spot_img
Home Blog Page 1384

ଚେତା ଫେରିବା ପରେ ଡାକ୍ତରଙ୍କୁ ଏମିତି କିଛି ପଚାରିଲେ ସୈଫ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ଗୁରୁବାର ତାଙ୍କୁ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ଧରାପଡିଛି। ପୋଲିସ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି। ଏଥିରେ କରୀନା କପୁର ଏବଂ ତାଙ୍କ ଚାକରାଣୀ ଲିମା, ଗୀତା, ଜୈନ, ତିନିଜଣ ପୁରୁଷ ଚାକର ଏବଂ ସଦଗୁରୁ ସୋସାଇଟିର ତିନି ଜଣ ରାକ୍ଷୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ସୋସାଇଟିର ତିନିଜଣ ସଦସ୍ୟଙ୍କ ଅନ୍ୟମାନେ ଏଥିରେ ସାମିଲ ହୋଇଛନ୍ତି।  ସୈଫ ଅଲ୍ଲୀ ଖାନଙ୍କୁ ମେଡିକାଲର ଏକ ସ୍ୱତନ୍ତ୍ର ସୁଇଟ୍ ରୁମରେ ଭର୍ତ୍ତି କରାଯାଇଛି ।  ତାଙ୍କୁ ପାଞ୍ଚଜଣ ଡାକ୍ତରଙ୍କ ଟିମ୍ ଚିକିତ୍ସା କରୁଛନ୍ତି।

୧୬ ଜାନୁଆରୀ ରାତିରେ ଅପରେସନ୍ ହେବାର କିଛି ଘଣ୍ଟା ପରେ ଯେତେବେଳେ ସୈଫ ଅଲ୍ଲୀ ଖାନ ଚେତା ଫେରି ପାଇଲେ, ସେତେବେଳେ ସେ ତାଙ୍କ ପରିବାର ବିଷୟରେ ପ୍ରଥମେ ପଚାରିଥିଲେ। ତାଙ୍କର ସୁସ୍ଥତା ବିଷୟରେ ପଚାରିଥିଲେ | ସୈଫ ତାଙ୍କ କର୍ମଚାରୀ, ପତ୍ନୀ କରୀନା କପୁର ଏବଂ ଦୁଇ ସନ୍ତାନ ତୈମୁର ଏବଂ ଜୟଙ୍କ ବିଷୟରେ ପଚାରିଥିଲେ।

ଏଥି ସହିତ, ସୈଫ ଡକ୍ଟରଙ୍କୁ ପଚାରିଥିଲେ ଯେ ସେ ଭଲରେ ଅଛନ୍ତି କି? ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ ସେ ଜିମ୍ ଯାଇପାରିବେ କିମ୍ବା ହାଲୁକା ବ୍ୟାୟାମ କରିପାରିବେ କି? ହେଫ୍ ବ୍ଲେଡ୍ ତାଙ୍କ ପିଠିରେ ପ୍ରବେଶ କରି ଏହାକୁ ଭାଙ୍ଗି ଦେଇଥିବାରୁ ସେ ବର୍ତ୍ତମାନ ଶୁଟିଂ ପାରିବେ କି ବୋଲି ସୈଫ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ ମୁଁ କସମେଟିକ୍ ସର୍ଜରୀ କରିଛି କି ? କେତେ ରକ୍ତ ନଷ୍ଟ ହୋଇଥିବ ? ଅଭିଯୁକ୍ତ ଧରାପଡିଥିଲେ କି?

