spot_img
Home Blog Page 1385

ରାତି ପାହିଲେ ମହାରାଷ୍ଟ୍ର ବିଧାନସଭା ପାଇଁ ମତଦାନ, ବୁଥ ମୁହାଁ ପୋଲିଂ ପାର୍ଟି

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧନସଭା ମତଦାନ । ସମସ୍ତ ୨୮୮ ଆସନରେ ହେଉଛି ମତଦାନ । ଏଥିପାଇଁ ପ୍ରସ୍ତୁତି ଏକ ପ୍ରଚାର ଚୂଡ଼ାନ୍ତି ହୋଇଛି । ବୁଥମୁହାଁ ହେଉଛନ୍ତି ପୋଲିଂ ପାର୍ଟି। ଇଭିଏମ୍ ଧରି ବୁଥରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ । ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ ।

ଏଥର ମହାୟୁତି ଓ ମହା ଅଗାଡ଼ି ମେଣ୍ଟରେ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଅଛି । ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ସଦସ୍ଯ ସଂଖ୍ଯା ରହିଛି ୨୦୨ । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି । ସେହିପରି ମହାବିକାଶ ଅଘାଡିର ସଦସ୍ଯ ସଂଖ୍ଯା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି ।

ରାଜ୍ଯର ମୋଟ ଭୋଟର ୯ କୋଟି ୬୩ ଲକ୍ଷ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ଯା ୪ କୋଟି ୯୭ ଲକ୍ଷ । ମହିଳା ଭୋଟରଙ୍କ ସଖ୍ଯା ୪ କୋଟି ୬୬ ଲକ୍ଷ । ଯୁବ ଭୋଟରଙ୍କ ସଂଖ୍ଯା ୧ କୋଟି ୮୫ ଲକ୍ଷ । ମୋଟ ପୋଲିଂ ଷ୍ଟେସନ ସଂଖ୍ଯା, ୧ ଲକ୍ଷ ୧୮୬ ।

ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିବା ସମ୍ଭାବନା ରହିଥିବାବେଳେ ପ୍ରତି ବିଧାନସଭା ମଣ୍ଡଳୀରେ ୮୦ ହଜାର ଲେଖାଏଁ ମହିଳା ଉପକୃତ ହେଉଛନ୍ତି । ସେପଟେ ଏମଭିଏ ପ୍ରତି ମୁସଲିମ ଭୋଟରଙ୍କ ରହିଛି ଅଧିକ ସମର୍ଥନ । ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ମହାୟୁତି ଓ ଏମଭିଏରେ ଚିନ୍ତା ବଢିଛି । ସମସ୍ତ ଆସନରେ ବିଦ୍ରୋହୀଙ୍କ ସଂଖ୍ଯା ଅଧିକ ଥିବା ଜଣାଯାଇଛି । ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ସଂଖ୍ଯା ମୋଟ ଜନସଂଖ୍ଯାର ୮ ପ୍ରତିଶତ ହୋଇଥିବାବେଳେ କେବଳ ମୁମ୍ବାଇରେ ପ୍ରବାସୀ ଲୋକଙ୍କ ସଂଖ୍ଯା ୪୩ ପ୍ରତିଶତ। ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ବହୁ ବୃହତ ଶିଳ୍ପ ସଂସ୍ଥା ମହାରାଷ୍ଟ୍ରରୁ ଗୁଜରାଟ ଚାଲିଯାଉଥିବାରୁ ଏହାକୁ ନେଇ ବଢିଛି ରାଜନୀତି । ମଇଦାନରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର । କିଏ ଜିତିବେ କିଏ ହାରିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ ।

