spot_img
Home Blog Page 1236

ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ୱାଇରେ ଆୟୋଜିତ ଏକ ପ୍ରେସମିଟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମ୍ ଘୋଷିତ ହୋଇଛି । ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ଉପଅଧିନାୟକ ହୋଇଛନ୍ତି ଶୁବମନ ଗିଲ । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଟିମଙ୍କ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯିବ । ସମସ୍ତ ଟିମଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଏଥିହିତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟ ଗ୍ରୁପ-ଏ’ରେ ସ୍ଥାନ ପାଇଛନ୍ତି  । ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରଲିଆା, ଆଫଗାନିସ୍ତାନ ଓ ଇଂଲଣ୍ଡକୁ ରଖାଯାଇଛି । ସମସ୍ତ ୮ଟି ଟିମ ନିଜ ନିଜ ଗ୍ରୁପର ୩-୩ଟି ମୁକାବିଲା ଖେଳିବେ । ଏହାପରେ ଗ୍ରୁପର ଟପ-୨ ଟିମ ସେମିଫାଇନାଲ ଖେଳିବାକୁ କ୍ବାଲିଫାଏ କରିବେ ।

ପ୍ରଥମ ସେମିଫାଇନାଲ ଦୁବାଇରେ ଓ ଦ୍ବିତୀୟ ସେମି ଲାହୋରରେ ଅନୁଷ୍ଠିତ ହେବ । ଏହାପରେ ଫାଇନାଲ ମ୍ୟାଚ ଖେଳାଯିବ । ଯଦି କୌଣସି ଟିମ ଫାଇନାଲରେ ପହଞ୍ଚେ, ତେବେ ସେ ମୋଟ ୫ଟି ମ୍ୟାଚ ଖେଳିବ । ସମସ୍ତ ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ଅନ୍ୟ ଏକ ଭେନ୍ୟୁ ଦୁବାଇ ରଖାଯାଇଛି । ଭାରତୀୟ ଟିମ ନିଜର ସମସ୍ତ ମୁକାବିଲା ଦୁବାଇରେ ଖେଳିବ । ଯଦି ଭାରତୀୟ ଟିମ କ୍ବାଲିଫାଏ କରେ, ତେବେ ଫାଇନାଲ ମଧ୍ୟ ଦୁବାଇରେ ହେବ । ସେମିଫାଇନାଲ ସମେତ ୧୦ଟି ମୁକାବିଲା ପାକିସ୍ତାନର ୩ଟି ଭେନ୍ୟୁ ଲାହୋର, କରାଚୀ ଓ ରାଓ୍ବଲପିଣ୍ଡିରେ ଖୋଯିବ । ଫେବୃଆରୀ ୧୯ରୁ ମୁକାବିଲା ଆରମ୍ଭ ହୋଇ ମାର୍ଚ୍ଚ ୯ରେ ସରିବ । ମାର୍ଚ୍ଚ ୧୦ ରିଜର୍ଭ ଡେ ରଖାଯାଇଛି ।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହଲ (ଓ୍ବିକେଟ କିପର), ଋଷଭ ପନ୍ତ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ବୀ ଜୟସ୍ବାଲ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମୀ, ଅର୍ଶଦୀପ ସିଂହ, ଓ୍ବାଶିଂଟନ ସୁନ୍ଦର ।

