spot_img
Home Blog Page 1810

ସରିଲା ପ୍ରଚାର, ଚିଲିକାରେ ୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୨୫ରେ

ଚିଲିକା: ରାଜ୍ଯରେ ତୃତୀୟ ପର୍ଯ୍ଯାୟରେ ଆସନ୍ତା ୨୫ ତାରିଖରେ ଚିଲିକା ନିର୍ବାଚନ ମଣ୍ଡଳୀ ନିର୍ବାଚନ । ଆଜି ସନ୍ଧ୍ୟାରେ ପ୍ରଚାର ସରୁଥିବା ବେଳେ ସବୁ ଦଳ ଜିତିବା ପାଇଁ ସ୍ଥିର କରିଛନ୍ତି ରଣନୀତି । ଚିଲିକାରେ ମୋଟ୍ ୮ ଜଣ ପ୍ରାର୍ଥୀ ଥିବା ବେଳେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି ।

ଚିଲିକା ଓ ବାଣପୁର ବ୍ଲକ, ବାଲୁଗାଁ ଓ ବାଣପୁର ଏନଏସିକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀ । ଏଠାରେ ମୋଟ୍ ୨ ଲକ୍ଷ ୩୩ ହଜାର ୭୪୪ ଭୋଟର ଅଛନ୍ତି । ଏଥିରେ ପୁରୁଷ  ୧ ଲକ୍ଷ ୨୧ ହଜାର  ୯୨୧, ମହିଳା ୧ ଲକ୍ଷ ୧୧ ହଜାର ୮୧୪ ଓ ତୃତୀୟ ଲିଙ୍ଗୀ ଭୋଟର ୯ ଜଣ ଅଛନ୍ତି । ୨୦୦୯ରେ ରଘୁନାଥ ସାହୁ ବିଜେଡିରୁ ୫୭ ହଜାର ୨୧୬ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ହରିଚନ୍ଦନ ୫୪ ହଜାର ୧୫୦ ଓ କଂଗ୍ରେସ ପ୍ରାର୍ଥୀ ମାନସ ମଙ୍ଗରାଜଙ୍କୁ ୧୧ ହଜାର ୨୦୪ ଭୋଟ୍ ମିଳିଥିଲା । ୨୦୧୪ରେ ବିଜେପିର ବିଭୂତି ଭୂଷଣ ହରିଚନ୍ଦନ ୬୯ ହଜାର ୪୩୩ ଭୋଟ୍ ପାଇ ଜିତିଥିଲେ । ବିଜେଡିର ରଘୁନାଥ ସାହୁ ୬୮ ହଜାର ୮୯୨ ଓ  କଂଗ୍ରେସର ମାନସୀ ପ୍ରଧାନଙ୍କୁ ୫ ହଜାର ୧୮୨ ଭୋଟ୍ ମିଳିଥିଲା ।  ୨୦୧୯ରେ ବିଜେଡି ଏଠାରେ ବାଜିମାତ କରିଥିଲା । ବିଜେଡିର ପ୍ରଶାନ୍ତ ଜଗବ୍ଦେବ ୮୦ ହଜାର ୧୩୩ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ପୃଥ୍ବୀରାଜ ହରିଚନ୍ଦନଙ୍କୁ ୬୯ ହଜାର ୮୫୬ ଭୋଟ୍ ଓ କଂଗ୍ରେସର ପ୍ରଦୀପ ସ୍ବାଇଁଙ୍କୁ ୪ ହଜାର ୯୪୯ ଭୋଟ୍ ମିଳିଥିଲା । ଚଳିତ ଥର ଚିଲିକାରେ ବିଜେଡିରୁ ରଘୁନାଥ ସାହୁ, ବିଜେପିରୁ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସରୁ ପ୍ରଦୀପ କୁମାର ସ୍ବାଇଁଙ୍କୁ ଟିକେଟ୍ ମିଳିଛି । ମୋଟ ୮ ଜଣ ପ୍ରାର୍ଥୀ ଥିବା ବେଳେ ସମସ୍ତେ ନିଜ ନିଜ ପ୍ରସଙ୍ଗ ନେଇ ପ୍ରଚାର କରିଛନ୍ତି ।

