spot_img
Home Blog Page 1386

AAP ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ: ପଥରମାଡ଼ ହୋଇଥିବା ନେଇ ଅଭିଯୋଗ ଆଣିଲା ପାର୍ଟି

ନୂଆଦିଲ୍ଲୀ: AAP ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ। କେଜରିୱାଲଙ୍କୁ ପଥର ମାଡ଼ ହୋଇଥିବା ଅଭିଯୋଗ କରିଛି ଦଳ। ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ। ପରବେଶ ବର୍ମାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛି ଆପ୍। କେଜିରୱାଲଙ୍କ ଗାଡି ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ। ଦିଲ୍ଲୀରେ ଏକ ଅଭିଯାନ ରାଲିରେ ଅରବିନ୍ଦ କେଜ୍ରିୱାଲଙ୍କ କାରରେ ପଥର ମାଡ ହୋଇଛି। ଏହି ଆକ୍ରମଣକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଆପ୍। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତେଜନା ବଢୁଥିବା ବେଳେ କେଜ୍ରିୱାଲଙ୍କୁ ଭୟଭୀତ କରିବା ପାଇଁ ବିଜେପି ପ୍ରାର୍ଥୀ ପରଭେଶ ଭର୍ମାଙ୍କ ସମର୍ଥକଙ୍କ ଏହି ଆକ୍ରମଣ କରିଥିବା AAP ଦାବି କରିଛି । ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ କାର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଅଭିଯୋଗ ଉପରେ ଭାରତୀୟ ଜନତା ପାର୍ଟି ଜବାବ ଦେଇ କହିଛି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଏହା ଏକ ଷଡଯନ୍ତ୍ର ।

ପୁଅର ଦୁଇଟି ଯାକ କିଡନୀ ଅକାମୀ: ପୁଅର ଜୀବନ ବଞ୍ଚାଇବାକୁ ମା’ର ଆକୁଳ ନିବେଦନ

ନିମାପଡ଼ା: ଯନ୍ତ୍ରଣାରେ କଲବଲ ହେଉଛି ଘରର ଏକ ମାତ୍ର ରୋଜଗାରିଆ ପୁଅ। ମେଡିକାଲ ବେଡ଼ରେ ନିସ୍ତେଜ୍ ଅବସ୍ଥାରେ ଜୀବନ ମରଣ ସହ ସଙ୍ଘର୍ଷ ଜାରି ରହିଛି। ପୁଅର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରୁଛି ମା। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ରାକେଶ କୁମାର ସାହୁ। ହଠାତ୍ ରାକେଶଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ବାପା ମା ତାକୁ ନେଇ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସା ପରେ ଜଣାପଡ଼ିଲା ରାକେଶର ଦୁଇଟି ଜାକ କିଡନୀ ନଷ୍ଟ ହୋଇଯାଇଛି। ମେଡିସିନ ଦ୍ଵାରା ରାକେଶ ସୁସ୍ଥ ହେବା ମୁସ୍କିଲ। ବଞ୍ଚିବା ପାଇଁ କିଡିନି ପ୍ରତିରୋପଣର ଆବଶ୍ୟକତା ରହିଛି।

ପୁଅର ଚିକିତ୍ସା ପାଇଁ ନିଜ ଭିଟା ମାଟିରେ ଥିବା ଘର, ବାଡ଼ି ବିକି ସାରିବା ପରେ ଏବେ ଏକ ଭଡ଼ା ଘରେ ବିତୁଛି ଜୀବନ। ପରିବାର ଚଳାଇବା ପାଇଁ ରାକେଶଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଏକ କ୍ୟାଣ୍ଟିନରେ କାମ କରୁଛନ୍ତି। ପେଟକୁ ଯାହିତାହି ଦାନା ଗଣ୍ଡିଏ ଯୋଗାଡ ହୋଇପାରୁଛି। ପୁଅର ଜୀବନ ବଞ୍ଚାଇବା ପାଇଁ ବନ୍ଧୁ, ବାନ୍ଧବ ଓ ସମ୍ପର୍କୀୟଙ୍କ ନିକଟରେ ନେହୁରା ହେଉଛନ୍ତି ପରିବାର। ରୋଗୀଣା ପୁଅର ଚିକିତ୍ସା ପାଇଁ ଆର୍ଥୀକ ସହାୟତା ଯୋଗାଇଦେବାକୁ ପରିବାର ନିବେଦନ କରିଛନ୍ତି। ଯଦି ଦେହି ସହୃଦୟ ବ୍ୟକ୍ତି ଚାହିଁବେ ରାକେଶଙ୍କୁ ଆର୍ଥିକ ସହାୟତା ଯୋଗାଇପାରିବେ।