ଅଭିନେତା ସୈଫ ଅଲ୍ଲୀଙ୍କୁ ଛୁରାମାଡ଼ ଘଟଣା : ପତ୍ନୀ କରୀନାଙ୍କୁ ଜେରା

ମୁମ୍ବାଇ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ପୋଲିସ ସୈଫଙ୍କ ପତ୍ନୀ କରୀନା କପୁରଙ୍କୁ ଜେରା କରିଛି। ଏହା ସହ ଷ୍ଟାଫ ଏଲିୟାମା ଫିଲିପଙ୍କ ବୟାନ ବି ରେକର୍ଡ କରିଛି। ସେପଟେ ଆହତ ସୈଫଙ୍କୁ ଲୀଳାବତୀ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ଭଜନ ସିଂ ରାଣା ସେଦିନର ଘଟଣା ସମ୍ପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସଦଗୁରୁ ଶରଣ ବିଲଡିଂରୁ ହସ୍ପିଟାଲକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡ୍ରାଇଭର। ଉତ୍ତରାଖଣ୍ଡବାସିନ୍ଦା ରାଣା ଅଟୋରେ ଆସୁଥିବାବେଳେ ତାଙ୍କ ଅଟୋରେ ଥିଲେ ୩ଜଣ ଯାତ୍ରୀ। ସେମାନେ ସମସ୍ତେ ମିଶି ସୈଫଙ୍କୁ ହସ୍ପିଟାଲକୁ ନେଇଥିଲେ। ତେବେ ବଡ଼କଥା ହେଉଛି ସୈଫଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରେ ହିଁ ରାଣା ଜାଣିଥିଲେ ଯେ ଆହତ ବ୍ଯକ୍ତି ହେଉଛନ୍ତି ସୈଫ। ସୈଫଙ୍କ ଜୀବନ ରକ୍ଷା ହୋଇଯାଇଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି। ଆଜି ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କର ବୟାନ ରେକର୍ଡ ହୋଇଛି। ସେପଟେ ଆସନ୍ତା ୨-୩ ଦିନ ମଧ୍ଯରେ ସୈଫ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ତେଣେ ସିସିଟିଭିରୁ ଜଣାଯାଇଛି ଗୁରୁବାର ରାତି ଗୋଟାଏ ୩୭ ମିନଟରେ ମୁହଁରେ କପଡା ପିନ୍ଧିଥିବା ଅଭିଯୁକ୍ତଜଣକ ଏକ ଟି-ସାର୍ଟ ପିନ୍ଧିବା ସହ ଏକ ବ୍ଯାଗ କାନ୍ଧରେ ପକାଇ ପ୍ରବେଶ କରିଥିଲା।  ସେ ଜିନ ପ୍ଯାଣ୍ଟ ପିନ୍ଧିଥିଲା। ମାତ୍ର ରାତି ୨ଟା ୩୩ ମିନଟରେ ସିସିଟିଭିରେ ତାର ମୁହଁ ସ୍ପଷ୍ଟ ଦିଶୁଥିଲା। ସେ ଅଲଗା ପୋଷାକ ବି ପିନ୍ଧିଥିଲା। ଗତକାଲି ଜଣେ ବ୍ୟକ୍ତିଙ୍କୁ ପୋଲିସ ଜେରା କରିଥିବାବେଳେ ପ୍ରକୃତ ଅଭିଯୁକ୍ତ ନୁହେଁ ବୋଲି ପୋଲିସ କହିଛି। ଅପରାଧୀକୁ ଧରିବା ଲାଗି ୩୫ଟି ପୋଲିସ ଟିମ ଗଠିତ ହୋଇଛି। ପୋଲିସ ଆଶଙ୍କା କରୁଛି- ଆକ୍ରମଣ ପରେ ଅଭିଯୁକ୍ତଜଣକ ବାନ୍ଦ୍ରାରୁ ଅନ୍ୟତ୍ର ଚାଲିଯାଇଛି। ପୋଲିସ ରେଳଷ୍ଟେସନର ଭିଜୁଆଲ ବି ଯାଞ୍ଚ କରିଛି।