ହେବିଓ୍ବେଟଙ୍କ ମଧ୍ୟରେ ଜୋରଦାର ଟକ୍କର

ଚଳିତ ନିର୍ବାଚନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ । ସେ କୋପରି ପଚପଖାଡ଼ି ଆସନରୁ ଲଢୁଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଶିବସେନା ୟୁବିଟିର କେଦାର ଦିଘେ । ୨୦୦୯ରୁ ୨୦୧୯ ଯାଏଁ ବିଜୟୀ ହୋଇଆସୁଛନ୍ତି ଏକନାଥ । ନାଗପୁର ଦକ୍ଷିଣ ପଶ୍ଚିମରୁ ଲଢୁଛନ୍ତି ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ପ୍ରଫୁଲ୍ଲ ଗୁଧାଦେ । ୨୦୦୯ରୁ ୨୦୧୯ ଯାଏଁ ବିଜୟୀ ହୋଇଆସୁଛନ୍ତି ଦେବେନ୍ଦ୍ର । ବହୁଚର୍ଚ୍ଚିତ ବାରମତିରୁ ଲଢୁଛନ୍ତି ଉପମୁଖ୍ଯମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଏନସିପି ଏସପିର ଯୁଗେନ୍ଦ୍ର ପାଓ୍ବାର । ଅଜିତ ପାଓ୍ବାରଙ୍କ ପୁତୁରା ହେଉଛନ୍ତି ଯୋଗେନ୍ଦ୍ର ପାଓ୍ବାର । ୧୯୯୧ରୁ ବାରମତିରୁ ବିଜୟୀ ହୋଇଆସୁଛନ୍ତି ଅଜିତ । ପ୍ରଥମେ କଂଗ୍ରେସରେ ଥିଲେ ଅଜିତ ପାଓ୍ବାର ।

ମନୋଜ ବିଗାଡ଼ିବେ ଖେଳ !

ମହାରାଷ୍ଟ୍ର ଫଳାଫଳକୁ ଓଲଟପାଲଟ କରିପାରନ୍ତି ସମାଜସେବୀ ମନୋଜ ଜାରାଙ୍ଗେ ପାଟିଲ । ମରାଠୀଙ୍କ ଲାଗି ସଂରକ୍ଷଣ ଦାବି କରିଆସୁଥିବା ମନୋଜଙ୍କୁ ନେଇ ଏବେ ମହାୟୁତିରେ ଚିନ୍ତା । ବିଭିନ୍ନ ଆସନରେ ଦେଇଥିବା ନିଜର ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ଲାଗି ନିଷ୍ପତ୍ତି ନେବା ପରେ ମହାୟୁତିରେ ଛନକା ପଶିଛି । ଗତ ଲୋକସଭା ନିର୍ବାଚନରେ ମନୋଜ ଫାକ୍ଟର ଲାଗି ମହାୟୁତି ସହିଥିଲା କ୍ଷତି । ଲୋକସଭା ନିର୍ବାଚନରେ ମନୋଜ ଏମଭିଏକୁ କରିଥିଲେ ଲାଭବାନ । ଚଳିତ ନିର୍ବାଚନରେ ସେ ୧୫ରୁ ୨୦ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ମରାଠାଓ୍ବାଡା ଅଞ୍ଚଳରେ ମହାୟୁତି କ୍ଷତି ସହିବାର କାରଣ ମନୋଜ । ମରାଠାଓ୍ବାଡା ଅଞ୍ଚଳର ୮ ଲୋକସଭା କ୍ଷେତ୍ରରେ ମନୋଜଙ୍କ ପ୍ରଭାବ ରହିଛି । ଲୋକସଭା ନିର୍ବାଚନରେ ମରାଠାଓ୍ବାଡା, ବିଦର୍ଭ ଓ ପଶ୍ଚିମ ମହାରାଷ୍ଟ୍ରରେ ମହାୟୁତିକୁ କ୍ଷତି ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମନୋଜ । ରାଜ୍ଯ ଜନସଂଖ୍ଯାର ପ୍ରାୟ ୩୩ ପ୍ରତିଶତ ହେଉଛନ୍ତି ମରାଠୀ । ମନୋଜ ସମର୍ଥିତ ପ୍ରାର୍ଥୀ ପ୍ରତ୍ଯାହାର ପରେ ଏମଭିଏକୁ ଲାଭ ଆଶା କରାଯାଉଛି । ମନୋଜଙ୍କ ପ୍ରାର୍ଥୀ ମରାଠୀ, ଦଳିତ, ମୁସଲିମ ଭୋଟ ହାତେଇଥାନ୍ତେ ଯାହା ଏମଭିଏକୁ କ୍ଷତି କରିଥାନ୍ତା । ମରାଠାଓ୍ବାଡା ଅଞ୍ଚଳରେ ୪୬ ଓ ପଶ୍ଚିମାଞ୍ଚଳରେ ରହିଛି ୭୦ ଆସନ । ଏହି ୧୧୬ ଆସନରେ ମନୋଜ ପାଟିଲଙ୍କ ଅଖଣ୍ଡ ପ୍ରଭାବ ରହିଛି ।

