spot_img
Home Blog Page 1390

ଓଡ଼ିଶାକୁ ଶ୍ରୀହୀନ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର: ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ବାଦ ଦେବା ନେଇ ତେଜୁଛି ପ୍ରତିବାଦ

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଲଓ୍ବେ ଜୋନରୁ ଓ୍ବାଲଟିୟର ଡିଭିଜନକୁ ବାଦ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ତେଜିବାରେ ଲାଗିଛି । ବିଜେଡି ଏହାର ତୀବ୍ର ନିନ୍ଦା କରିବା ପରେ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରତି ପ୍ରତାରଣା ବୋଲି କହିଛି । ଆନ୍ଧ୍ରକୁ ରାଜନୈତିକ ବାଧ୍ୟବାଧକତାରେ ଖୁସି କରିବାକୁ ଓଡ଼ିଶାକୁ ଅଣଦେଖା କରିବା ପ୍ରସଙ୍ଗରେ ଓଡ଼ିଶା ଅସ୍ମିତା ପରିଷଦର ଆନ୍ଦୋଳନ ଚେତାବନୀ ପରେ ଶ୍ରମିକ ସଙ୍ଗଠନ ଆଇଏନଟିୟୁସି ଓଡ଼ିଶାକୁ ଶ୍ରୀହୀନ କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛି । ରାଜ୍ୟ ଭିତ୍ତିକ ରେଳଓ୍ବେ ଜୋନ୍ ଯଦି ଆନ୍ଧ୍ର ପାଇଁ ସମ୍ଭବ ହୋଇପାରୁଛି, ତା’ହାଲେ ଓଡ଼ିଶାର ସମଗ୍ର ଅଞ୍ଚଳକୁ ଗୋଟିଏ ଜୋନରେ ରଖିବାକୁ ଦାବି ଘନେଇଛି ।

ଇଷ୍ଟକୋଷ୍ଟ ରେଳବାଇ ଜରିଆରେ ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରିବାକୁ ଚାଲିଛି ଉଦ୍ୟମ । ପୂର୍ବତଟ ରେଳବାଇ ଜୋନରେ ଥିବା ସମ୍ବଲପୁର, ଖୋର୍ଦ୍ଧା ଓ ଓ୍ବାଲଟିୟର ଡିଭିଜନ୍ ମଧ୍ୟରୁ ଦକ୍ଷିଣ ତଟ ରେଳବାଇ ଜୋନରେ ଓ୍ବାଲଟିୟର ଡିଭିଜନର ମିଶ୍ରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ଓଡ଼ିଶାରେ ଏହାର ତୀବ୍ର ପ୍ରତିବାଦ ଦେଖା ଦେଇଛି । ସୁନ୍ଦରଗଡ଼, ଝାରୁସୁଗୁଡ଼ା ଅଞ୍ଚଳ ଦକ୍ଷିଣ ପୂର୍ବ ଜୋନ୍ ଅଧୀନରେ ଥିବା ବେଳେ ବାଲେଶ୍ବର, ମୟୂରଭଞ୍ଜ ଅଞ୍ଚଳ ଦକ୍ଷିଣ ପୂର୍ବାଞ୍ଚଳ ଅଧୀନରେ ରହିଛି । ଯାହାର ମୁଖ୍ୟାଳୟ ଅନ୍ୟ ରାଜ୍ୟରେ । ଭୁବନେଶ୍ବରରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବ ଜୋନରୁ ଓ୍ବାଲଟିୟରକୁ ବାଦ୍ ଦେଲେ ଏହାର ରାଜସ୍ବ ପ୍ରଭାବିତ ହେବା ସହ ନିଯୁକ୍ତି ବି କମିବ । ରାଜସ୍ବ ଅନୁସାରେ ଅନୁଦାନ ମିଳିଲେ ଓଡ଼ିଶା ହିଁ କ୍ଷତି ସହିବ । ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରାଯାଇଛି ବୋଲି ଆଇଏନଟିୟୁସି ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ ଅଭିଯୋଗ କରିଥିବା ବେଳେ ଏହାର ଉତ୍ତର ରେଳ ମନ୍ତ୍ରାଳୟ ରଖିବାକୁ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏପରି ମନୋମୁଖୀ ନିଷ୍ପତ୍ତି ବିରୋଧରେ ବିଜେଡି ସ୍ବର ଉଠାଇଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ଦେଖାଉଛି କେନ୍ଦ୍ର । ଯେତେବେଳେ ଓଡ଼ିଶାରୁ ୨୦ ସାଂସଦ ସହ ଖୋଦ ରେଳମନ୍ତ୍ରୀ ବି ଓଡ଼ିଶାରୁ ତା’ହାଲେ ଓଡ଼ିଶା ପ୍ରତି ଏଭଳି ଷଡ଼ଯନ୍ତ୍ର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ସବୁ ରାଜନୈତିକ ଦଳ ଏକାଠି କେନ୍ଦ୍ର ସରକାର ବିରୋଧରେ ସ୍ବର ଉଠାଇବା ଦରକାର ବୋଲି ଶ୍ରୀକାନ୍ତ ଆହ୍ବାନ ଦେଇଛନ୍ତି । ୨୦୧୩ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ବେଳେ ମନମୋହନ ସରକାର ଏଭଳି ପ୍ରତିଶ୍ରତି ଦେବା ସହ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ସେତେବେଳେ ଶ୍ରୀକାନ୍ତ ଜେନା କାହିଁକି ଚୁପ୍ ଥିଲେ ବୋଲି ଓଡ଼ିଶା ଅସ୍ମିତା ପରିଷଦର ଆବାହକ ରବୀନ୍ଦ୍ର ନାଥ ବେହେରା ପ୍ରଶ୍ନ କରିବା ସହ କେନ୍ଦ୍ରର ଏଭଳି ଏକପାଖିଆ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ରାଜନୈତିକ ବାଧ୍ୟବାଧକତା ଯୋଗୁଁ ଆନ୍ଧ୍ରକୁ ରାଜ୍ୟ ଭିତ୍ତିକ ଜୋନର ପ୍ରତିଶ୍ରୁତି ପୂରଣ କରିବାକୁ ଓ୍ବାଲଟିୟରକୁ ବିଶାଖାପାଟଣାକୁ ନେଇଯାଇଥିବା ବେଳେ ଓଡ଼ିଶାର ସୁନ୍ଦରଗଡ଼, ଝାରୁସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ ଯାହା ଅନ୍ୟ ଜୋନରେ ଅଛି, ସେସବୁକୁ ଇଷ୍ଟକୋଷ୍ଟ ଜୋନ୍ ଅଧୀନକୁ ଅଣାଯିବାକୁ ଦାବି ଜୋରଦାର ହେଉଛି ।