ଧାନକିଣାରେ ଅନିୟମିତତା ଅଭିଯୋଗ, ରାଜରାସ୍ତାରେ ଗର୍ଜିଲେ ଶହ ଶହ ଚାଷୀ

ଗଜପତି : ଗଜପତିରେ ଧାନକିଣାରେ ଅନିୟମିତତା ଅଭିଯୋଗ । ରାଜରାସ୍ତାରେ ଗର୍ଜିଲେ ଶହ ଶହ ଚାଷୀ । ସକାଳ ୧୦ ଠାରୁ ପାରଳାଖେମୁଣ୍ଡିର ଉପଲଡା ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତକୁ ପାଖାପାଖି ମାସେ ବିତିବାକୁ ଗଲାଣି କିନ୍ତୁ ସହାୟତା ଘୋଷଣା ହେଲାନାହିଁ । ଏହାସହ ପୂର୍ବ ବର୍ଷର ଚାଉଳ ମିଲରଙ୍କ ଠାରୁ ନେଇ ନାହଁ ଯୋଗାଣ ବିଭାଗ । ସେହିପରି ପୂର୍ବ ବର୍ଷ ଠାରୁ କମ ଧାନର ଟୋକନ ଆସିବା ଏବଂ ମଣ୍ଡିରେ ଧାନ ସୁରକ୍ଷିତ ରଖିବାପାଇଁ ବ୍ୟବସ୍ଥା ନଥିବା ଅଭିଯୋଗରେ ଗର୍ଜିଛନ୍ତି ଚାଷୀ । ପ୍ରଶାସନିକ ଅଧିକାରୀ ଓ ତହସିଲଦାରଙ୍କୁ ଅଟକାଇ ରାଜରାସ୍ତାରେ ଅଡ଼ି ବସିଛନ୍ତି ଚାଷୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ଅଟକି ରହିଛି । ଯାତାୟତ ଠପ୍ ହୋଇରହିଛି ।

ଗଞ୍ଜାମରେ ବଢୁଛି ବିଜେଡି ବଳ, ଶଙ୍ଖ ଧରିଲେ ଶତାଧିକ ବିଜେପି ନେତା ଓ କର୍ମୀ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା । ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି । ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛି । ସେମାନେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ନିଜ ମତ ଜଣାଇବା ପରେ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି । ହିଞ୍ଜିଳି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଯେଉଁଠାରୁ ସେ ଲଗାତାର ୬ ଥର ବିଧାୟକ ଭାବେ ଜିତିଛନ୍ତି । ଗତ ନିର୍ବାଚନରେ ବି ହିଞ୍ଜିଳିବାସୀ ନବୀନଙ୍କ ଉପରେ ଆଶୀର୍ବାଦ ବର୍ଷା କରି ବିଧାୟକ କରିଛନ୍ତି । ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଧ । ଆଜି ଗଞ୍ଜାମ ଜିଲ୍ଲା ବିଶେଷ କରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଗୋଟେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିନ । ଓଡ଼ିଶାର ଲୋକପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା କରି ଆଜି ବୁରୁପଡା ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ଅନେକ ନେତା ବିଜେଡିରେ ସାମିଲ ହୋଇଛନ୍ତି । ତୃଣମୂଳ ସ୍ତରରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଓ ଭରସା ରହିଛି  । ବିଜେଡିରେ ସାମିଲ ହୋଇ ବହୁତ ଖୁସି ଥିବା କହିଲେ ସନ୍ତୋଷିନୀ । ଗତ ସାତ ମାସ ହେଲାଣି ବିଜେପି କିଛି କାମ କରିନଥିରୁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି, ଘରେ କେହି ନ ଥିବା ବେଳେ ଲୁଟିନେଲେ ଦୁର୍ବୃତ୍ତ

