spot_img
Home Blog Page 1993

ଝାରସୁଗୁଡାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୭, ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ

ଝାରସୁଗୁଡା: ରାଜ୍ୟରେ ହିଟ ୱେଭ ଜାରି ରହିଥିବା ବେଳେ ଝାରସୁଗୁଡା ଗତକାଲି ତାପମାତ୍ରା ୪୭  ଡିଗ୍ରୀ ରେକର୍ଡ କରାଯାଇଥିଲା । ରାସ୍ତାଘାଟ ସବୁ ଶୂନଶାନ ହୋଇଯାଇଛି। ଝାରସୁଗୁଡା ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ସବୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି।

ଆଜି ଶବ ବ୍ୟବଚ୍ଛେଦ ପରେ ହିଁ ଏହା ସ୍ପଷ୍ଟ ହେବ । ଝାରସୁଗୁଡାରେ ତାତି ହୁ ହୁ ହୋଇ ବଢୁ ଥିବାରୁ ଜିଲ୍ଲାପାଳ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବାକୁ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ସ୍ଥିତି ସମାନ ରହିଛି।

ଆଜି ଟ୍ରକ ମାଲିକଙ୍କ ସହିତ ଉପଜିଲ୍ଲାପାଳଙ୍କ ସମେତ  RTO, SDPO ଆଲୋଚନା କରିଛନ୍ତି । ସେପଟେ ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ନିରୀକ୍ଷଣ କରୁଛନ୍ତି। ସାତୋଟି ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ତେବେ ଏହା ଅଂଶୁଘାତ ଜନିତ ବୋଲି ଜିଲ୍ଲା ପ୍ରଶାସନ ଏଯାଏଁ ସ୍ୱଷ୍ଟ କରି ନାହାନ୍ତି ।

ଆଜିଠୁ ଚନ୍ଦନ ବେଶରେ ସଜେଇ ହୋଇ ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ଯାପୀ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି । ଆଜିଠୁ ଆରମ୍ଭ ହେଉଛି ଭିତର ଚନ୍ଦନ ଯାତ୍ରା । ମହାପ୍ରଭୁ ଚନ୍ଦନ ବେଶରେ ସଜେଇ ହୋଇ ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ । ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ମହାପ୍ରଭୁ ବେଶ ମଇଲମ ଓ ଆଲଟଲାଗି ହୋଇ ଚନ୍ଦନ ଘରକୁ ବିଜେ କରିବେ ।

ମୁଦିରସ୍ତ, ପତିମହାପାତ୍ର ଓ ପୂଜାପଣ୍ଡା ସେବକମାନେ ଚନ୍ଦନଲାଗି କରି ମହାପ୍ରଭୁଙ୍କ ଚନ୍ଦନ ବେଶ କରିବେ । ଏହି ଅବସରରେ ମହାପ୍ରଭୁଙ୍କଠାରେ ଗଭା, ଅଳକା, ଚଉସରି, ଚୂଳ ଆଦି ଲାଗି କରାଯିବ । ଭିତର ଚନ୍ଦନ ସମୟରେ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା ଏକାଦଶୀ, ସାବିତ୍ରୀ ଅମାବାସ୍ଯା, ଶୀତଳଷଷ୍ଠୀ ଏପରି ୪ ଥର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଶ୍ରୀକୃଷ୍ଣଓ ପଞ୍ଚ ମହାଦେବ ଜଳକ୍ରୀଡ଼ା କରିବେ ।

ଜଳକ୍ରୀଡ଼ା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ । ଯାତଭୋଗ ଲାଗି ହେବାପରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ ।

ସୁନ୍ଦରଗଡ଼ ଅସ୍ବାଭାବିକ ମୃତ୍ଯୁ ସଂଖ୍ଯା ୧୯କୁ ବୃଦ୍ଧି, ୪ ଜଣଙ୍କ ଅଂଶୁଘାତରେ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୧୯କୁ ବଢିଲା ଅସ୍ବାଭାବିକ ମୃତ୍ଯୁ ସଂଖ୍ଯା । ଏମାନଙ୍କ ମଧ୍ଯରୁ ୪ଜଣଙ୍କର ଅଂଶୁଘାତରେ ମୃତ୍ଯୁ ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଥିବାବେଳେ ଅନ୍ଯ ୧୨ ଜଣଙ୍କର ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି । ଅଂଶୁଘାତରେ ସମସ୍ତଙ୍କର ମୃତ୍ଯୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ସୁନ୍ଦରଗଡ଼ ମେଡିକାଲରେ ୪ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ ଜଣଙ୍କ ମୃତ୍ଯୁ ହୋଇଥିଲା ।