ସେଫଙ୍କୁ ଡାକ୍ତର ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଆରାମରେ ରହିବା ଉଚିତ୍। ତୁମର ଅସ୍ତ୍ରୋପଚାର ସଫଳ ହୋଇଛି  । ଆପଣ କିଛି ସପ୍ତାହ ପରେ ବ୍ୟାୟାମ ମଧ୍ୟ କରିପାରିବେ  । ଆପଣ ଏକ ମାସ ପରେ ଜଗିଂ, ସାଇକେଲ ଚଲାଇବା ଏବଂ ପହଁରିବାରେ ସକ୍ଷମ ହେବେ  । ଶୁଟିଂରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ  । କେବଳ ଷ୍ଟଣ୍ଟ ସଟ କରିବା ଠାରୁ ଦୂରେଇ ରୁହନ୍ତୁ । ସୈଫ ଅଲ୍ଲୀ ଖାନ ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଲି, ତାଙ୍କ ବନ୍ଧୁ, ପତ୍ନୀ କରିନା, କରିସ୍ମା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବହୁତ କଥା ହୋଇଥିଲେ। ତେବେ ଡାକ୍ତରମାନେ ସୈଫଙ୍କୁ କମ୍ କଥା ହେବାକୁ ଏବଂ ଦୁଇ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ଏହି ଖେଳାଳି ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ୍ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଖୁବ୍ ଶୀଘ୍ର ଏହାର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଯାଉଛି । ସୋମବାର କୋଲକାତାର ଆରପିଏସଜି ହେଡ କ୍ୱାର୍ଟରରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହି ସିଜିନ ପାଇଁ ଦଳ ଏହାର ଅଧିନାୟକଙ୍କ ନାମ ରଖିବ। ଚଳିତ ବର୍ଷ ଆଇପିଏଲର ମେଗା ନିଲାମରେ ସବୁଠାରୁ ମହଙ୍ଗା ବିକ୍ରେତା ଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦଳର ଅଧିନାୟକ ହୋଇପାରନ୍ତି । ନଭେମ୍ବର ୨୦୨୪ ରେ ଅନୁଷ୍ଠିତ ନିଲାମରେ, ଏଲଏସଜି ୨୭କୋଟି ଟଙ୍କା ଦେଇ ପନ୍ତଙ୍କୁ ଦଳରେ ସାମିଲ କରିଛି ।

ଏକ ରିପୋର୍ଟ ଅନୁଯାୟୀ, ସୋମବାର ସାମ୍ବାଦିକ ସମ୍ମିଳନୀରେ ଫ୍ରାଞ୍ଚାଇଜ୍ ନୂତନ ଅଧିନାୟକ ଘୋଷଣା କରିବା ସହିତ ଦଳର ନୂତନ ଜର୍ସି ଉନ୍ମୋଚନ କରିପାରିବ । ଏହି ସମୟ ମଧ୍ୟରେ ଦଳର କିଛି ଖେଳାଳି ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି ।

ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆଇପିଏଲରେ ପ୍ରବେଶ କରିବା ପରଠାରୁ ତିନି ବର୍ଷ ପାଇଁ ଏଲଏସଜି ଦଳର ନେତୃତ୍ୱ ନେଇଥିଲେ । ଯେଉଁଠାରେ ପ୍ରଥମ ଦୁଇ ବର୍ଷରେ ଫ୍ରାଞ୍ଚାଇଜ୍ ଏହାକୁ ପ୍ଲେ ଅଫ୍ କରିବାରେ ସଫଳ ହୋଇଥିଲା । ତେବେ ଉଭୟ ଥର ଦଳ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇନଥିଲା ।

ଯଦି ଅଧିନାୟକ ହୁ୍ଅନ୍ତି, ତେବେ ପନ୍ତଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ଦଳ। ଏହାପୂର୍ବରୁ ସେ ଦିଲ୍ଲୀ କ୍ୟାପିଟଲ୍ସର ନେତୃତ୍ୱ ନେଇଥିଲେ । ତେବେ ଅଧିନାୟକ ସାମ୍ନାରେ ପନ୍ତ ସେତେଟା ସଫଳ ହୋଇନଥିଲେ। ଅଧିନାୟକ ସାମ୍ନାରେ ଅଧିକ ସଫଳତା ନ ପାଇ ସେ ମେଗା ନିଲାମକୁ ଯିବାକୁ ସ୍ଥିର କଲେ  ।