ଉଦଳା : ଘରେ ପଶି ଚୋରି । ଚୋରମାନେ ଏତେ ଚାଲାକ ଯେ, ଅସଲି ସୁନାର ଗହଣା ନେଇ ଚମ୍ପଟ ମାରିଥିବା ବେଳେ ଯାହା ଇମିଟେସନ ଥିଲା, ତାକୁ ନେଇ ନାହାନ୍ତି। ମୟୂରଭଂଜ ଜିଲ୍ଲା ଉଦଳା ବୃନ୍ଦାଗଡ଼ି ଗାଁରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଛି। ଗାଁର ସୁଦାମ କୁମାର ମାଝୀ ଗତକାଲି ସନ୍ଧ୍ୟାରେ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ। ରାତିରେ ପରିବାର ଲୋକେ ଫେରିବା ପରେ ଦେଖିଥିଲେ, ଘରର ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଛି। ଆଲମିରା ଭଙ୍ଗା ହୋଇଛି। ଆଲମିରାରେ ଥିବା ସୁନା ଅଳଙ୍କାର ଓ ୪୫ ହଜାର ଟଙ୍କା ମଧ୍ୟ ନାହିଁ। ଚୋରମାନେ କେବଳ ସୁନା ଜିନିଷ ନେଇଥିବା ବେଳେ ଇମିଟେସନ ଅଳଙ୍କାରକୁ ଛାଡି ଯାଇଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି।

ବରଗଡ଼ ଅପହରଣ ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଟିମ୍

ବରଗଡ଼ : ବରଗଡ଼ ଘଟଣାର ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ। ତାଙ୍କ ଗାଁକୁ ଯାଇ ଏହି ଟିମ୍ ଭେଟିଛି। ପ୍ରତିନିଧି ଦଳରେ ଅଛନ୍ତି ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ବରଗଡ଼ ମ୍ୟୁନସିପାଲଟିର କାଉନସିସର୍ ଓ ଆଇନଜୀବୀ ଅନୁପ ଶତପଥୀ ପ୍ରମୁଖ। ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ଫେରିନଥିଲେ ପୀଡ଼ିତା। ବହୁତ ଖୋଜାଖୋଜି କରିବା ପରେ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଏକ ଭାଇରାଲ ଅଡିଓ କ୍ଲିପ୍ ଘଟଣାକୁ ନୂଆ ମୋଡ଼ ଦେଇଛି। ଜଣେ ଯୁବକ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲା ଯେ, କୁର୍ଲା ଜଙ୍ଗଲରେ ପୀଡ଼ିତା ଜଣକ ପଡ଼ିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଅଛି। ତୁରନ୍ତ ହସପିଟାଲକୁ ନେବା ପାଇଁ ତୁରନ୍ତ ଆସିବାକୁ ସେ ଫୋନରେ ବାରମ୍ଵାର କହୁଥିଲେ। ଏହି ଘଟଣାରେ ପୋଲିସ ଏଯାଏ କାହାକୁ ଧରିପାରିନି ପୋଲିସ ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ପର୍ଶକାତର ଅଡିଓ ବାର୍ତ୍ତା