ଆଜି ରାଉରକେଲାରେ ଆଉ ଦୁଇଜଣଙ୍କର ମୃତ୍ଯୁ ହୋଇଛି । ରାଉରକେଲାରେ ମୋଟ ୧୨ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୪ ଜଣଙ୍କର ଜୀବନ ଅଂଶୁଘାତରେ ଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି । ତେବେ ସୁନ୍ଦରଗଡ଼ର ୪ ଓ ରାଉରକେଲାର ଅବଶିଷ୍ଟ ୮ଜଣଙ୍କର ମୃତ୍ଯୁ କାରଣ ଏବେବି ଅସ୍ପଷ୍ଟ ରହିଛି ।

ପ୍ରଶାସନର ସୂଚନା ଅନୁସାରେ ଗତକାଲି ରାଉରକେଲା ଡାକ୍ତରଖାନା ଆସିବାବେଳକୁ ୮ ଜଣଙ୍କର ମୃତ୍ଯୁ ହୋଇସାରିଥିଲା । ଅନ୍ଯପଟେ ମୁଣ୍ଡ ବୁଲାଇବା ଓ ଅସ୍ବାଭାବିକ ଅନୁଭବ କରି ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ଯୁ କାରଣ ବି ଅସ୍ପଷ୍ଟ ରହିଛି । ଶବବ୍ଯବଚ୍ଛେଦ ପରେ ସମସ୍ତଙ୍କ ମୃତ୍ଯୁ କାରଣ ସ୍ପଷ୍ଟ ହେବ । ଅଂଶୁଘାତରେ ଆକ୍ରାନ୍ତ ୨୩ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ଗୁରୁତର ଥିବା ୧୦ ଜଣଙ୍କୁ ହାଇଟେକ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ବିଶ୍ଵ ତମାଖୁ ବର୍ଜନ ଦିବସରେ ୱାକାଥନ କଲା ସ୍ପର୍ଶ ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ବିଶ୍ଵ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷର ଥିମ୍ ରହିଛି ‘ ତମାଖୁ ମୁକ୍ତ ଶୈଶବ’ । ସ୍ପର୍ଶ ହସ୍ପିଟାଲ ତରଫରୁ ମାଷ୍ଟର କ୍ୟାଣ୍ଟିନ ଠାରୁ ଆରମ୍ଭ କରି ସ୍ପର୍ଶ ହସ୍ପିଟାଲ ପର୍ଯ୍ୟନ୍ତ ୱାକାଥନ କରିଥିଲେ । ସ୍ପର୍ଶ ହସ୍ପିଟାଲ ଡାକ୍ତର ,କର୍ମଚାରୀ ଓ ଯୁବପିଢି ମାନେ ୱାକଥନରେ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରିଥିଲେ ।

ଏହି ୱାକଥନ କାର୍ଯ୍ୟକ୍ରମରେ ଏୟାର ଫୋର୍ସ ଆସୋସିଏସନ ଓଡିଶାର ପୂର୍ବତନ ସେନା କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ତମାଖୁ କିଭଳି ଭାବେ ଜଣେ ମଣିଷର ଜୀବନକୁ ଦୁର୍ବିସହରେ ପକେଇ ଦିଏ ସେ ବିଷୟରେ ସଚେତନ କରିଥିଲେ ଡାକ୍ତର। ଏହାସହ ବର୍ତ୍ତମାନ ଯୁବ ପିଢ଼ି ମାନେ ବହୁଳ ମାତ୍ରାରେ ବ୍ୟବାହର କରୁଛନ୍ତି ଯାହା ଏକ ଚିନ୍ତା ଜନକ ବିଷୟ। ତମାଖୁକୁ ଆମେ ଯଦି ବର୍ଜନ କରିବ ତାହା ହେଲେ ଆମେ ବହୁତ ରୋଗରୁ ମୁକ୍ତି ହୋଇପାରିବା ବୋଲି ଡାକ୍ତର କହିଛନ୍ତି  ।

ସିକ୍କିମ ସୀମାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଯୁଦ୍ଧବିମାନ ମୁତୟନ କଲା ଚୀନ୍‌