ଗାଁକୁ ନାହିଁ ରାସ୍ତା, ପହଞ୍ଚି ପାରୁନି ଆମ୍ବୁଲାନ୍ସ: ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି

ସାଲେପୁର: ଟିକେ ଭଲ କରି ଦେଖନ୍ତୁ ଏହି ଗାଁକୁ। ଚାରିପଟେ ବିଲ ଗହିର ମଝିରେ ଦୂରରୁ ଦିଶୁଥିବା ଏହି ଗାଁ କଟକ ସାଲେପୁରର ସୌରି ଗାଁ। ୧୦ ରୁ ୧୨ଟି ପରିବାରର ୫୦ ରୁ ୬୦ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବର୍ଷ ବର୍ଷ ଧରି ଜୀବନକୁ ବାଜି ଲଗାଇ ଏଇ ରାସ୍ତାରେ ଲୋକେ ଯାତାୟାତ କରିଥାନ୍ତି। ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ଚାଲିକି ଯିବା ବି କଷ୍ଟ ହୋଇପଡ଼ିଛି। ଜରୁରୀକାଳୀନ ସେବା ପାଇଁ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ  ।

ସୌରୀ ଗାଁର ଲୋକମାନେ ରାସ୍ତା ଖଣ୍ଡିକ ପାଇଁ କେତେ କାହାକୁ ଅନୁରୋଧ କଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ରାଜନେତା ଲୋକ ପ୍ରତିନିଧିଙ୍କଠୁ ଆରମ୍ଭ କରି ବଡ ବଡ ଅଫିସର ଯାଏଁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। କିନ୍ତୁ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ଗୁରୁତ୍ଵ ଦେଇ ଗାଁକୁ ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ଲୋକେ।

୪୨୦ ଯୋଡ଼ି ହଂସିତା-ଅନିଲଙ୍କ ଖୋଲୁଛି ଠକର ପେଡ଼ି: ନକଲି ଆଧାର ଓ ପ୍ୟାନ କାର୍ଡ ଦେଇ କରିଥିଲେ ପାସପୋର୍ଟ

ଭୁବନେଶ୍ବର: ୪୨୦ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଜାଲ ଦସ୍ତାବିଜ ଦେଇ ପ୍ରସ୍ତୁତ କରିଥିଲେ ପାସପୋର୍ଟ। ଇନଫୋସିଟି ଥାନାରେ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ। ହିଂସିତା ଅଭିଲିପ୍ସା ନିଜର ପ୍ରକୃତ ନାମ ବିଷ୍ଣୁପ୍ରିଯା ଚାନ୍ଦ ପରିବର୍ତ୍ତନ କରି ଫେକ୍ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ବିଷ୍ଣୁପ୍ରିୟା ଚାନ୍ଦରୁ ବନିଥିଲେ ହଂସିତା ଅଭିଲିପ୍ସା। ପ୍ଲାଷ୍ଟିକ ସର୍ଜରୀ କରି ନିଜର ରୂପକୁ ପରିବର୍ତ୍ତନ କରିଥିଲେ। ୨୦୧୯ରେ ବିଷ୍ଣୁପ୍ରିୟା ଚାନ୍ଦ ପାସପୋର୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ। ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସପୋର୍ଟ ଆବେଦନ ଖାରଜ ହେଇଥିଲା।

