ହାରିବା ନିଶ୍ଚିତ ଜାଣି ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳ

1 min read

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁରରେ ହେବ ଭୋଟିଂ । ଏଥିରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ । ଯେବେ ବିଜେପି ନିର୍ବାଚନ ହାରିବା କଥା ଜାଣେ ସେବେ ସେ ଶାସକ ଦଳ ଉପରେ ମିଛ ଅଭିଯୋଗ ଆଣେ ବୋଲି କହିଛି ବିଜେଡି । ଯେପରି ସରକାରୀ କଳ ବ୍ୟବହାର, ଟଙ୍କା ବଣ୍ଟନ ଭଳି ଅଭିଯୋଗ କରେ ।

ବିଜେଡି ପକ୍ଷରୁ କୁହାଯାଇଛି, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଆକ୍ରୋଶ ବଢିଛି ।  ସମ୍ବଲପୁର ଲୋକସଭାରେ ଯେଉଁ ପରି କେନ୍ଦ୍ର ବିକାଶ କରିବା କଥା, ତାହା ହୋଇନି । ଜାତୀୟ ରାଜପଥ ୫୫ର ସମସ୍ୟା କଥା ଅଞ୍ଚଳରେ ବାରମ୍ବାର ଉଠୁଛି । ଅଧା ରାସ୍ତା କାମ ଯୋଗୁଁ ଅନେକ ଜୀବନ ଗଲାଣି । ହେଲେ ଏଥିପ୍ରତି କାହାର ନିଘା ନାହିଁ ।

ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ବିଜେପି ପ୍ରତି ଲୋକଙ୍କ ଆକ୍ରୋଶ ବଢିଛି । ଧର୍ମେନ୍ଦ୍ର କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତାବିଭାର ମନ୍ତ୍ରୀ ହୋଇଛନ୍ତି । ହେଲେ ସମ୍ବଲପରରେ ନା କେନ୍ଦ୍ରୀୟ ବିଦ୍ୟାଳୟଟେ ଖୋଲିଲା ନା ଦକ୍ଷତା ବିକାଶ କେନ୍ଦ୍ର ହେଲା । ସମଲେଶ୍ୱରୀ ଓ ଶ୍ରୀମନ୍ଦିର ବିକାଶ କାମକୁ ଧର୍ମେନ୍ଦ୍ର ଓ ବିଜେପି ବିରୋଧ କରିଥିଲେ । ଓଡ଼ିଶାରୁ ରାଜସ୍ବ ନେଲେ,  ହେଲେ CSR ଫଣ୍ଡର ଖର୍ଚ୍ଚ ଲୋକଲୋଚନକୁ ଆସିଲା ନାହିଁ । MCL ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲା ନାହିଁ । ଏଭଳି ଅନେକ ସମସ୍ୟା ନେଇ ଲୋକଙ୍କ ବିଜେପି ଓ ଧର୍ମେନ୍ଦ୍ରଙ୍କ ପ୍ରତି ଆକ୍ରୋଶ ବଢିଛି । ଏନେଇ ପରାଜୟ ଭୟରେ ନିଜକୁ ନିବୃତ ରଖି ମିଛ ଅଭିଯୋଗ ଆଣୁଛନ୍ତି ବିଜେପି ନେତା ।