spot_img
Home Blog Page 1241

‘ସିସିଟିଭିରେ ନଜର ଆସୁଥିବା ଦୁର୍ବୃତ୍ତ ମୋ ପୁଅ ନୁହେଁ, ଗିରଫ ଶରିଫୁଲ ଆକ୍ରମଣକାରୀ ନୁହେଁ’ : ଶରିଫୁଲଙ୍କ ବାପା

ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆସିପାରେ ନୂଆ ମୋଡ଼ । ସିସିଟିଭିରେ ନଜର ଆସିଥିବା ଆକ୍ରମଣକାରୀ ଗିରଫ ଅଭିଯୁକ୍ତ ଶରିଫୁଲ ଇସଲାମ ନୁହଁ ବୋଲି କହିଛନ୍ତି ଶରିଫୁଲଙ୍କ ବାପା । ସିସିଟିଭିରେ ଦେଖାଯାଉଥିବା ଯୁବକ ତାଙ୍କ ପୁଅ ନୁହେଁ ବୋଲି କହିଛନ୍ତି ଶରିଫୁଲର ବାପା ରୁହୁଲ ଅମୀନ। ରୁହୁଲ ଅମୀନଙ୍କ ଏହି ବୟାନ ପରେ ଘଟଣା ନୂଆ ମୋଡ଼ ନେଇପାରେ। ଅନ୍ୟପଟେ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶିଥିବା ଦୁର୍ବୃତ୍ତ ଏବଂ ଧରାପଡ଼ିଥିବା ଅଭିଯୁକ୍ତ ଜଣେ ବୋଲି କହୁଛି ମୁମ୍ବାଇ ପୋଲିସ ।

ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମଙ୍କ ପିତା କହିଛନ୍ତି – ସିସିଟିଭିରେ ଯିଏ ଦେଖାଯାଉଛି ସେ ମୋ ପୁଅ ନୂହେଁ, ମୋ ପୁଅ କେବେ ବି ଲମ୍ବା କେଶ ରଖେ ନାହିଁ । ମୋ ପୁଅକୁ ଫସେଇ ଦିଆଯାଇଛି । ସେ ବାଂଲାଦେଶ ଛାଡି କେବଳ ଗୋଟିଏ କାରଣ ପାଇଁ ଭାରତ ଆସିଥିଲେ – ବାଂଲାଦେଶରେ ରାଜନୈତିକ ଅସ୍ଥିରତା । ସେ ବାଂଲାଦେଶରେରେ କାମ କରୁଥିଲେ ଏବଂ ଭଲ ଦରମା ପାଇଥିଲେ ଏବଂ ତାଙ୍କୁ ନିଯୁକ୍ତିଦାତା ମଧ୍ୟ ପୁରସ୍କୃତ କରିଥିଲେ ।

ପୋଲିସ ସିସିଟିଭିର ସାହାଯ୍ୟ ନେଇ ଶରିଫୁଲକୁ ଧରିଥିଲା । କିଛି ଦିନ ତଳେ ପୋଲିସ ଠାଣେରୁ ସୈଫ ଅଲ୍ଲୀ ଖାନଙ୍କ ଉପରେ ହମଲା କରିଥିବା ଅଭିଯୁକ୍ତ ଶରିଫୁଲ ଇସଲାମକୁ ଧରିଥିଲା । ସେ ଜଣେ ବାଂଲାଦେଶୀ ନାଗରିକ । ଭାରତରେ ଅବୈଧ ଭାବରେ ନାମ ବଦଳାଇ ନିଜକୁ ବିଜୟ ଦାସ ଭାବେ ପରିଚୟ ଦେଇ ରହୁଥିଲା । ଗତ ୧୬ ଜାନୁଆରୀରେ ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଚୋରି ଉଦ୍ଦେଶ୍ୟରେ ଘରେ ପଶି ସୈଫ ଅଲ୍ଲୀ ଖାନଙ୍କୁ ହମଲା କରିଥିଲା ଆକ୍ରମଣକାରୀ ।