ନୂଆଦିଲ୍ଲୀ : ମାତ୍ର ୨୦ ମିନଟ ବିଳମ୍ବ ହୋଇଥିଲେ ସବୁକିଛି ସରିଯାଇଥାନ୍ତା। ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ଯା କରିଦେଇଥାନ୍ତେ ଆନ୍ଦୋଳନକାରୀ। ଆଲ୍ଲା ତାଙ୍କୁ ବଞ୍ଚାଇଦେଲେ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଏହି ସ୍ପର୍ଶକାତର ଅଡିଓ ବାର୍ତ୍ତାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ହସିନାଙ୍କ ଏହି ଭଏସ ନୋଟ ତାଙ୍କ ଦଳ ଆୱାମି ଲିଗ ପକ୍ଷରୁ ଜାରି କରାଯାଇଛି। ଗତବର୍ଷ ବାଂଲାଦେଶରେ ହୋଇଥିବା ବିଦ୍ରୋହ ପରେ ଅଗଷ୍ଟ ୫ରେ ଜୀବନ ରକ୍ଷା ଲାଗି ୭୭ ବର୍ଷ ବୟସ୍କା ହସିନା ଓ ତାଙ୍କ ଭଉଣୀ ରେହନା ଭାରତ ଚାଲିଆସିଥିଲେ। ସେହିଦିନଠାରୁ ସେ ଭାରତରେ ରହିଛନ୍ତି। ଏହି ବିଦ୍ରୋହରେ ଆନ୍ଦୋଳନକାରୀମାନେ ହସିନାଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିବାର ମାତ୍ର ୨୦ ମିନଟ ପୂର୍ବରୁ ସେମାନେ ପଳାୟନ କରିଥିଲେ। ସେ କହିଛନ୍ତି- ଗତ ୨୦୦୪ ଅଗଷ୍ଟ ୨୧ରେ ତାଙ୍କ ଉପରେ ଗ୍ରେନେଡ ଆଟାକ ହୋଇଥିଲା। ସେ ସାମାନ୍ଯ ଆହତ ହୋଇଥିଲେ ବି ବର୍ତ୍ତିଯାଇଥିଲେ। ଏହି ଘଟଣାରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିଲା।  ସେହିପରି ଜୁଲାଇ ୨୦୦୦ରେ ତାଙ୍କ ବିରୋଧରେ କୋତାଲିପଡ଼ା ବୋମା ଷଡ଼ଯନ୍ତ୍ରା କରାଯାଇଥିଲା ବୋଲି ସେ କହିଛନ୍ତି। ଏହା ସହ କହିଛନ୍ତି ବର୍ତ୍ତମାନ ସେ ନିଜ ଦେଶରୁ ବାହାରି ବାହାରେ ରହୁଛନ୍ତି। ସେ ସର୍ବଦା ଦୁଃଖୀ ଅଛନ୍ତି। ତାଙ୍କର ଘରଦ୍ବାର ସବୁ କିଛି ପୋଡି ଦିଆଯାଇଛି। ବର୍ତ୍ତମାନ ହସିନାଙ୍କୁ ବାଂଲାଦେଶ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଭାରତ ନିକଟରେ ବାଂଲାଦେଶ ଦାବି କରୁଛି।

ବିନୋଦ କାମ୍ବଲିଙ୍କୁ କିଏ କାନ୍ଦିବା ପାଇଁ ବାଧ୍ୟ କଲା ?

ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ବିନୋଦ କାମ୍ବଲି । ଅସୁସ୍ଥତା ମଧ୍ୟରେ ପିଲାଦିନର ବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଭେଟିବା ପରେ ଚର୍ଚ୍ଚାରେ ଆସିଛନ୍ତି । ସେ ଆଜି ତାଙ୍କର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି  । ଧୀରେ ଧୀରେ ସୁସ୍ଥ ହେଉଥିବା କାମ୍ବଲି ମଧ୍ୟ ବହୁତ ଖୁସି ଦେଖାଯାଉଛନ୍ତି  । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ,  ସେ ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ସାମ୍ନାରେ କାହିଁକି କାନ୍ଦିବାକୁ ବାଧ୍ୟ ହୋଇଥିଲେ ? ତାଙ୍କ ସହିତ ପୁରା ଦେଶକୁ ଏପରି କ୍ଷତ ମିଳିଥିଲା, ଯାହାକୁ ସେମାନେ ଚାହିଁଲେ ବି ଭୁଲି ପାରିବେ ନାହିଁ  । ୧୯୯୬ ମସିହାର କଥା । ଭାରତ ବିଶ୍ବକପ ଆୟୋଜନ କରିବାର ସୁଯୋଗ ପାଇଥିଲା । ମହମ୍ମଦ ଅଜହରୁଦ୍ଦିନଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପୁରା ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା । କ୍ୱାର୍ଟର ଫାଇନାଲରେ ଏହାର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା  ।  ସମଗ୍ର ଦେଶର ଭାରତୀୟ ଦଳର ବିଜୟ ନେଇଆଶା ରଖଇଥିଲେ । ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଲକ୍ଷେରୁ ଅଧିକ ଦର୍ଶକ ଏକାଠି ହୋଇଥିଲେ । କିନ୍ତୁ ଏହି ମ୍ୟାଚରେ ଏପରି କିଛି ଘଟିଥିଲା ​​ଯାହାକୁ କେହି ଆଶା କରିନଥିଲେ ଏବଂ କାମ୍ବଲି କାନ୍ଦିବାକୁ ବାଧ୍ୟ ହୋଇଥିଲେ ।