GSAT-20 ଉପଗ୍ରହ ଲଞ୍ଚ୍‌ ସଫଳ, ଏଣିକି ବିମାନ ଭିତରେ ମିଳିବ ଇଣ୍ଟରନେଟ୍‌

ନନ୍ଦିଘୋଷ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ଏଲନ ମସ୍କଙ୍କ ରକେଟ ଇସ୍ରୋର ଜିସ୍ୟାଟ୍‌ ୨୦ ସାଟେଲାଇଟକୁ ନେଇ ସଫଳତାର ସହ ଉତକ୍ଷେପଣ ହୋଇଛି  । ଏଲନ ମସ୍କଙ୍କ କମ୍ପାନୀ ସ୍ପେଶ ଏକ୍ସର ଫାଲ୍କନ ୯ ରକେଟ୍‌ ଭାରତର ଯୋଗାଯୋଗ ଉପଗ୍ରହ ଜିସ୍ୟାଟ ୨୦ର ସଫଳ ଲଞ୍ଚ୍‌ ହୋଇଛି  । ସହଜ ଇଣ୍ଟରନେଟ ସେବା ପାଇଁ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଜିସ୍ୟାଟ୍‌ ଏନ ୨ ଲକ୍ଷ୍ୟ ରଖିଛି ।

ଅପହଞ୍ଚ ଇଲାକାରେ ଡାଟା ଓ ଇଣ୍ଟରନେଟ ସେବା ପ୍ରଦାନ ସହ ଭାରତୀୟ ଉପମହାଦ୍ବୀପ (ଆଣ୍ଡାମାନ ନିକୋବର, ଲକ୍ଷାଦ୍ବୀପ) ରେ ଇଣ୍ଟରନେଟ ସେବା ମିଳିବା ବିମାନ ଭିତରେ ଇଣ୍ଟରନେଟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଜିସ୍ୟାଟ ଏନ ୨କୁ ଡିଜାଇନ କରାଯାଇଛି  । ଇସ୍ରୋର ମାର୍କ ୩ ଲଞ୍ଚ ବାହାନ ଜିଓ ଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟରେ ସର୍ବାଧିକ ୪ ହଜାର କିଲୋଗ୍ରାମ ଓଜନ ସମ୍ଭାଳିବାର କ୍ଷମତା ରଖୁଛି  । କିନ୍ତୁ ଏହି ଉପଗ୍ରହର ଓଜନ ୪ ହଜାର ୭୦୦ କିଲୋଗ୍ରାମ ଥିବାରୁ ସ୍ପେଶ ଏକ୍ସର ସାହାଯ୍ୟ ନେଇଛି ଇସ୍ରୋ  ।

 

ବର୍ତ୍ତମାନ ସୁଦ୍ଧା ଭାରତରେ ଅବତରଣ କରୁଥିବା ବିମାନକୁ ନିଜ ଇଣ୍ଟରନେଟ ସେବା ବନ୍ଦ କରିବାକୁ ପଡିଥାଏ  । କାରଣ ଭାରତ ପ୍ରଥମେ ଇନ୍‌ ଫ୍ଲାଇଟ କନେକ୍ଟିଭିଟିକୁ ଅନୁମତି ଦେଉନଥିଲା  । କିନ୍ତୁ ନିକଟରେ ନିୟମ ପରିବର୍ତ୍ତନ ପରେ ଭାରତୀୟ ବିମାନ କ୍ଷେତ୍ରରେ ଇନ ଫ୍ଲାଇଟ ଇଣ୍ଟରନେଟ ଆକ୍ସେସକୁ ଅନୁମତି ମିଳିଛି  । ନୂଆ ନିୟମ ଅନୁସାରେ ୩ ହଜାର ମିଟରରୁ ଅଧିକ ଉଚ୍ଚତାରେ ଉଡାଣ ଭରୁଥିବା ବିମାନକୁ ୱାଇଫାଇ ସେବାର ଅନୁମତି ମିଳିବ  । କିନ୍ତୁ ଉଡାଣ ବେଳେ ଇଲେକ୍ଟ୍ରୋନିକ ସାମଗ୍ରୀର ବ୍ୟବହାର କରିବାକୁ ଅନୁମତି ଥିଲେ ହିଁ ଏହି ସେବା ଉପଲବ୍ଧ ହେବ ।

ରାସନ ପାଇବାକୁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଲେ କନ୍ଧମାଳର ମହିଳା

ଭୁବନେଶ୍ବର: ଖାଲି ବାହାସ୍ଫୋଟ ମାରୁଛନ୍ତି ରାଜ୍ଯ ସରକାର । ସରକାର ଲୋକଙ୍କ ଦୁଃଖ ଶୁଣି ତତ୍କାଳ ନିଷ୍ପତ୍ତି ନେଉଛନ୍ତି ବୋଲି ଡିଣ୍ଡିମ ପିଟିଚାଲିଛନ୍ତି । ହେଲେ ଆଜି ମୁଖ୍ଯମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିରାଶ ହେଲେଣି କନ୍ଧମାଳର ଏହି ଦୁଇ ୫୫ ବର୍ଷୀୟା ମହିଳା ।

ରାସନ ପାଉନଥିବାରୁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ରାସନ ଦେବାକୁ ନିବେଦନ କରିଥାନ୍ତେ । ହେଲେ ସେମାନେ ଦୁଃଖ ଶୁଣାଇ ପାରୁନାହାଁନ୍ତି । ରାସନ ନପାଇଲେ ଆମ୍ବ ଟାକୁଆ ଖାଇବାକୁ ସେମାନେ ବାଧ୍ଯ ହେଉଛନ୍ତି । ବହୁ କଷ୍ଟରେ ସେମାନେ ବାରମ୍ବାର ରାଜଧାନୀ ଆସୁଥିଲେ ସୁଦ୍ଧା ସେମାନେ ସରକାରଙ୍କ ପାଖରେ ଗୁହାରୀ ଜଣାଇପାରୁନାହାଁନ୍ତି । ସରକାର ରାସନ ଦେଲେ ଦୁଇ ଓଳି ସେମାନେ ଖାଇବାକୁ ପାଇ ପାରିବେ ଓ ସେମାନଙ୍କ ଜୀବନ ବଞ୍ଚିଯିବ ବୋଲି କହିଛନ୍ତି ଦୁଇ ମହିଳା ।

 

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ

ଢେଙ୍କାନାଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା। ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ରେଡ ବେଳେ ତାଙ୍କଠାରୁ ଜବତ ହୋଇଥିଲା ବିପୁଳ ସମ୍ପତ୍ତି। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୦ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଭଦ୍ରକସ୍ଥିତ ପୈତୃକ ବାସଭବନ ସମେତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବରର ଗୋଟିଏ ଜାଗାରେ ହୋଇଥିଲା ରେଡ ।

ଭୁବନେଶ୍ଵର ଝାରପଡ଼ାରେ ଏକ ନିର୍ମାଣାଧିନ ତିନି ମହଲା କୋଠା, ଝାରପଡ଼ାରେ ଆଉ ଏକ କୋଠା, ଭଦ୍ରକ କୁଆଁସରେ ତିନି ମହଲା କୋଠା ଥିବା ଜଣାପଡିଛି। ଭଦ୍ରକ ଗେଲପୁରରେ ଗୋଟିଏ ନିର୍ମାଣାଧିନ ଦୁଇ ମହଲା କୋଠା ରହିଛି । ଭଦ୍ରକ ଜିଲ୍ଲା କପାଗାରିଆ ଗାଁ ପୈତୃକ ବାସଭବନ ଓ ବରୁଣାଇ ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ସେହିଭିଳ ଭଦ୍ରକର ଯୋରାଗାଡିଆ ଏବଂ ମୟୂରଭଞ୍ଜରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।

ଶିଶୁପୁତ୍ରକୁ ମାରି ପୋତିଦେଲେ ବାପାମା’

କଟକ: ଶିଶୁପୁତ୍ରକୁ ମାରି ପୋତିଦେଲେ ନିଜ ମା ଓ ବାପା  । ଘଟଣା ଘଟିଛି ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ଆଦିବାସୀ ସାହିରେ  । ଗତକାଲି ରାତିରେ ବାପା ରାଜୁ ହେମ୍ବ୍ରମ ଓ ମା ସୋମ୍ବାରୀ ହେମ୍ବ୍ରମ ଖାଇ ପିଇ ସାରି ଶୋଇଥିଲେl ବିଳମ୍ବିତ ରାତିରେ ରାଜୁ ହେମ୍ବ୍ରମର ବନ୍ଧୁ ନିଶାସକ୍ତ ଅବସ୍ଥାରେ ଆସି ରାଜୁ ଘରେ ପହଞ୍ଚିବା ପରେ ରାଜୁ ଓ ତା ସ୍ତ୍ରୀ ତାଙ୍କ ସହ ମିଶି ମଦ ପିଇଥିଲେ ।

ପରେ ସେମାନଙ୍କୁ ଅତ୍ୟଧିକ ନିଶା ହେବାରୁ ଶିଶୁପୁତ୍ରଟି ଶୋଇଥିବା ଅବସ୍ଥାରେ ତା ଉପରେ ଚଢ଼ି ଯାଇଥିଲେ l ଶିଶୁପୁତ୍ର ଉପରେ ଚଢ଼ିଯିବା ଫଳରେ ଶିଶୁପୁତ୍ରଟିର ଘଟଣାସ୍ଥଳରେ ପ୍ରାଣ ଚାଲିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ l ଆଜି ଭୋରୁ ପରିବାର ଲୋକେ ଉଠି ଶିଶୁ ପୁତ୍ରକୁ ଉଠାଇବା ବେଳେ ଜାଣିବାକୁ ପାଇଥିଲେ ଶିଶୁପୁତ୍ରର ମୃତ୍ଯୁ ହୋଇଛି।