ଦୀର୍ଘବର୍ଷ ଧରି ବିଜେଡିରେ ରହି ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବା ସହ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ଛଡ଼ା ହୋଇଛନ୍ତି ରଘୁନାଥ । ବିଜେପି ପକ୍ଷରୁ ପୃଥ୍ବୀରାଜ ହରିଚନ୍ଦନ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି । କଂଗ୍ରେସରୁ ପ୍ରଦୀପ କୁମାର ସ୍ବାଇଁ ମଧ୍ଯ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଲକ୍ଷ୍ଯରେ ଅଛନ୍ତି । ୮ ଜଣ ପ୍ରାର୍ଥୀଙ୍କ ମଧ୍ଯରୁ ଭୋଟର କାହାକୁ ବାଛିବେ, ସେ ନେଇ ଅଙ୍କ କଷୁଛନ୍ତି ।

ବିଜେପିର ପ୍ରଲୋଭନ ଯୋଜନା ଭଣ୍ଡୁର; ପ୍ରଚାର ପତ୍ର ସହ ଖେଳ ସମାଗ୍ରୀ ଭର୍ତ୍ତି ବ୍ୟାଗ ଜବତ

ଆଠମଲ୍ଲିକ: ଫସର ଫାଟିଲା ଭୋଟ ହାତେଇବାକୁ ବିଜେପିର ଲାଞ୍ଚ ଯୋଜନା । ଯୁବ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖେଳ ସାମଗ୍ରୀ ଦେବାକୁ ହୋଇଥିଲା ଯୋଜନା । ହେଲେ ଧରି ପକାଇଲେ ଗ୍ରାମବାସୀ, ଦେଲେ ପୋଲିସ ଜିମା । ଘଟଣା ଘଟିଛି, ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ପର୍ଶୁମାଳ ଗାଁରେ ।

ଗାଁରେ ଖେଳ ସାମଗ୍ରୀ ବଣ୍ଟା ହେବାକୁ ଥିବା ବେଳେ, ଜବତ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଗୋଟିଏ ବସ୍ତା ଓ ଗୋଟିଏ ବ୍ୟାଗରେ ଖେଳ ସାମଗ୍ରୀ ବାଣ୍ଟିବାକୁ ରଖାଯାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକମାନେ ବସ୍ତା ଓ ବ୍ୟାଗ୍ ଖୋଲିବା ସମୟରେ ଜଣେ ସ୍ତ୍ରୀ ଲୋକ ବସ୍ତାଟିକୁ ନେଇ ଯାଇଥିଲେ । ବ୍ୟାଗଟି ଖୋଲିବା ସମୟରେ ସେଥିରେ ବିଜେପିର ପ୍ରଚାର ପତ୍ର ସହ ଖେଳ ସାମଗ୍ରୀ ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସ୍ଥାନୀୟ ଲୋକ ସଂପୃକ୍ତ ସ୍ତ୍ରୀ ଲୋକଙ୍କ ଘର ଯାଞ୍ଚ କରିବାକୁ ଦାବି କରିଛନ୍ତି ।

ହାରିବା ନିଶ୍ଚିତ ଜାଣି ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁରରେ ହେବ ଭୋଟିଂ । ଏଥିରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ । ଯେବେ ବିଜେପି ନିର୍ବାଚନ ହାରିବା କଥା ଜାଣେ ସେବେ ସେ ଶାସକ ଦଳ ଉପରେ ମିଛ ଅଭିଯୋଗ ଆଣେ ବୋଲି କହିଛି ବିଜେଡି । ଯେପରି ସରକାରୀ କଳ ବ୍ୟବହାର, ଟଙ୍କା ବଣ୍ଟନ ଭଳି ଅଭିଯୋଗ କରେ ।

ବିଜେଡି ପକ୍ଷରୁ କୁହାଯାଇଛି, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଆକ୍ରୋଶ ବଢିଛି ।  ସମ୍ବଲପୁର ଲୋକସଭାରେ ଯେଉଁ ପରି କେନ୍ଦ୍ର ବିକାଶ କରିବା କଥା, ତାହା ହୋଇନି । ଜାତୀୟ ରାଜପଥ ୫୫ର ସମସ୍ୟା କଥା ଅଞ୍ଚଳରେ ବାରମ୍ବାର ଉଠୁଛି । ଅଧା ରାସ୍ତା କାମ ଯୋଗୁଁ ଅନେକ ଜୀବନ ଗଲାଣି । ହେଲେ ଏଥିପ୍ରତି କାହାର ନିଘା ନାହିଁ ।

ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ବିଜେପି ପ୍ରତି ଲୋକଙ୍କ ଆକ୍ରୋଶ ବଢିଛି । ଧର୍ମେନ୍ଦ୍ର କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତାବିଭାର ମନ୍ତ୍ରୀ ହୋଇଛନ୍ତି । ହେଲେ ସମ୍ବଲପରରେ ନା କେନ୍ଦ୍ରୀୟ ବିଦ୍ୟାଳୟଟେ ଖୋଲିଲା ନା ଦକ୍ଷତା ବିକାଶ କେନ୍ଦ୍ର ହେଲା । ସମଲେଶ୍ୱରୀ ଓ ଶ୍ରୀମନ୍ଦିର ବିକାଶ କାମକୁ ଧର୍ମେନ୍ଦ୍ର ଓ ବିଜେପି ବିରୋଧ କରିଥିଲେ । ଓଡ଼ିଶାରୁ ରାଜସ୍ବ ନେଲେ,  ହେଲେ CSR ଫଣ୍ଡର ଖର୍ଚ୍ଚ ଲୋକଲୋଚନକୁ ଆସିଲା ନାହିଁ । MCL ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲା ନାହିଁ । ଏଭଳି ଅନେକ ସମସ୍ୟା ନେଇ ଲୋକଙ୍କ ବିଜେପି ଓ ଧର୍ମେନ୍ଦ୍ରଙ୍କ ପ୍ରତି ଆକ୍ରୋଶ ବଢିଛି । ଏନେଇ ପରାଜୟ ଭୟରେ ନିଜକୁ ନିବୃତ ରଖି ମିଛ ଅଭିଯୋଗ ଆଣୁଛନ୍ତି ବିଜେପି ନେତା ।

ବାରବାଟୀ ଷ୍ଟାଡିୟମରୁ ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ସମାଲୋଚନା

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆଙ୍କ ପ୍ରଚାର । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯିଏ ଅସମ୍ମାନ କରିବେ ତାଙ୍କୁ ଆପଣମାନେ କଡ଼ା ଜବାବ ଦେବେ ।’

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଆଟାକ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ଗୁରୁଙ୍କ ଗୁରୁ ସହ କ୍ଯାବିନେଟରେ କାମ କରିଛନ୍ତି । ୧୯୯୮ରେ ବାଜପେୟୀଙ୍କ ସରକାରରେ କ୍ଯାବିନେଟ ମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ବ୍ୟବହାର କରିବାକୁ ବିନମ୍ର ଅନୁରୋଧ କରୁଛି । କେମିତି ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗରେ କଥା ହେବାର ଅଛି ଶିଖିକି ଯିବେ । ଅତିଥିଙ୍କୁ ଓଡ଼ିଶା ମାଟିରେ ଅସମ୍ମାନ୍ କଲେ ଠିକ୍ ଲାଗିବନି । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ।’

ଆଗକୁ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯିଏ ଅପପ୍ରଚାର କରୁଛନ୍ତି ତାଙ୍କୁ ଭୋଟ ଜରିଆରେ କଡ଼ା ଜବାବ ଦିଅନ୍ତୁ । ବିଜେପିର ନେତାମାନେ ଜନତାଙ୍କୁ ଧମକ ଦେଉଛନ୍ତି । ଆମ ସରକାର ଆସୁଛି, ହଇରାଣ କରିବୁ, ବିଲ ପାସ କରିବାକୁ ଦେବୁ ନାହିଁ ବୋଲି କହୁଛନ୍ତି । ବିଜେଡିର ଗୋଟିଏ ବି କର୍ମୀଙ୍କର କିଛି କରିପାରିବେନି । ମୁଖ୍ୟମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆପଣ ଆମକୁ ଧମକ ଦେଲେ ଆପଣ ଗୋଟିଏ ବି କାମ କରିପାରିବେନି ।’

ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍ ରଦ୍ଦ ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି । କହୁଛନ୍ତି, ମାଗଣା ବିଜୁଳି ଦେବେ, ୫୦ ହଜାର ଟଙ୍କା ଲୋକେ ଖର୍ଚ୍ଚ କଲେ ଘରେ ଘରେ ସୋଲାର ପ୍ଯାନେଲ ଲଗାଇବେ । ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୁଳି ବିଲ ଛାଡ଼ କରିବାକୁ ପ୍ରଥମ ଦସ୍ତଖତ କରିବେ । ଦ୍ଵିତୀୟ ଦସ୍ତଖତ ବିଏସକେୱାଇ ଯୋଜନା କାର୍ଡରେ କରିବେ । ମିଶନଶକ୍ତି ମାଆଙ୍କୁ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ । ଏ ସରକାର ଆପଣଙ୍କ ସରକାର, ଯୁବପିଢି ଓ ଚାଷୀ ଭାଇ ଭଉଣୀଙ୍କ ସରକାର । ଆପଣଙ୍କୁ କିଏ ବି ହାତ ମାରି ପାରିବେନି । ନବୀନ ବାବୁଙ୍କ ହାତ ଆପଣଙ୍କ ପଛରେ ଅଛି । ବିପୁଳ ଭୋଟରେ ଯୋଡ଼ି ଶଙ୍ଖରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।