୧୯୯୬ ବିଶ୍ୱକପର ପ୍ରଥମ ସେମିଫାଇନାଲ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା  । ଏହି ମ୍ୟାଚରେ ବିନୋଦ କାମ୍ବଲି ଅଂଶ ଗ୍ରହଣ କରିଥିଲେ । ମ୍ୟାଚ୍ ଆରମ୍ଭରୁ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା । ଟଚ୍ ଜିତିବା ପରେ  ଭାରତୀୟ ଦଳ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଆଉ ୩୫ ରନରେ ୩ଟି ଓ୍ବିକେଟ୍ ନେବାରେ ସଫଳ ହୋଇଥିଲା । ଏଥି ସହିତ ୮୫ ରନରେ ଚତୁର୍ଥ ଓ୍ବିକେଟ୍ ମଧ୍ୟ ହରାଇଥିଲା ଶ୍ରୀଲଙ୍କା । ଏହି ମ୍ୟାଚରେ ଯେକୌଣସି ମତେ ଶ୍ରୀଲଙ୍କା ୨୫୧ ରନ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଭାରତ ୧୨୦ ରନରେ ୮ଟି ଓ୍ବିକେଟ କରାଇ ଦେଇଥିଲା ।

ଟିମ୍ ଇଣ୍ଡିଆ ହାରିବାର ଦେଖି ଭାରତୀୟ ପ୍ରଶଂସକମାନେ ରାଗି ଯାଇ ପଡିଆରେ ବୋତଲ ଫିଙ୍ଗିବାକୁ ଲାଗିଲେ । ଏଥିରେ ଖେଳାଳିମାନେ ବିରକ୍ତ ହୋଇଥିଲେ। ପରିସ୍ଥିତି ଏତେ ଖରାପ ହେଲା ଯେ ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡିଲା ଏବଂ ଶ୍ରୀଲଙ୍କାକୁ ବିଜୟ ଘୋଷଣା କରାଗଲା । ଏହି ସମୟରେ କାମ୍ବଲି କ୍ରିଜରେ ଉପସ୍ଥିତ ଥିଲେ  ।ଏଥିରେ ସେ ଗଭୀର ଆଘାତ ପାଇଥିଲେ ଏବଂ ହଜାର ହଜାର ପ୍ରଶଂସକଙ୍କ ସାମ୍ନାରେ କାନ୍ଦିବାକୁ ବାଧ୍ୟ ହୋଇଥିଲେ ।

ଏହି ମ୍ୟାଚରେ ଭାରତୀୟ ପ୍ରଶଂସକମାନେ ବିଜୟ ଆଶା କରିଥିଲେ। କିନ୍ତୁ ୨୫୨ ରନ୍ ପଛରେ ଗୋଡ଼ାଇବା ବେଳେ ସେମାନେ ୮ ରନ ସ୍କୋରରେ ପ୍ରଥମ ୱିକେଟ୍ ହରାଇଥିଲେ ଟିମ ଇଣ୍ଡିଆ  । ଏହା ପରେ ସଚିନ ଏବଂ ସଞ୍ଜୟ ମଞ୍ଜରେକର ଇନିଂସ ନେଇ ଦଳର ସ୍କୋରକୁ ୯୮କୁ ନେଇଥିଲେ। ତେବେ, ଏହା ପରେ କ’ଣ ଘଟିଲା, ପ୍ରଶଂସକଙ୍କ ମଧ୍ୟରୁ କେହି ବିଶ୍ୱାସ କରି ପାରିଲେ ନାହିଁ | ମଞ୍ଜରେକର ୯୮ ରନ୍ ସ୍କୋରରେ ଆଉଟ୍ ହେବା ମାତ୍ରେ ସେଠାରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଯିବାକୁ ଲାଗିଲା। ଭାରତୀୟ ଦଳ ଆଉ ୨୨ ରନ୍ ସ୍କୋର କରି ୭ ୱିକେଟ୍ ହରାଇଥିଲା ।