ପରେ ୨୦୨୨ରେ କଲିକତା ଯାଇ ଜାଲ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ସେଥିରେ ସ୍ବାମୀ ଅନୀଲ ମହାନ୍ତି ଦର୍ଶାଇ ଥିଲେ। ନକଲି ଆଧାର କାର୍ଡ ଆସିବା ପରେ ପାନ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ହଂସିତା ନାଁରେ କୌଣସି ଅପରାଧିକ ମାମଲା ନଥିବାରୁ ସହଜରେ ପାସପୋର୍ଟ ମିଳିଯାଇଥିଲା। ହଂସିତା ବିଦେଶ ଯାତ୍ରା କରିଥିଲେ। ଠକେଇ ମାମଲାରେ ପୋଲିସ ତଦନ୍ତ ସମୟରେ ସାମ୍ନାକୁ ଆସିଛି ଏହି ଫେକ ଡକ୍ୟୁମେଣ୍ଟରେ ପ୍ରସ୍ତୁତ ପାସପୋର୍ଟ। ଯାହାକୁ ନେଇ ଇନଫୋସିଟି ପୋଲିସ ନିଜଆଡୁ ଥାନାରେ ମାମଲା ରୁଜୁ କରିଛି। କିଏ ଏଥିରେ ସହଯୋଗ କରିଥିବା ଅଧିକ ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ ।

ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ୭ କୋଟି ଟଙ୍କାର ମାରିଜୁଆନା

ଭୁବେନଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା । କଷ୍ଟମ ବିଭାଗ ଦ୍ଵାରା ଜବତ ହୋଇଛି ମାରିଜୁଆନା । ଜବତ ମାରିଜୁଆନାର ମୂଲ୍ୟ ୭ କୋଟି ଟଙ୍କା । ବ୍ୟାଙ୍କକରୁ ଆସୁଥିଲା ମାରିଜୁଆନା। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଟିମ । ପୂର୍ବରୁ ପ୍ରାୟ ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ଆସୁଥିଲା ଏହି ଦାମୀ ନିଶା । ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟ ୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ ।

ନୂଆ ମୋଡ଼ ନେଲା ବରଗଡ଼ ଅପହରଣ ଓ ଦୁଷ୍କର୍ମ ମାମଲା: ସାମ୍ନାକୁ ଆସିଲା ଏକ ଭାଇରାଲ ଅଡ଼ିଓ କ୍ଲିପ୍ 