ଗ୍ୟାଙ୍ଗଟକ: ପୁଣି ଚୀନ ଦେଖାଇଲା ଦାଦାଗିରି। ସିକ୍କିମ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ମୁତୟନ କରିଛି ଅତ୍ଯାଧୁନିକ ଜେ-୨୦ ଷ୍ଟେଲଥ ଫାଇଟର ଜେଟ। ସାଟେଲାଇଟ ଚିତ୍ରରୁ ଏହି ତଥ୍ଯ ମିଳିବା ପରେ ଭାରତକୁ ଲାଗିଛି ଛନକା। ଗୋଟିଏ କି ଦୁଇଟି ନୁହେଁ ୬ଟି ଷ୍ଟେଲଥ ଫାଇଟର ଜେଟ ମୁତୟନ କରିଛି ଚୀନ। ଏହି ଜେଟ ଉଭୟ ସାମରିକ ଓ ବେସାମରିକ କାର୍ଯ୍ୟକଳାପରେ ବ୍ଯବହୃତ ବିମାନବନ୍ଦରରେ ମୁତୟନ କରାଯାଇଛି।

ତିବ୍ଦତର ଦ୍ବିତୀୟ ବୃହତ୍ତମ ସହର ସିଗାତସେରେ ଏହି ଜେଟ ମୁତୟନ ହୋଇଛି। ସବୁଠାରୁ ବଡ଼କଥା ହେଲା ବିଶ୍ବର ସବୁଠାରୁ ଉଚ୍ଚ ବିମାନବନ୍ଦର କୁହାଯାଉଥିବା ଏହି ବିମାନବନ୍ଦରର ରହିଛଇ ୧୨ ହଜାର ୪୦୮ ଫୁଟ ଉଚ୍ଚତାରେ। ସେଠାରେ ଏୟାରବର୍ଣ୍ଣ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ କେଜେ ୫୦୦ ମଧ୍ଯ ସେଠାରେ ମୁତୟନ ହୋଇଥିବା ସାଟେଲାଇଟରୁ ଇମେଜରୁ ସ୍ପଷ୍ଟ ହୋଇଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ବାୟୁ ସେନା।

ଜେ-୨୦ ଷ୍ଟେଲଥ ଫାଇଟର ଜେଟ ହେଉଛି ଚୀନର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ। ଚୀନର ଜେ-୨୦ର ମୁକାବିଲା ଲାଗି ଫ୍ରାନ୍ସଠାରୁ ଭାରତ ହାସଲ କରିଛି ୩୬ଟି ରାଫେଲ ଯୁଦ୍ଧ ବିମାନ।

ଆଜିବି ଅସହ୍ୟ ତାତି ସହ ଗୁଳୁଗୁଳି, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: କେରଳକୁ ମୌସୁମୀ ଛୁଇଁଲାଣି ହେଲେ ଓଡ଼ିଶାକୁ କଲବଲ କରୁଛି ଖରା । ଆଜି ରାଜ୍ଯରେ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହିଟ୍ ୱେବ୍ ସହ ଉଷ୍ମ ରାତି ଓ ଉପକୂଳରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ଜାରି ରହିବ।

ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀରକୁ ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ମଧ୍ଯ ରହିଛି ।

ଆଜି ଆଧାର ସହ ଲିଙ୍କ ନ କଲେ ଅଚଳ ହୋଇଯିବ ପାନ୍ କାର୍ଡ

ନନ୍ଦିଘୋଷ ବ୍ୟୁରୋ: ଆଧାର ଓ ପାନ୍ ଲିଙ୍କ ଅବଧିର ଆଜି ଶେଷ ଦିନ। ଏନେଇ ରିମାଇଣ୍ଡର ଜାରି କରିଛି ଆୟକର ବିଭାଗ। ଯଦି ଏହି ଲିଙ୍କ ନିର୍ଦ୍ଦିଷ୍ଟ ତାରିଖ ମଧ୍ଯରେ କରା ନଯାଏ ତେବେ ଆୟକର ଆଇନର ଧାରା ୨୦୬ଏଏ ଓ ଧାରା ୨୦୬ ସିସି ଅନୁସାରେ ଦୁଇଗୁଣ ଟାକ୍ସ ଡିଡକ୍ସନ ଆଟ ସୋର୍ସ ବା ଟିଡିଏସ ଲାଗୁ ହେବ ବୋଲି ଆୟକର ବିଭାଗ କହିଛି।