ସୈଫ ଅଲ୍ଲି ଖାନ ମଙ୍ଗଳବାର ଦିନ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି । ତେବେ ଫୋରେନସିକ ରିପୋର୍ଟ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ଫିଙ୍ଗରପ୍ରିଣ୍ଟସ ମହମ୍ମଦ ଶରିଫୁଲଙ୍କ ଫିଙ୍ଗରପ୍ରିଣ୍ଟ ସହ ମେଳ ଖାଉଛି । ସୈଫଙ୍କ ପୁଅ ଜାହାଙ୍ଗୀରଙ୍କ ରୁମ କବାଟ, ବାଥରୁମ କବାଟ ଏବଂ ପାଇପଲାଇନରେ ମିଳିଥିବା ଫିଙ୍ଗର ପ୍ରିଣ୍ଟ ସହିତ ମେଳ ଖାଉଛି । ଏଥିସହ ପୋଲିସ ଶରିଫୁଲଙ୍କ ବାଂଲାଦେଶୀ ଆଇଡି କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି ।

କେଜ୍ରିୱାଲଙ୍କ ହଟିଲା ଜେଡ୍ ପ୍ଲସ୍ ସୁରକ୍ଷା, ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ପ୍ରତ୍ୟାହାର

ନୂଆଦିଲ୍ଲୀ: ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା ।  ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବ ପୋଲିସ ଦେଇଥିବା ଜେଡ୍ ପ୍ଲସ୍ ସୁରକ୍ଷା ହଟିଲା । ଦିଲ୍ଲୀରେ ପଞ୍ଜାବ ପୋଲିସ ସୁରକ୍ଷା ଦେଇପାରିବ ନାହିଁ ବୋଲି କହିଛି ଦିଲ୍ଲୀ ପୋଲିସ । ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଆପତ୍ତି ଉଠାଇଥିଲା ଦିଲ୍ଲୀ ପୋଲିସ । ଏହାପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ପଞ୍ଜାବ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉଥିଲା ।

ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କେଜ୍ରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ତେବେ ସୁରକ୍ଷା ବ୍ୟବସ୍ଥା ହଟିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପଞ୍ଜାବ ପୋଲିସ ଡିଜି । ସେପଟେ ଜୋରଜବରଦସ୍ତ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା କହିଛନ୍ତି ଆପ ନେତା ସଂଜୟ ସିଂହ । ନିର୍ବାଚନ କମିଶନ ଏବଂ ଦିଲ୍ଲୀ ପୋଲିସର ଆପତ୍ତି ପରେ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଯାଆଇଛି । ସେପଟେ ସୁରକ୍ଷା ପ୍ରସଙ୍ଗରେ ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣିଶୁଣି ଦିଲ୍ଲୀ ପୋଲିସ ତାଙ୍କର ନିର୍ବାଚନ ଶୋଭାଯାତ୍ରାରେ ବିରୋଧୀଙ୍କୁ ପଶିବାକୁ ସୁଯୋଗ ଦେଇଥିଲା । ଏବଂ ଏଥିଯୋଗୁ ବିରୋଧୀ ତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ।

ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଏଗାର ଦିନ ହେବ ମିଳୁନି ପତ୍ତା

ପାଟକୁରା : ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ । ଏଗାର ଦିନ ହେବ ମିଳୁନି ନିଖୋଜ ଦାଦନ ଶ୍ରମିକଙ୍କ ପତ୍ତା। ଡେରାବିଶ ଥାନା ଲକ୍ଷ୍ମୀନାରାୟଣ ପୁର ପଞ୍ଚାୟତ ବରାହୀଲୋ ଗାଁର କେଶବ ମଲ୍ଲିକ ନିଖୋଜ । ନିଖୋଜ କେଶବ ମଲ୍ଲିକଙ୍କୁ ସ୍ଥାନୀୟ ଠିକାଦାର ରଞ୍ଜନ ମଲ୍ଲିକ ଚାପ ପକାଇ ଜାନୁୟାରୀ ପାଞ୍ଚ ତାରିଖ ରେ ଅନୁଗୁଳ ପରଙ୍ଗ ଅଞ୍ଚଳକୁ କାମ କରିବାକୁ ନେଇଥିଲେ। ଗତ ବାର ତାରିଖରୁ ସେହି ପରଙ୍ଗ ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ କେଶବ । ଏହି ଖବର ଠିକାଦାର ରଂଜନ ନିଖୋଜ କେଶବଙ୍କ ପରିବାରକୁ ଜଣାଇଥିଲେ.। ଘଟଣା ପରେ କେଶବଙ୍କ ମାଆ ଅଞ୍ଜନା ମଲ୍ଲିକ ଡେରାବିଶ ଥାନାରେ ଠିକାଦାର ନାଁରେ ଅଭିଯୋଗ କରିଛନ୍ତି । ଏଥି ସହ ନିଖୋଜ ଯୁବକଙ୍କ ଭାଇ ବୀରବର ମଲ୍ଲିକ ମଧ୍ୟ ଅନୁଗୁଳ ସ୍ଥିତ ନିଶା ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ରେ ଏକ ନିଖୋଜ ମାମଲା ରୁଜୁ କରିଛନ୍ତି। ଏହାକୁ ନେଇ ନିଖୋଜ କେଶବଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।  କେଶବଙ୍କ ରୋଜଗାରରେ ତାଙ୍କ ପରିବାର ଚଳୁଥିଲା। ଏବେ କେଶବଙ୍କ ପତ୍ତା ନ ମିଳିବାରୁ ଅସହାୟ ହୋଇପଡିଛନ୍ତି ପରିବାର ।  କେଶବଙ୍କ ନିଖୋଜ ହେବା ପଛରେ ଠିକାଦାର ରଂଜନ ମଲିକ ଦାୟୀ ବୋଲି କହିଛନ୍ତି ପରିବାର।

ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ !

ବାରିପଦା : ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ଗାଁରେ ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ। ମୃତ ମହିଳା ହେଲେ ରଇବାରୀ ସିଂହ। ମା’ ରାସନ ଚାଉଳ ଦେବାକୁ ମନା କରିବାରୁ କୋଦାଳରେ ହାଣି ହତ୍ୟା କରିଛି ପୁଅ।ପରେ ଉତ୍ତ୍ୟକ୍ତ ହୋଇ ହତ୍ୟାକାରୀ ପୁଅ ରୋହିଦାସ ସୋରେନ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପଡୋଶୀ ମାନେ ଉଦ୍ଧାର କରିଥିଲେ। ଖବର ଅନ୍ୟ ଜଣେ ପୁଅ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଏହାସହ ଆହତ ଭାଇକୁ ମେଡିକାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଅଭିଯୁକ୍ତ ରୋହିଦାସକୁ ଗିରଫ କରିଛି।

ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗ୍ରାମବାସୀ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ

କାଶୀପୁର : ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଲମ୍ବେରି ଏବଂ ଘୁମୁରାପୁଟ ଗ୍ରାମବାସୀ । ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତଠାରୁ ମାତ୍ର ୪ କି.ମି. ଦୂର ପାହାଡ଼ ତଳେ ଅବସ୍ଥିତ ଲମ୍ବେରି ଏବଂ ଘୁମୁରାପୁଟ ଗାଁ । ଏହି ଗାଁରେ ପାନୀୟ ଜଳ ସୁବିଧା ନଥିବା ବେଳେ ଗମନାଗମନ ପାଇଁ ପକ୍କା ରାସ୍ତା ନାହିଁ । ଏପରିକି ଗ୍ରାମବାସୀ ଏବେ ବି ବିଜୁଳି ଆଲୋକ ସେବାରୁ ବଞ୍ଚିତ ଅଛନ୍ତି । ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି  । ଆଜି ୨ ଗ୍ରାମର ଲୋକେ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଗାଁଠାରୁ ପଦଯାତ୍ରାକରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅହିଂସା ଏବଂ ସାମ୍ବିଧାନିକ ପ୍ରକ୍ରିୟାରେ ଆନ୍ଦୋଳନ କରିଛନ୍ତି । ମରିବୁ ପଛେ ସାମ୍ବିଧାନିକ ଅଧିକାର ହାସଲ ବିନା ଗାଁକୁ ଫେରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

କଣାସରେ ହଇଜା ସ୍ଥିତି ପରଖି ରାଜ୍ୟ ସରକାରକୁ ନିନ୍ଦା କଲା କଂଗ୍ରେସ

ଭୁବନେଶ୍ବର : କଣାସରେ ନିୟନ୍ତ୍ରଣ ବାହାରେ ହଇଜା। ସ୍ଥିତି ଲାଗି ସରକାର ଦାୟୀ। କଣାସରେ ହଇଜା ସ୍ଥିତି ପରଖି ରାଜ୍ୟ ସରକାରକୁ ନିନ୍ଦା କରିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଯାଇଥିବା ଟିମ ସ୍ଥିତି ପରଖିଥିଲେ। ଟିମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସଙ୍କ ସହିତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଆକ୍ରାନ୍ତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। କଣାସର ନୂଆ ଗାଁ, ନଇକୁଳ ପାଟଣା ଆଦି ଗ୍ରସ୍ତ କରି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ବିଶେଷ କରି ହଇଜାରେ ମୃତ୍ୟୁ ହୋଇଥିବା ୪ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ୪ ମୃତକଙ୍କ ପରିବାରକୁ ୫ ହଜାର ଲାେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହାକୁ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। କଣାସରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ହଇଜା ରୋକିବାରେ ପ୍ରଶାସନ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ ଟିମ।

ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ

ମୁମ୍ବାଇ : ମୁମ୍ବାଇରେ ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ। ଜୋଗେଶ୍ଵରୀ ଓସିୱାରା ଅଂଚଳରେ ଏକ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ। ଧମକ ଆସିବା ପରେ ଚାରିଆଡେ ହୋହାଲ୍ଲା ସୃଷ୍ଟି ହୋଇଥିଲା। ପୋଲିସକୁ ଖବର ପରେ ତୁରନ୍ତ ଆସି ପହଞ୍ଚିଥିଲା ପୋଲିସ ସହ ବୋମା ନିଷ୍କ୍ରିୟକାରୀ ଟିମ। ସ୍କୁଲରେ ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଜଣାପଡିଛି। ଅଫଜଲ ଗ୍ଯାଙ୍ଗ ପକ୍ଷରୁ ଏହି ବୋମା ରଖାଯାଇଥିବା ଧମକ ଦିଆଯାଇଥିଲା। ମୁମ୍ବାଇର ଗ୍ଲାୋବାଲ ରିୟାନ ସ୍କୁଲରେ ଏହି ବୋମା ରଖାଯାଇଥିବା ଧମକ ଆସିଥିଲା।  ତେବେ ମାମଲା ଯାଞ୍ଚ କରୁଛି ପୋଲିସ ।

ବିଜାପୁରରେ IED ବୋମା ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ

ରାୟପୁର : ଛତିଶଗଡ଼ ବିଜାପୁରରେ IED ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ରାସ୍ତାରେ ବୋମା ଖଞ୍ଜାଯାଇଥିବା ନେଇ ସୂଚନା ପରେ ଶକ୍ତିଶାଳୀ ବୋମାକୁ କରାଗଲା ଡିଫ୍ୟୁଜ। ୫୦ କେଜି ଓଜନର ଏହି ବୋମା ଥିବା ଜଣାପଡିଛି। ବିଜାପୁର ଅଂଚଳରେ ମୁତୟନ ସିଆପିଏଫଙ୍କ ଟିମ ଏହି ବୋମାକୁ ନିଷ୍କ୍ରିୟ କରିଛି। ବିଜାପୁର ଲ୍ଯାଣ୍ଡମାଇନ ବିସ୍ଫୋରଣ ଭଳି ପୁଣି ଏକ ଅଘଟଣ ଘଟିବା ପୂର୍ବରୁ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ। ବାସାଗୁଡ଼ା-ଆବାପଲ୍ଲ ରାସ୍ତାରେ ଲଗାଇଥିଲେ ଏହି IED। ରାସ୍ତାର ତିମ୍ମାପୁର ନିକଟରେ ଏହି ଉଚ୍ଚଶକ୍ତି ସମ୍ପନ୍ନ ବୋମା ଲଗାଇଥିଲେ ନକ୍ସଲ। ସର୍ଚ୍ଚ ଅପରେସନରେ ଏହି ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରାଯାଇଛି। ରିମୋଟ କଣ୍ଟ୍ରୋଲ ସାହାଯ୍ଯରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ମାଓବାଦୀ। ସିଆରପିଏଫ ୧୬୮ ବାଟାଲିୟନର ଯବାନ ଏହି ବୋମା ଖଂଜାଯାଇଥିବା ସୂଚନା ପାଇଥିଲେ। ରାସ୍ତାରେ ଏକ ବ୍ରିଜ ତଳେ ପଥର ହଟାଇ ଏହି ବୋମା ଖଂଜିଥିଲେ ନକ୍ସଲ। ଯାହାକୁ ଖୋଜି ବାହାର କରି ନାକାମ କରିଥିଲେ ସୁରକ୍ଷାକର୍ମୀ।

ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆପ୍ : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆମ୍ ଆଦମୀ ପାର୍ଟି। ନିଯୁକ୍ତି ନେଇ ଗତ ୧୦ ବର୍ଷ ଧରି ଆପ୍ ସରକାର ବିଭିନ୍ନ ସ୍ତରରେ ଉଦ୍ଯମ ଜାରି ରଖିଛି। ଶିକ୍ଷା, ପାନୀୟ ଜଳ, ସ୍ବାସ୍ଥ୍ଯ ଆଦି କ୍ଷେତ୍ରରେ ବ୍ଯାପକ ବିକାଶ ସାଧିତ ହୋଇଛି। ତେବେ ରୋଜଗାରେ ଏବେ ମୁଖ୍ଯ ସମସ୍ଯା ଭାବେ ଠିଆ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ବେରୋଜଗାରୀ ବଢିଛି। ଆସନ୍ତା ୫ ବର୍ଷରେ ଦିଲ୍ଲୀରୁ ବେରୋଜଗାରୀ ହଟାଇବା ଆପର ମୁଖ୍ଯ ଆହ୍ବାନ ହେବ ବୋଲି କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି- କରୋନା କାଳରେ ବେରୋଜଗାରୀ ବଢିଥିଲା। ତଥାପି ଦିଲ୍ଲୀ ସରକାର  ୧୨ ଲକ୍ଷ ଲୋକଙ୍କୁ ଚାକିରି ଦେଇଥିଲେ। ପଞ୍ଜାବରେ ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ବ  ଦିଆଯାଇଛି। ଦିଲ୍ଲୀର ବିଭିନ୍ନ କ୍ଷେତ୍ରରେ ଐତିହାସିକ ସଫଳତା ହାସଲ ହୋଇଛି ବୋଲି କହିଛନ୍ତି କେଜରିୱାଲ।  ତେଣେ ଆପର ପ୍ରଚାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗବନ୍ତ ମାନ୍।

 

ଫେବ୍ରୁଆରୀରେ ଆସିବେ ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ବର : ଫେବ୍ରୁଆରୀ ୪ରୁ ୭ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିକଶିତ ଓଡ଼ିଶା ପାଇଁ ମିଳିବ କି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ? ନା’ ଡବଲ ଇଞ୍ଜିନ ସରକାରରେ ପୁଣି ଥରେ ଓଡ଼ିଶା ହେବ ଅବହେଳିତ ? ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଚତୁର୍ଦ୍ଦଶ ଓ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନଙ୍କ ପାଖରେ ପୂର୍ବ ନବୀନ ସରକାର ଦାବି କରିଆସୁଥିଲେ । ଖାଲି ସେତିକି ନୁହେଁ, ରାଜ୍ୟକୁ ଭର୍ଟିକାଲ ଟିକସ ବାବଦରେ ୫୦ ପ୍ରତିଶତ ଦେବାକୁ ଦାବି କରିଥିଲେ । ଏହାସହିତ ଦୁର୍ବିପାକ ପ୍ରବଣ ଓଡ଼ିଶା ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେବାକୁ ମଧ୍ୟ ଦେଇଥିଲେ ୮ ଲକ୍ଷ ୨୪ ହଜାର କୋଟିର ଦାବି ପତ୍ର । କିନ୍ତୁ ଓଡ଼ିଶା ପାଇଁ କେନ୍ଦ୍ରକୁ ଅର୍ଥ କମିଶନଙ୍କ ସୁପାରିସ ଥିଲା ମାତ୍ର ୨ ଲକ୍ଷ ୨୨ ହଜାର କୋଟି । ଅର୍ଥାତ୍ ଦାବିର ୪ ଗୁଣରୁ ଭାଗେ । କେନ୍ଦ୍ର ଅର୍ଥ କମିଶନ ଓଡ଼ିଶାକୁ ଆସନ୍ତି । ବୁଲନ୍ତି, ବୁଝନ୍ତି ଦାବି ଶୁଣନ୍ତି । କିନ୍ତୁ ଦିଲ୍ଲୀ ଗଲା ପରେ ସବୁ ଓଲଟିଯାଏ । ଯାହା ସୁପାରିସ କରାଯାଏ ତାକୁ ଠିକଣା ସମୟରେ ଦେବାରେ ବି କେନ୍ଦ୍ର ଅବହେଳା କରେ । ଏଭଳି ସ୍ଥିତିରେ ମୋହନ ସରକାରଙ୍କ ନିଷ୍ପତ୍ତି କମିଶନଙ୍କ ଆଗରେ ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯିବ । କିନ୍ତୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ କଣ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସେ ନେଇ ମୁଖ୍ୟମନ୍ତ୍ରୀ ଉଁ କି ଚୁଁ ପଦୁଟିଏ କହୁନାହାନ୍ତି । ବିଜେଡିର ଅଭିଯୋଗ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶୃତି ରଖିଥିଲା । କିନ୍ତୁ କ୍ଷମତାକୁ ଆସିବା ପରେ ସବୁ ଭୁଲିଗଲେ । ସୁଧମୁକ୍ତ ଋଣ ଦେଇ ବାହାବା ନେଉଛନ୍ତି । ଏସବୁ ପ୍ରଶ୍ନର ବିଜେପି କଣ ଉତ୍ତର ଦେଉ କି ନ ଦେଉ, ପୂର୍ବୋଦୟର ବିକାଶ କଥା କହି ପଞ୍ଚାୟତ ହାତକୁ ଅଧିକ ପାଣ୍ଠି ଆସିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହେବ ବୋଲି ଯୁକ୍ତି ବାଢିଛି ।