କୁମ୍ଭମେଳା ପାଇଁ ସ୍ପେଶାଲ ଟ୍ରେନ୍, ଏହି ଟ୍ରେନ୍ କେଉଁଠାରୁ ଚଳାଚଳ କରିବ ଜାଣନ୍ତୁ

ନୂଆଦିଲ୍ଲୀ :  କୁମ୍ଭମେଳା ୨୦୨୫ ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି  । କୋଟି କୋଟି ଶ୍ରଦ୍ଧାଳୁ ଗାଧୋଇବା ପାଇଁ ଯାଉଛନ୍ତି । ମହାକୁମ୍ ପାଇଁ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି। ପ୍ରତିଦିନ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି  । ଆଜି ମଧ୍ୟ ରେଳ ୪୯ ଟି ସ୍ୱତନ୍ତ୍ର ଟ୍ରେନର ତାଲିକା ପ୍ରକାଶ କରିଛି। । ରେଳବାଇର ଏହି ସ୍ୱତନ୍ତ୍ର ଟ୍ରେନ୍ କେଉଁଠାରୁ ଚଳାଚଳ କରିବ ଜାଣନ୍ତୁ |

ସ୍ୱତନ୍ତ୍ର ଟ୍ରେନର ତାଲିକା

ଟ୍ରେନ୍ ନମ୍ବର ୦୪୬୬୨, ଅମୃତସର ଜଙ୍କସନ- ଫଫାମାଉ, ସମୟ- ୨୦ : ୧୦

ଟ୍ରେନ୍ ନମ୍ବର ୦୪୮୧୧, ବାରମର୍-ବାରୁନି ଜଙ୍କସନ, ସମୟ- ୧୭ : ୩୦

ଟ୍ରେନ୍ ନମ୍ବର ୦୯୬୦୯, ଉଦୟପୁର ସହର-ଧାନବାଡ ଜଙ୍କସନ, ସମୟ- ୧୩ : ୦୦

ଟ୍ରେନ୍ ନମ୍ବର ୦୪୩୧୫ , ମୌଲା ଅଲି-ଗୟା ଜଙ୍କସନ, ସମୟ- ୧୭ :୫୦

ଟ୍ରେନ୍ ନମ୍ବର- ୦୭୭୧୧, ଟାଟାନଗର ଜଙ୍କସନ-ତୁଣ୍ଡଲା ଜଙ୍କସନ, ସମୟ-୨୦ : ୫୫

ଟ୍ରେନ୍ ନମ୍ବର- ୦୨୪୧୮, ଦିଲ୍ଲୀ ଜଙ୍କସନ-ସୁବେଦରଗଞ୍ଜ, ସମୟ- ୦୯ : ୩୦

ଟ୍ରେନ୍ ନମ୍ବର- ୦୪୦୬୫, ଫଫାମାଉ-ଦିଲ୍ଲୀ ଜଙ୍କସନ, ସମୟ- ୨୩ : ୩୦

ଟ୍ରେନ୍ ନମ୍ବର- 0୪୩୧୫, ଫଫାମାଉ -ଦେହରାଡୁନ୍, ସମୟ-୦୬ : ୩୦

ଟ୍ରେନ୍ ନମ୍ବର- 0୪୫୨୬, ବାଥିଣ୍ଡା ଜଙ୍କସନ-ଫାଫାମାଉ, ସମୟ- ୦୪ : ୩୦

ଟ୍ରେନ୍ ନମ୍ବର- ୦୩୦୩୨, ଭଣ୍ଡ-ହାୱରା, ସମୟ- ୦୩ : ୩୦

ଟ୍ରେନ୍ ନମ୍ବର- ୦୩୨୨୦, ପ୍ରୟାଗରାଜ-ପାଟନା, ସମୟ- ୨୨ : ୩୫

ଟ୍ରେନ୍ ନମ୍ବର- 0୩୬୯୦, ପ୍ରୟାଗରାଜ-ଗୟା, ସମୟ – ୧୧ : ୦୦

ଟ୍ରେନ୍ ନମ୍ବର- ୦୫୫୬୦, ତୁଣ୍ଡଲା-ସାହାରା, ସମୟ- ୧୧ : ୨୦

ଟ୍ରେନ୍ ନମ୍ବର- ୦୩୪୧୦, ପ୍ରୟାଗ ରାମବାଗ ମାଲଦା ଟାଉନ୍, ସମୟ- ୧୯ : ୧୫

ଟ୍ରେନ୍ ନମ୍ବର- ୦୩୨୧୯, ପାଟନା-ପ୍ରୟାଗରାଜ, ସମୟ- ୧୪ : ୨୫

