spot_img
Home Blog Page 1950

ପ୍ଲେଅଫ୍ ପୂର୍ବରୁ ଆଜି ପ୍ରଥମ ନକଆଉଟ୍ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ରେ ସମସ୍ତ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେଉଛି । ସମସ୍ତ ଦଳ ୧୪ରୁ ୧୧ ଏବଂ ଅଧିକ ମ୍ୟାଚ ଖେଳି ସାରିଲେଣି ମାତ୍ର କୌଣସି ଦଳ ଏଯାବତ ପ୍ଲେଅଫରେ ସ୍ଥାନ ପକ୍କା କରିନାହାନ୍ତି । ପ୍ଲେଅଫ ରେସରେ ୯ ଟିମ ରହିଥିବାବେଳେ ଗୁରୁବାର ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ । ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ୪ଟି ଲେଖାଏଁ ବିଜୟୀ ହୋଇଛନ୍ତି । ଏମାନେ ପ୍ଲେଅଫ ରେସରେ ରହିଥିବାବେଳେ ଯେଉଁ ଦଳ ଆଜିର ମ୍ୟାଚ ହାରିବ ସେ ରେସରୁ ବାଦ୍ ପଡ଼ିବ । ପଞ୍ଜାବ ନିଜର ଶେଷ ମ୍ୟାଚ୍ ହାରିଥିବାବେଳେ ବାଙ୍ଗାଲୋର ଜିତିଛି । ସେପଟେ କେକେଆର ବିପକ୍ଷରେ ପଞ୍ଜାବ ୨୬୨ ରନର ଟାର୍ଗେଟକୁ ପୂରଣ କରି ଜିତିଛି । ଏଣୁ ଦଳର ପ୍ରଦର୍ଶନ ମଧ୍ୟ ଭଲ ରହିଛି ।

ପଞ୍ଜାବ ଏବଂ ବାଙ୍ଗାଲୋର ଏବେ ଦମଦାର ଫର୍ମରେ ରହିଥିବାବେଳେ ଆଜିର ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହେବ । ବିରାଟ କୋହଲି ଅରେଞ୍ଜ କ୍ୟାପ ଲିଷ୍ଟର ଟପରେ ରହିଥିବାବେଳେ ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବେଶ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରୁଛନ୍ତି । ସେପଟେ ବାଙ୍ଗାଲୋର ମଧ୍ୟ ଏବେ ଲଗାତାର ବିଜୟ ହାସଲ କରିଛି । ଯଦିଓ ପ୍ରଥମରୁ ବିଜୟ ପରେ ଲଗାତାର ପରାଜୟ ହୋଇଥିଲା । ତଥାପି ପରେ ବାଙ୍ଗାଲୋର ନିଜର ଶେଷ ତିନୋଟି ମ୍ୟାଚ ଜିତିଛି । ଏଣୁ ଉଭୟ ଦଳ ସମାନ ବିଜୟ ହାସଲ କରିଥିବାବେଳେ ଆଜିର ମ୍ୟାଚ ବେଶ ଗୁରୁତ୍ବବହନ କରୁଛି । କର ବା ମର ମ୍ୟାଚରେ ଯେଉଁ ଦଳ ଜିତିବ ପ୍ଲେଅଫ ଆଶା ଉଜ୍ଜିବିତ ରହିବ ।

ଆଜି ଗଞ୍ଜାମ ଓ କନ୍ଧମାଳ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଗଞ୍ଜାମ ଓ କନ୍ଧମାଳରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ କ୍ୟାମ୍ପେନ। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଲାଗି ମୁଖ୍ଯମନ୍ତ୍ରୀ କରିବେ ପ୍ରଚାର। ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ବ୍ରହ୍ମପୁର ନିକଟସ୍ଥ କନିଷିରେ ପ୍ରଚାର କରିବେ। ପରେ ସେ ଆସ୍କାରେ ପ୍ରଚାର କରିବେ। ଅପରାହ୍ଣରେ ମୁଖ୍ଯମନ୍ତ୍ରୀ ଫୁଲବାଣୀରେ ପ୍ରଚାର ଅଭିଯାନରେ ସାମିଲ ହେବେ। ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ଯବସ୍ଥା କଡା଼କଡି କରାଯାଇଛି। ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଓ ଏହି ଆସନ ଅନ୍ତର୍ଗତ ବିଧାନସଭାଗୁଡିକରେ ବି ନିର୍ବାଚନ ହେବ। ସେହିପରି ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଓ ସଂଲଗ୍ନ ବିଧାନସଭା କ୍ଷେତ୍ରରେ ହେବ।