ପରେ ସେମାନେ ତରବରିଆ ଭାବରେ ତାକୁ ନେଇ ସ୍ଥାନୀୟ ଏକ ପରିତ୍ୟକ୍ତ ଜାଗାରେ ପୋତି ଦେଇଥିଲେ l ସ୍ଥାନୀୟ ଯୁବକ ଚୌଦ୍ଵାର ପୋଲିସ୍ କୁ ଖବର ଦେବାପରେ ପୋଲିସ ପହଞ୍ଚି ବାପାମାକୁ ଅଟକ ରଖିବା ସହ ଶିଶୁପୁତ୍ର ପୋତା ହୋଇଥିବା ସ୍ଥାନକୁ ପୋଲିସ ହେପାଜତରେ ରଖିଛି l ଶିଶୁପୁତ୍ରର ଶବକୁ ମାଟିରୁ ବାହାର କରାଯାଇ ବ୍ୟବଚ୍ଛେଦ ଲାଗି କଟକ ବଡ଼ ମେଡ଼ିକାଲକୁ ନିଆଯିବ ।

ଯୁବତୀଙ୍କ ସହ ନଜର ଆସିଲେ ଆତ୍ମଘୋଷିତ ବାବା, ଫଟୋ ଭାଇରାଲ

ଭୁବନେଶ୍ବର: ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ମାନବକୁ ଭଗବାନ ରୂପେ ପୂଜାର୍ଚ୍ଚନା ଘଟଣା। ଆତ୍ମଘୋଷିତ ବାବାଙ୍କ ଆସିଲା ନୂଆ ବିବାଦୀୟ ଫଟୋ। ଜଣେ ଯୁବତୀଙ୍କ ସହ ନଜର ଆସୁଛନ୍ତି ଯୁବ ବାବା। ଦାମି ଗାଡ଼ିରେ ଯୁବତୀଙ୍କୁ ଧରି ବୁଲୁଥିଲେ ବାବା। ପୂର୍ବରୁ ବାବାଙ୍କ ଦାମି ଗାଡ଼ିର ଫଟୋ ଆସିଥିଲା। ଏବେ ସେହି କୁନୀ କଳକୀ ଅବତାର ନେଇଥିବା ବାବାଙ୍କ ଆସିଛି ନୂଆ ଫଟୋ। ଆଉ ସେଠାରେ କେମିତି ଚାଲିଥିବା ପୂଜାର୍ଚ୍ଚନା ଏହାର ଭିଡିଓ ମଧ୍ୟ ଆସିଛି।

ଲୋକଙ୍କୁ ସମାଗମ କରି ଚାଲିଥିଲା ପୂଜାର୍ଚ୍ଚନା। ନିଜକୁ ଭଗବାନ କହି ଲୋକଙ୍କୁ ଭୂଆଁ ବୁଲାଉଥିବା ଏହି ବାବା ଯୁବତୀଙ୍କୁ ସାଥିରେ ନେଇ ବୁଲୁଥିଲେ। ଦାମୀ ଗାଡ଼ିରେ ଯୁବତୀଙ୍କୁ ନେଇ ମଉଜ କରୁଥିଲେ। ଏବେ ବାବାଙ୍କ ସେହି ଅସଲ ଫଟୋ ଆସିଛି। ଖଣ୍ଡଗିରିରେ ଥିବା ଏହି ଆଶ୍ରମ ସରକାରୀ ଜମିରେ ଛିଡା ହୋଇଥିବା ଜଣାପଡିଛି। ଶୂନ ଦଶମିକ ୧୪୦ ଡିସିମିଲ୍ ସରକାରୀ ଜମି ଅକ୍ତିଆର କରିଛି ଆଶ୍ରମ। ମାପଚୂପ ପରେ ମାଷ୍ଟରମାଇଣ୍ଡ ପାଣ୍ଡବ ପରିଡା ଫେରାର୍ ହୋଇଯାଇଛି।