ଟ୍ରେନ୍ ନମ୍ବର- ୦୩୬୮୯, ଗୟା-ପ୍ରୟାଗରାଜ, ସମୟ- ୦୨ : ୨୦

ଟ୍ରେନ୍ ନଂ- ୦୯୦୮୧, ଗୟା-ଭାପି, ସମୟ- ୨୨ : ୦୦

ଟ୍ରେନ୍ ନମ୍ବର- 0୬୬୦୩, ବିନା ମାଲକେଡି-କାଟନି ମୁଦୱାରା, ସମୟ- ୧୪ : ୦୦

ଟ୍ରେନ୍ ନମ୍ବର- ୦୮୫୬୨, ବିଶାଖାପାଟନମ୍-ଗୋରଖପୁର, ସମୟ- ୨୨ : ୨୦

ଭାରତୀୟ ରେଳ କୁମ୍ଭମେଳା ପୂର୍ବରୁ ଏବଂ ପରେ ପ୍ରାୟ ୧୩ ହଜାର ଟ୍ରେନ୍ ଘୋଷଣା କରିଛି। ଯେଉଁଥିରେ ୧୦ହଜାର ନିୟମିତ ଟ୍ରେନ୍ ଏବଂ ୩୦୦୦ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଏହି ଅବଧି ମଧ୍ୟରେ, ପ୍ରାୟ ୭୦୦ ଟ୍ରେନ୍ ଦୀର୍ଘ ଦୂରତା ସ୍ବତନ୍ତ୍ର ଟ୍ରେନ୍ । ଏହା ବ୍ୟତୀତ, ୧୮୦୦ ଟ୍ରେନ୍ ସ୍ୱଳ୍ପ ଦୂରତା (୨୦୦-୩୦୦ କିଲୋମିଟର ଦୂରତା) ଅତିକ୍ରମ କରିବାକୁ ଚାଲିବ  ।

ନିଜ ବନ୍ଧୁଙ୍କୁ ବିବାହ କଲେ କଣ୍ଠଶିଳ୍ପୀ, ସେୟାର କଲେ ଫଟୋ

ନୂଆଦିଲ୍ଲୀ : କଣ୍ଠଶିଳ୍ପୀ ଦର୍ଶନ ରାଭଲ ତାଙ୍କ ବିବାହ  ଫଟୋ ସେୟାର କରିଛନ୍ତି । ବାସ୍ତବରେ, ଦର୍ଶନ ତାଙ୍କର ବେଷ୍ଟ-ଫ୍ରେଣ୍ଡ ଧରଲ ସୁରେଲିଆଙ୍କୁ ବିବାହ କରିଛନ୍ତି। ଗାୟକ ଏହି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଠାରେ ସେ ତାଙ୍କ ବିବାହର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ବେଷ୍ଟ ଫ୍ରେଣ୍ଡ ଫର୍ ଏଭର।’ ବିବାହର ଉତ୍ସବରେ ଉଭୟ ଦର୍ଶନ ଏବଂ ତାଙ୍କ ପତ୍ନୀ ଧରଲ ସୁରେଲିଆ ବହୁତ ସୁନ୍ଦର ଦେଖାଯାଉଥିଲେ। ଧରଲ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ, ଯାହା ଚମତ୍କାର ଏମ୍ବ୍ରୋଡୋରୀରେ ସଜାଯାଇଥିଲା  । ସେ ବ୍ରାଇଡାଲ୍ ଅଳଙ୍କାର, ହାଲୁକା ମେକ୍ ଇନ୍ ଏବଂ ସୁନ୍ଦର ଭାବରେ ବନ୍ଧା ହୋଇଥିବା କେଶ ସହିତ ନିଜର ଲୁକ୍ ସମାପ୍ତ କରିଥିଲେ  । ବିଶେଷ କଥା ହେଉଛି ଧରଲ ଦୁଇଟି ଡୁପଟା ପିନ୍ଧିଥିଲେ, ସେଥିମଧ୍ୟରୁ ଗୋଟିଏ ତାଙ୍କ ମୁଣ୍ଡରେ ଏବଂ ଅନ୍ୟଟି କାନ୍ଧରେ ରହିଥିଲା । ଏକ ହାତୀ ଦାନ୍ତ ବିଶିଷ୍ଟ ଚିକାନକରୀ ଶେରୱାନୀରେ ଦର୍ଶନ ରାଭଲ ବହୁତ ସ୍ମାର୍ଟ ଦେଖାଯାଉଥିଲେ ।