ନବୀନଙ୍କ ଗ୍ୟାରେଣ୍ଟି ନମ୍ବର ୧୯ ହେଉଛି ସାମଗ୍ରିକ ସହରୀକରଣ

ଭୁବନେଶ୍ୱର : ନବୀନଙ୍କ ଗ୍ୟାରେଣ୍ଟି ନମ୍ବର ୧୯ ହେଉଛି ସାମଗ୍ରିକ ସହରୀକରଣ । ଏହି ପରିକଳ୍ପନାରେ ଗୋଟେ ପଟେ ଭୁବନେଶ୍ୱରରେ ମେଟ୍ରୋ ରେଳ ଶୁଭ ଦିଆଯାଇ କାମ ଚାଲିଛି । ଯାହା ପୁରୀ ଓ ଖୋର୍ଦ୍ଧା ଯାଏଁ ଯିବ । ଲକ୍ଷ୍ମୀ ଓ ମୋ ବସ ଚାଲିଛି. ବିକାଶ ଅନ୍ୟ ରାଜ୍ୟଠାରୁ ଭଲ ହେଉଥିବାରୁ ସହରୀକରଣ ସ୍ୱାଭାବିକ । ସମସ୍ତଙ୍କ ମତାମତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା ପତ୍ର କାଶ କରିଛନ୍ତି । ୨୦୩୪ ସୁଦ୍ଧା ୪ ଟି ଅର୍ବାନ କ୍ଲଷ୍ଟର ରହିବ । ଯଥା-

କଟକ ଭୁବନେଶ୍ୱର ଖୋର୍ଦ୍ଧା ପୁରୀ କ୍ଲଷ୍ଟର

ସମ୍ବଲପୁର, ଝାରସୁଗୁଡା, ରାଉରକେଲା କ୍ଲଷ୍ଟର

ବାଲେଶ୍ୱର ଭଦ୍ରକ ଯାଜପୁର କ୍ଲଷ୍ଟର

ବ୍ରହ୍ମପୁର ଛତ୍ରପୁର ଗୋପାଳପୁର କ୍ଲଷ୍ଟର.

ଅନ୍ୟପଟେ ଭଲ ପାର୍କ, ଇଣ୍ଡଷ୍ଟ୍ରି ଯୋଗୁଁ ପ୍ରଦୂଷଣ କମ, ଶିକ୍ଷା ବିକାଶ ପରି କ୍ଷେତ୍ର ରହିବ. ୨୦କିମି ମେଜର ଟାଉନ ହେବ । ପାରାଦ୍ୱୀପ, ଢେଙ୍କାନାଳ, ଯୋଡ଼ା ବଡ଼ବିଲ, କେନ୍ଦୁଝର, ଅନୁଗୁଳ, କେନ୍ଦ୍ରାପଡ଼ା ପରି ସ୍ଥାନ । ମେଟ୍ରୋ ପ୍ରକଳ୍ପ ପାଇଁ ନିଜେ ସମସ୍ତ ୬୦୦୦ କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ନେତା ଆସି କହୁଛନ୍ତି ଶ୍ରେଷ୍ଠ ରାଜ୍ୟ କରିବେ, ଆଗ ଭୁବନେଶ୍ୱରକୁ ଏକ ନମ୍ବର କର । ଅନ୍ୟ ରାଜ୍ୟରେ PPP ମଡେଲରେ କାମ କରିଛନ୍ତି । ହେଲେ ଭୁବନେଶ୍ୱରରେ କୌଣସି ସହଯୋଗ ନାହିଁ । ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର କାମ ଚାଲିଛି । ପୁରୀ କେବେ ଟୁରିଷ୍ଟ ସ୍ଥଳ ହୋଇପାରିବ ନାହିଁ, ମହାପ୍ରଭୁ ଅଛନ୍ତି । ପୁରୀ ଆଧ୍ୟାତ୍ମିକ, ସାଂସ୍କୃତିକ ପାଇଁ ହେବ । ୯୦ ପ୍ରତିଶତ ଓଡ଼ିଶାବାସୀ ପାଇବେ ମାଗଣା ବିଜୁଳି । ଯାହା ଅର୍ବାନ ଏରିଆର ନିମ୍ନ ମଧ୍ୟବିତ୍ତ ବସ୍ତି ଲୋକ ସୁବିଧା ପାଇ ପାରିବେ । ଜାଗା ମିଶନ ସାରା ପୃଥିବୀରେ ବହୁତ ପୁରସ୍କାର ପାଇଛି, କେନ୍ଦ୍ର ସରକାରଙ୍କ ଠାରୁ ସ୍ପେନ ଯାଏଁ ଏହାକୁ ପ୍ରଶଂସା ମିଳିଛି । ଏହାର ପ୍ରଭାବ ଅର୍ବାନ ଏରିଆରେ ପଡିଛି ।  ଏହା ଜରିଆରେ ସହର ସୁନ୍ଦର ସବୁଜ ହେବା ସହ ଲୋକ ନିଜ ସମ୍ମାନ ପାଉଛନ୍ତି ।