 

କଂଗ୍ରେସରୁ ଇସ୍ତଫା ଦେଲେ ଶାମ୍ ପିଟ୍ରୋଡା

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସର ଦରିଆପାରି ଶାଖା ମୁଖ୍ଯ ପଦରୁ ଶାମ୍ ପିଟ୍ରୋଡାଙ୍କ ଇସ୍ତଫା। ତାଙ୍କର ଇସ୍ତଫା ପତ୍ରକୁ ସେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠଇଛନ୍ତି। ନିର୍ବାଚନ ଚାଲିଥିବାବେଳେ ବାରମ୍ବାର ବିବାଦୀୟ ବୟାନ ଦେଇ କଂଗ୍ରେସ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ପିଟ୍ରୋଡା। ତାଙ୍କର ଇସ୍ତଫା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ଖଡଗେ। ଏକ ସାକ୍ଷାତକାରରେ ପିଟ୍ରୋଡା କହିଥିଲେ- ଭାରତ ଏକ ବିଭିନ୍ନତାରେ ଭରା ରାଜ୍ଯ। ଭାରତର ପୂର୍ବ ଦିଗର ଲୋକମାନେ ଚୀନଙ୍କ ପରି ଦେଖାଯାନ୍ତି। ପଶ୍ଚିମାଞ୍ଚଳର ଲୋକମାନେ ଆରବ, ଉତ୍ତରାଞ୍ଚଳର ଲୋକମାନେ ଶ୍ବେତବର୍ଣ୍ଣ ଦେଖାଯାନ୍ତି। ତେବେ ଦକ୍ଷିଣ ଭାରତର ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାନ୍ତି। ପୂର୍ବରୁ ସମ୍ପତ୍ତିଗତ ଅଧିକାର ନେଇ ପିଟ୍ରୋଡା ଦେଇଥିବା ବୟାନ ସାରା ଦେଶରେ ବିବାଦ ସୃଷ୍ଟି କରିଥିଲା।

ଭୁବନେଶ୍ବର ବିମାନବନ୍ଦରରୁ ୩.୭୭କେଜି ସୁନା ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ବିମାନବନ୍ଦରରୁ ୩.୭୭କେଜି ସୁନା ଜବତ । ଜବତ ସୁନାର ମୂଲ୍ୟ ୨କୋଟି ୭୯ଲକ୍ଷ ଟଙ୍କା। ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ଯାତ୍ରୀଙ୍କୁ ସୁନା ସହ ଗିରଫ କରିଛି DRI। । ୧୨ଟି କ୍ୟାପସୁଲ ଜରିଆରେ ଚାଲାଣ ହେଉଥିଲା ସୁନା । କଷ୍ଟମ ଆକ୍ଟ ୧୯୬୨ ଜରିଆରେ ୪ଜଣଙ୍କୁ ଗିରଫ କରିଛି DRI । ଜେରା ବେଳେ ସୁନା ସ୍ମଗଲିଂ କରୁଥିବା ସ୍ପଷ୍ଟ କରିଛନ୍ତି ଅଭିଯୁକ୍ତ।

ଆସିକାରେ କାହା ଉପରେ ରହିଛି ଭୋଟରଙ୍କ ଆଶା ?