ବରଗଡ଼: ବରଗଡ଼ ଅପହରଣ ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ମୋଡ଼ । ଏବେ ଏକ ଅଡିଓ କ୍ଲିପ ଭାଇରାଲ ହେଉଛି। କୁହାଯାଉଛି, ସେହି ଅଡିଓ କ୍ଲିପଟି ବରଗଡ଼ ମାମଲା ସହିତ ସଂପୃକ୍ତ। ଏହି ଅଡିଓ କ୍ଲିପରେ ଶୁଣାଯାଉଛି ଯେ, ଜଣେ ବ୍ୟକ୍ତି ପୀଡ଼ିତାଙ୍କ ପରିବାରକୁ ଫୋନ୍ କରିଛନ୍ତି। ପୀଡ଼ିତା ଜଣକ କେଉଁଠି ପଡ଼ିଛନ୍ତି, ତାର ଠିକଣା କହୁଛନ୍ତି। ବରଗଡ଼ ନିକଟରେ ଥିବା ବରାହଗୋଡ଼ା-ନୁନିଆ ଜାମପାଲି ରାସ୍ତାରେ ଥିବା ଜଙ୍ଗଲରେ ପୀଡ଼ିତା ପଡ଼ିଥିବା ସେହି ବ୍ୟକ୍ତି ଜଣକ କହୁଛନ୍ତି। ଧାନ ମିଲ ନିକଟରେ ରାସ୍ତାରୁ ଟିକେ ଭିତରକୁ ଯାଇ ଖୋଜାଖୋଜି କରିବାକୁ ସେହି ଯୁବକ ଜଣକ କହୁଛନ୍ତି। ତାଙ୍କ କଥାରୁ ଜଣାପଡୁଛି ଏହା ସନ୍ଧ୍ୟା ପୂର୍ବର ଘଟଣା। ସେହି ବ୍ୟକ୍ତି ଜଣକ କହୁଛନ୍ତି, ତୁରନ୍ତ ୧୦-୧୫ ଜଣ ଲୋକ ଧରି ଘଟଣାସ୍ଥଳକୁ ଆସନ୍ତୁ। ପୀଡ଼଼ିତାଙ୍କ ବହୁତ ରକ୍ତସ୍ରାବ ହୋଇଛି। ଯଦି ଜୀବନ ରକ୍ଷା କରିବାର ଅଛି, ଜଲଦି ଆସନ୍ତୁ। ପୀଡ଼ିତାଙ୍କୁ ଡାକ୍ତରଖାନା ନେବେ। ରାତି ହେବା ଆଗରୁ ତୁରନ୍ତ ଆସନ୍ତୁ। ଲାଇଟ ଧରି ଆସିବାକୁ ବି ସେ କହୁଛନ୍ତି। ସେହି ବ୍ୟକ୍ତି ଜଣକ କହୁଛନ୍ତି, ସେଠାରେ ଜଣେ ଦୁଇ ଜଣ ଥିଲେ। ପାଟିତୁଣ୍ଡ ଶୁଣି ମୁଁ ସେଠାକୁ ଯାଇଥିଲି। ମତେ ଦେଖି ସେମାନେ ପଳାଇ ଯାଇଥିଲେ ବୋଲି ଫୋନରେ କହୁଛନ୍ତି ବ୍ୟକ୍ତି ଜଣକ। ତାଙ୍କ ପାଖରେ ଥିବା ଫୋନକୁ ଫିଙ୍ଗି ଦେବାକୁ ସେ ବାରମ୍ଵାର କହୁଛନ୍ତି। ରାସ୍ତା କଡ଼ରେ ନ ଖୋଜି ଟିକେ ଭିତରକୁ ଯାଇ ଖୋଜାଖୋଜି କରିବାକୁ କହୁଛନ୍ତି ବ୍ୟକ୍ତି ଜଣକ। ଯେଉଁ ଫୋନରେ ସେ କଲ୍ କରିଥିଲେ, ସେହି ଫୋନକୁ ଫିଙ୍ଗି ଦେବାକୁ କହୁଛନ୍ତି। ବାରମ୍ଵାର ସେ ଏହି କଥା କହୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି ପୀଡ଼ିତାଙ୍କ ପରିବାରକୁ କଲ୍ କରିଥିବା ଏହି ବ୍ୟକ୍ତି ଜଣକ କିଏ। ସେ କେମିତି ପୀଡ଼ିତାଙ୍କ ସଂପର୍କରେ ଜାଣିଲା। ଲାଗୁଛି, ତାହା ନିଜର ଫୋନ୍ ନୁହେଁ। ତେବେ କାହାର ଫୋନରୁ ସେ କଲ୍ କରିଥିଲା। ସେହି ଫୋନଟି ଏବେ କେଉଁଠି ଏପରି ବହୁତ ପ୍ରଶ୍ନ ଉଠୁଛି। ଫୋନ କରିଥିବା ବ୍ୟକ୍ତି ସଂପର୍କରେ ପୋଲିସକୁ ପୀଡ଼ିତାଙ୍କ ପରିବାର ଜଣାଇଥିଲେ କି ? ଯଦି ଜଣାଇଥିଲେ ପୋଲିସ ସେହି ବ୍ୟକ୍ତିକୁ ଠାବ କରାଗଲାଣି କି । ଏସବୁ ପ୍ରଶ୍ନର ଉତ୍ତର ମିଳିଲେ, ବରଗଡ଼ ଅପହରଣ ଓ ଦୁଷ୍କର୍ମ ଉପରୁ ପରଦା ହଟିବାର ସମ୍ଭାବନା ଅଛି। ପୀଡ଼ିତା ଜଣକ ଏବେ ବି ଭିମସାରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ତାଙ୍କ ପରିବାରକୁ ଭେଟିଥିଲା ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇଜିଙ୍କୁ ମଧ୍ଯ ଭେଟିବାକୁ ଯାଇଥିଲା । କିନ୍ତୁ ଦେଖା ଦେଇନଥିଲେ ଆଇଜି। ।