ତେବେ ବିନୋଦ କାମ୍ବଲି ଅନିଲ କୁମ୍ବଲେଙ୍କ ସହ ୨୯ ବଲରେ ୧୦ରନ ସ୍କୋର କରିବା ପରେ ମଧ୍ୟ କ୍ରିଜରେ ଥିଲେ । କିନ୍ତୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ପରାଜୟ ବିଷୟରେ ଜାଣିଥିଲେ । ସେ ଭାରତୀୟ ଖେଳାଳିଙ୍କ ଉପରେ ରାଗି ବୋତଲ ଫିଙ୍ଗିବା ଆରମ୍ଭ କଲେ  । ପରିସ୍ଥିତି ବିଗିଡିବା ଦେଖି ମ୍ୟାଚ୍ ରେଫରି ଶେଷରେ ଶ୍ରୀଲଙ୍କାକୁ ବିଜେତା ଘୋଷଣା କରିଥିଲେ । କାମ୍ବଲି ସଂପୂର୍ଣ୍ଣ ବ୍ୟାଟିଂ ମଧ୍ୟ କରିପାରି ନଥିଲେ । କାମ୍ବଲି ଏପରି ପରାଜୟର ଯନ୍ତ୍ରଣା ସହି ପାରିଲେ ନାହିଁ  । କାମ୍ବଲି ଏବଂ ସମଗ୍ର ଦେଶ ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି ।

କ୍ରାଇମ୍ ଓ୍ବେବ୍ ସିରିଜ ଦେଖି ଯୋଜନା କରିଥିଲା ଦୁର୍ବୃତ୍ତ ! ପୋଲିସକୁ ଚକମା ଦେବା ପାଇଁ ବଦଳାଇଥିଲା ପୋଷାକ

ମୁମ୍ବାଇ : ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ହେବାର ୪୮ ଘଣ୍ଟା ବିତିଯାଇଛି । ମୁମ୍ବାଇ ପୋଲିସ ୨୮ ଜଣିଆ ଟିମ୍ ଏହି ଘଟଣାର ତଦନ୍ତ ପାଇଁ ନିୟୋଜିତ ଅଛନ୍ତି । ତଥାପି ଆକ୍ରମଣକାରୀର ପତ୍ତା ମିଳିନି ।  ମୁମ୍ବାଇ ପୋଲିସ ଆକ୍ରମଣକାରୀ ପାଖରେ ପହଞ୍ଚି ପାରିନି ? ଏପର୍ଯ୍ୟନ୍ତ ୪୦ରୁ ୫୦ ଲୋକଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନି ।

ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ହେବାର କିଛି ସମୟ ପରେ ପୋଲିସ ବିଲ୍ଡିଂର ସିସିଟିଭି ଫେଟେଜ୍ ଜାରି କରିଥିଲା । ଯେଉଁଥିଲେ ଅଭିଯୁକ୍ତ ସିଢିରେ ତଳକୁ ଖସୁଥିବାର ନଜର ଆସିଥିଲା । ଫୁଟେଜ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଥିଲା । କିନ୍ତୁ ପୋଲିସର କହିବାନୁଯାୟୀ ସେହି ଲୋକ ଆକ୍ରମଣକରୀ ନୁହେଁ । ପୋଲିସ ସନ୍ଦେହ କରୁଛି କି, ଅଭିଯୁକ୍ତ ଜଣଙ୍କ ବାନ୍ଦ୍ରା ରେଳ ଷ୍ଟେସନରୁ ଟ୍ରେନ୍ ମାଧ୍ୟମରେ ମୁମ୍ବାଇ ଆଖପାଖ ଅଞ୍ଚଳ କିମ୍ବା ବାହାରକୁ ଚାଲିଯାଇଛି ।  ସେହି ଅଞ୍ଚଳରେ କୌଶସି ନୂଆ ମୋବାଇଲ ନମ୍ବର ସକ୍ରିୟ ଥିଲା କି ନାହିଁ ତାହା ଜାଣିବା ପାଇଁ ମଧ୍ୟ ପୋଲିସ ତଦନ୍ତ କରୁଛି । ମୁମ୍ବାଇ ପୋଲିସ ମଧ୍ୟ ମୋବାଇଲ୍ ଡାଟା ଟ୍ରାକିଂ କରୁଛି ।