ନନ୍ଦିଘୋଷ ବ୍ୟୁରୋ: ଆଉ ଦିନ କେଇଟା ପରେ ନିର୍ବାଚନ। ଗ୍ରାଉଣ୍ଡରେ ପ୍ରାର୍ଥୀ । କିଏ ହାତରେ ପତାକା ଧରି ପ୍ରଚାର କରୁଛି ତ କିଏ ବିକାଶକୁ ମୁଦ୍ଦାକୁ ମାଧ୍ଯମ କରି ଲୋକଙ୍କ ପାଖକୁ ଯାଉଛନ୍ତି । ଆସିକା ନିର୍ବାଚନ ମଣ୍ଡଳୀରେ ତିନି ସାଂସଦ ପ୍ରାର୍ଥୀ ଏବେ ମଇଦାନରେ । ବିଜେଡିରୁ ରଞ୍ଜିତା ସାହୁ , ବିଜେପିରୁ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ, କଂଗ୍ରେସରୁ ଦେବକାନ୍ତ ଶର୍ମା ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ କାହାକୁ ବାଛିବେ ଭୋଟର ତାହା ଦେଖିବାକୁ ବାକି ରହିଲା ।

ଆସିକା ସଂସଦୀୟ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ନିର୍ବାଚନ ମଣ୍ଡଳୀ l ଆସିକା, ପୋଲସରା, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ହିଞ୍ଜିଳି କାଟୁ, ସାନଖେମୁଣ୍ଡି ଓ ସୋରଡ଼ା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଆସିକା ସଂସଦୀୟ କ୍ଷେତ୍ର l ୧୯୯୭ ମସିହାରେ ନବୀନ ପଟ୍ଟନାୟକ ଆସିକା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ଏହି ସଂସଦୀୟ କ୍ଷେତ୍ରଟି ବେଶ ଗୁରୁତ୍ଵପୂର୍ଣ୍ଣ । ଆସିକା ସଂସଦୀୟ କ୍ଷେତ୍ରରେ ମୋଟ ଭୋଟର ଅଛନ୍ତି ୧୬ ଲକ୍ଷ ୨୧ ହଜାର ୪୮୩ ଜଣ । ସେଥିମଧ୍ଯରୁ ଆସିକା ନିର୍ବାଚନ ମଣ୍ଡଳୀରେ ଅଛନ୍ତି ୨ଲକ୍ଷ ୧ ହଜାର ୪୨୦ ଜଣ ଭୋଟର । ଏଠାରେ ମୁଖ୍ଯତଃ ତ୍ରିମୁଖୀ ଲଢେଇ ହେଉଛି । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ରଞ୍ଜିତା ସାହୁ, ବିଜେପିରୁ ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ, କଂଗ୍ରେସରୁ ଦେବକାନ୍ତ ଶର୍ମା ପ୍ରାର୍ଥୀ ହୋଇଛନ୍ତି ।

ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୪ ହଜାର ୧୨୨ , ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୦ ହଜାର ୨୮ , ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୪୭ ହଜାର ୪୪୧ ,କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୬ ହଜାର ୮୬୧ , ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୦ ହଜାର ୯୮୨, ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୧ ହଜlର ୫୦୯ ଜଣ ଭୋଟର ଆସନ୍ତା କୋଡିଏ ତାରିଖ ଦିନ ନିଜର ମତଦାନ ସାବ୍ଯସ୍ତ କରିବେ l ତେବେ କାହାକୁ ଆସିକା ସାଂସଦ ଭାବେ ଭୋଟର ବାଛିବେ ତାକୁ ନେଇ ଏବେଠାରୁ ଅଙ୍କ କଷା ଆରମ୍ଭ ହୋଇଗଲାଣି ।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଲଡୁକିଶୋର ସ୍ଵାଇଁ ୫ ଲକ୍ଷ ୪୧ ହଜାର ୪୭୩ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଲୋକନାଥ ରଥ ୨ ଲକ୍ଷ ୨୯ ହଜାର ୪୭୬, ବିଜେପିରୁ ମହେଶ ଚନ୍ଦ୍ର ମହାନ୍ତି ୬୭ ହଜାର ୩୬୧, ଆପରୁ ପ୍ରଭାତ କୁମାର ମହାନ୍ତି ୧୧ ହଜାର ୬୩ ଓ ବିଏସପିରୁ ୯ ହଜାର ୧୨୭ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରମିଳା ବିଷୋୟୀ ,ବିଜେପି ପକ୍ଷରୁ ଅନୀତା ଶୁଭଦର୍ଶନୀ ନିର୍ବାଚନ ଲଢ଼ିଥିବା ବେଳେ  ଓ ସିପିଆଇ ମେଣ୍ଟ ପ୍ରାର୍ଥୀ ଭାବେ ସିପିଆଇ ନେତା ରାମ କୃଷ୍ଣ ପଣ୍ଡା ନିର୍ବାଚନ ଲଢିଥିଲେ l

ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ୫ ଲକ୍ଷ ୫୨ ହଜାର ୭୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।ବିଜେପିର ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ୩ ଲକ୍ଷ ୪୮ ହଜାର ୪୨ ଖଣ୍ଡ ଭୋଟ ମିଳିଥିଲା  । ସିପିଆଇ ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ରାମକୃଷ୍ଣ ପଣ୍ଡା ମାତ୍ର ୫୯ ହଜlର ୯୭୮ ଟି ଭୋଟ ପାଇଥିଲେ l ତେବେ ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା  ।

କମିଛି ଖରା, କମୁନି ଗୁଳୁଗୁଳି

ଧର୍ମଗଡ଼: ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ଯସ୍ତ । ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକ l ଆକାଶରୁ ଅଗ୍ନିବର୍ଷା । ଏବେ ମେ ମାସର ପ୍ରଥମ ସପ୍ତାହ । ପାରଦ ୪୦ ଡିଗ୍ରୀ ଉପରେ । ଅସହ୍ଯ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ କଲବଲ ହେଉଛନ୍ତି ଲୋକ। ସକାଳ ୯ଟା ପରେ ରାସ୍ତାଘାଟ ଖାଁ ଖାଁ । ଏ ଦୃଶ୍ଯ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରର । ମଝିରେ କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଥିଲା ସାମାନ୍ଯ ଆଶ୍ଵସ୍ତି । ତଥାପି ଏବେବି କମିନି ଗ୍ରୀଷ୍ମପ୍ରବାହ । ଲୋକ ବାହାରକୁ ଯିବା ସମୟରେ ସାଥିରେ ଛତା , ପାଣି ବୋତଲ ନେଇ ଯାଉଥିବା ନେଇ ଦେଖିବାକୁ ମିଳିଛି ।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଯଦି ତାପମାତ୍ରା ବୃଦ୍ଧି ହେବ ଜନଜୀବନ ଆହୁରି ଅସ୍ତବ୍ଯସ୍ତ ହୋଇପଡିବ । ସେପଟେ ଲୋକ ତାତିରୁ ତ୍ରାହି ପାଇବା ପାଇଁ ଥଣ୍ଡା ପାନୀୟ ସାଙ୍ଗକୁ ଆଖୁରସ, ଲସି ଭଳି ମୃଦ୍ଯୁ ପାନୀୟ ବ୍ଯବହାର କରୁଥିବା ଦେଖିବାକୁ ମିଳୁଛି । ଏବେ ମେ ମାସରେ ତାତି ଯେଉଁ ଭଳି ଭାବରେ ବଢ଼ି ଚାଲିଛି  ମଣିଷଠୁ ଜୀବଜନ୍ତୁ  ତ୍ରାହି ତ୍ରାହି ଡାକ ଦେଲେଣି । ଆଗକୁ ଆହୁରି ଯଦି ତାତି ବଢିବ ତା ହେଲେ ଜନ ଜୀବନ ବିପର୍ଯ୍ୟସ୍ତ ହେବା ନେଇ ସମ୍ଭାବନା ରହିଛି  l

ଦିଗପହଣ୍ଡିରେ କିଏ ମାରିବ ବାଜି ?

