spot_img

Latest Posts

ବୀରତ୍ବ ପାଇଁ ସ୍ମିତ୍ ଙ୍କୁ ସମ୍ମାନିତ କରିବ ଇସ୍ରାଏଲ…..

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲରେ ସମ୍ମାନିତ ହେବେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାର । ସାହାସୀ ପାଇଲଟ୍ ଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ବ ସମ୍ମାନ । ଏନେଇ ଗୁରୁବାର ଇସ୍ରାଇଲ ରାଷ୍ଟ୍ରପତି ଇସାକ ହର୍ଜୋଗ୍ ଘୋଷଣା କରିଛନ୍ତି । ପ୍ରେସିଡ଼େନ୍ସିଆଲ ‘ଆୱର୍ଡ଼ ଫର ସିଭିଲିଆନ୍ ହିରୋଇଜିମ୍’ ରେ ପାଇଲଟ୍ ଙ୍କୁ ସମ୍ମାନିତ କରିବ ଇସ୍ରାଇଲ ।

ସୂଚନା ଅନୁଯାୟୀ, ଗୁରୁବାର ଏନେଇ ରାଷ୍ଟ୍ରପତି ଇସାକ ହର୍ଜୋଗ୍ ସୂଚନା ଦେଇଛନ୍ତି । ଫ୍ଲାଏ ଦୁବାଇ ବିମାନରେ ନିଜ ଜୀବନକୁ ବାଜିରେ ଲଗାଇ ୧୮୦ ଜଣଙ୍କ ଜୀବନ ବଞ୍ଚାଇଥିଲେ ସ୍ମିତ । ଗୁରୁବାର ଜେରୁଜେଲମରେ ରାଷ୍ଟ୍ରପତି ହର୍ଜୋଗ୍ ୬ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ସ୍ମିତଙ୍କ ନାଁ ଘୋଷଣା କରିଥିଲେ । ହର୍ଜୋଗ୍ କହିଥିଲେ, “ଆଜି ଆମେ ଇସ୍ରାଏଲୀ ବୀରମାନଙ୍କୁ ସମ୍ମାନ ଜଣାଇବା ସହ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ତାଙ୍କ ସାହସିକତା ଯୋଗୁଁ ଏତେ ବଡ଼ ବିପଦ ଟଳିଯାଇଛି । ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ମୁଁ ନିଜେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବି” । କିଛି ଦିନ ପୂର୍ବରୁ ସ୍ମିତଙ୍କୁ ଆମେରିକା ମଧ୍ୟ ସମ୍ମାନିତ କରିବ ବୋଲି ଆମେରିକୀୟ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି ।

ପ୍ରକାଶଥାଉ କି, ଗତ ମାସ ୩୦ ତାରିଖରେ ଫ୍ଲାଏ ଦୁବାଇ ବିମାନ FZ1073 ୧୮୦ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା । ସେଥିରେ ଅଧିକାଂଶ ଇସ୍ରାଇଲୀ ନାଗରିକ ରହିଥିଲେ । ମଝି ଆକାଶରେ ହଠାତ୍ କୋ-ପାଇଲଟ୍ ହମାମ୍ ଅଲ୍ ହାମ୍ମାନି କକପିଟ୍ ଭିତରେ ପାଇଲଟ୍ ସ୍ମିତ୍ ଙ୍କୁ ଆକ୍ରମଣ କରିଥିଲେ । ବିମାନକୁ ନିଜ କଣ୍ଟ୍ରୋଲକୁ ନେଇ ତେଲ୍ ଅଭିବ ଏକ କୋଠାରେ ପିଟି କ୍ରାସ୍ କରିବାକୁ ପ୍ଲାନ୍ କରିଥିଲେ। ହାମ୍ମାନିଙ୍କ ଉଦ୍ଦେଶ୍ୟ ଜାଣିବାପରେ ସ୍ମିତ ତାଙ୍କୁ ଏଥିରେ ବାଧା ଦେଇଥିଲେ । ହାମ୍ମାନି ଆକ୍ରମଣ ସ୍ବତ୍ତେ ସାହାସିକତାର ସହ ସଂଘର୍ଷ କରି ସେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ । ଶେଷରେ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରିଥିଲା ଏହି ବିମାନ । ଏହି ମହାନ କାର୍ଯ୍ୟ ପାଇଁ ସମଗ୍ର ବିଶ୍ୱର ନେତାମାନେ ସ୍ମିତଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ । ଏବେ ଡାକ୍ତରଖାନାରେ ସୁସ୍ଥ ହେଉଛନ୍ତି କ୍ୟାପଟେନ୍ ମଚ୍ଛର ।

Latest Posts

Don't Miss