spot_img
Home Blog Page 1171

କ୍ଷତିପୂରଣ ପ୍ରଦାନରେ ଚଞ୍ଚକତା: ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତାଲା ପକାଇ ପ୍ରତିବାଦ

ବଲାଙ୍ଗୀର: ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତାଲା ପକାଇ ପ୍ରତିବାଦ । କ୍ଷତିପୂରଣରେ ଚଞ୍ଚକତା ହୋଇଥିବା ଅଭିଯୋଗ କରି ଧାରଣାରେ ବସିଲେ ଆନ୍ଦୋଳନକାରୀ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ହାର ବୃଦ୍ଧି ପାଇଛି । ପ୍ରକଳ୍ପ ବିସ୍ଥାପିତ ଯେଭଳି ନିଜ ହକରୁ ବଞ୍ଚିତ ନହୁଅନ୍ତି ସେନେଇ ପୂର୍ବ ସରକାରଙ୍କ ନିର୍ଦ୍ଦେଶ ରହିଥିଲା । କିନ୍ତୁ କିଛି ଅସାଧୁ ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ କିଛି ଲୋକ ଏବେ ବି ନ୍ୟାୟରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ତହସିଲ ଅନ୍ତର୍ଗତ ବାରପୁଡୁଗିଆ ଗାଁ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଆଂଶିକ ପ୍ରଭାବିତ ହୋଇଛି । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା । ହେଲେ ପ୍ରକୃତ ବିସ୍ଥାପିତ କ୍ଷତିପୂରଣରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

କ୍ଷତିପୂରଣ ମିଳି ନଥିବା ଅଭିଯୋଗ ନେଇ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ନିକଟକୁ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ମୁଖ୍ୟ ଯନ୍ତ୍ରୀ ଟଙ୍କା ମାଗୁଥିବା ଅଭିଯୋଗରେ ଆଜି ତାଲା ପକାଇ ବିକ୍ଷୋଭ କରିଛନ୍ତି ଅଭିଯୋଗକାରୀ । ଟାଉନ୍ ଥାନା ପୋଲିସ ଓ ବଲାଙ୍ଗୀର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଠେଙ୍ଗାରେ ପ୍ରତିବାଦ କରିବୁନି, ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ: ଅଶୋକ ପଣ୍ଡା

ଭୁବନେଶ୍ବର: ଖଣ୍ଡଗିରି ତଳେ ସାଂସ୍କୃତିକ କାର୍ଯ୍ଯକ୍ରମ ଲାଗି ଅନୁମତି ଦିଆ ନଯିବାକୁ ନେଇ ତୀବ୍ର ସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା । ସରକାରଙ୍କ ମନମାନି ବିରୋଧରେ ଏବେ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି । ଠେଙ୍ଗାରେ ପ୍ରତିବାଦ ନକରି ଆସନ୍ତାକାଲି ଖଣ୍ଡଗିରି ପାଖ ସାଇ ଗାର୍ଡେନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଏଥିରେ ସଂସ୍କୃତି ପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ । ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରତିବାଦ କରିବୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଖଣ୍ଡଗିରି ତଳେ, କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାରୀ ଆଦେଶକୁ ଫୁ କରି ଅନ୍ଯ ସଂସ୍ଥାକୁ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏପରି ପକ୍ଷପାତିତା ଭିତରେ ରାଜ୍ଯରେ କି ଶାସନ ଚାଲିଛି ବୋଲି ଅଶୋକ ପ୍ରଶ୍ନ କରିଛନ୍ତି ।