ନନ୍ଦିଘୋଷ ବ୍ୟୁରୋ: ସଭା, ଶୋଭାଯାତ୍ରାରେ କମ୍ପୁଛି ମଇଦାନ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । କାହାର ହେବ ଦିଗପହଣ୍ଡି ? କିଏ ମାରିବ ବାଜି ? ଏନେଇ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା । ବିଜେଡିର ଅଭେଦ୍ଯ ଗଡ ରହିଥିବା ଏହି ଆସନରେ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୧୩୪ ନମ୍ବର ବିଧାନସଭା ଆସନ ହେଉଛି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ । ୨୦୦୯ରେ ପୁନର୍ଗଠନ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । ଦିଗପହଣ୍ଡି ବ୍ଲକ, ଦିଗପହଣ୍ଡି ପୌରପରିଷଦ ଏବଂ କୁକୁଡାଖଣ୍ଡି ବ୍ଲକକୁ ନେଇ ଗଠିତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ । ନିର୍ବାଚନ ମଣ୍ଡଳୀ ଗଠନ ଦିନରୁ ଏହି ଆସନଟି ବିଜେଡି ହାତରେ ରହିଛି । ଏଠାରେ ୨ ଲକ୍ଷ ୨୫ ହଜାର ୬୮୨ଜଣ ଭୋଟର ଥିବାବେଳେ ପୁରୁଷ ଭୋଟର ୧ ଲକ୍ଷ ୧୫ ହଜାର ୮୨୪ ଓ ମହିଳା ଭୋଟର ୧ ଲକ୍ଷ ୯ ହଜାର ୮୩୪ ଜଣ ଅଛନ୍ତି । ଅନ୍ଯାନ୍ଯ ଭୋଟର ହେଲେ ମାତ୍ର ୨୪ ଜଣ ।

ମୁଖ୍ଯତଃ ଏଠାରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଏଠାରେ ଭୋଟ ହେବାକୁ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ବିଜେଡିରୁ ବିପ୍ଲବ ପାତ୍ର, ବିଜେପିରୁ ସିଦ୍ଧାନ୍ତ ମହାପାତ୍ର, କଂଗ୍ରେସରୁ ସାକା ସୁଜିତ ପ୍ରାର୍ଥୀ ହୋଇଛନ୍ତି । ସମସ୍ତେ ନିଜ ନିଜର ବିକାଶକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯାଇ କରୁଛନ୍ତି ଭୋଟ ଭିକ୍ଷା ।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ପାତ୍ର ୬୫ ହଜାର ୨୧୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଭି. ରବି ନାରାୟଣ ରାଜୁ ୩୨ ହଜାର ୪୫୬, ବିଜେପିର ଶ୍ରୀଧର ଦେବ ୪ ହଜାର ୧୧୯, ସ୍ଵାଧୀନ ପ୍ରାର୍ଥୀ ଭାବେ ସାକା ବାଲାଜୀ ୨ ହଜାର ୨୮୮ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ପାତ୍ର ୭୮ ହଜାର ୯୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ସାକା ସୁଜିତ କୁମାର ୩୩ ହଜାର ୫୨, ବିଜେପିର ବିଜୟ ସ୍ଵାଇଁ ୭ ହଜାର ୭୭୧ ଭୋଟ ପାଇଥିଲେ ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ପାତ୍ର ୭୫ ହଜାର୧୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ପିଙ୍କି ପ୍ରଧାନ ୩୪ ହଜାର ୫୬୪, କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ୧୭ ହଜାର, ସ୍ଵାଧୀନ ପ୍ରାର୍ଥୀ ଭାବେ ଉତ୍ତମ ପାଣିଗ୍ରାହୀ ୫ ହଜାର ୨୩୪ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଗଡ ଭାବେ ରହିଥିବା ଏହି ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଏଥର ଆସନ କାହା ହାତକୁ ଯିବ ତାହା ଦେଖିବାକୁ ବାକି ରହିଲା ।

ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ । ୨୦୨୦ରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସମେତ ଖଗେନ୍ଦ୍ର ସାହୁ, ସୁଜିତ ଦଳେଇଙ୍କ ବିରୁଦ୍ଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ରଦ୍ଦ କରିବା ପାଇଁ ଅନୁଭବ ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମଲାରେ ତଦନ୍ତକାରୀ ପୋଲିସ ଅଧିକାରୀ ଅଭିଯୋଗର ସତ୍ୟାସତ୍ୟ ଥିବା ନେଇ ଚାର୍ଜସିଟ ଦାଖଲ କରିଛନ୍ତି । ତେଣୁ ମାମଲା ଚାଲୁ ରଖିବା ସହିତ ମୁଦାଲାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ପାଇଁ ଆବେଦନ କରିଥଲେ । କୋର୍ଟ ଆଜି ଅନୁଭବଙ୍କ ଆବେଦନକୁ ଖାରଜ କରିବା ସହିତ ସରକାରୀ ପକ୍ଷର ନିବେଦନକୁ ଗ୍ରହଣ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୦ତାରିଖକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

ପୁଂଛ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ସେନାର ପୂର୍ବତନ କମାଣ୍ଡୋ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଜମ୍ମୁ-କାଶ୍ମୀରର ପୁଂଛରେ ଭାରତୀୟ ବାୟୂସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୩ ଜଣଙ୍କ ନାମ ସାମନାକୁ ଆସିଛି । ଏଥିରେ ଜଣେ ପାକିସ୍ତାନର ଜଣେ ପୂର୍ବତନ କମାଣ୍ଡୋ ରହିଛନ୍ତି । ତାଙ୍କ ନାମ ହେଉଛି ଇଲିଆସ ଏବଂ କୋଡ ନାମ ଫଉଜି ।

ତେବେ ଏହି ଆତଙ୍କବାଦୀ ହମଲାରେ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି । ଅନେକ ସନ୍ଦିଗ୍ଧଙ୍କୁ ଧରା ହୋଇଥିବାବେଳେ ଏମାନଙ୍କର ଏହି ୩ଜଣଙ୍କ ସହ ଲିଙ୍କ୍ ରହିଥିବା କୁହାଯାଉଛି ।

ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ, ମୋଦୀଙ୍କୁ କଂଗ୍ରେସର ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଉଭୟ ସରକାର ଏବଂ ବିରୋଧୀ ଦଳ ସରକାର ଗଢ଼ିବା ପାଇଁ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ କାହିଁକି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ନାମ ନେଉ ନାହାନ୍ତି । ପୂର୍ବରୁ ଏମାନଙ୍କ ନାମ ନେଇ ବାରମ୍ବାର ସମାଲୋଚନା କରୁଥିବା ରାହୁଲ ହଠାତ କାହିଁକି ଏଭଳି ଏହି ପ୍ରସଙ୍ଗରେ ଚୁପ୍ ହୋଇ ଯାଇଛନ୍ତି । ତେବେ ମୋଦୀଙ୍କ ଏହି ପ୍ରତିକ୍ରିୟା ପରେ ଟ୍ବିଟ୍ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି କି, ବନ୍ଧୁ ଏବେ ବନ୍ଧୁ ନୁହେଁ । ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ନିଜ ବନ୍ଧୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ନିଜ ଆସନ ଏବେ ଟଳମଳ ହେଉଛି । ସେପଟେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ରାଜେନୖତିକ ମାହୋଲ ବେଶ ଚର୍ଚ୍ଚା ହେଉଛି ।

କହି ରଖୁଛୁ କି, ତେଲେଙ୍ଗାନାରେ ଏକ ସାଧାରଣ ସଭାରେ ମୋଦୀ ନିଜର ଅଭିଭାଷଣରେ କହିଥିଲେ କି, ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ବାରମ୍ବାର ଆଦାନୀ ଏବଂ ଅମ୍ବାନୀଙ୍କ ନାମକୁ ଘୋଷୁଥିଲେ । କିନ୍ତୁ ଏବେ ଆଉ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ତେବେ ରାହୁଲ ସେମାନଙ୍କଠାରୁ କିଛି ଟଙ୍କା ଆଣିଛନ୍ତି ବୋଧେ । ଏଭଳିଭାବେ ମୋଦୀ ରାହୁଲଙ୍କୁ ଟାର୍ଗେଟ କରିଥିଲେ ।