ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ରେ ଯବାନଙ୍କ କ୍ୟାମ୍ପ ଉପରେ ରକେଟ ମାଡ଼। ବିଜାପୁର ପୂବର୍ତ୍ତି ସିଆରପିଏଫ୍ କ୍ୟାମ୍ପ ଉପରେ ରକେଟ ମାଡ଼ ହୋଇଛି। ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ କରିଛନ୍ତି ମାଓବଦୀ। ଯବାନଙ୍କ ପାଲଟା ଗୁଳି ଚାଳନା ଯୋଗୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ମାଓବାଦୀ। ଗତକାଲି ବଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ମାଓ ନେତା ହିଡମାଙ୍କ ଗାଁ ପୂବର୍ତ୍ତି। ଏଠାରେ ସିଆରପିଏଫ୍ ପକ୍ଷରୁ କ୍ଯାମ୍ପ ସ୍ଥାପନ ହୋଇଥିବା ବେଳେ ରକେଟ୍ ମାଡ଼ କରିଛନ୍ତି ମାଓବାଦୀ।
ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ଆଭା’
ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା । ଓଡ଼ିଶାର ୧୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଆଭାର ପୁରା ଟିମ୍ ସହିତ ଓଲିଉଡ଼ର ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ ଚଳଚ୍ଚିତ୍ର ଦେଖି ଭୁୟସୀ ପ୍ରଶଂସା କରିଛନ୍ତି । ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଆଭା ଜଣେ ଭିନ୍ନକ୍ଷମ ନାରୀର କାହାଣୀ । ଚଳଚ୍ଚିତ୍ରଟି କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଯାଜପୁର, ବ୍ରହ୍ମପୁରରେ ହାଉସ ଫୁଲ ହେବା ସହିତ ଦର୍ଶକଙ୍କର ଢେର ପ୍ରଶଂସା ମିଳିଛି l
ଆଭା ଏକ ନିପଟ ମଫସଲ ଗାଁ ର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅର କାହାଣୀ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିଛି ତାହାରି ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର । ସ୍ଵାତି ସିନେପ୍ଲେକ୍ସରେ ଏହି ଚଳଚ୍ଚିତ୍ରରେ ମୁଖ୍ଯ ଭୂମିକାରେ ଅଛନ୍ତି ସୋନା ମଲ୍ଲିକ । ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗ ମେଦିନିପୁରର ଜଙ୍ଗଲ ଘେରି ରହିଥିବା ଏକ ଆଦିବାସୀ ଗାଁରେ ସୁଟିଂ କରାଯାଇଛି । ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର । କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପଲ୍ଲଵ ରୟ । ସଂଳାପ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ l କ୍ରିଏଟିଭ ହେଡ୍ ଦାୟିତ୍ଵରେ ଅଛନ୍ତି ପ୍ରଣୟ ଜେଠୀ । ଅନ୍ଯମାନଙ୍କ ମଧ୍ଯରେ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟଙ୍କ, ଵିଶାଲ ସାହୁଙ୍କୁ ଦେଖିବାକୁ ମିଳିଛି ।
ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ
ନନ୍ଦିଘୋଷ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୮ ଜଣ। ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ମେଶୋ ନଦୀରେ ଘଟିଛି ଅଘଟଣ। ଦେଗାମ ତାଲୁକା ଅଧୀନ ଭସନା ସୋଗଥି ଗ୍ରାମର କିଛି ଲୋକ ନଦୀରେ ଗାଧୋଇବାବେଳେ ବୁଡିଯାଇଥିଲେ ବୋଲି କହିଛନ୍ତି ସବଡିଭିଜନାଲ ମାଜିଷ୍ଟ୍ରେଟ ଏସ.ବି. ମୋଦିୟା। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୮ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକଙ୍କ ମୃତ୍ଯୁ ଘଟିଥିବା ଆଶଙ୍କା ରହିଛି। ପହଁରା ନଜାଣି ଗଭୀର ନଦୀକୁ ଚାଲିଯାଇଥିବାରୁ ସେମାନଙ୍କର ମୃତ୍ଯୁ ଘଟିଥିବା କୁହାଯାଇଛି। ନଦୀରେ ଏକ ଚେକ୍ ଡ୍ଯାମ ନିର୍ମାଣ ହେଉଥିବାରୁ ଜଳ ପରିମାଣ ଅଧିକ ଥିଲା।
ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିକାଶ ନିମନ୍ତେ ଓଡ଼ିଶାରେ ଜାତୀୟ ସ୍ତରର ମୌସୁମୀ ବୈଠକ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ଜାତୀୟ ସ୍ତରର ମୌସୁମୀ ବୈଠକ । ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଏହି ବୈଠକ ଅୟୋଜିତ ହୋଇଛି । ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟା କରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା । ଏହା କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ କାର୍ଯ୍ୟlନ୍ବୟନ ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ଥିଲେ। ୧୫ଟି ରାଜ୍ୟର ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଭାଗ ନେଇଥିଲେ।
ଏହାସହ ଓମଫେଡ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ଗୋଲ୍ଡ ପ୍ଲସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଏହାସହ ଏ-ହେଲ୍ପ ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । ନ୍ୟାସନାଲ ଡାଏରି ଡେଭଲପମେଣ୍ଟ ବୋର୍ଡ ଏବଂ ଓମଫେଡ ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ଶୁଭାରମ୍ଭ କରାଯାଇଥିଲା। ୨୦ଟି ଭେଣ୍ଡିଂ ମେସିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଇବା ନେଇ ସୂଚନା ରହିଛି।