ଡାଲମିଆ ଦୁର୍ଘଟଣା: ୩୬ ଘଣ୍ଟା ପରେ ମିଳିଲା ୩ ଶ୍ରମିକଙ୍କ ମୃତଦେହ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନୀରେ କୋଇଲା ହପର ଭୁଶୁଡ଼ିବା ଘଟଣା। ୩୬ ଘଣ୍ଟା ପରେ ମିଳିଲା ସମସ୍ତ ୩ ଶ୍ରମିକଙ୍କ ମୃତଦେହ। ତିନି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଉରକେଲା ପଠାଯାଇଛି । ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଦଶରଥ ପାତ୍ରଙ୍କ ପରିବାର ସଦସ୍ୟଙ୍କୁ କାରଖାନା ପକ୍ଷରୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହ ୧୦ ଲକ୍ଷ ଟଙ୍କା ଇନସ୍ୟୁରାନ୍ସ ଅର୍ଥ ସହ ମୃତକ ଶ୍ରମିକଙ୍କ ପତ୍ନୀଙ୍କୁ କାରଖାନାରେ ଚାକିରି ପ୍ରଦାନ କରାଯିବ। ମୃତକଙ୍କ ଦୁଇଟି ଛୁଆକୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚ କାରଖାନା କର୍ତ୍ତୃପକ୍ଷ ବହନ କରିବେ। ଏଥିରେ ପରିବାର ଲୋକ ରାଜି ହେବାରୁ ଦଶରଥ ପାତ୍ରଙ୍କ ମୃତଦେହ ବ୍ୟବଛେଦ ପାଇଁ ରାଉରକେଲା ପଠାଯାଇଛି। ସେପଟେ ସୁଶାନ୍ତ ରାଉତଙ୍କ ପରିବାର ସଦସ୍ୟଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ ଏବଂ ଦୁଇ ପୁଅଙ୍କୁ ଚାକିରି ପାଇଁ ପ୍ରତିଶ୍ରୁତି ମିଳିଛି । ଗତ ଗୁରୁବାର ଦିନ ସିମେଣ୍ଟ କମ୍ପାନୀକୁ କୋଇଲା ଯୋଗାଉଥିବା ହପର ଭୁଶୁଡ଼ି ପଡ଼ିବାରୁ କୋଇଲା ତଳେ ଶ୍ରମିକ ଚାପି ହୋଇ ରହିଥିଲେ।

ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ୱାଇରେ ଆୟୋଜିତ ଏକ ପ୍ରେସମିଟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମ୍ ଘୋଷିତ ହୋଇଛି । ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ଉପଅଧିନାୟକ ହୋଇଛନ୍ତି ଶୁବମନ ଗିଲ । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଟିମଙ୍କ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯିବ । ସମସ୍ତ ଟିମଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଏଥିହିତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟ ଗ୍ରୁପ-ଏ’ରେ ସ୍ଥାନ ପାଇଛନ୍ତି  । ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରଲିଆା, ଆଫଗାନିସ୍ତାନ ଓ ଇଂଲଣ୍ଡକୁ ରଖାଯାଇଛି । ସମସ୍ତ ୮ଟି ଟିମ ନିଜ ନିଜ ଗ୍ରୁପର ୩-୩ଟି ମୁକାବିଲା ଖେଳିବେ । ଏହାପରେ ଗ୍ରୁପର ଟପ-୨ ଟିମ ସେମିଫାଇନାଲ ଖେଳିବାକୁ କ୍ବାଲିଫାଏ କରିବେ ।