ଜାଗା ମିଶନ ଭୁବନେଶ୍ୱରରେ ଚାଲିଛି. ଏହା ଆହୁରି ବ୍ୟାପକ କରାଯାଇଛି. ଯେଉଁମାନେ କହୁଛନ୍ତି, ଗରିବ ବସ୍ତି ଲୋକଙ୍କ ପାଇଁ ନବୀନ କଣ କରୁଛନ୍ତି, ସେମାନେ ଆତ୍ମ ସମୀକ୍ଷା କରନ୍ତୁ କି ବିଜେପି ନିଜ ରାଜ୍ୟରେ ଏହା କରିଛି କି ? ସହର ବିକାଶରେ ଭିତିଭୂମି ଓ ଯୋଗାଯୋଗର ବଡ଼ ଭୂମିକା ରହିଛି । ୧୬ ନମ୍ବର ନବୀନ ଗ୍ୟାରେଣ୍ଟିରେ ଏହା ଅଛି । ଭୁବନେଶ୍ୱର ପୁରୀ ଭିତରେ ଏକ୍ସପ୍ରେସୱେ ଏକ ନୂତନ ଅର୍ଥନୈତିକ କରିଡର ହେବ । ତା ଦ୍ୱାରା ଇଣ୍ଡଷ୍ଟ୍ରି ଆସିବା ସହ ନିଯୁକ୍ତି ସୁଯୋଗ ଆସିବ । ୧୦ବର୍ଷ ଭିତରେ ଭୁବନେଶ୍ୱର ପୁରୀ ଭିତରେ ଏହି କ୍ଲଷ୍ଟର ବିକାଶ ହେବ । ଯାହା ସାରା ଭାରତ ପାଇଁ ଉଦାହରଣ ହେବ ।

୨୬ ତାରିଖରେ ସ୍ଥଳଭାଗ ଛୁଇଁବ ସିଭିୟର ସାଇକ୍ଳୋନିକ ଷ୍ଟର୍ମ

ଭୁବନେଶ୍ୱର : ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ସିଭିୟର ସାଇକ୍ଳୋନିକ ଷ୍ଟର୍ମ । ୨୬ ତାରିଖରେ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବ ।  ବାତ୍ୟା ନେଇ ପାଗ ଅନୁକୂଳ ରହିଛି । ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ  । ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ୨୬ ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣ ବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି  ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି । ୨୫ ତାରିଖ ସନ୍ଧ୍ୟାରୁ ୨୭ ତାରିଖ ଭିତରେ ମୁଖ୍ୟତଃ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲା ମାନଙ୍କରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଯାଜପୁର, କଟକ, କେଉଁଝର, ଢେଙ୍କାନାଳ, ଗଞ୍ଜାମ, ପୁରୀର ଅଧିକାଂଶ ଅଂଚଳ ରେ ସାମନ୍ୟରୁ ମଧ୍ୟମ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର  ଅଶାନ୍ତ ରହିବ।  ଉଠିବ ଉଚ୍ଚ ଜୁଆର। ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର  ବାରଣ କରାଯାଇଛି ।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ : ଭୃଗୁବକ୍ସି ପାତ୍ର