ପୂର୍ବ ବର୍ଷମାନଙ୍କ ପରି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଖଣ୍ଡଗିରି ତଳେ କାର୍ଯ୍ୟକ୍ରମ କରୁଥିଲା । ଏଥର ଫେବୃଆରୀ ୫, ୬ ଓ ୭ ତାରିଖ କାର୍ଯ୍ୟକ୍ରମ ପାଇଁ ଗତ ଜାନୁଆରୀ ୩ ତାରିଖରେ ଓଟିଡିସି ପାଖରେ ଅନୁମତି ମାଗିଥିଲା ପରିଷଦ । ମାସେ ପରେ ଅନୁମତି ନାହିଁ ବୋଲି ମେଲ୍ କରିଥିଲେ ଓଟିଡିସି । ଏବେ ଏଠାରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଷ୍ଟଲ ଖୋଲିଛି । ତେବେ ଅନ୍ଯ ସଂସ୍ଥାଙ୍କୁ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଥିବା କାହିଁକି କୁହାଯାଇ ନଥିଲା ? ପର୍ଯ୍ୟଟନ ବିଭାଗ ରିଜେକ୍ସନ ଲେଟର ବି ଦେଖାଇ ନଥିଲେ ବୋଲି ଅଶୋକ କହିଛନ୍ତି ।

ଆମେ ବିଏମସି କମିସନର ଓ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ବି ଭେଟିଥିଲା । କିଛି ଫଳ ମିଳିଲାନି । କିନ୍ତୁ ଆମେ ଏହାର ପ୍ରତିବାଦ ଠେଙ୍ଗାରେ କରିବୁନି । ରାଜ୍ୟରେ ଆଇନର ଶାସନ ଅଛି । ଆମେ ପ୍ରତିବାଦ ସ୍ୱରୂପ ଆସନ୍ତାକାଲି ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ ବୋଲି ଅଶୋକ କହିଛନ୍ତି ।

ଠେଙ୍ଗା ବାହିନୀ ଗଠନ କରି ଯୁବକଙ୍କୁ ପଥଭ୍ରଷ୍ଟ କରୁଛନ୍ତି ବିଜେପି ବିଧାୟକ: ବିଜେଡି

ଭୁବନେଶ୍ବର: ଠେଙ୍ଗା ରାଜନୀତି ତେଜିବାରେ ଲାଗିଛି । ଠେଙ୍ଗା ବାହିନୀ ପାଇଁ ବିଜେପି ବିଧାୟକ ବାବୁ ସିଂ ଭୁଲ ମାଗନ୍ତୁ ବୋଲି ଦାବି କରିଛି ବିଜେଡି । ଠେଙ୍ଗା ବାହିନୀ ଗଠନ କରି ଯୁବକଙ୍କୁ ବିଧାୟକ ପଥଭ୍ରଷ୍ଟ କରୁଥିବା ଅଭିଯୋଗ କରିଛି ଦଳ ।

ଠେଙ୍ଗା ଧରିବା ବିଧାୟକଙ୍କୁ ଶୋଭା ପାଉନାହିଁ । ଏହାଦ୍ଵାରା ସମାଜକୁ ଭୁଲ ବାର୍ତ୍ତା ଦିଆଯାଉଛି । ବିଧାୟକ ଠେଙ୍ଗା ଧରିବା ପ୍ରମାଣିତ କରିଛି ବିଜେପି ସରକାରରେ ସମନ୍ୱୟର ଅଭାବ ରହିଛି । ମୁଖ୍ୟମନ୍ତ୍ରୀ ନାଚାର ହୋଇ ପଡିଛନ୍ତି । ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ଦରକାର । କିନ୍ତୁ ବିଧାୟକଙ୍କ ତରିକା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ ।

ଏହି ପ୍ରସଙ୍ଗରେ ଆଇନ ବିଭାଗ କ’ଣ କରୁଛି ? କାହିଁକି ଆସିପାରୁନି ମାର୍ଗ ଦର୍ଶିକା ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି । ଯଦି ବାବୁ ସିଂଙ୍କ ଠେଙ୍ଗା ବାହିନୀ ପରି ଆଗକୁ ସବୁ ସଙ୍ଗଠନ ଏହି ଫର୍ମୁଲା ଆପଣାଇବେ ତେବେ ପରିସ୍ଥିତି କ’ଣ ହେବ ? ତେଣୁ ସରକାର ଏ ବିଷୟରେ ଚିନ୍ତା କରନ୍ତୁ ଓ ବିଧାୟକ ଭୁଲ ମାନନ୍ତୁ ବୋଲି ମନ୍ମଥ ଦାବି କରିଛନ୍ତି ।