ଉପରାଷ୍ଟ୍ରପତିଙ୍କୁ ଭେଟି ଓଡ଼ିଶା ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା କଲେ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ରାଜ୍ୟସଭାରେ ଆସୁଥିବା ଓଡ଼ିଶାର ସ୍ଵାର୍ଥ ପ୍ରସଙ୍ଗରେ ଆଲୋଚନା କରିଥିଲେ । କିପରି ଓଡ଼ିଶା ଲାଭବାନ ହେବ ସେ ନେଇ ସବିଶେଷ ଆଲୋଚନା କରିଥିଲେ ।

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ଏହା ଏକ ଔପଚାରିକ ସାକ୍ଷାତ ଥିଲା ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ଉପରାଷ୍ଟ୍ରପତିଙ୍କ ମତାମତ ଦୃଷ୍ଟିକୋଣ ସବୁବେଳେ ତାଙ୍କୁ ପ୍ରେରଣା ଦେଇଆସିଛି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ମାନସ ମଙ୍ଗରାଜଙ୍କ ସହ ବିଜେଡିର ଅନ୍ୟ ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଂଜନ ବିଶି ସାକ୍ଷାତ କରିଥିଲେ ।

୯ ମାସ ହେଲା ମିଳିନି ଦରମା, ଭୁବନେଶ୍ଵରରେ ଗର୍ଜିଲେ ମିଶନଶକ୍ତି ମାଆ

ଭୁବନେଶ୍ବର: ରାଜରାସ୍ତାରେ ସରକାରଙ୍କ ବିରୋଧରେ ଗର୍ଜନ କଲେ ହଜାର ହଜାର ଜିପିଏଲଏଫ କର୍ମୀ । ସରକାର ବଦଳିବା ପରେ ମିଶନ ଶକ୍ତି ପ୍ରତି ବଦଳିଯାଇଛି ସରକାରଙ୍କ ଆଭିମୁଖ୍ୟ । ମାସ ମାସ ଧରି ଦରମା ପାଇନାହାଁନ୍ତି । ଦରମା ସହ ଅନ୍ୟାନ୍ୟ ୯ଟି ଦାବିକୁ ନେଇ ଭୁବନେଶ୍ବରେ ସରକାରଙ୍କୁ ନିଜ ଶକ୍ତି ଦେଖାଇବା ସହ ଚେତାବନୀ ମଧ୍ୟ ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ଆଜି ବିଧାନସଭା ଘେରାଉ କରିଛି । ଏମବିକେ, ବ୍ୟାଙ୍କ୍ ମିତ୍ର, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କୁ କୌଣସି କାରଣ ନଥାଇ ନୂଆ ସରକାର ଆସିବା ଦିନରୁ ଦରମା ମିଳିନି ।

ଗାନ୍ଧୀମାର୍ଗରେ ମାଆଙ୍କ ରଣ ହୁଙ୍କାର, ବିଧାନସଭାରେ ବିଧାୟକଙ୍କ ଗର୍ଜନ । ମିଶନଶକ୍ତି ଭାଙ୍ଗିବାକୁ ସରକାରୀ ଦଳ ଚକ୍ରାନ୍ତ କରୁଥିବା ଗନ୍ଧ ବାରିଲା ବିଜେଡି । ସୁଭଦ୍ରା ନାଁରେ ସ୍ବାବଲମ୍ବୀ ନାରା ଦେଇ ମିଶନଶକ୍ତି ମାଆଙ୍କୁ ଦେଉ ନାହାନ୍ତି ଦରମା । ମାଷ୍ଟର କ୍ଯାଣ୍ଟିନ ଛକରୁ ମୁଖ୍ଯମନ୍ତ୍ରୀ ବାସଭବନ ପର୍ଯ୍ଯନ୍ତ ମହିଳାଙ୍କ ବିଶାଳ ସମାବେଶ । ସମାବେଶରେ ନବୀନ ବାବୁଙ୍କୁ ମନେ ପକାଇ କାନ୍ଦିଲେ ମାଆ ।