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଦୁଇଟି ପର୍ଯ୍ୟାୟ ସରିଛି । ତୃତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ । ସମ୍ବଲପୁର ସଂସଦୀୟ କ୍ଷେତ୍ର ତୃତୀୟ ପର୍ଯ୍ୟାୟରେ ଯାଉଛି । ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ ହେଲାଣି । ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ । ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ । ଏହା ସେମାନଙ୍କର ଚିରାଚରିତ ଢଙ୍ଗ । ସରକାରୀ କଳ ବ୍ୟବହାର, ଟଙ୍କା ବଣ୍ଟନ କଥା କହିଥାଏ ବିଜେପି । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସନ୍ତୋଷ ବା ଆକ୍ରୋଶ ଅଛି । ସମ୍ବଲପୁର ଲୋକସଭାରେ ଯେଉଁ ପରି କେନ୍ଦ୍ର ବିକାଶ କରିବା କଥା, ତାହା ହୋଇନି । ପ୍ରଚାର ସମୟରେ ବିଜେପି ଅନୁଭବ କରିଥିବ ଯେ ଅସନ୍ତୋଷର କାରଣ ହେଉଛି ପ୍ରାର୍ଥୀ ଓ ନିଜେ ବିଜେପି । ଜାତୀୟ ରାଜପଥ 55 କଥା ଅଞ୍ଚଳରେ ବାରମ୍ବାର ଲୋକଙ୍କ ପାଖରେ ଉଠୁଛି । କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କଟକରୁ ସମ୍ବଲପୁର ଯାଏଁ ଏହି କାମ ହେବା କଥା । କେତେ ଜୀବନ ଦୁର୍ଘଟଣାରେ ଯାଉଛି । ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଲୋକଙ୍କ ଆକ୍ରୋଶ ଅଛି । ଧର୍ମେନ୍ଦ୍ର ଶିକ୍ଷା ମନ୍ତୀ, ହେଲେ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଲା ନାହିଁ ।

ସେ ଦକ୍ଷତା ବିକାଶ ମନ୍ତ୍ରୀ ହେବା ସତ୍ୱେ, ସମ୍ବଲପୁରରେ ଦକ୍ଷତା ବିକାଶ କେନ୍ଦ୍ର ହେଲାନି । ସମଲେଶ୍ୱରୀ ଓ ଶ୍ରୀମନ୍ଦିର କାମକୁ ଧର୍ମେନ୍ଦ୍ର ଓ ବିଜେପି ବିରୋଧ କଲେ । ଆଜି ମନ୍ଦିରର ଯେଉଁ ନବୀକରଣ ହୋଇଛି, ତାହା ଦେଖିଲା ଭଳି ହୋଇଛି । ମହାନଦୀ କୋଲ ଫିଲଡ଼ସ, ଓଡ଼ିଶାରୁ କୋଇଲା ଉତ୍ପାଦନ ହେଉଛି । ହେଲେ CSR ଫଣ୍ଡର ଖର୍ଚ୍ଚ ଲୋକଲୋଚନକୁ ଆସିଲା ନାହିଁ । ରୋଜଗାର ନେଇ MCL ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେଲା ନାହିଁ । ମଧ୍ୟପ୍ରଦେଶ ଓ ବିହାର ଯୁବକ ପାଇଲେ ନିଯୁକ୍ତି । କାରଣ ମଧ୍ୟପ୍ରଦେଶ ଓ ବିହାରରୁ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଯାଇଥିଲେ । ସେ ଅନୁଭବ କରୁଥିବେ, ୧୦ ବର୍ଷ NDA ସରକାର ଯଦି ଏହି କାମ କରିଥାନ୍ତା, ତେବେ ଅସନ୍ତୋଷ ହୋଇ ନଥାନ୍ତା । ପରାଜୟ ଭୟରେ ନିଜକୁ ନିବୃତ ରଖି ମିଛ ଅଭିଯୋଗ ଆଣୁଛନ୍ତି ବିଜେପି ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ଥୁତି ଶେଷ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୫ତାରିଖରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ । ସେ ନେଇ ସମସ୍ତ ପ୍ରସ୍ଥୁତି ସରିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟର୍ ଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍। ୨୧% ଯୁବ ଭୋଟର୍ ରହିଛନ୍ତି । ୩ ହଜାର ଭୋଟର୍ ୮୫ ବର୍ଷରୁ ଅଧିକ ବୟସ୍କ ଘରୁ ମତଦାନ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟିଂରେ ମୋଟ ସାଂସଦ ପ୍ରାର୍ଥୀ ଅଛନ୍ତି ୬୪ ଜଣ ଏବଂ ୩୮୩ ଜଣ  ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଅନ୍ୟପଟେ ସେ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧ । ୨ ହଜାର ମଡେଲ ବୁଥ। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ଅନ୍ଧାରୀ ବିଜେ ରୋକିବାକୁ Silent Hour ଆରମ୍ଭ ହେବ । ସବୁ ହୋଟେଲ, ଗେଷ୍ଟ ହାଉସ୍ ଯାଞ୍ଚ ହେବ। କେହି ଯେମିତି ନିର୍ବାଚନମଣ୍ଟଳିର ବାହାରଲୋକ  ରହିବେ ନାହିଁ । ନିୟମ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଥିଲେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ୬ ସଂସଦୀୟ କ୍ଷେତ୍ରରେ ମୋଟ ୨୬୩.୫୫ କୋଟି ଟଙ୍କାର ସିଜର ହୋଇଛି । ୬ଟି ସଂସଦୀୟ କ୍ଷେତ୍ରରୁ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ | ୧୨ କୋଟି ୮୩ ଲକ୍ଷ ମଦ ଜବତ । ମୋଟ ୮୭ କୋଟି ଜବତ ।  ଭୁବନେଶ୍ୱରରୁ ୯.୬୬ କୋଟି । ପୁରୀ ରୁ ୨.୮୨ ଲକ୍ଷ ଜବତ ।

ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ ଅନୱର ଉଲ ଅଜିମ୍ ଅନାର। କୋଲକାତାର ନ୍ଯୁଟାଉନରେ ତାଙ୍କୁ ହତ୍ଯା କରାଯାଇଥିବା ନେଇ ଅଭିଯୋଗ କରିଛି ବାଂଲାଦେଶ। ଏ ନେଇ ଗତକାଲି ବାଂଲାଦେଶ ଗୃହମନ୍ତ୍ରୀ ରାଜଧାନୀ ଢାକାରେ ପ୍ରତିକ୍ରିୟା ରଖିଥଲେ। କୋଲକାତାରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ଯା କରାଯାଇଥିବା ନେଇ କହିଥିଲେ। ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ମାମଲାର ତନାଘନା କରୁଛି କୋଲକାତା ପୋଲିସ। ଅଧିକ ତଦନ୍ତ ଲାଗି ଭାରତରେ ବାଂଲାଦେଶ ପୋଲିସ ଟିମ୍ କୋଲକାତା ସିଆଇଡି ସହ ମିଶି ତନାଘନା ଚଲାଇଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବାଂଲାଦେଶୀ ବୋଲି ଜଣାପଡିଛି। ସାଂସଦ ଅନୱର ଉଲ୍ ଅଜିମ ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ। ସେ ମେ’ ୧୨ ତାରିଖରେ ଚିକିତ୍ସା ପାଇଁ କୋଲକାତା ଆସିଥିଲେ।ଏହାପରେ ତାଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା । ସେ ନିଖୋଜ ହୋଇଯାଇଥିବାରୁ କୋଲକାତା ପୁଲିସ୍ ମେ’ ୧୮ରେ ଗୋଟିଏ ଅଭିଯୋଗ ପାଇଥିଲା । ପ୍ରାରମ୍ଭିକ ଅଭିଯୋଗ ପରେ କୋଲକାତାର ବାରାନଗର ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଅଜିମଙ୍କ ଶେଷ ଥର ପାଇଁ ସହରର ନ୍ୟୁଟାଉନ ଅଞ୍ଚଳରେ ରହିଥିବା ଖବର ମିଳିଥିଲା। ଏଠାରେ ଥିବା ଗୋଟିଏ ଫ୍ଲାଟକୁ ସେ ଯାଇ ଜଣେ ବ୍ୟକ୍ତିଙ୍କୁ ଦେଖା କରିଥିଲେ। ହେଲେ ସେଠାରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇ ଯାଇଥିବା ସନ୍ଦେହ କରିଛି କୋଲକାତା ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ ବିରୋଧୀଙ୍କୁ ପଡ଼ିବ ମହଙ୍ଗା : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ବିରୋଧୀଙ୍କୁ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜବାବ୍ । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ ବିରୋଧୀଙ୍କୁ ପଡ଼ିବ ମହଙ୍ଗା । ଓଡ଼ିଶାବାସୀଙ୍କ ହୃଦୟରେ ରୁହନ୍ତି ନବୀନ। ଅଣ୍ଡାମାଡ ପାଇଁ ବିଜେପି ହାରିଥିଲା ୩୦ ଜିଲ୍ଲା ପରିଷଦ । ଭୋଟର ନେବେ ଅପମାନର ପ୍ରତିଶୋଧ । ପ୍ରଶଂସା ଓ ନିନ୍ଦାରୁ ଉର୍ଦ୍ଧ୍ୱରେ ନବୀନ । ରାଜ୍ୟରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରୁଛନ୍ତି ସାମ୍ବାକିକଙ୍କ ଏହି ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଥିଲେ ୨୦୧୯ ନିର୍ବାଚନରେ ବି ଅନେକ ନେତା ଆସିଥିଲେ, ୨୪ରେ ଆସୁଛନ୍ତି । କିନ୍ତୁ କିଛି ପ୍ରଭାଵ ପଡ଼ିବ ନାହି। ସେମାନଙ୍କର ଓଡ଼ିଶା ସହ କିଛି ଲେଣଦେଣ ନାହିଁ। ନିର୍ବାଚନ ଚାଲିଛି ବୋଲି ଆସୁଛନ୍ତି। ସରିଗଲେ ଆଉ ଆସିବେ ନାହିଁ। ଓଡଶାବାସୀ ଜାଣିଛନ୍ତି ନବୀନ ବାବୁ ତାଙ୍କ ପଛରେ ଛିଡା ହୋଇଛନ୍ତି। ସେମାନେ ଆସୁଛନ୍ତି ନିଜର କର୍ମୀ ମାଙ୍କୁ ଉତ୍ସାହିତ କରିବ ପାଇଁ। ସେମାନଙ୍କର ଯେଉଁ ନେତ୍ରୁ ମଣ୍ଡଳୀ ଅଛନ୍ତି ସେମାନେ ନିଜ ଅଞ୍ଚଳରୁ ବାହାରି ପାରୁ ନାହାନ୍ତି। ତେଣୁ କିଏ ନା କିଏ ପ୍ରଚାର କରିବାକୁ ପଡ଼ିବ ନ ହେଲେ କର୍ମୀ ମାନେ କେମିତି ଉତ୍ସାହିତ ହେବେ।