ଚତୁର୍ଦ୍ଦଶ ଅର୍ଥ କମିଶନ ରାଜ୍ୟକୁ ୪୨ ପ୍ରତିଶତ ଟିକସ ଅର୍ଥ ଆବଣ୍ଟନ କରିଥିଲେ । କିନ୍ତୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେଲା ପରେ ୪୨ ପ୍ରତିଶତରୁ ୪୧ ପ୍ରତିଶତକୁ ହ୍ରାସ କଲେ ପଞ୍ଚଦଶ ଅର୍ଥ କମିଶନ । ଏବେ ହୋରାଇଜେଣ୍ଟାଲ ଟିକସ ବ୍ୟବସ୍ଥାରେ କେନ୍ଦ୍ର ଟିକସ ଅଂଶରୁ ଓଡ଼ିଶାକୁ ମିଳୁଛି ୪.୫୨୮ ପ୍ରତିଶତ । ଯାହାକି ସମୁଦ୍ରକୁ ଶଙ୍ଖେ । ବିକଶିତ ଓଡ଼ିଶାର ସ୍ବପ୍ନ ଏଥିରେ ପୂରା ହେବନି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମତ, କେନ୍ଦ୍ର ଅର୍ଥ କମିଶନଙ୍କ ପାଖରେ ବଡ଼ ପରିମାଣର ଟଙ୍କା ଦାବି ରଖିଲେ ହେବନି । ଏଥିପାଇଁ ଏହାକୁ କିପରି ଖର୍ଚ୍ଚ କରାଯିବ ସେ ନେଇ ଠୋସ ଖସଡ଼ା ସହ ଦାବି ରଖିବା ଦରକାର । ଓଡ଼ିଶାର ଜନସଂଖ୍ୟା ସହିତ ଅପପୁଷ୍ଟି ଓ ଦୁର୍ବିପାକକୁ ଆଖିରେ ରଖି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା କିମ୍ବା ବିହାର ଓ ଆନ୍ଧ୍ର ଭଳି ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦେବାର ଆବଶ୍ୟକତା ରହିଛି । ତା ନ ହେଲେ ଡବଲ ଇଞ୍ଜିନ ସରକାରକୁ ଓଡ଼ିଶାବାସୀ ଯେପରି କ୍ଷମତାକୁ ଆଣିଲେ ଆଗାମୀ ଦିନରେ ଏହି ଚିତ୍ର ବି ଓଲଟି ଯାଇପାରେ ।

ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାରେ ଏବେ କେନ୍ଦ୍ର ଟାଳୁଟୁଳ ନୀତି ଆପଣାଉଛି । ଷୋଡ଼ଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ୨୦୨୬ରୁ ଆରମ୍ଭ ହୋଇ ୨୦୩୧ ପର୍ଯ୍ୟନ୍ତ ଜାରି  ରହିବ  । ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଏ ପର୍ଯ୍ୟନ୍ତ କୋଇଲା ରୟାଲଟି ରିଭିଜନ ହେଉନି କି ଖଣି ରୟାଲଟି ନେଇ କେନ୍ଦ୍ର ଏକ ପ୍ରକାର ବାଟ ବନ୍ଦ କରିଦେଇଛି । ଏବର ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ କଥା ଚିନ୍ତା କରୁଛନ୍ତି ନା ଦିଲ୍ଲୀ ଆକ୍କାଙ୍କୁ ଖୁସି କରିବାକୁ କେବଳ ଔପଚାରିକତା ପୂର୍ଣ୍ଣ କରିବାରେ ବ୍ୟସ୍ତ ରହିବେ ତାକୁ ରାଜ୍ୟବାସୀ ଅନାଇବସିଛନ୍ତି ।