ଏବେ ଆସନ୍ତୁ ଦର୍ଶନ ରାଭାଲଙ୍କ ପତ୍ନୀ ଧରଲ ସୁରେଲିଆଙ୍କ ବିଷୟରେ ସେ ଜଣେ ପେସାଦାର ଆର୍କିଟେକ୍ ଏବଂ ଡିଜାଇନର୍। ଧରଲ ବୈବସନ କଲେଜରୁ ପାଠ ପଢ଼ିଛନ୍ତି ଏବଂ ଉଦ୍ୟୋଗରେ ତାଙ୍କର ରୁଚି। ସେ ବଟର କନସେପ୍ଟ ନାମକ ଏକ ଡିଜାଇନ୍ ଫାର୍ମର ପ୍ରତିଷ୍ଠାତା ମଧ୍ୟ। ତାଙ୍କର ବୃତ୍ତିଗତ ଜୀବନ ବିଷୟରେ ସୂଚନା ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲରୁ ମିଳିଛି, ଯେଉଁଠାରେ ସେ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ଉପସ୍ଥାପନ କରିଛନ୍ତି।

ଦର୍ଶନ ରାଭାଲଙ୍କ ବିବାହ ଖବର ପାଇବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଦର୍ଶନଙ୍କ ସ୍ୱର ଏବଂ ତାଙ୍କ ଗୀତ ସବୁବେଳେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଆସୁଛି। ସେ ବଲିଉଡର ସବୁଠାରୁ ପ୍ରିୟ ଗାୟକମାନଙ୍କ ମଧ୍ୟରୁ ଅନ୍ଯ ଜଣେ, ଯିଏକି ତାଙ୍କ ସ୍ୱର ସହିତ ଅନେକ ହିଟ୍ ଗୀତ ଦେଇଛନ୍ତି | ତାଙ୍କର ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ‘ପ୍ରେମ ରତନ ଧନ ପାୟୋ’ର’ ଜବ୍ ତୁମ୍ ଚାହୋ ‘,’ ତେରା ସୁରରୁ ‘ମେନ୍ ୱୋ ଚାନ୍ଦ’, ‘ସନମ୍ ତେରୀ କସମ’ର ଖେଞ୍ଚ ମେରୀ ଫଟୋ’, ‘ଲଭାୟାତ୍ରୀ’ର ଚୋଗଡା’ ଏବଂ ‘ଦିଲ୍’ ଅନ୍ତର୍ଭୁକ୍ତ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିନ। ମୋଟ ୯୮୧ ଆଶାୟୀ ୧୫୨୧ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ୪୭୭ ନାମାଙ୍କନ ପତ୍ରକୁ ଖାରଜ କରିଦିଆଯାଇଛି।  ନୂଆଦିଲ୍ଲୀ ବିଧାନସବା ଆସନରୁ ସର୍ବାଧିକ ୨୯ ଜଣ ପ୍ରାର୍ଥୀ ଅଛନ୍ତି। ୨୯ ପ୍ରାର୍ଥୀ ମୋଟ ୪୦ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବିଜେପିରୁ ପରବେଶ ବର୍ମା ଓ କଂଗ୍ରେସରୁ ସନ୍ଦୀପ ଦୀକ୍ଷିତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଠାରେ ହାଇ ପ୍ରୋଫାଇଲ ଲଢେଇ ହେବ। ସେପଟେ ସବୁଠାରୁ କମ କସ୍ତୁରବା ନାଗର ଆସନରେ ମାତ୍ର ୬ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆପରୁ ରମେଶ ପହଲବାନ, ବିଜେପିରୁ ନିରଜ ବସୌୟା ଏବଂ କଂଗ୍ରେସରୁ ଅଭିଶେଷ ଦତ୍ତ ନାମାଙ୍କନ ଦାଖଲ କରିଛନ୍ତି। କାଲକାଜି ଆସନରୁ ୧୮ ପ୍ରାର୍ଥୀ ୨୮ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ, ବିଜେପିରୁ ରମେଶ ବିଧୁଡି ଏବଂ କଂଗ୍ରେସରୁ ଅଲକା ଲାମ୍ବା ନାମାଙ୍କନ ଦାଖଲ କରିଛନ୍ତି। ଏଠାରୁ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦିଲ୍ଲୀରେ ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ମୋଟ୍ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନରେ ଫେବୃଆରୀ ୫ରେ ହେବ ଭୋଟ୍ ଗ୍ରହଣ। ୧ କୋଟି ୫୫ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୨ ଲକ୍ଷ ନୂଆ ଭୋଟର ଏଥର ନିର୍ବାଚନରେ ସାମିଲ ହୋଇଛନ୍ତି। ୧୩ ହଜାରରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୨୦୨୦ରେ ଆପ୍ ୬୨ଟି ଆସନ ଜିତି ସରକାର ଗଠନ କରିଥିଲା। ୨୦୧୫ ଓ ୨୦୨୦ରେ କଂଗ୍ରେସ ଗୋଟିଏ ବି ଆସନ ଜିତିନଥିଲା।