ସେହିପରି ବିଜେପି ସରକାର ଗୁଣ୍ଡାରାଜ କରିବା ଆରମ୍ଭ କରିଛି ବୋଲି ସିଧା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ଅଶ୍ଳୀଳ ମୃତ୍ଯ ବନ୍ଦ ନେଇ ଠେଙ୍ଗା ଆଭିମୁଖ୍ଯକୁ କେହି ଗ୍ରହଣ କରିବେନି । ବାବୁ ସିଂ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି । ବିଧାୟକ ଆଇନ ଉପରେ ଭରସା ରଖନ୍ତୁ । ବିଜେପି ବିହାର ଓ ଉତ୍ତର ପ୍ରଦେଶ ପରି ଓଡ଼ିଶାରେ ଗୁଣ୍ଡାରାଜ କରିବାକୁ ଚାହୁଁଛି । ଯାହାକୁ ଓଡିଶାବlସୀ ଗ୍ରହଣ କରିବେନି ବୋଲି କହିଛନ୍ତି ଜୟଦେବ । ସରକାର ଚାହିଁଲେ ଅଶ୍ଳୀଳ ନୃତ୍ୟ ବନ୍ଦ ହୋଇପାରିବ । ହେଲେ ତାହା ନକରି ଠେଙ୍ଗା ଦ୍ଵାରା ଧମକ ଦେବା ଠିକ୍ ନୁହେଁ । ବିଜେଡି ବି ବିଜୁ ଯୁବ ବାହିନୀ ଗଠନ କରିଥିଲା । ହେଲେ ବିଜୁ ଯୁବ ବାହିନୀ ଗୁଣ୍ଡାରାଜ କି ଠେଙ୍ଗା ଧରୁ ନଥିଲା ବୋଲି ମନେ ପକାଇ ଦେଇଛନ୍ତି ଜୟଦେବ ।

ଅନ୍ଯପଟେ ବାବୁ ସିଂ କହିଛନ୍ତି, ସେ ସଂସ୍କୃତିକୁ କେତେ ଭଲପାଆନ୍ତି ତାହା ପ୍ରମାଣ କରିବା ଆବଶ୍ଯକ ନାହିଁ ।

ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ନିର୍ଯାତନା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରି ଦେଲେ !

ଭୁବନେଶ୍ବର: ସମର୍ଥ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଲୋକଙ୍କ ମନରୁ ଯାଇନି ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ସମାନ ଅଭିଯୋଗ । କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଏମିତି ଅଭିଯୋଗ ଆସିଛି ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ।

ମୃତ ଯୁବକ ଜଣଙ୍କ ହେଲେ ନୟାଗଡ଼ର ପ୍ରଶାନ୍ତ ନାୟକ । ବଳକା ଟଙ୍କା ପୈଠ ନକରିବାରୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ସାମ୍ନାକୁ ଆସିଛି ନିଶା ନିବାରଣ କେନ୍ଦ୍ରର ସିସିଟିଭି ଫୁଟେଜ୍ । ମୃତ ଯୁବକ ଗତ ୨ ଦିନ ଧରି ଠିକ ଭାବେ ଖିଆପିଆ କରୁଥିବା ବେଳେ ଗତକାଲି ହଠାତ ତାର ରକ୍ତଚାପ ବଢ଼ି ଯାଇଥିଲା । ଯେଉଁଥି ପାଇଁ ମୃତ୍ୟୁ ହୋଇଥିବା କହିଛନ୍ତି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ । ବଡ଼ କଥା ହେଉଛି ବାରମ୍ବାର ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର । ନିଶା ଛଡ଼ାଇବା ନାଁରେ ନିର୍ଧୁମ ମାଡ଼ ମରାଯାଉଛି । ବାରମ୍ବାର ରାଜଧାନୀରେ ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବରୁ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ ।