ପୂର୍ବରୁ ଗତ ଏପ୍ରିଲ ୨୩ ତାରିଖରେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ପରିଷଦ ବା ସିବିଡିଟି ପକ୍ଷରୁ ତୁରନ୍ତ ପାନ ଓ ଆଧାର ଲିଙ୍କ ଲାଗି ସର୍କୁଲାର ଜାରି କରାଯାଇଥିଲା। ଆଧାର ସହ ପାନ କାର୍ଡର ଲିଙ୍କକୁ ବାଧ୍ଯତାମୂଳକ କରିଛି ଆୟକର ବିଭାଗ। ଏପରିକି ଏହି ଲିଙ୍କ ନ କଲେ ପାନ୍ କାର୍ଡ ଅଚଳ ହୋଇଯିବ ବୋଲି ସତର୍କ କରାଯାଇଛି। ତେବେ ଯେଉଁମାନେ ଆୟକରରୁ ଛାଡ ପାଇଛନ୍ତି ସେମାନଙ୍କ ଲାଗି କୌଣସି ସମସ୍ଯା ନାହିଁ ବୋଲି କହିଛି ଆୟକର ବିଭାଗ।

ବେଙ୍ଗାଲୁରୁରେ ପହଞ୍ଚିବା ପରେ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ଗିରଫ

ବେଙ୍ଗାଲୁରୁ: ଅନେକ ମହିଳାଙ୍କ ସହ ଯୌନ ଉତ୍ପୀଡନ ମାମଲାର ଅଭିଯୁକ୍ତ ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ଗିରଫ  । ବେଙ୍ଗାଲୁରୁ ପହଞ୍ଚିବା କ୍ଷଣି ତାଙ୍କୁ ଗିରଫ କରାଯାଇଛି  ।ଜର୍ମାନୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରି ଏସଆଇଟି ଅଧିକ ପଚରାଉଚୁରା ପାଇଁ ସିଆଇଡି କାର୍ଯ୍ୟାଳୟ ଆଣିଛି  । ଏହା ପୂର୍ବରୁ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲା ସ୍ଥାନୀୟ କୋର୍ଟ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜୱାଲ ରେବନ୍ନାଙ୍କ ବିରୁଦ୍ଧରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଥିଲା । ନିଜ ନିର୍ବାଚନମଣ୍ଡଳୀରେ ଲୋକସଭା ନିର୍ବାଚନ ​​ଭୋଟ୍ ଦେବାର ଗୋଟିଏ ଦିନ ପରେ ପ୍ରଜ୍ବଲ ଏପ୍ରିଲ ୨୭ରେ ବିଦେଶ ପଳାଇଥିଲେ। ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଏସଆଇଟି ପ୍ରଜ୍ବଲ ରେଭାନ୍ନାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବେ।

ସୁନ୍ଦରଗଡ ଅସ୍ବାଭାବିକ ମୃତ୍ୟୁ, ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପାନପୋଷ ଉପଜିଲ୍ଲାପାଳ

ସୁନ୍ଦରଗଡ: କେମିତି ଚାଲିଗଲା ୧୪ ଜଣଙ୍କ ଜୀବନ । ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କ ମୃତ୍ଯୁକୁ ନେଇ ଚାଞ୍ଚଲ୍ଯ ଖେଳିଯାଇଛି । ସୁନ୍ଦରଗଡ଼ ମେଡିକାଲରେ ୪ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ ଜଣଙ୍କ ମୃତ୍ଯୁ ହୋଇଛି ।

ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଂଶୁଘାତରେ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ଯରୁ ୧୧ ଜଣ ରାଉରକେଲା ସରକାରୀ ଡାକ୍ତରଖାନା ଓ ଅନ୍ଯ ୪ ଜଣ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଉପରେ ନଜର ରଖିଛନ୍ତି ।

ରାଉରକେଲା ମହାନଗର ନିଗମ କମିଶନର ଓ ପାନପୋଷ ଉପଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସମସ୍ତଙ୍କର ମୃତ୍ଯୁ ହେଲା ସେନେଇ ତଦନ୍ତ କରାଯାଉଛି ।

ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ, ଦଳୀୟ ସ୍ବାର୍ଥ ଲାଗି ନୀତି ଓ ନୈତିକତା ହରାଇଲେ ଓ-ଟିଭି, ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ

ଭୁବନେଶ୍ବର: ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ। ଅନ୍ଯ କେହି ନୁହଁ, ଖୋଦ ଗଣମାଧ୍ଯମ କଲେ ଆଚରଣ ବିଧି ଉଲ୍ଲଂଘନ। ଦଳୀୟ ସ୍ବାର୍ଥ ଲାଗି ନୀତି ଓ ନୈତିକତା ହରାଇଲେ ଗଣମାଧ୍ଯମ ସଂସ୍ଥା। ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ହେୟଜ୍ଞାନ କଲେ ଓ-ଟିଭି ଓ ଏହାର ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ। ଏହା ବିରୋଧରେ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଟିମ। ବିଜେଡି ଟିମ ଦର୍ଶାଇଛି- ଏହି ୩ଟି ସଂସ୍ଥାର ମନମାନିକୁ ଦେଖିଲେ ଲାଗୁଛି ସତେ ଯେପରି ଦୁଇ ପ୍ରକାର ଆଚରଣ ବିଧି ନିୟମ ରହିଛି। ଗୋଟିଏ ବିଧି ଓ-ଟିଭି, ଏହାର ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ ଲାଗି। ଅନ୍ଯ ଟିଭି ଚାନେଲ ଲାଗି ଅନ୍ଯ ପ୍ରକାର ନୀତି। ଓ-ଟିଭି ପକ୍ଷରୁ ଓଡ଼ିଶା ବିଜେପି ଲାଗି ପେଡ ନ୍ୟୁଜ ହିସାବରେ ଏକ ପ୍ରଚାର ଅଭିଯାନ କରାଯାଇଛି। ଏଥିରେ ଜଣେ ବିଜେପି ନେତା ତଥା ଏମପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ବିଜେପିକୁ ଭୋଟ ଦେବା ଲାଗି ଭୋଟରଙ୍କୁ ଆହ୍ବାନ କରୁଛନ୍ତି। ଏପରିକି ନିଷିଦ୍ଧ ସମୟକାଳରେ ବି ଏହା ପ୍ରସାରିତ ହୋଇଥିବା ଦେଖାଯାଇଛି। ବିଜେପିକୁ ଭୋଟ ଦିଅନ୍ତୁ ଏବଂ ଏକ ନୂଆ ଓଡ଼ିଶା ଗଢିବା ବୋଲି ସେ କହୁଛନ୍ତି। ସେହିପରି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଯାଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳିର ଜନମତକୁ ପ୍ରସାରିତ କରାଯାଇଛି। ଏହି ପ୍ରସାରଣର ବିଭିନ୍ନ ପ୍ରମାଣ ବି ସିଇଓଙ୍କ ନିକଟରେ ଦାଖଲ କରିଥିଲେ ବିଜେଡି ଟିମ। ତେଣେ ଆସନ୍ତା ୧ ତାରିଖରେ ଭୋଟ ହେବାକୁ ଯାଉଥିବା ଯାଜପୁର ଜିଲ୍ଲା ସମ୍ପର୍କରେ ଏକ ବ୍ଯାପକ ତର୍କବିତର୍କ କାର୍ଯ୍ୟକ୍ରମ ପରିବେଷଣ କରିଛି ଅର୍ଗସ ନ୍ଯୁଜ। ଆଦର୍ଶ ଆଚରଣ ବିଧି ଅନୁସାରେ ନିଷିଦ୍ଧ ସମୟ ପରେ କୌଣସି ତର୍କ ବିତର୍କ କିମ୍ବା ସାକ୍ଷାତକାର ପ୍ରସାରଣ ହେବା କଥା ନୁହେଁ। ମାତ୍ର ଅର୍ଗସ ନ୍ୟୁଜ ତର୍କବିତର୍କ କାର୍ଯ୍ୟକ୍ରମ ପରିବେଷଣ କରି ଆଚରଣ ବିଧି ଉଲ୍ଲଂଘନ କରିଛି। ପ୍ରମାଣ ସ୍ବରୂପ ଏହାର ସ୍କ୍ରିନସଟ ଓ ୱେବ ଲିଙ୍କ ସିଇଓଙ୍କୁ ପ୍ରଦାନ କରିଛି ବିଜେଡି ଟିମ। ୧୯୫୧ ଜନ ପ୍ରତିନିଧି ଆଇନ ଅନୁସାରେ ଓ-ଟିଭି, ଓଡ଼ିଶା ରିପୋର୍ଟର ଓ ଅର୍ଗସ ନ୍ଯୁଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଯଦି ଏହି ସଂସ୍ଥାଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି କହିଛି ବିଜେଡି।