୫ ଦିନ ଜାରି ରହିବ ଶୀତ, ଘନ କୁହୁଡି କରିବ କଲବଲ

ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ । ଶୀତ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକ ଶୀତ ଅନୁଭୁତ ହେଉଛି । ସେହିପରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ବି ଜାଡ ଅନୁଭୁତ ହେଉଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ କୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିଭଳି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, କେନ୍ଦୁଝର ଏବଂ ଝାରସୁଗୁଡାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଧରାପଡ଼ିଲା ଆକ୍ରମଣକାରୀ। ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ବିଜୟ ଦାସ। ଥାନେରୁ ବିଜୟ ଦାସକୁ ଗିରଫ କରିଛି ମୁମ୍ବାଇ ପୋଲିସ। ହିରାନନ୍ଦାନୀ ବସ୍ତିରେ ନାଁ ବଦଳାଇ ଲୁଚି ରହିଥିଲା। ଆଜି ଅଭିଯୁକ୍ତ ବିଜୟକୁ କୋର୍ଟରେ ହାଜର କରିବ ପୋଲିସ। ବିଜୟର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ସୈଫଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି। ଘଟଣାର ୭୨ ଘଣ୍ଟା ପରେ ୩୫ ଜଣିଆ ଟିମ୍ ବିଜୟକୁ ଗିରଫ କରିବାରେ ସଫଳ ହୋଇଛି। ଗତ ଗୁରୁବାର ଦିନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ଫ୍ଲାଟରେ ହମଲା ହୋଇଥିଲା। ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ରିକ୍ସାରେ ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅପରେସନ ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି।

ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି

ନୂଆଦିଲ୍ଲୀ : ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ। ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି। ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ ସିକ୍ଯୁରିଟି କ୍ଯାବିନେଟର ମଞ୍ଜୁରୀ ମିଲିଥିଲା। ବୁଝାମଣା ମୁତାବକ ଆଜିଠାରୁ ଏହି ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି। ହମାସ କବଳରେ ଥିବା ପଣବନ୍ଦୀମାନେ ମୁକ୍ତି ପାଇବାର ଆଶା ଉଜ୍ଜୀବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୦ଲକ୍ଷରୁ ଅଧିକ  ଲୋକ ବାସଚ୍ୟୁତ ହୋଇଛନ୍ତି । ଯଦି ଏହି ଅସ୍ତ୍ରବିରତି ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଇରାନ, ଲେବାନନ, ୟେମେନ, ଇରାକ ମଧ୍ଯରେ ଦେଖାଦେଇଆସିଥିବା ଉତ୍ତେଜନା ପ୍ରଶମିତ ହେବା ଆଶା ରହିଛି । ପ୍ରସ୍ତାବ ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିବ । ସେମାନଙ୍କ ମଧ୍ଯରେ ଅଛନ୍ତି ମହିଳା, ଶିଶୁ ଓ ୫୦ ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି । ପ୍ରତିବଦଳରେ ଇସ୍ରାଏଲ ପ୍ରଥମ ପର୍ଯ୍ୟାୟରେ ୧୯ ବର୍ଷରୁ କମ ବୟସର ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବ । ଇସ୍ରାଏଲ କବ୍ଜାରେ ଥିବା ୯୯୦ରୁ ୧୬୫୦ ପାଲେଷ୍ଟିନୀୟଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଇସ୍ରାଏଲ ମୁକ୍ତି ଦେବା ସମ୍ଭାବନା ରହିଛି । ଇସ୍ରାଏଲ ପକ୍ଷରୁ କୁହାଯାଉଛି ଗାଜାରେ ବର୍ତ୍ତମାନ ୯୮ ଜଣ ଇସ୍ରାଏଲୀ ପଣବନ୍ଦୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୩୩ ଜଣଙ୍କୁ ହମାସ ଖଲାସ କରିବା ସମ୍ଭାବନା ରହିଛି ସେମାନଙ୍କ ନାମ ଜାରି କରିଛନ୍ତି ଇସ୍ରାଏଲ କର୍ତ୍ତୃପକ୍ଷ । ତେବେ ସେମାନଙ୍କ ମଧ୍ଯରେ କେତେ ଜଣ ଜୀବିତ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ଆମେରିକାରେ ସରକାର ପରିବର୍ତ୍ତନ ହେବାକୁ ଯାଉଥିବାବେଳେ ଏହି ଅସ୍ତ୍ରବିରତି ଗୁରୁତ୍ବ ବହନ କରିଛି।

ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ

ଢେଙ୍କାନାଳ: ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ । ଗିରଫ ପରେ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ୍ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଶୁକ୍ରବାର ରାତି ଘଟିଥିଲା ଘଟଣା । ଘରେ ଏକା ଥିବାବେଳେ ଜଣେ ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ମାମଲାରେ ଅଭିଯୁକ୍ତ ହୃଷିକେଶ ସାହୁକୁ ଗିରଫ କରିଛି । ରଣପଶି ଓଭରବ୍ରିଜ୍ ନିକଟରେ ଜଣେ ମହିଳାଜଣକ ଏକ ଭଡ଼ାଘରେ ଏକା ରହୁଥିଲେ । ନିକଟରେ ଏକ ସ ମିଲରେ କାରିଗର ଭାବେ କାମ କରୁଥିବା ଦେବଗଡ ଜିଲା ଅଂଚଳର ହୃଷିକେଶ ସାହୁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସିନ ରିକ୍ରିଏସନ କରି ବ୍ୟବହୃତ ଛୁରୀକୁ ଜବତ କରିଛି । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ ।

ମୋ ବସ ଧକ୍କାରେ ନାବାଳିକା ଗୁରୁତର: ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଭୁବନେଶ୍ବର:  ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ବିରିବନ୍ଧ ରାସ୍ତାରେ ନାବାଳିକାଙ୍କୁ ଧକ୍କା ଦେଲା ମୋ ବସ । ଦୁର୍ଘଟଣାରେ ବିରିବନ୍ଧ ଗ୍ରାମର ନାବାଳିକା ଆଦ୍ୟାଶା ଗୁରୁତର । ଟିଉସନ ପାଇଁ ସାଇକେଲରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ମୋ ବସ । ଫଳରେ ସାଇକେଲ ସହ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ ଆଦ୍ୟାଶା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିସିଆର ଭ୍ୟାନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଉତ୍ୟକ୍ତ ଲୋକେ ମୋ ବସକୁ ଅଟକ ରଖିଛନ୍ତି । ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଓ ଅଣ ତାଲିମ ପ୍ରାପ୍ତ ଡ୍ରାଇଭର ନିଯୁକ୍ତି ପାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଆହତ ଆଦ୍ୟାଶାଙ୍କ ବାପା । ତେବେ ବସର ବ୍ରେକ ନଧରିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି ଡ୍ରାଇଭର କହିଛନ୍ତି । ପୋଲିସ ପହଞ୍ଚି ବୁଝାସୁଝା କଲେ ମଧ୍ୟ କୃଟ କର୍ତ୍ତୃପକ୍ଷ ଆସିବା ନେଇ ଜିଦ ରେ ଅଟଳ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦୁର୍ଘଟଣାର ଶିକାର ଆଦ୍ୟାଶାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।