ଖଣ୍ଡଗିରି ମେଳାରେ ରାନୀ ପ୍ରିୟଦର୍ଶନୀଙ୍କୁ ତଡ଼ି ଦେଲେ ନାଗା ସାଧୁ

ଭୁବନେଶ୍ବର: ଖଣ୍ଡଗିରି ମେଳାରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀଙ୍କୁ ନେଇ ବୋବାଲ । ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା ଖାଇଲେ । ନାଗା ସାଧୁ ରାନୀଙ୍କୁ ତଡ଼ି ଦେଲେ । ସାଧୁଙ୍କ ବିରୋଧ ପରେ ଯଜ୍ଞ ସ୍ଥଳରୁ ତଡ଼ି ଦେଲେ ଲୋକେ । ଆଜି ଖଣ୍ଡଗିରି ମେଳାରେ ରାନୀଙ୍କ ଏଭଳି କାଣ୍ଡ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ସାଧୁଙ୍କ ଭଳି ଲୁଗା ପିନ୍ଧି ରାନୀ ଖଣ୍ଡଗିରି ମେଳା ଯଜ୍ଞ ସ୍ଥଳରେ ପହଞ୍ଚି ଯାଇଥିଲେ । ସେଠାରେ ଡମ୍ବରୁ ବଜାଇ ଏକ ରୁଦ୍ରାକ୍ଷ ଦେଖାଇ ସାଧୁ ଦେଇଛନ୍ତି ବୋଲି କହିଥିଲେ । ଏହାସହ ଡମ୍ପରୁ ବଜାଇ ଯାତ୍ରାରେ ନିଶ୍ଚିତ ଡ୍ୟାନ୍ସ କରିବି ବୋଲି କହି ହେଉଥିଲେ । ଏହି ସମୟରେ ଯଜ୍ଞସ୍ଥଳରେ ନାଗା ସାଧୁ ପହଞ୍ଚି ଥିଲେ । ପ୍ରଥମେ ସେମାନେ ରାନୀଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ । ହେଲେ ରାନୀ ତାଙ୍କ କଥା ଶୁଣିଥିଲେ ମଧ୍ୟ ଉକ୍ତ ସ୍ଥାନ ଛାଡ଼ି ନଥିଲେ । ଏହାପରେ ସାଧୁ କହିଥିଲେ ଯଜ୍ଞ ସ୍ଥାନରେ ଅଶ୍ଳିଳତାର ସ୍ଥାନ ନାହିଁ । ରାନୀ କୌଣସି ସାଧୁଙ୍କର ଶିଷ୍ୟା ନୁହେଁ । ତେଣୁ ସେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ଇ ଚାଲିଯାଆନ୍ତୁ ।

ଏହାପରେ ସେଠାରେ ଉପସ୍ଥିତ ଲୋକେ ରାନୀଙ୍କୁ ସେଠାରୁ ବଳାଇବାକୁ କହିଥିଲେ । ହେଲେ ରାନୀ ସେମାନଙ୍କ ସହ ଯୁକ୍ତି କରିବା ସହ ସାଧୁଙ୍କ ପାଖରୁ ଆଶୀର୍ବାଦ ନେବାକୁ ଆସିଥିବା କହିଥିଲେ । ଆଶୀର୍ବାଦ ନନେଇ ଯିବେ ନାହିଁ ବୋଲି କହିବା ସହ ଲୋକଙ୍କ ସହ ଯୁକ୍ତି କରିଥିଲେ । ଏହାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଲୋକେ ତାଙ୍କୁ ଯଜ୍ଞ ସ୍ଥଳରୁ ତଡ଼ି ଦେଇଥିଲେ ।