୯ ମାସ ହେଲା ଦରମା ଦେଇ ନାହାନ୍ତି ନୂଆ ସରକାର । ଡବଲ ଇଞ୍ଜିନ ସରକାରର ଡବଲ ଧୋକା । ଦରମା ନଦେଇ ଦର ବୃଦ୍ଧି କରି ଚାଲିଛନ୍ତି । ୧୦ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ମିଶନଶକ୍ତି ମାଆ । ରାଜ୍ଯ ସରକାର ଓ ମିଶନଶକ୍ତି ବିଭାଗର ଅବିଚାର ବିରୋଧରେ ଗର୍ଜିଥିଲେ । ଜଣେ ମହିଳା ଉପ ମୁଖ୍ଯମନ୍ତ୍ରୀ ହୋଇ ମହିଳାମାନଙ୍କ ଦୁଃଖ ଶୁଣୁନାହନ୍ତି । ଓଡିଶା ପ୍ରଗତି ପଥରେ ଏମବିକେ, ବ୍ୟାଙ୍କ୍ ମିତ୍ର, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କ ବଡ ଦାୟିତ୍ବ । ଦରମା ପାଇଁ ଧାରଣାକୁ ଛୋଟ ପିଲାକୁ ଧରି ଧାଇଁ ଆସିଛନ୍ତି । ପୂର୍ବ ନିଷ୍ପତ୍ତି ମୁତାବକ ଶତ ପ୍ରତିଶତ ବ୍ୟୟ ବରାଦ ରାଜ୍ୟ ସରକାର ବହନ କରି ମିଶନ ଶକ୍ତିରେ କାର୍ଯ୍ୟରତ ୬ଟି କ୍ୟାଡରର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଆଗକୁ ବଢିବା ପାଇଁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଜିପିଏଲଏଫ୍ କମ୍ୟୁନିଟି କ୍ୟାଡରଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ୫ ବର୍ଷିଆ ପଲିସିରେ ଥିବା ୭୫ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶତପ୍ରତିଶତ ପାରିଶ୍ରମିକ ପ୍ରଦାନ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବକେୟା ପାରିଶ୍ରମିକ ପ୍ରଦାନ ଦାବି କରିଛନ୍ତି ।

ମିଶନଶକ୍ତି ମାଆମାନଙ୍କ ଆନ୍ଦୋଳନକୁ ନେଇ ବିଧାନସଭା ବାହାରେ ଓ ଭିତରେ ବି ତାତି ଦେଖିବାକୁ ମିଳିଥିଲା । ଗୃହରେ ବିଜେଡି ତୁମ୍ବିତୋଫାନ କରିଥିଲା । ଧାରଣାସ୍ଥଳରେ ପହଁଚି ମାଆମାନଙ୍କୁ ଭେଟି ନୈତିକ ସମର୍ଥନ ଦେଇଛି ବିଜେଡି । ଲୋକଙ୍କ ସରକାର ଲୋକଙ୍କ ପାଖକୁ ଯିବା କଥା, ସରକାରଙ୍କ ପାଖକୁ ଲୋକେ ଆସୁଛନ୍ତି । ଏ କି ସରକାର ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ମହିଳାଙ୍କୁ ରୋଜଗାର ଓ ସ୍ବାବଲମ୍ବୀ କରିବା କଥା କହି ସରକାରକୁ ଆସିଲେ, ଆଉ ଏବେ ସେମାନଙ୍କ ସ୍ବପ୍ନଙ୍କୁ ଭାଙ୍ଗି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ନବୀନ ସରକାରରେ ମିଶନଶକ୍ତି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ବିଜେପି ସରକାର ଏମାନଙ୍କୁ ହତାଦର କରିବା ଯୋଗୁଁ ଗାଁ ଗଣ୍ଡାରେ ମାଆମାନେ ସରକାରଙ୍କ ବିରୋଧରେ ତେଜିଲେଣି ।

ମଣ୍ଡି ସମସ୍ୟାକୁ ନେଇ ବିଜେଡିର ଉଦବେଗ, ମୁଲତବି ଆଲୋଚନା ବେଳେ ବର୍ଷିଲା ଦଳ

ଭୁବନେଶ୍ବର: ଏଫସିଆଇ ଚୁକ୍ତି ଅନୁସାରେ ଧାନ କିଣାଯାଉନି । ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଏଥର ବମ୍ପର କ୍ରପ ଆସିବ l ତେଣୁ ରାଜ୍ୟ ସରକାର ଚାଷୀଙ୍କ ସବୁ ଧାନ କିଣନ୍ତୁ । ସାରା ରାଜ୍ଯରେ ଧାନ ମଣ୍ଡି ସମସ୍ଯା ଦେଖାଦେଇଛି । ଆଜି ବିଧାନସଭାରେ ଏ ନେଇ ଏକ ମୁଲତବି ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଗୃହରେ ଉଦବେଗ ପ୍ରକାଶ କରିଛି ବିଜେଡି ।

ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ଗୋଚର ଓ ପଟ୍ଟା ଥିବା ଜମିର ଧାନ ସରକାର କିଣନ୍ତୁ । ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି । ଘରେ ନପଶୁଣୁ ମୁଣ୍ଡରେ ସରକାରଙ୍କ ଚାଳ ବାଜିଲାଣି । ଚାଷୀଙ୍କୁ ଉପହାସ କରନ୍ତୁନି ସରକାର । ସମସ୍ତେ ଜାଣନ୍ତି ବିଜେପି ଭାରତୀୟ ଜୁମୁଲା ପାର୍ଟି । କେତେ ଧାନ ମଣ୍ଡିକୁ ଆସୁଛି, କେତେ ସରକାର କିଣିଛନ୍ତି ତା’ର ଉତ୍ତର ରଖିବାକୁ ଦାବି କରିଛନ୍ତି ରଣେନ୍ଦ୍ର । ମିଲରଙ୍କ ପକେଟରେ ଏବେ ସରକାର ଅଛନ୍ତି । ଚାଷୀଙ୍କୁ ସଚେତନ କରିବା ପରିବର୍ତ୍ତେ ସରକାର ଭୟଭୀତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର ।

ଇନପୁଟ ସବସିଡି ନାଁରେ ଚାଷୀଙ୍କୁ ଲଲିପପ୍ ଧରାଇ ଦେଲେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ବର: ଚାଷୀଙ୍କୁ ନିରାଶ କରିଛି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ l କେବଳ ଇନପୁଟ ସବସିଡି ନାଁରେ ଧରାଇ ଦେଲେ ଲଲିପପ୍ । ନିର୍ବାଚନ ପୂର୍ବରୁ ଅନେକ କଥା କହିଥିଲା ବିଜେପି, କିନ୍ତୁ ଏବେ ସବୁ ଭୁଲିଗଲେ । ଏମିତି କହି ମୋହନ ସରକାରଙ୍କୁ ପୂରା ଧୋଇ ଦେଇଛି ଚାଷୀ ସଙ୍ଗଠନ । ଖାଲି ସେତିକି ନୁହେଁ, ଚାଷୀ ସଙ୍ଗଠନର କୌଣସି ଉତ୍ତର ମୁଖ୍ୟମନ୍ତ୍ରୀ ରଖି ନଥିବା କହିଛନ୍ତି ପଶ୍ଚିମ ଓଡ଼ିଶାର ଭିନ୍ନ ଚାଷୀ ସଙ୍ଗଠନ ।

ଚାଷୀଙ୍କୁ ନିରାଶ କରିଛି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ସୋହେଲା କାର୍ଯ୍ୟକ୍ରମ । ୮୦୦ ଟଙ୍କା ଦେଇ କରାଯାଉଛି କଟନି ଛଟନି । ଇନପୁଟ ସବସିଡି ନାଁରେ ଭୂଆଁ ବୁଲାଉଛି ବିଜେପି ସରକାର । ନିର୍ବାଚନ ପୂର୍ବରୁ ବଡ଼ ବଡ଼ ଘୋଷଣା କରିଥିଲା ଗେରୁଆ ଦଳ । ହାତୀ ଦେବ, ଘୋଡ଼ା ଦେବ କହି, ଦେଇଥିଲେ ଲମ୍ବା ଚଉଡ଼ା ପ୍ରତିଶ୍ରୁତି । ଭୋଟ ହାତେଇଲା ପରେ ସିଧା ସିଧା ଜନତାଙ୍କୁ ଠକିଦେଲା ବିଜେପି । ଏମିତି କିଛି କହି ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଚାଷୀ ନେତା ।

ସରକାର କେବଳ ଇନପୁଟ ସବସିଡି ଦେଇ ଅନେକ ପ୍ରତିଶ୍ରୁତି ଭୁଲିଗଲେ । ଡିଜିଟାଲ ଏନାଲାଇଜର ମେସିନ ଆଣି ଚାଷୀଙ୍କୁ ଭୟଭୀତ କରାଯାଉଛି । ଏହି ମେସିନରେ FAQ ଧାନ ଦେଇପାରିବ ନାହିଁ ଚାଷୀ । କେବଳ ଓଡ଼ିଶାରେ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ କହି ଚାଷୀଙ୍କୁ ସରକାର ବିଭାଜନ କରୁଛନ୍ତି ବୋଲି କହିଛନ୍ତି ଚାଷୀ ନେତା ।