ପାଣ୍ଡିଆନ କହିଥିଲେ ମତେ ବ୍ୟକ୍ତିଗତ ଆକ୍ରମଣ କଲେ ମୋର କିଛି ପ୍ରଭାଵ ପଡ଼ିବ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଖରାପ ଭାଷାଲଗାଇ କହୁଛନ୍ତି ଓ ଆକ୍ରମଣ କରିଛନ୍ତି ୪ କୋଟି ଓଡ଼ିଆଙ୍କୁ କହିଲା ଭଳି। କାରଣ ପ୍ରତି ଓଡିଆଙ୍କ ମନରେ ମୁଖ୍ୟମନ୍ତ୍ରୀ  ଅଛନ୍ତି ତାଙ୍କୁ ଅସମ୍ମାନ କରିବା ମାନେ ଓଡ଼ିଆ ଅସ୍ମିତା ଉପରେ ବହୁତ୍ ବଡ କ୍ଷତି ପହ୍ନଚିବ । ଓଡ଼ିଶା ବାସୀ ଠିକ ଉଚିତ ଜବାବ ଦେବେ। ବିଜେପୁରରେ ଚପଲ ମାଡ କଲେ ୪୫ ହଜାର ଭୋଟରେ ଜିତିଲା ବିଜେଡ଼ି। ପୁରୀରେ ଅଣ୍ଡା ପକାଇଲେ ୩୦ ଜିଲ୍ଲା ପରିଷଦ ଜିତିଲା। ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଭାବ ପଡ଼ିବ ନାହିଁ। ଲୋକ ମାନଙ୍କ  ହୃଦୟରେ ଅଛନ୍ତି ଲୋକଙ୍କ ସେବା କରୁଛନ୍ତି। ମହିଳା ମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ଅନେକ ଲୋକଙ୍କ ନୂଆଁ ଜୀବନ ନୂଆଁ ଆଶା ଦେଇଛନ୍ତି ସେମାନେ ହିଁ ଏହି ଅସମ୍ମାନ ର ଜବାବ ଦେବେ ।