ସ୍ତ୍ରୀ ବାପଘରକୁ ଗଲା, ଖୁସିରେ ଲୋକଙ୍କୁ ବିସ୍କୁଟ୍ ବାଣ୍ଟିଲା ସ୍ବାମୀ

ବେଙ୍ଗାଲୁରୁ: ସ୍ତ୍ରୀ ବାପାମାଆଙ୍କ ଘରକୁ ଯିବା ଖବରରେ ସ୍ବାମୀଙ୍କ ଖୁସି କହିଲେ ନସରେ । ଏଭଳି ଘଟଣା ପ୍ରତ୍ୟେକ ଦିନ ଲୋକଙ୍କ ଚର୍ଚ୍ଚାର ବିଷୟ ପାଲଟିଥାଏ । ଜଣେ ଅଟୋ ଡ୍ରାଇଭର ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯିବା ପରେ ଖୁସିରେ ଏଭଳି କାମ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଛି । କେବଳ ଏତିକି ନୁହେଁ ଅଟୋ ଡ୍ରାଇଭର ଜଣକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକ ବେଙ୍ଗାଲୁରୁରୁ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଅଟୋ ଡ୍ରାଇଭର ତାଙ୍କ ସ୍ତ୍ରୀ ବାପାମାଆଙ୍କ ଘରକୁ ଚାଲିଯିବା ପରେ ତାଙ୍କ ଖୁସିର ସୀମା ରହିନଥିଲା। ଖୁସିରେ ସେ ଲୋକମାନଙ୍କୁ ବିସ୍କୁଟ ବାଣ୍ଟିବା ଆରମ୍ଭ କରିଦେଇଥିଲେ । ସେ ତାଙ୍କ ଅଟୋରେ ଏକ କାଗଜ ମଧ୍ୟ ଲଗାଇଥିଲେ । ଯେଉଁଥିରେ ସେ ଲେଖିଥିଲେ, ସ୍ତ୍ରୀ ଗଲେ ତାଙ୍କ ବାପଘରକୁ, ମୁଁ ବହୁତ ଖୁସି… । କାରଣ ମୋ ସ୍ତ୍ରୀ ତାଙ୍କ ବାପାମାଆ ଘରକୁ ଯାଇଛନ୍ତି ।

ଅଟୋ ଡ୍ରାଇଭରଙ୍କ ଅଟୋରେ ଲାଗିଥିବା ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଡ୍ରାଇଭରଙ୍କ ପୋଷ୍ଟରେ ଲୋକେ ବହୁତ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଲେ, ତାଙ୍କର ଏହି ଖୁସି ଖୁବ କମ ଦିନର, ଏହାଛଡା ଅନ୍ୟଜଣେ ଲେଖିଲେ, ନିଜ ସ୍ତ୍ରୀ ଉପରେ ସେ ଏତେ ଅସନ୍ତୁଷ୍ଟ ଥିଲେ, ଜଣେ ୟୁଜର ଲେଖିଛନ୍ତି, ତାଙ୍କ ଜୀବନଟାକୁ ନଷ୍ଟ କରିଦେଇଛନ୍ତି ତାଙ୍କ ସ୍ତ୍ରୀ, ବିଚାରା ଗରୀବ ଲୋକଟି ଖୁସିରେ ଥିଲେ । ଆହୁରି ମଧ୍ୟ ଜଣେ ଲେଖିଲେ, ତାଙ୍କ ସ୍ତ୍ରୀ ଯଦି ଏସବୁ ଜାଣିବେ, ତାଙ୍କୁ ଅଟୋରେ ହିଁ ଶୋଇବାକୁ ପଡିବ । ଏସବୁ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଅଟୋ ଡ୍ରାଇଭରଙ୍କ ପାଇଁ ଏବଳି ସବୁ ମଜାଳିଆ ମନ୍ତବ୍ୟ ରଖୁଛନ୍ତି..