ସବୁଠାରୁ ବଡ଼ କଥା ହେଲା ଚାଷୀଙ୍କ ମୁଖ୍ୟତଃ ୬ଟି ଅସୁବିଧା ଦୂର କରିବେ ବୋଲି ନିର୍ବାଚନ ସମୟରେ ଡିଣ୍ଡିମ ପିଟୁଥିଲା ବିଜେପି । କିନ୍ତୁ ବିଜେପି ସରକାର ଗଠନ ପରେ ସବୁ କଥା ଭୁଲିଗଲେ । କେବଳ ଇନପୁଟ ସବସିଡି ଦେଇ କାମ ସାରିଦେଲେ । ସେପଟେ ଏବେ ବି ଜୋରସୋରରେ ଚାଲିଛି କଟନି ଛଟନି । ମଣ୍ଡିରେ ଶୃଙ୍ଖଳା ନଥିବା ବେଳେ, ସକ୍ରିୟ ଅଛନ୍ତି ଦଲାର । ଏ ସବୁ କଥା ଜାଣି ବି ଅଜଣା ଥିଲା ଭଳି ଅଭିନୟ କରୁଛନ୍ତି ସରକାର । ଯାହାକୁ ନେଇ ସରକାର ଉପରେ ବର୍ଷିଛି ଚାଷୀ ସଙ୍ଗଠନ ।

କେବଳ ପ୍ରଚାର ପ୍ରସାରରେ ଚାଲିଛି ବିଜେପି ସରକାର । କାମ କମ, କେବଳ ଶ୍ରେୟ ନେବାକୁ ଚାଲିଛି ଟକରା ଟକରି । ଏ ସରକାର ଜନତାଙ୍କ ଦୁଃଖ ଦୂର କରିବେ କ’ଣ, ଓଲଟି ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଯନ୍ତ୍ରଣା ।

ପିଲାଙ୍କୁ ମୋବାଇଲ ଦେଉଥିଲେ ସାବଧାନ ! ଜୀବନ ହେଉଛି ବରବାଦ, ମସ୍ତିଷ୍କରେ ବଢିଯାଉଛି ଡୋପାମିନ

ଭୁବନେଶ୍ବର: ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ । ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଯୋଗୁଁ ବିଗୁଡୁଛି ପିଲାଙ୍କ ମାନସିକ ସନ୍ତୁଳନ । ମୋବାଇଲ ନ ମିଳିଲେ ହେଉଛନ୍ତି ହିଂସ୍ର । ଏପରିକି ଅଧାରୁ ଛାଡି ଦେଉଛନ୍ତି ପାଠପଢା । ଏପରିକି ବାଛି ନେଉଛନ୍ତି ଆତ୍ମହତ୍ୟାର ରାସ୍ତା । ଅକାରଣେ ଚାଲିଯାଉଛି ଜୀବନ । ଏପରି କିଛି ପିଲାଙ୍କୁ ଭେଟିଛି ନନ୍ଦିଘୋଷ ଟିଭି । ବିଶେଷଜ୍ଞଙ୍କ ମତରେ ଭାରତରେ ୮ରୁ ୧୫ ବର୍ଷ ବୟସର ୪୦ ପ୍ରତିଶତ ପିଲା ମୋବାଇଲ ନିଶାରେ ପଡିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନ ନିଆଗଲେ ଭବିଷ୍ୟତ ପୀଢ଼ିଙ୍କ ଜୀବନ ବରବାଦ ହୋଇଯିବ ।

ସ୍ମାର୍ଟ ଫୋନ୍ ନିଶାରେ ଯୁବବର୍ଗ । ବିଶେଷଜ୍ଞଙ୍କ ମତରେ ଭାରତରେ ୮ ବର୍ଷରୁ ୧୫ ବର୍ଷର ବୟସର ପିଲା ମୋବାଇଲ ବ୍ୟବହାର କରି ନିଜ କ୍ୟାରିୟର ବରବାଦ କରୁଛନ୍ତି । ଏପରି ପିଲାଙ୍କ ସଂଖ୍ୟା ୪୦ ପ୍ରତିଶତ । ଅଧିକ ସମୟ ଧରି ସ୍ମାର୍ଟ ଫୋନ ବ୍ୟବହାର କରିବା ଦ୍ବାରା ସେମାନଙ୍କ ମସ୍ତିଷ୍କରେ ଡୋପାମିନର ରାସାୟନିକ ସ୍ତର ବିଗିଡ଼ିଯାଏ । ଫଳରେ ସେମାନେ ହିତାହିତ ଜ୍ଞାନ ହରାଇ ବସନ୍ତି । ଯାହାକୁ କୁହାଯାଏ ନୋମୋ ଫୋବିଆ । ଛୋଟ ବୟସରୁ ପିଲାଙ୍କୁ ଖାଇବାକୁ ଦେବା ବେଳେ ମୋବାଇଲର ଭିଡିଓ ଦେଖାଇ ଖୁଆଇ ଦେଉଛନ୍ତି ମାଆ । ଫଳରେ ପିଲାଟି ବେଳୁ ତା’ର ମୋବାଇଲ ପ୍ରତି ଦୁର୍ବଳତା ମୁଣ୍ଡରେ ଘନଉଛି । ମୋବାଇଲ ବ୍ୟବହାର ନିଶାରେ ପରିଣତ ହେଲେ ସେ ତା’ର ଦୁଃଖ ସୁଖ ପରିବାର ସଦସ୍ୟଙ୍କୁ କହିବାକୁ ଚାହେଁନି । ଏକୁଟିଆ ରହିବାକୁ ପସନ୍ଦ କରେ । ଏଭଳି ଲକ୍ଷଣ ସାଂଘାତିକ । ଯଦି ଉଭୟ ପିତାମାତା କର୍ମକ୍ଷେତ୍ରକୁ ଯାଉଛନ୍ତି ତା’ହେଲେ ପିଲାଟି ଏକୁଟିଆ ପାଇ ମୋବାଇଲକୁ ତାର ସାଥି କରି ନେଉଛନ୍ତି । ଖେଳିବା ବୁଲିବା ସହିତ ଅନ୍ୟ ସାଙ୍ଗସାଥୀଙ୍କଠାରୁ ମୋବାଇଲକୁ ଅନ୍ତରଙ୍ଗ ବୋଲି ଭାବି ନେଉଛି । ଏପରି କେହି କେହି ଇଣ୍ଟରନେଟର ଅଶ୍ଲୀଳ ସାଇଟ୍ ଦେଖି ପଥଭ୍ରଷ୍ଟ ହୋଇଥାନ୍ତି । ସମୟ ଆସିଛି କୋଉ ବୟସର ପିଲା ମୋବାଇଲ ବ୍ୟବହାର କେଉଁ ପର୍ଯ୍ୟନ୍ତ କରିପାରିବେ ସରକାରୀ ସ୍ତରରେ ନିୟମ ଆସିବା ଦରକାର ।

