ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ଅଟୋରିକ୍ସା ମଧ୍ୟରେ ସାମ୍ନାସାମ୍ନି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନ୍ୟ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟିଥିବା ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅଟୋଟି ଯାତ୍ରୀମାନଙ୍କୁ ନେଇ କୋଦଳା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ସେହି ସମାନ ରାସ୍ତାରେ ଏକ ବସ୍ ମାଡ଼ି ଆସିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସଟି ଅଟୋକୁ ପିଟିବା ପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଚାଲାକ ଜଣକ ବସ୍ ସହ ଘଟଣାସ୍ଥଳରୁ ଫେରାର ମାରିବାରେ ସଫଳ ହୋଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଜୁଟିଯାଇଥିଲେ ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିବା ଆହତମାନଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ସମସ୍ତ ଗୁରୁତର ଓ ଆହତ ବ୍ୟକ୍ତିଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ବର୍ତ୍ତମାନ ସୁଦ୍ଧା ମୃତ ଓ ଗୁରୁତର ଆହତମାନଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ।
ଅନ୍ୟପଟେ ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରାଯିବା ସହ ପୋଲିସ ଏକ ମାମଲା ରୁଜୁ କରିଛି। ଫେରାର ଥିବା ବସ୍ ଏବଂ ଏହାର ଚାଳକକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।
ବସ ସହ ଅଟୋ ମୁହାଁମୁହିଁ ଧକ୍କା : ୬ ମୃତ, ୪ ଗୁରୁତର
ଭୁବନେଶ୍ଗର : ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ ସହ ଅଟୋ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୬ ମୃତ, ୪ ଗୁରୁତର। ସମସ୍ତ ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ପହଞ୍ଚି ଚଳାଇଛି ତଦନ୍ତ। ଅଟୋକୁ ଧକ୍କା ଦେବାପରେ ଘୋଷାଡ଼ି ନେଇ ରସ୍ତା କଡ଼ ଗଛରେ ପିଟିଲା ବସ l ଦୁର୍ଘଟଣାରେ ଅଟୋରେ ବସିଥିବା ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରିରୁ ଅଧିକ ଗୁରୁତର ହୋଇଛନ୍ତି l ମୃତ ଓ ଗୁରୁତରଙ୍କ ପରିଚୟ ମିଳିପାରିନଥିବା ବେଳେ ଅଟୋଟି କୋଦଳା ଅଭିମୁଖେ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ବସ ଧକ୍କା ଦେଇ ଫେରାର ମାରିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ।..
ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ: ଅପରାହ୍ଣ ୩ଟାରୁ ଅନଲାଇନ୍ରେ ମିଳିବ ଯୁକ୍ତ ୨ ରେଜଲ୍ଟ
ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷାଫଳ । ଚଳିତ ବର୍ଷ ମୋଟ ପାସ ହାର ରହିଛି ୮୫.୮୫ ପ୍ରତିଶତ । କଳାରେ ସର୍ବମୋଟ ୮୪.୫୦ ପ୍ରତିଶତ ହୋଇଥିବାବେଳେ 77.97% ଛାତ୍ରୀ ଓ 89.45% ଛାତ୍ର ପାସ କରିଛନ୍ତି । ସେହିପରି ବିଜ୍ଞାନରେ ପାସ ହାର ରହିଛି ୮୮.୮୦ ପ୍ରତିଶତ । ଛାତ୍ର 87.41% ଛାତ୍ରୀଙ୍କ 90.24% ପାସ କରିଛନ୍ତି । ବାଣିଜ୍ୟରେ ସର୍ବମୋଟ ୮୮.୦୭ ପ୍ରତିଶତ ପାସହାର ଥିବାବେଳେ ଛାତ୍ର ୮୩.୬୭% ଛାତ୍ରୀଙ୍କ ପାସ ହାର ରହିଛି ୯୦.୪୩% । ଧନ୍ଦାମୂଳକ ଶିକ୍ଷାରେ ସର୍ବୋମୋଟ ୭୭.୬୨ ପ୍ରତିଶତ ପାସ କରିଛନ୍ତି । ଛାତ୍ର ୭୧.୪୯% ଓ ଛାତ୍ରୀଙ୍କ ପାସ ହାର ରହିଛି ୮୩.