କେବଳ ଏତିକି ନୁହେଁ, କିଛି ଲୋକ ଅଟୋ ଡ୍ରାଇଭରଙ୍କ ଏହି ଖୁସିକୁ ଦେଖି ତାଙ୍କୁ ସ୍ବାଧିନତା ମିଳିଛି ବୋଲି କହୁଛନ୍ତି । ଆଉ କିଛି ଲୋକ କହିଛନ୍ତି, ସ୍ତ୍ରୀ ବାପଘରକୁ ଯିବାର ବିଚାରା ଡ୍ରାଇଭରର ଖୁସିଟା କିଛି ଦିନର ଖୁସି । ସ୍ତ୍ରୀ ବାପଘରକୁ ଯାଇଥିବା ସମୟରେ ଖୁସିରେ ସେ ବିସ୍କୁଟ ବାଣ୍ଟୁଥିଲେ । ଯେଉଁଥିପାଇଁ ଅଟୋ ଡ୍ରାଇଭର ଜଣଙ୍କ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

୯୦ହଜାର ଛୁଇଁବ ସୁନା ମୂଲ୍ୟ !

ନନ୍ଦିଘୋଷ ବ୍ୟୁରୋ: ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ, ଭବିଷ୍ୟତରେ ମଧ୍ୟ ସୁନା ମୂଲ୍ୟ ଆହୁରି ଅଧିକ ବଢିବ ବୋଲି ଆଶା କରାଯାଉଛି । ଯଦି ସୁନା ବୃଦ୍ଧି ପାଉଥିବା ଗତି ଜାରି ରହେ, ତେବେ ଏହା ଖୁବ୍ ଶୀଘ୍ର ୯୦,୦୦୦ ଟଙ୍କାରେ ପହଞ୍ଚିପାରେ।

ହୁ ହୁ ବଢୁଛି ସୁନାମୂଲ୍ୟ
ଯଦି ଆମେ ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ (IBJA)ର ତଥ୍ୟ ଉପରେ ନଜର ପକାଇବା, ତେବେ ଜାନୁଆରୀ ୩୧ ତାରିଖରୁ ଏପର୍ଯ୍ୟନ୍ତ ସୁନା ବହୁତ ମହଙ୍ଗା ହୋଇଯାଇଛି । ଜାନୁଆରୀ ୩୧ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୮୨,୦୮୬ ଟଙ୍କାରେଥିଲା ଏବଂ ଫେବୃଆରୀ ୫ ତାରିଖରେ ଏହାର ମୂଲ୍ୟ ୮୪,୬୫୭ ଟଙ୍କାରେ ପହଞ୍ଚିଥିଲା। ସେହି ସମୟରେ, ଗୁଡ୍ ରିଟର୍ଣ୍ଣସ୍ ଅନୁଯାୟୀ, ଆଜି ସୁନାର ମୂଲ୍ୟ ୮୬,୨୫୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ରୂପା କିଲୋଗ୍ରାମ ପିଛା ୯୯,୬୦୦ ଟଙ୍କାରେ ପହଞ୍ଚିଛି ।

କେଉଁଠି ଏବଂ ମୂଲ୍ୟ କେତେ?
ଦେଶର ବିଭିନ୍ନ ସହରରେ ସୁନାର ମୂଲ୍ୟ ବିଷୟରେ କହିବାକୁ ଗଲେ, ରାଜଧାନୀ ଦିଲ୍ଲୀରେ ୧୦ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୪୦୦ ଟଙ୍କା। ମୁମ୍ବାଇରେ ସୁନାର ମୂଲ୍ୟ ୮୬,୨୫୦ ଟଙ୍କା, ଲକ୍ଷ୍ନୌରେ ୮୬,୪୦୦ ଟଙ୍କା, ବେଙ୍ଗାଲୁରୁରେ ୮୬,୨୫୦ ଟଙ୍କା, ଚେନ୍ନାଇରେ ୮୬,୨୫୦ ଟଙ୍କା, କୋଲକାତାରେ ୮୬,୨୫୦ ଟଙ୍କା, ହାଇଦ୍ରାବାଦରେ ୮୬,୨୫୦ ଟଙ୍କା, ଅହମ୍ମଦାବାଦରେ ୮୬,୩୦୦ ଟଙ୍କା ଏବଂ ପୁଣେରେ ୮୬,୨୫୦ ଟଙ୍କାରେ ପହଞ୍ଚିଛି ।