ଖଣ୍ଡଗିରି ବାରି ଅଞ୍ଚଳରେ ରହୁଥିବା ଭଡା ଘରୁ ପତିପତ୍ନୀ ଫେରାର ହୋଇଯାଇଛନ୍ତି। ଆଶ୍ରମକୁ ଜଗି ରହିଛନ୍ତି ପୋଲିସ। ଖୁବଶୀଘ୍ର ଆଶ୍ରମ ଉଛେଦ କରିପାରେ ପ୍ରଶାସନ। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଏ ଏବଂ ଜିଏ ବିଭାଗ କରିଥିଲା ମାପଚୂପ। ଦୁଇଟି ପ୍ଳଟର ୦.୧୪୦ ଡିସିମିଲ୍ ସରକାରୀ ଜମିରେ ଆଶ୍ରମ ହୋଇଥିବା ଜଣାପଡିଛି।

 

ମହଙ୍ଗା ପଡିଲା ଗୋଆ ଟ୍ରିପ୍‌, ମୋବାଇଲ ବିକି ହୋଟେଲ ବିଲ୍‌ ଦେଲେ ବିକ୍ରାନ୍ତ

ମୁମ୍ବାଇ: ଫିଲ୍ମରେ ସୁନ୍ଦର ଲୋକେସନ୍‌ ଦେଖି ବହୁତ ଜଣ ସେହି ସ୍ଥାନକୁ ଯିବା ପାଇଁ ମନ ବଳାଇଥାନ୍ତି  । ୟଶ ଚୋପ୍ରାଙ୍କ ଫିଲ୍ମ ସୁନ୍ଦର ସ୍ବିଜରଲ୍ୟାଣ୍ଡକୁ ଦେଖି ଅଧିକାଂଶ ଦର୍ଶକ ସେଠାକୁ ଯିବା ପାଇଁ ଯୋଜନା କରିଥାନ୍ତି ତ ପୁଣି କିଏ ସେଠାକୁ ଯାଇଥାନ୍ତି  । ଠିକ୍‌ ସେହିପରି ଫରହାନ ଅଖତରଙ୍କ ଦିଲ୍‌ ଚାହତା ହୈ ଫିଲ୍ମ ଦେଖି ଗୋଆ ବିଚ୍‌ରେ ବୁଲିବାକୁ ଯୋଜନା କରିଥିଲେ ବିକ୍ରାନ୍ତ ମେସି  । ସାଙ୍ଗ ମାନଙ୍କ ସହ ଗୋଆ ବୁଲି ଯାଇଥିଲେ ବିକ୍ରାନ୍ତ  । କିନ୍ତୁ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବିକ୍ରାନ୍ତ  ।

ନିକଟରେ ଏକ ସାକ୍ଷାତକାରରେ ଗୋଆ ଟ୍ରିପ୍‌କୁ ନେଇ ଖୁଲାସା କରିଛନ୍ତି ଅଭିନେତା  । ସେ କହିଛନ୍ତି କ୍ୟାରିଅର ଆରମ୍ଭ କରିବାର କିଛି ଦିନ ମଧ୍ୟରେ ସାଙ୍ଗ ମାନଙ୍କ ସହ ସେ ଗୋଆ ଯାଇଥିଲେ  । ଏକ ଭଲଭୋ ବସ୍‌ରେ ମାତ୍ର ୫ ହଜାର ଟଙ୍କା ନେଇ ଗୋଆ ବାହାରିଥିଲେ ମେସି  ।

ସେ କହିଛନ୍ତି ‘ସ୍ବଳ୍ପ ରୋଜଗାର ମଧ୍ୟରେ ଟ୍ରିପ୍‌ ଖର୍ଚ୍ଚ ସେୟାରିଂ ହେଉଥିଲା  । କିନ୍ତୁ ହୋଟେଲରୁ ଚେକ୍‌ ଆଉଟ୍‌ କରିବା ଦିନ ହି ନେଇଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା  । ହୋଟେଲ ବିଲ୍‌ ଦେବା ପାଇଁ କାହା ପାଖରେ ଆଉ ଟଙ୍କା ଟିଏ ନଥିଲା  । ଏଣୁ ବାଧ୍ୟ ହୋଇ ବିକ୍ରାନ୍ତ ନିଜ ମୋବାଇଲ ବିକି ହୋଟେଲର ବିଲ୍‌ ଦେଇଥିଲେ’  । ଏହାପରେ ସେହି ବଳକା ଟଙ୍କାରେ ସେ ଟିକେଟ କରି ଘରକୁ ଫେରିଥିଲେ  ।