ମୋବାଇଲ ବ୍ୟବହାରର ଭଲ ଓ ଖରାପ ଦୁଇଟି ଦିଗ ରହିଛି । ଆଜିକାଲି ସ୍କୁଲ ହୋମଓ୍ବାର୍କ ଓ ପରୀକ୍ଷା ବି ଅନଲାଇନ ଯୋଗେ କରିବାକୁ କୁହଯାଉଛି । କିନ୍ତୁ ଯେପରି ଭାବେ ଯୁବପୀଢି ମୋବାଇଲକୁ ଅଧିକ ଧ୍ୟାନ ଦେଉଛନ୍ତି ତାହା ଆଗାମୀ ଦିନରେ ଦେଶର ଭବିଷ୍ୟ ପୀଢିଙ୍କ ଜୀବନ ପ୍ରତି ବିପଦ ଆଣିପାରେ । ସେଥିପାଇଁ ଏଇ ନିକଟରେ ସ୍କୁଲ ପିଲାଙ୍କ ଲାଗି ମୋବାଇଲ ବ୍ଯାନ କରିଛି ଅଷ୍ଟ୍ରେଲିଆ ।

ବାଂଲାଦେଶୀ ନେତାଙ୍କୁ ମମତାଙ୍କ ଜବାବ: ତୁମେ ବଙ୍ଗଳା, ବିହାର ଓ ଓଡ଼ିଶା ନେବ ତ’ ଆମେ କ’ଣ ଲଲିପପ୍ ଖାଇବାକୁ ବସିଛୁ ?

କୋଲକାତା: ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାକୁ ନିଜ ଦେଶରେ ମିଶାଇବା ନେଇ ବଂଲାଦେଶୀ ନେତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟୁ ଜବାବ । କହିଲେ, ତୁମେ ବଙ୍ଗଲା, ବିହାର ଓ ଓଡ଼ିଶା ନେଇଗଲେ ଆମେ କ’ଣ ବସି ଲଲିପପ ଖାଇବୁ । ବାଂଲାଦେଶର ବିଏନପି ପାର୍ଟିର ସାଧାରଣ ସମ୍ପାଦକ ରୁହଲ କବିର ରିଜଓ୍ବିଙ୍କ ବୟାନର ପାଲଟା ଜବାବ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ମମତା ।

ରବିବାର ରିଜଓ୍ବି ଭାରତ ବିରୋଧୀ ମନ୍ତ୍ରବ୍ୟ ଦେଇ କହିଥିଲେ, ଯଦି ଭାରତ ଚଟଗାଓଁ ମାଗିବ ତେବେ ଆମେ ବଙ୍ଗଳା, ବିହାର ଓ ପଶ୍ଚିମବଙ୍ଗ ଫେରାଇ ନେବୁ । ପଶ୍ଚିମବଙ୍ଗ ବିଧାନସଭାରେ ବାଂଲାଦେଶ ସ୍ଥିତି ଉପରେ ଜବାବ ଦେଇ ମମତା କହିଥିଲେ, ଆମେ ଭାରତର ନାଗରିକ । ଯଦି ବଙ୍ଗଳା, ବିହାର ଓ ଓଡ଼ିଶା ନେବାକୁ ତୁମର ସାହସ ଅଛି ତେବେ କ’ଣ ଆମେ ଏଠି ଲଲିପପ୍ ଖାଇବାକୁ ବସିଛୁ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଅଧିକାରୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚର ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ପ୍ରତିବାଦରେ ହେଉଥିବା ବିରୋଧ ପ୍ରଦର୍ଶନର ସେ ନେତୃତ୍ବ ନେଉଛନ୍ତି । ଯାହାକୁ ପଶ୍ଚିମବଙ୍ଗର ବିଭିନ୍ନ ସମ୍ପ୍ରଦାୟଙ୍କ ସମର୍ଥନ ମିଳୁଛି ଓ ଏହାସହ ବିଜେପି ପ୍ରତି ମଧ୍ୟ ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ବିଜେପିର ଏହି ଅଭିଯାନକୁ ଚେକ୍ ମେଣ୍ଟ ଦେବାକୁ ମମତା ଏମିତି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି ।