 

ବିଭିନ୍ନ ସହରରେ କାହିଁକି ଏହାର ମୂଲ୍ୟ ଭିନ୍ନ ?
ପ୍ରତ୍ୟେକ ସହରରେ ସୁନାର ମୂଲ୍ୟ କାହିଁକି ଭିନ୍ନ, ସବୁ ସହରରେ ମୂଲ୍ୟ କାହିଁକି ସମାନ ନୁହେଁ ? ପ୍ରକୃତରେ, ସୁନାର ମୂଲ୍ୟ ଅନେକ ଜିନିଷ ଉପରେ ନିର୍ଭର କରେ ଏବଂ ସେମାନଙ୍କ ମଧ୍ୟରେ ଟିକସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରମାନେ ସୁନା ଉପରେ ସ୍ଥାନୀୟ ଟିକସ ଲଗାନ୍ତି, ଯାହା ପ୍ରତ୍ୟେକ ରାଜ୍ୟ ଏବଂ ସହରରେ ଭିନ୍ନ, ଯାହା ଏହାର ମୂଲ୍ୟରେ ପାର୍ଥକ୍ୟ ସୃଷ୍ଟି କରେ।

ମୂଲ୍ୟ କିପରି ପ୍ରଭାବିତ ହୁଏ ?
ଦେଶରେ ସୁନା ମୂଲ୍ୟ କେବଳ ଚାହିଦା ଏବଂ ଯୋଗାଣ ଦ୍ୱାରା ପ୍ରଭାବିତ ହୁଏ ନାହିଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା କାର୍ଯ୍ୟକଳାପ ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ। ଲଣ୍ଡନ OTC ସ୍ପଟ୍ ବଜାର ଏବଂ COMEX ସୁନା ଫ୍ୟୁଚର୍ସ ବଜାର ସମେତ ପ୍ରମୁଖ ବିଶ୍ୱ ବଜାରରେ ବାଣିଜ୍ୟ କାର୍ଯ୍ୟକଳାପ ଦ୍ୱାରା ସୁନା ମୂଲ୍ୟ ମଧ୍ୟ ମୁଖ୍ୟତଃ ପ୍ରଭାବିତ ହୋଇଥାଏ ।

ମୂଲ୍ୟ କିଏ ନିଷ୍ପତ୍ତି ନିଏ ?
ଲଣ୍ଡନ ବୁଲିଅନ୍ ମାର୍କେଟ୍ ଆସୋସିଏସନ୍ (LBMA) ଦ୍ୱାରା ସାରା ବିଶ୍ୱରେ ସୁନାର ମୂଲ୍ୟ ନିର୍ଣ୍ଣୟ କରାଯାଏ । ଏହା ଆମେରିକୀୟ ଡଲାରରେ ସୁନାର ମୂଲ୍ୟ ପ୍ରକାଶ କରେ, ଯାହା ବ୍ୟାଙ୍କର ଏବଂ ସୁନା ବ୍ୟବସାୟୀଙ୍କ ପାଇଁ ଏକ ବିଶ୍ୱ ମାନଦଣ୍ଡ ଭାବରେ କାର୍ଯ୍ୟ କରେ। ସେହି ସମୟରେ, ଆମ ଦେଶରେ, ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ (IBJA) ସୁନାର ଆନ୍ତର୍ଜାତୀୟ ମୂଲ୍ୟରେ ଆମଦାନୀ ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ ଯୋଡେ ଏବଂ ଖୁଚୁରା ବ୍ୟବସାୟୀମାନଙ୍କୁ ସୁନା କେଉଁ ହାରରେ ଦିଆଯିବ ତାହା ନିର୍ଣ୍ଣୟ କରେ।