ପୋଲିସର କହିବାନୁଯାୟୀ, ଚୋର କୌଣସି ଆଡୁ ପ୍ରଫେସନାଲ ଜଣାପଡୁନାହିଁ । ସେ ବାନ୍ଦ୍ରା ଷ୍ଟେସନରୁ  ଟ୍ରେନ ଯୋଗେ ଅନ୍ୟ କେଉଁ ଆଡକୁ ଚାଲିଯାଇଛି । ପୋଲିସ ଆଖପାଖ ଅଞ୍ଚଳରେ ସିସିଟିଭି ଯାଞ୍ଚ କରୁଛି । ଯାହା ଫଳରେ କୌଣସି ସୂଚନା ମିଳିପାରିବ ।  ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସେହି ଚୋରର କୌଣସି ଅପରାଧିକ ରେକର୍ଡ ପାଇନି । ତାର ପରିବାର କିମ୍ବା ସମ୍ପର୍କୀୟଙ୍କ ବିଷୟରେ କୌଣସି ସୂଚନା ମଧ୍ୟ ମିଳିନି । ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି ।

ପୋଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତ ଯେଉଁଭଳି ପୋଷାକ ବଦଳାଇଛି । ଏଥିରୁ ଜଣାପଡୁଛି ସେ କୌଣସି କ୍ରାଇମ୍ ଓ୍ବେବ ସିରିଜ କିମ୍ବା ଫିଲ୍ମ ଦେଖି ସେ ପ୍ରଭାବିତ ହୋଇଛି । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆକ୍ରମଣ କରିଥିବା ଯୁବକ ବାନ୍ଦ୍ରା ପୋଲିସ ଷ୍ଟେସନ ଏବଂ ରେଳ ଷ୍ଟେସନରେ ନଜର ଆସିଥିଲା । ଏପର୍ଯ୍ୟନ୍ତ ୩ଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି , ଯେଉଁଥିରେ ଅଭିଯୁକ୍ତକୁ ଦେଖିବାକୁ ମିଳିଛି । ପ୍ରଥମ ଫୁଟେଜରେ ସେ ସୈଫଙ୍କ ଘରେ ଖାଲି ପାଦରେ ପ୍ରବେଶ କରୁଥିବା ନଜର ଆସିଛି। ଦ୍ୱିତୀୟ ଫୁଟେଜରେ ସେ ଘରୁ ବାହାରକୁ ଯାଉଥିବା ଏବଂ ତୃତୀୟ ଫୁଟେଜରେ ତାକୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି ।

ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା !

ବଡ଼ମ୍ବା :  ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା। ବ୍ଲକ କଲୋନୀରୁ ମୃତଦେହ ଉଦ୍ଧାର କଲା ନରସିଂହପୁର ପୋଲିସ। କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତା ସ୍ପଷ୍ଟ ହୋଇନି। ଯନ୍ତ୍ରୀ ଅଜୟ ସାମଲ ବ୍ଲକର ସାଗର, ଅଲରା, କାଞ୍ଜିଆପଦା ପଞ୍ଚାୟତ ଦାୟିତ୍ୱରେ ଥିଲେ। ଖବର ପାଇ ନରସିଂହପୁର ପୋଲିସ, ବ୍ଲକ ପ୍ରଶାସନ ଓ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।