ବାଂଲାଦେଶୀ ନେତାଙ୍କ ଭାରତ ବିରୋଧୀ ବୟାନବାଜିକୁ ନେଇ ମମତା ରାଜ୍ୟବାସୀଙ୍କୁ କହିଛନ୍ତି ଶାନ୍ତ ଓ ସ୍ଥିର ରୁହନ୍ତୁ ଏବଂ ମାନସିକ ଶାନ୍ତି ବଜାଇ ରଖନ୍ତୁ । ବାଂଲାଦେଶୀ ନେତାଙ୍କ ଏପରି ମନ୍ତବ୍ୟରେ ପ୍ରଭାବିତ ହୁଅନ୍ତୁ ନାହିଁ । ଏହାସହ ସେ କହିଛନ୍ତି, ଆମ ରାଜ୍ୟର ଇମାମାମାନେ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚରକୁ ନିନ୍ଦା କରିଛନ୍ତି ।

ମମତା ଆଗକୁ କହିଥିଲେ, ପଶ୍ଚିମବଙ୍ଗ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ସବୁ ସମ୍ପ୍ରଦାୟର ଲୋକେ ମିଶି ବାଂଲାଦେଶ ସ୍ଥିତି ଉପରେ ବିରୋଧ ପ୍ରଦର୍ଶନ କରିଥିଲେ । ବିପକ୍ଷଙ୍କୁ ଟାର୍ଗେଟ କରିବା ଆଳରେ ମମତା କହିଥିଲେ, ଏମିତି କିଛି କରନ୍ତୁ ନାହିଁ, ଯାହାଦ୍ବାରା ପଶ୍ଚିମବଙ୍ଗର ସ୍ଥିତି ବିଗିଡ଼ି ଯିବ । ଏହାସହ ବାଂଲାଦେଶ ଉପରେ କିଛି ଖବର ପ୍ରସାରଣ କରିବା ବେଳେ ଦାୟିତ୍ବବାନ ଭାବେ ପ୍ରସାରଣ କରିବାକୁ ଗଣମାଧ୍ୟମକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସେ ଉତ୍ତର ପ୍ରଦେଶ କଥା ଉଠାଇ ଗଣମାଧ୍ୟମକୁ କହିଥିଲେ, ଏହା ୟୁପି ନୁହେଁ, ଆମେ ତୁମ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଦେବୁ । ହେଲେ ପଶ୍ଚିମବଙ୍ଗ ଓ ଏହାର ଲୋକଙ୍କ ହିତ ପାଇଁ କାମ କରନ୍ତୁ । ଆମ ଦଳ ବୈଦେଶିକ ମନ୍ତ୍ରାଳୟର ନିର୍ଦ୍ଦେଶକୁ ପାଳନ କରିବ । ଆମ ବୈଦେଶିକ ସଚିବ ବାଂଲାଦେଶରେ ଆଲୋଚନା କରୁଛନ୍ତି । ଆମକୁ ଆବଶ୍ୟକଠାରୁ ଅଧିକ କହିବା ଉଚିତ ନୁହେଁ । ଆମକୁ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ଆମେମାନେ ଦାୟିତ୍ବବାନ ନାଗରିକ ଓ ଏକଜୁଟ ହୋଇ ଅଛନ୍ତି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ସଂଜୟ ମାଲହୋତ୍ରା

ନୂଆଦିଲ୍ଲୀ:  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ସଂଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୯୦ ବ୍ୟାଚର ଆଇଏଏସ୍ ହେଉଛନ୍ତି ସଂଜୟ । କେନ୍ଦ୍ର କ୍ୟାବିନେଟ୍ ସଂଜୟଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ସେ ରାଜଶ୍ୱ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଆଗାମୀ ତିନି ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ସେ କାମ କରିବେ ।

ଡିସେମ୍ବର ୧୦ ତାରିଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସଂଜୟ ମାଲହୋତ୍ରା ଦେଶର ୨୬ତମ ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ନଭେମ୍ବର ୨୦୨୦ରେ ସଂଜୟ ଆରଇସିର ଚେୟାରମ୍ୟାନ ଏବଂ ଏମଡି ହୋଇଥିଲେ । ଏହାପୂର୍ବରୁ ସେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ କାମ କରିଥିଲେ ।

ସଂଜୟ ନିଜ ଇଂଜିନିୟରିଂ ଡିଗ୍ରୀ ଆଇଆଇଟି କାନପୁରରୁ ହାସଲ କରିଥିଲେ । ପ୍ରିନ୍ସଟୋନ ୟୁନିର୍ଭସିଟିରୁ ମାଷ୍ଟର ଡିଗ୍ରୀ ପାଇଥିଲେ । ଗତ ୩୦ ବର୍ଷ ମଧ୍ୟରେ ସେ ଶକ୍ତି, ଫାଇନାନ୍ସ, ଟ୍ୟାକ୍ସନ, ଆଇଟି ଓ ମାଇନ୍ସ ଭଳି ବିଭାଗରେ ନିଜ ସେବା ଦେଇଛନ୍ତି ।