ପ୍ରଥମ ସେମିଫାଇନାଲ ଦୁବାଇରେ ଓ ଦ୍ବିତୀୟ ସେମି ଲାହୋରରେ ଅନୁଷ୍ଠିତ ହେବ । ଏହାପରେ ଫାଇନାଲ ମ୍ୟାଚ ଖେଳାଯିବ । ଯଦି କୌଣସି ଟିମ ଫାଇନାଲରେ ପହଞ୍ଚେ, ତେବେ ସେ ମୋଟ ୫ଟି ମ୍ୟାଚ ଖେଳିବ । ସମସ୍ତ ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ଅନ୍ୟ ଏକ ଭେନ୍ୟୁ ଦୁବାଇ ରଖାଯାଇଛି । ଭାରତୀୟ ଟିମ ନିଜର ସମସ୍ତ ମୁକାବିଲା ଦୁବାଇରେ ଖେଳିବ । ଯଦି ଭାରତୀୟ ଟିମ କ୍ବାଲିଫାଏ କରେ, ତେବେ ଫାଇନାଲ ମଧ୍ୟ ଦୁବାଇରେ ହେବ । ସେମିଫାଇନାଲ ସମେତ ୧୦ଟି ମୁକାବିଲା ପାକିସ୍ତାନର ୩ଟି ଭେନ୍ୟୁ ଲାହୋର, କରାଚୀ ଓ ରାଓ୍ବଲପିଣ୍ଡିରେ ଖୋଯିବ । ଫେବୃଆରୀ ୧୯ରୁ ମୁକାବିଲା ଆରମ୍ଭ ହୋଇ ମାର୍ଚ୍ଚ ୯ରେ ସରିବ । ମାର୍ଚ୍ଚ ୧୦ ରିଜର୍ଭ ଡେ ରଖାଯାଇଛି ।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହଲ (ଓ୍ବିକେଟ କିପର), ଋଷଭ ପନ୍ତ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ବୀ ଜୟସ୍ବାଲ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମୀ, ଅର୍ଶଦୀପ ସିଂହ, ଓ୍ବାଶିଂଟନ ସୁନ୍ଦର ।