୪୩% । ଚଳିତବର୍ଷ ଫର୍ମ ଫିଲ ଅଫ କରିଥିଲେ ୪ ଲକ୍ଷ ୧ ହଜାର ୬୨୩ ପିଲା । ସେଥି ମଧ୍ୟରୁ ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୮ ହଜାର ୯୦ । ସମୁଦାୟ ପାସ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୭୮୧ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । କଳାରେ ସମ୍ବଲପୁରରେ ସର୍ବାଧିକ ପାସ ହାର ରହିଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ । ବିଜ୍ଞାନେରେ ବାଲେଶ୍ବର ସର୍ବାଧିକ ରେଜଲ୍ଟ ରଖିଥିବାବେଳେ କୋରାପୁରରେ ସର୍ବନିମ୍ନ ରହିଛି । ବାଣିଜ୍ୟରେ ବୌଦ୍ଧରେ ଶତପ୍ରଶତ ରେଜଲ୍ଟ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ରେଜଲ୍ଟ ରହିଛି । ଧନ୍ଦାମୂଳକ ଶିକ୍ଷାରେ ନବରଙ୍ଗପୁରରେ ଶତପ୍ରତିଶତ ରେଜଲ୍ଟ ହୋଇଛି ।
ଅପରାହ୍ନ ୩ ଟାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଏହା ଅନଲାଇନରେ ଦେଖି ପାରିବେ । ଚଳିତ ଥର ୨୨୧ ପ୍ରଶ୍ନପତ୍ର ହବ କରାଯାଇଥିଲା । ଯାହାକୁ ପ୍ରଥମ ଥର ପାଇଁ ଏଆଇ କ୍ୟାମେରା ମନିଟର କରୁଥିଲା । ୩୦୨ ଜୋନର ୧୫୧ ମୂଲ୍ୟାୟନ କେନ୍ଦ୍ରରେ ୨୫ ଲକ୍ଷ ଉତ୍ତରଖାତା ମୂଲ୍ୟାୟନ ହୋଇଥିଲା । ଯେଉଁଥିପାଇଁ ୧୬ ହଜାର ୪୯୪ ଜଣ ଅଧ୍ୟାପକମାନଙ୍କୁ ନିୟୋଜିତ ହୋଇଥିଲେ । ଚଳିତ ବର୍ଷ ଫେବୃଆରୀ ୧୮ ରୁ ମାର୍ଚ୍ଚ ୨୮ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ଚଳିତବର୍ଷ ୩ ଲକ୍ଷ ୯୬ ହଜାର ୫୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଥିଲା ସିଏଚଏସଇ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ଘୋଷଣା କରିଛନ୍ତି ମନ୍ତ୍ରୀ ।
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି
ଭୁବନେଶ୍ବର : ଆଜି ଜ୍ୟେଷ୍ଠ କୃଷ୍ଣ ମଳ ଚତୁର୍ଥୀ । ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଔଷଧ ଦୋକାନ ବନ୍ଦ: ସର୍ବଭାରତୀୟ ସ୍ତରରେ କେମିଷ୍ଟ ଓ ଡ୍ରଗିଷ୍ଟ ମହାସଂଘର ବନ୍ଦ ଡାକରା
ଭୁବନେଶ୍ବର: ୩ଟି ପ୍ରମୁଖ ଦାବି ନେଇ ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ମହାସଂଘ ସାରା ଦେଶରେ ଗୋଟିଏ ଦିନ ପାଇଁ ଆନ୍ଦୋଳନକୁ ଡାକରା ଦେଇଛି । ଦେଶର ୧୨ ଲକ୍ଷରୁ ଅଧିକ ଔଷଧ ଦୋକାନୀ ଏହି ବନ୍ଦରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ୩୫ ହଜାର ଦୋକାନ ବନ୍ଦ ରହିଛି । ଔଷଧର ଅନଲାଇନ ବିକ୍ରି ବନ୍ଦ ରଖିବା, କର୍ପୋରେଟ ସଂସ୍ଥା ଦ୍ବାରା ମାତ୍ରାଧିକ ରିହାତି ବନ୍ଦ କରିବା ଓ ମାର୍କେଟରୁ ନକଲି ଔଷଧ ହଟାଇବା ଭଳି ଦାବିରେ ଏଭଳି ଆନ୍ଦୋଳନ ଡାକରା ଦେଇଛି ମହାସଂଘ । ତେବେ ଏହାକୁ ନେଇ ୭ ସୂତ୍ରୀ ପ୍ରସ୍ତୁତି ସୂତ୍ର ଜାରି କରିଛି ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ । ତାଙ୍କ ଅଧୀନରେ ଥିବା ଅଞ୍ଚଳ ଗୁଡିକରେ ଔଷଧ ଯେପରି ଅଭାବ ନ ରହିବ ସେନେଇ ଡ୍ରଗସ ଇନ୍ସପେକ୍ଟର ମନିଟର କରିବେ । ହସ୍ପିଟାଲ କ୍ୟାମ୍ପସ ଓ ହସ୍ପିଟାଲ ସହ ଜଡିତ ଦୋକାନ ୨୪ ଘଣ୍ଟା ଖୋଲା ରହିବା ନେଇ ବ୍ୟବସ୍ଥା କରାଯାଇଛି । ହୋଲସେଲର ଓ ଡିସଟ୍ରିବ୍ୟୁଟର ଔଷଧର ଆଡଭାଂଶ ଯୋଗାଣ ସୁନିଶ୍ଚିତ କରିବେ । ଗାଁ ଗହଳିରେ ଗୁରୁତର ରୋଗୀଙ୍କ ପାଇଁ ଔଷଧ ଯୋଗାଣରେ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଯଦି କୌଣସି ପରିସ୍ଥିତିରେ ଔଷଧ ଯୋଗାଣରେ ଅଭାବ ଦେଖାଯିବ, ଡ୍ରଗସ ଇନ୍ସପେକ୍ଟର ଉଚ୍ଚପଦସ୍ତ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ।…