ରାଜଧାନୀରେ ସିବିଆଇ ଚଢ଼ାଉ ଘଟଣା, ସିଲ୍ ହେଲା ADIPL ଅଫିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ଼ ଘଟଣା । ADIPL ଅଫିସ ସିଲ୍ କଲା ସିବିଆଇ । ଗିରଫ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ଅଫିସ୍ ସିଲ କରିଛି ତଦନ୍ତକାରୀ ସଂସ୍ଥା । ରିମାଣ୍ଡର ପ୍ରଥମ ଦିନରେ ସିବିଆଇର ଏହି ଆକ୍ସନ ଦେଖିବାକୁ ମିଳିଛି । ଲକର ଖୋଲିବା ପରେ ସିବିଆଇ ହାତରେ ଲାଗିଛି ସାଙ୍ଘାତିକ ସୁରାକ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ୍ କରିଛି ସିବିଆଇ ।

ଏହାସହ ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ । ଗତକାଲି ଲାଞ୍ଚ ଘଟଣାରେ ଦେବଦତ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । କୋର୍ଟରେ ହାଜର ପରେ ସମସ୍ତଙ୍କୁ ରିମାଣ୍ଡରେ ନେବାକୁ ଅପିଲ କରିଥିଲା ସିବିଆଇ ।

ଗତକାଲି ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, ବ୍ରିଜ ଆଣ୍ଡ ରୁଫ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଓ ଅନ୍ୟ ଜଣେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଥିଲା । ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ । ଦେବଦତ୍ତଙ୍କ ଘରୁ ରେଡ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା । ବ୍ୟାଙ୍କ ଲକର ଓ ଘରେ ରେଡ୍ ବେଳେ ଆଲମିରାରୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ସାରା ଦେଶରେ କମ୍ପାନୀ ଉପରେ ହେଉଛି ରେଡ୍ । ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଥିଲା ଅତର୍କିତ ଚଢ଼ାଉ । ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା ।

ବୃଦ୍ଧ ମାଲିକଙ୍କ ଶବକୁ ଜଗିଛି ପୋଷ କୁକୁର, କାହାରିଙ୍କୁ ପୂରାଇ ଦେଉନି ପାଖ

ଅନୁଗୁଳ: ମାଲିକ ଓ ପାଳିତ କୁକୁରର ସମ୍ପର୍କ । ମାଲିକଙ୍କ ମୃତ୍ୟୁ ପରେ ବି ପାଖ ଛାଡୁନି ତାଙ୍କ ପୋଷା କୁକୁର । ଶବ ପାଖରେ ଜଗ ରହିଛି । ଯିଏ ପାଖକୁ ଯାଉଛନ୍ତି ଭୁକିବା ସହ କାମୁଡ଼ି ଗୋଡାଉଛି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ । ଏଠାରେ ଜଣେ ବୃଦ୍ଧଙ୍କ ଶରୀର ଏକ ଗଛରେ ଛୁଲୁଛି । ଆଉ ତଳେ ବୃଦ୍ଧଙ୍କ ଶବକୁ ଜଗି ବସିଛି ତାଙ୍କ ପୋଷା କୁକୁର । ଯାହା ସମସ୍ତଙ୍କୁ ଚକିତ କରିଛି ।

ଅନୁଗୁଳ ରାଣୀଗୋଡ଼ା ଗାଁର ଏ ଘଟଣା ଘଟିଛି । ରାଣୀଗୋଡ଼ାର ମଣିଆ ବେହେରା ଗାଁ ପୋଖରୀ ହୁଡାରେ ଗାଈ ପାଳନ କରି ଦୁଗ୍ଧ ବ୍ୟବସାୟ କରି ଆସୁଥିଲେ । କିଛିଦିନ ତଳେ ପୋଖରୀ ନିଲାମ ହୋଇଥିଲା । ନିଲାମଧାରୀ ବଦଳିବା ପରେ ନୂଆଁ ନିଲାମଧାରୀ ସେଠାରୁ ଗାଈଗୋରୁ ବାହାର କରିବାକୁ ଧମକ ଦେବା ସହ ମଣିଆଙ୍କୁ ଅନେକ ସମୟରେ ଗାଳି ଗୁଲଜ କରୁଥିଲେ ।

ଆଜି ସକାଳୁ ମଣିଆଙ୍କ ମୃତଦେହ ପୋଖରୀ ହୁଡାରେ ଥିବା ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପ୍ରଚାର ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ସେହି ସମୟରେ ମଣିଆଙ୍କ ପୋଷା କୁକୁର ଝୁଲନ୍ତା ମୃତଦେହ ତଳେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ମୃତଦେହ ପାଖକୁ କେହି ଯିବାକୁ ଚେଷ୍ଟା କଲେ ତାକୁ କାମୁଡି ଗୋଡ଼ାଇଥିଲା । ଖବର ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ପୋଲିସକୁ ମଧ୍ୟ ପାଖକୁ ଯିବାକୁ ଦେଇ ନଥିଲା ପୋଷା କୁକୁରଟି ।