୟାରେଣ୍ଟି। ଦେଶରେ ୪ଶହ ପାର ଆସନ ଆଣିବ ବୋଲି କହୁଛନ୍ତି ବିରୋଧୀ। ଆଉ ଏହାର ଗୋଟିଏ ଚାବି ହେଉଛି ଏ ୪ ଗ୍ୟାରେଣ୍ଟି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୧୪ରେ ଦେଶରେ ତେଲ ଦର ଯାହା ଥିଲା ସେହି ଦର ଦେଉ ବିରୋଧୀ ବିଜେପି ସରକାର। ଏଲପିଜି, କିରୋସିନି ସେଇ ଦରରେ ଗ୍ରାହକଙ୍କୁ ଦିଅନ୍ତୁ। ୪ ଗ୍ୟାରେଣ୍ଟି ଦେବବୋଲି କହିଥିଲେ ହେଲେ କିଛି ପୂରଣ କରିନାହାନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସରକାରୀ କାନ୍ଥରେ ବିଜେପି ଲେଖୁଛି ମିଛ ପ୍ରତିଶୃତି

ସମ୍ବଲପୁର : ସରକାରୀ କାନ୍ଥରେ ମିଛ ପ୍ରତିଶୃତି ଲେଖି ଲୋକଙ୍କୁ ଭ୍ରମିତ କରୁଛି ବିଜେପି । ସହରବାସୀଙ୍କୁ ମିଛକଥା କହି ପ୍ରଭାବିତ କରୁଛି ବିଜେପି । ଏହା ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କହି ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଦଳ ଜିଲ୍ଲାପାଳଙ୍କ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ଦେଇଛି । ବିଜେଡି ମୁଖପାତ୍ର ସଞ୍ଜୟ ବାବୁଙ୍କ ନେତୃତ୍ବରେ ମୁଖପାତ୍ର ଲେନିନ ମହାନ୍ତିଙ୍କ ସହ ଏକ ଟିମ୍ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି । କାହାକୁ ନଜଣାଇ କାନ୍ଥ ମାନଙ୍କରେ ବାରମ୍ବାର ମିଛ ପ୍ରତିଶ୍ରୁତି ଲେଖୁଥିବା ନେଇ ଅଭିଯୋଗ ହୋଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ ।

ଚାରିଟି ସଂସଦୀୟ ଓ ୨୮ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ଶେଷ

ଭୁବନେଶ୍ୱର : ରାଜ୍ଯରେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଚାରିଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ ଗ୍ରହଣ ହେବ । ଏନେଇ ପ୍ରସ୍ତୁତି ଓ ଭୋଟ ଗ୍ରହଣ ସଂପର୍କରେ ଟିକିନିଖି ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର । ତେବେ ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ | ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ  ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି । ୧୨୯୪ ଜଣ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଆଦର୍ଶ ବୁଥ ୧୨୭୬ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ମୈଦାନରେ ଅଛନ୍ତି । କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧, ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ଯ ପରୀକ୍ଷା କରିବେ । ୬୦ପ୍ରତିଶତ ବୁଥରେ ଲାଇଭ ଷ୍ଟିମ ହେବ । ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲଟ ବ୍ୟବହାର ହେବ । ୧୮ହଜାର ୫୩୯ ବାଲଟ ୟୁନିଟ | ୧୨ ସହ ପୋଲିଂ ଷ୍ଟେସନରେ ୪ ଟା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ । ୫ଟା ପର୍ଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବାକୁ ଥିବାବେଳେ ୨୫୭୫ ବୁଥରେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ ସମ୍ବେଦନଶୀଳ । ୫୨ ହଜାର ୫ଷହ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଭୋଟରଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡାରେ ଆଦିମ ଜନଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହାତ ପଙ୍ଖାରେ ସଚେତନତା ଲେଖା ଯାଇଛି | ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ଗୋପାଳପୁର, ତାରାତାରିଣୀ ମନ୍ଦିର ଓ ରାମ ଲିଙ୍ଗେଶ୍ୱର ପାଖରେ ବ୍ୟବହାର କରାଯାଇଛି | ନୂଆପଡାରେ ଷ୍ଟବେରୀ ପ୍ୟାକେଟରେ ନିର୍ବାଚନ ତାରିଖ ଲେଖା ଯାଇଛି | ବହୁଳ ସଂଖ୍ୟାରେ ମତଦାନ ପାଇଁ ନିବେଦନ କରିଛନ୍ତି ସିଇଓ । ବୁଥ ପ୍ରସ୍ତୁତ, ପୋଲିଂ ଷ୍ଟେସନ ପ୍ରସ୍ତୁତ ଭୋଟର ଆସି ମତଦାନ କରନ୍ତୁ | ଏହି ନିର୍ବାଚନକୁ ତଦାରଖ କରିବା ପାଇଁ ୨୩ ଜଣ ଅବଜର୍ଭର ନିଯୁକ୍ତି ହୋଇଛନ୍ତି ବୋଲି କହିଛନ୍ତି ସିଇଓ ।