ନନ୍ଦିଘୋଷ ବ୍ୟୁରୋ:ଡରିଗଲେ କି କେନ୍ଦ୍ର ସରକାର। ଆସନ୍ତାକାଲି ଦିଲ୍ଲୀରେ ବଡ଼ ସମାବେଶ କରିବାକୁ ଯାଉଛି କକ୍ରୋଚ ଜନତା ପାର୍ଟି। ତାକୁ ଭଣ୍ଡୁର କରିବାକୁ ସବୁ ସ୍ତରରେ ଉଦ୍ୟମ କରାଯାଉଥିବାର ଅଭିଯୋଗ। SIR ଜାଲିଆତିକୁ ନେଇ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ଡାକରା ଦେଇଛି। ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖାଯିବ । କେନ୍ଦ୍ରୀୟ ସଶସ୍ତ୍ର ବଳର ୧୩୦ଟି କମ୍ପାନୀ ମୁତୟନ କରାଯିବ । କିନ୍ତୁ ଏହି ଆନ୍ଦୋଳନକୁ ଭଣ୍ଡୁର କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଛନ୍ତି। ଦିଲ୍ଲୀକୁ ଆସୁଥିବା ସବୁ ଟ୍ରେନକୁ ବାତିଲ କରିବା ସହିତ ଦିଲ୍ଲୀରେ ଆସନ୍ତାକାଲି ମେଟ୍ରୋ ବନ୍ଦ କରିବାକୁ ମଧ୍ୟ ଯୋଜନା କରାଯାଉଛି। ଏହା ସହିତ ଦିଲ୍ଲୀରେ ଇଣ୍ଟରନେଟ ବନ୍ଦ କରିବାକୁ ମଧ୍ୟ ଷଡ଼ଯନ୍ତ୍ର କରାଯାଇଛି। ଏପରିକି ଲୋକଙ୍କୁ ହୋଟେଲରେ ରହିବାକୁ ଦିଆଯାଉନି। ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି। ସେ କହିଛନ୍ତି, ଦେଶରେ ଚାଲିଛି କଣ। କାହିଁକି ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଭଣ୍ଡୁର କରିବାକୁ ଏତେ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବରିଷ୍ଠ ଓକିଲ। …

