ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ିର ବିଶାଳ ଶୋଭାଯାତ୍ରା। ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚକ୍ରମଣୀ କହଁରଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଜନ ସମୁଦ୍ର ପାଲଟିଲା ବାଲିଗୁଡ଼ା ସହର। ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ପ୍ରାୟ ୩୦ ହଜାର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସିଥିଲେ ଚକ୍ରମଣୀ । କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼.ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଚାରୋଟି ବ୍ଲକର ସଭାପତି, ବହୁ ନେତା ଓ ବରିଷ୍ଠ କର୍ମକର୍ତ୍ତା ସାମିଲ୍ ହୋଇଥିଲେ। ବିଜୁ ଜନତା ଦଳ ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଛି। ବିପୁଳ ପରିମାଣରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ଚକ୍ରମଣୀ କହଁର।
ଟି-୨୦ ବିଶ୍ବକପ ପାଇଁ ଭାରତରୁ ଯିବ ୨ଟି ଟିମ୍ !
ନନ୍ଦିଘୋଷ ବ୍ୟୁରୋ: ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଏଯାବତ ଭାରତୀୟ ୧୫ ଜଣିଆ ଦଳ ଘୋଷଣା ହୋଇନାହିଁ । ଆଇପିଏଲ ଚାଲିଥିବାବେଳେ ପ୍ରଦର୍ଶନକୁ ଦେଖି ଖେଳାଳି ଟିମରେ ସ୍ଥାନ ପାଇବେ ବୋଲି କୁହାଯାଉଛି । ତେବେ ୨ ଭାଗରେ ୨ଟି ଟିମ ନ୍ୟୁୟର୍କ ଯାଇ ଅଭ୍ୟାସ କରିବେ ବୋଲି କୁହାଯାଉଛି । ୨୧ ମେ’ରେ ପ୍ରଥମ ଟିମ ଯାଇ ଅଭ୍ୟାସ ଆରମ୍ଭ କରିବ । ଆଇପିଏଲରେ ଯେଉଁ ଦଳ ପ୍ଲେଅଫରେ ନପହଞ୍ଚିବ ସେହି ଟିମର ସିଲେକ୍ସନ ଖେଳାଳି ଯାଇ କ୍ୟାମ୍ପରେ ଯୋଗଦେବେ । ଏହାପରେ ଦ୍ବିତୀୟ ଟିମ ଆଇପିଏଲ ସରିବା ପରେ ଯାଇ ଯୋଗଦେବେ । ଜୁନ ୧ରୁ ବିଶ୍ବକପ ଖେଳାଯିବାକୁ ଥିବାବେଳେ ଭାରତ ୭ ତାରିଖରେ ନିଜର ଅଭିଯାନ ଆରମ୍ଭ କରିବ । ମେ ୨୭ରେ ଦ୍ବିତୀୟ ଗୃପ ବାହାରିବ । ତେବେ ଦୁଇ ମାସ ଧରି ଆଇପିଏଲ ଖେଳିଥିବା ଖେଳାଳିମାନେ ବହୁ ଅଭିଜ୍ଞତା ଅର୍ଜନ କରିଥିବେ । ଏଣୁ ଏହା ଆଇପିଏଲରେ ଭାରତ ପାଇଁ ବେଶ ଗୁରୁତ୍ବ ବହନ କରିବ ।
ସୁରଟ ପରେ ଇନ୍ଦୋରରେ ହେଲା ‘ଖେଳ’, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହର
ଇନ୍ଦୋର: ମଧ୍ୟପ୍ରଦେଶ କଂଗ୍ରେସକୁ ବଡ ଝଟକା ଲାଗିଛି। ଇନ୍ଦୋରରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ନାମାଙ୍କନ ପ୍ରତ୍ୟାହାର କରିବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଯାହା ଫଳରେ ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନାହାଁନ୍ତି।
ସୂଚନା ଅନୁଯାୟୀ, ଇନ୍ଦୋର ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ଟିକେଟ ଦେଇଛି। ନାମାଙ୍କନ ପ୍ରତ୍ୟାହାର କରିବା ପରେ କୈଳାଶ ବିଜୟବର୍ଗିଆ ଟ୍ୱିଟ କରି କହିଛନ୍ତି ଯେ ଇନ୍ଦୋରରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଜୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି।
इंदौर से कांग्रेस के लोकसभा प्रत्याशी श्री अक्षय कांति बम जी का माननीय प्रधानमंत्री श्री @narendramodi जी, राष्ट्रीय अध्यक्ष श्री @JPNadda जी, मुख्यमंत्री @DrMohanYadav51 जी व प्रदेश अध्यक्ष श्री @vdsharmabjp जी के नेतृत्व में भाजपा में स्वागत है। pic.twitter.com/1isbdLXphb
— Kailash Vijayvargiya (@KailashOnline) April 29, 2024
ଇନ୍ଦୋରରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ଯୋଗଦେବା ନେଇ କଂଗ୍ରେସ ନେତା ମୁକେଶ ନାୟକ କହିଛନ୍ତି, ଏହା ଦଳ ପ୍ରତି ଏକ ବଡ ବିଶ୍ୱାସଘାତକତା। ନିର୍ଲଜପଣର ସମସ୍ତ ସୀମା ଅତିକ୍ରମ କରିଛି ବିଜେପି। ଖଜୁରାହୋ ପରି ବର୍ତ୍ତମାନ ଇନ୍ଦୋରରେ ମଧ୍ୟ ଦଳ ଅନ୍ୟ କାହାକୁ ଟିକେଟ୍ ଦେବା ନେଇ ଚିନ୍ତା କରିବ।
ଅକ୍ଷୟ ବାମ ଗତ ଏପ୍ରିଲ ୨୪ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଇନ୍ଦୋର, ଉଜୈନ, ଧାର ସମେତ ଆଠଟି ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ (ମେ ୧୩) ରେ ଭୋଟିଂ ହେବ । ଅପରପକ୍ଷେ ନିକଟ ଅତୀତରେ ଗୁଜୁରାଟର ସୁରଟ ଲୋକସଭା ଆସନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କିଛି ତ୍ରୁଟି ପାଇଁ ରିଟର୍ଣ୍ଣିଂ ଅଫିସର କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ବାତିଲ କରିଦେଇଥିଲେ।