ଶିବ ମନ୍ଦିରରେ ଚାଲିଥିଲା ନିକ୍‌ହା, ହିନ୍ଦୁ ସଙ୍ଗଠନ ପହଞ୍ଚିବା ପରେ ବରକନ୍ୟା ଗାଏବ

ଗାଜିଆବାଦ:  ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଶିବ ମନ୍ଦିରରେ ଉତ୍ତେଜନା  ।  ଏଠାରେ ଜଣେ ମୁସଲମାନ ଦମ୍ପତି ବିବାହ କରୁଥିବାବେଳେ ଧରାପଡିଛନ୍ତି। ଏହି ଘଟଣା ଜଣା ପଡିବା ପରେ ହିନ୍ଦୁ ସଂଗଠନ ଗୁଡ଼ିକ ମନ୍ଦିରରେ ବିରୋଧ ପ୍ରଦର୍ଶନ କରିଛନ୍ତି  । ଘଟଣାର ତଦନ୍ତ ଦାବି ହୋଇଛି। ମାମଲା ମୋଦିନାଗରର ଗୋବିନ୍ଦପୁରୀ ଅଞ୍ଚଳରେ ଘଟିଛି। ଏଠାରେ ଶିବ ଶକ୍ତି ଧାମ ମନ୍ଦିର ପରିସରରେ ନିର୍ମିତ ଧର୍ମଶାଲାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। କେବଳ ଏତିକି ନୁହେଁ, ଶବନମ୍‌ ନାମକ ଜଣେ ମହିଳାଙ୍କ ନାମରେ ଥିବା ଏହି ବିବାହ ପାଇଁ ମନ୍ଦିର କମିଟି ୪୨୦୦ ଟଙ୍କା ରସିଦ କାଟିଛି ।

ମୌଲବୀ ସାହେବ ନିକ୍‌ହା କରୁଥିବାବେଳେ ବର ସମେତ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। ହିନ୍ଦୁ ସଙ୍ଗଠନ ସେଠାରେ ପହଞ୍ଚି ଉତ୍ତେଜନା ପ୍ରକାଶ ପାଇବାରୁ ମନ୍ଦିରରେ ଉପସ୍ଥିତ ଅନ୍ୟ ଭକ୍ତମାନେ ମଧ୍ୟ ସେଠାରୁ ଚାଲିଯାଇଥିଲେ । ସେପଟେ ବିବାହ ପାଇଁ ମନ୍ଦିରରେ ପହଞ୍ଚିଥିବା ଏହି ଦମ୍ପତି ଅଚାନକ ଗାଏବ ହୋଇଯାଇଥିଲେ ।

ଏହି ବିବାହ ସମାରୋହର କିଛି ଫଟୋ ଏବଂ ଭିଡିଓ (ହିନ୍ଦୁ ମନ୍ଦିରରେ ମୁସଲିମ ଦମ୍ପତିଙ୍କ ନିକ୍‌ହା) ମଧ୍ୟ ସାମ୍ନାକୁ ଆସିଛି। ମୁସଲିମ ସମ୍ପ୍ରଦାୟର ଲୋକେ ମନ୍ଦିରର କୋଠରୀ ସମ୍ମୁଖରେ ବସିଛନ୍ତି, ଯେଉଁଠାରେ ବିବାହ ସମାରୋହ ଶେଷ ହେବା ପରେ ବିବାହ ସାମଗ୍ରୀ ଏକ ଗାଡିରେ ଭର୍ତ୍ତି କରାଯାଉଥିବା ଭିଡିୋରେ ଦେଖିବାକୁ ମିଳିଛି  ।

ହିନ୍ଦୁ ଯୁବ ବାହିନୀ ଏନେଇ ଥାନାରେ ମାମଲା ରୁଜୁ କରିଛି  । ମୁସଲମାନ ଦମ୍ପତିଙ୍କ ବିବାହ ହିନ୍ଦୁ ଧର୍ମର ଲୋକଙ୍କ ଭାବନାକୁ ଆଘାତ ଦେଇଛି ବୋଲି ସଙ୍ଗଠନ କହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସପି  ।

 