ଅଭିନେତା ସୈଫ ଅଲ୍ଲୀଙ୍କୁ ଛୁରାମାଡ଼ ଘଟଣା : ପତ୍ନୀ କରୀନାଙ୍କୁ ଜେରା

ମୁମ୍ବାଇ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ପୋଲିସ ସୈଫଙ୍କ ପତ୍ନୀ କରୀନା କପୁରଙ୍କୁ ଜେରା କରିଛି। ଏହା ସହ ଷ୍ଟାଫ ଏଲିୟାମା ଫିଲିପଙ୍କ ବୟାନ ବି ରେକର୍ଡ କରିଛି। ସେପଟେ ଆହତ ସୈଫଙ୍କୁ ଲୀଳାବତୀ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ଭଜନ ସିଂ ରାଣା ସେଦିନର ଘଟଣା ସମ୍ପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସଦଗୁରୁ ଶରଣ ବିଲଡିଂରୁ ହସ୍ପିଟାଲକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡ୍ରାଇଭର। ଉତ୍ତରାଖଣ୍ଡବାସିନ୍ଦା ରାଣା ଅଟୋରେ ଆସୁଥିବାବେଳେ ତାଙ୍କ ଅଟୋରେ ଥିଲେ ୩ଜଣ ଯାତ୍ରୀ। ସେମାନେ ସମସ୍ତେ ମିଶି ସୈଫଙ୍କୁ ହସ୍ପିଟାଲକୁ ନେଇଥିଲେ। ତେବେ ବଡ଼କଥା ହେଉଛି ସୈଫଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରେ ହିଁ ରାଣା ଜାଣିଥିଲେ ଯେ ଆହତ ବ୍ଯକ୍ତି ହେଉଛନ୍ତି ସୈଫ। ସୈଫଙ୍କ ଜୀବନ ରକ୍ଷା ହୋଇଯାଇଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି। ଆଜି ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କର ବୟାନ ରେକର୍ଡ ହୋଇଛି। ସେପଟେ ଆସନ୍ତା ୨-୩ ଦିନ ମଧ୍ଯରେ ସୈଫ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ତେଣେ ସିସିଟିଭିରୁ ଜଣାଯାଇଛି ଗୁରୁବାର ରାତି ଗୋଟାଏ ୩୭ ମିନଟରେ ମୁହଁରେ କପଡା ପିନ୍ଧିଥିବା ଅଭିଯୁକ୍ତଜଣକ ଏକ ଟି-ସାର୍ଟ ପିନ୍ଧିବା ସହ ଏକ ବ୍ଯାଗ କାନ୍ଧରେ ପକାଇ ପ୍ରବେଶ କରିଥିଲା।  ସେ ଜିନ ପ୍ଯାଣ୍ଟ ପିନ୍ଧିଥିଲା। ମାତ୍ର ରାତି ୨ଟା ୩୩ ମିନଟରେ ସିସିଟିଭିରେ ତାର ମୁହଁ ସ୍ପଷ୍ଟ ଦିଶୁଥିଲା। ସେ ଅଲଗା ପୋଷାକ ବି ପିନ୍ଧିଥିଲା। ଗତକାଲି ଜଣେ ବ୍ୟକ୍ତିଙ୍କୁ ପୋଲିସ ଜେରା କରିଥିବାବେଳେ ପ୍ରକୃତ ଅଭିଯୁକ୍ତ ନୁହେଁ ବୋଲି ପୋଲିସ କହିଛି। ଅପରାଧୀକୁ ଧରିବା ଲାଗି ୩୫ଟି ପୋଲିସ ଟିମ ଗଠିତ ହୋଇଛି। ପୋଲିସ ଆଶଙ୍କା କରୁଛି- ଆକ୍ରମଣ ପରେ ଅଭିଯୁକ୍ତଜଣକ ବାନ୍ଦ୍ରାରୁ ଅନ୍ୟତ୍ର ଚାଲିଯାଇଛି। ପୋଲିସ ରେଳଷ୍ଟେସନର ଭିଜୁଆଲ ବି ଯାଞ୍ଚ କରିଛି।

ଧାନକିଣାରେ ଅନିୟମିତତା ଅଭିଯୋଗ, ରାଜରାସ୍ତାରେ ଗର୍ଜିଲେ ଶହ ଶହ ଚାଷୀ

ଗଜପତି : ଗଜପତିରେ ଧାନକିଣାରେ ଅନିୟମିତତା ଅଭିଯୋଗ । ରାଜରାସ୍ତାରେ ଗର୍ଜିଲେ ଶହ ଶହ ଚାଷୀ । ସକାଳ ୧୦ ଠାରୁ ପାରଳାଖେମୁଣ୍ଡିର ଉପଲଡା ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତକୁ ପାଖାପାଖି ମାସେ ବିତିବାକୁ ଗଲାଣି କିନ୍ତୁ ସହାୟତା ଘୋଷଣା ହେଲାନାହିଁ । ଏହାସହ ପୂର୍ବ ବର୍ଷର ଚାଉଳ ମିଲରଙ୍କ ଠାରୁ ନେଇ ନାହଁ ଯୋଗାଣ ବିଭାଗ । ସେହିପରି ପୂର୍ବ ବର୍ଷ ଠାରୁ କମ ଧାନର ଟୋକନ ଆସିବା ଏବଂ ମଣ୍ଡିରେ ଧାନ ସୁରକ୍ଷିତ ରଖିବାପାଇଁ ବ୍ୟବସ୍ଥା ନଥିବା ଅଭିଯୋଗରେ ଗର୍ଜିଛନ୍ତି ଚାଷୀ । ପ୍ରଶାସନିକ ଅଧିକାରୀ ଓ ତହସିଲଦାରଙ୍କୁ ଅଟକାଇ ରାଜରାସ୍ତାରେ ଅଡ଼ି ବସିଛନ୍ତି ଚାଷୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ଅଟକି ରହିଛି । ଯାତାୟତ ଠପ୍ ହୋଇରହିଛି ।