ନାସା ସାଟେଲାଇଟକୁ ଚକମା ଦେଇ ପଞ୍ଜାବ ଚାଷୀ ଜାଳୁଛନ୍ତି ନଡ଼ା

ନୂଆଦିଲ୍ଲୀ: ନାସା ସେଟଲାଇଟକୁ ଚକମା ଦେଇ ପାଳ ଜଳାଉଛନ୍ତି ଚାଷୀ  । ନାସା ବୈଜ୍ଞାନିକ ଦାବି କରିଛନ୍ତି ଯେ ପାଳ ଜଳାଇବା ପାଇଁ ଚାଷୀ ପୋଖରଣ ପ୍ଲାନ୍‌ର ବ୍ୟବହାର କରୁଛନ୍ତି  । ଯାହାକି ଅତ୍ୟନ୍ତ ଲଜ୍ୟାଜନ୍ନକ  । ରାଜଧାନୀ ଦିଲ୍ଲୀ ପାଲଟିଛି ଗ୍ୟାସ ଚାମ୍ବର  । ଏଭଳି ସାଙ୍ଘାତିକ ସ୍ଥିତିର କାରଣ ପାଳ ଜଳାଇବା ପାଲଟିଛି  । ବୈଜ୍ଞାନିକ ଏକ ଖୁଲାସା କରିଛନ୍ତି ଯେ ଚାଷୀ ମାନେ ନଡା ଜଳାଇବାର ସମୟ ବଦଳାଇ ଦେଇଛନ୍ତି  । ଯାହାଦ୍ବାରା ସେଟଲାଇଟ ଜରିଆରେ ନିଆଁର ଚିହ୍ନବର୍ଣ୍ଣ ଦିଶିବ ନାହିଁ  ।

ଜଣେ ବୈଜ୍ଞାନିକଙ୍କ କହିବାନୁସାରେ ନାସାର ସେଟଲାଇଟ ଦ୍ବିପ୍ରହର ସାଢେ ୧ଟାରୁ ୨ଟା ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅତିକ୍ରମ କରିଥାଏ  । ଚାଷୀ ସମ୍ଭବତଃ ସାଟେଲାଇଟ ଯିବା ପରେ ନଡା ଜଳାଉଛନ୍ତି  । କାରଣ କୋରିଆ ସାଟେଲାଇଟ GEO KOMPSAT-2A ସାଟେଲାଇଟ ପ୍ରତି ୧୦ ମିନିଟରେ ଡାଟା ରେକର୍ଡ କରିଥାଏ । ଏହି ସାଟେଲାଇଟରୁ ଦ୍ବିପ୍ରହର ପରେ ନଡା ଜଳାଯାଉଥିବା ଘଟଣା ଅତ୍ୟଧିକ ଦେଖିବାକୁ ମିଳିଛି  ।

ବୈଜ୍ଞାନିକଙ୍କ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଅଧିକାରୀ  । ପଞ୍ଜାବ ରିମୋଟ ସେସିଙ୍ଗ ସେଣ୍ଟର ଇସ୍ରୋ ଓ ନାସା ସାଟେଲାଇଟର ବ୍ୟବହାର କରି ନଡା ଜଳାଇବା ଘଟଣାକୁ ରେକର୍ଡ କରିଥାଏ  । ସାଟେଲାଇଟରୁ ବଞ୍ଚିବା ଅଭିଯୋଗ ବୈଜ୍ଞାନିକଙ୍କ କଳ୍ପନା ବୋଲି କହିଛନ୍ତି ଅଧିକାରୀ  । ସେପଟେ ସନ୍ଧ୍ୟା ୪ଟା ପରେ ନଡା ଜାଳିବାକୁ ପ୍ରଶାସନ କହୁଥିବା ଦାବି କରିଛନ୍ତି  ।

ଜଳିଗଲା ଗୋରୁ ବୋଝେଇ ପିକ୍‌ଅପ୍‌, ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ

ଉଦଳା: ବେଆଇନ ଗୋରୁ ଚାଲାଣ ବେଳେ ରାସ୍ତା କଡ଼କୁ ଓଲଟିଲା ପିକଅପ। ହୁତୁହୁତୁ ହୋଇ ରାସ୍ତା କଡରେ ଜଳିଗଲା ଗାଡି। କପ୍ତିପଦା ଥାନା ପୋଡାଡିହା ଛକରେ ଘଟିଛି ଦୁର୍ଘଟଣା। ଠାକୁରମୁଣ୍ଡା ଅଞ୍ଚଳରୁ ରାତିରେ ଗୋରୁ ଚୋରା ଚାଲାଣ ହେଉଥିଲା। ଗାଡ଼ିରେ ଥିଲେ ୮ ଗୋରୁ।

ପିକଅପ ଜଳିବା ଫଳରେ ଗାଡ଼ିରେ ଥିବା ୮ ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଛି। ଅର୍ଦ୍ଧଦଗ୍ଧ ୭ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପିକଅପଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋ ମାଫିଆମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ ଫେରାର ହୋଇଯାଇଛନ୍ତି। ଏହାସହ ମୃତ ଗୋରୁ କୁ ଗାତ ଖୋଳି ପୋତି ଦେଇ ଚାଲିଯାଇଛନ୍ତି।