ଚାହିଦା ବୃଦ୍ଧି ପାଉଛି
ବିଶେଷଜ୍ଞମାନେ ଅନୁଯାୟୀ ଏକ ବଡ଼ ବୃଦ୍ଧି ପରେ, ସୁନା ମୂଲ୍ୟରେ ଯାହା ହ୍ରାସ ଆଶା କରାଯାଉଥିଲା ତାହା ପୂର୍ବରୁ ଘଟିସାରିଛି । ଡୋନାଲ୍ଡ ଟ୍ରମ୍ପ ଶାସନ ଆରମ୍ଭ ହେବା ପରଠାରୁ ଆମେରିକାରେ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଛି, ଯାହା ସୁନାକୁ ସମର୍ଥନ ଯୋଗାଉଛି । ଏହା ବ୍ୟତୀତ, ଗୋଲ୍ଡ ଇଟିଏଫରେ ନିବେଶ ବୃଦ୍ଧି ସୁନାର ଚାହିଦା ବୃଦ୍ଧି କରୁଛି। ଏପରି ପରିସ୍ଥିତିରେ, ଏହି ବର୍ଷ ସୁନା ପ୍ରତି ୧୦ଗ୍ରାମ ୨୦ ହଜାର ଟଙ୍କାରେ ପହଞ୍ଚିପାରେ ।

ଅପରେସନ୍ ପରେ ସିଲେଇ ନକରି ‘ଫେଭିକ୍ୱିକ୍’ ଲଗାଇଦେଲା ହସ୍ପିଟାଲ !

କର୍ଣ୍ଣାଟକ: ଅସ୍ତ୍ରୋପଚାର ପରେ ସିଲେଇ ନକରି ଫସିଗଲେ ନର୍ସ । ଜଣେ ୭ବର୍ଷର ଆହତ ଶିଶୁ ସହ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ସମସ୍ତଙ୍କୁ ଚକିତ କରିଦେଇଛି । କେବଳ ଏତିକି ନୁହେଁ ଅଭିଯୁକ୍ତ ନର୍ସର ଉତ୍ତର ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦେଇଛି । ଏଭଳି ଏକ ମାମଲା ଦେଖିବାକୁ ମିଳିଛି କର୍ଣ୍ଣାଟକରେ ।  ନିଜ ୭ ବର୍ଷର ଆହତ ଛୁଆକୁ ସରକାରୀ ଡାକ୍ତରଖାନାକୁ ନେଇଥିଲେ ବାପାମାଆ । ଗାଲରେ ଲାଗିଥିବା କ୍ଷତକୁ ନର୍ସ ସିଲେଇ କରିବା ବଦଳରେ ଫେଭିକ୍ବିକ୍ ସହିତ ଲଗାଇ ଦେଇଥିଲା । ଯେତେବେଳେ ପିଲାଟିର ପରିବାର ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ,ନର୍ଶ କହିଲେ ଯେ, ସେ ବର୍ଷ ବର୍ଷ ଧରି ଏପରି କରିଆସୁଛନ୍ତି। ତେଣୁ ବ୍ୟସ୍ତ  ହେବାର କିଛି ଦରକାର ନାହିଁ ବୋଲି ଉତ୍ତର ରଖିଥିଲେ ନର୍ସ । ଯାହା ପରେ ନର୍ସଙ୍କୁ ନିଲମ୍ବନ କରାଯାଇଛି।

ଅନ୍ୟପଟେ ପିଲାଟିର ପରିବାର ନର୍ସର ଉତ୍ତରକୁ ରେକର୍ଡ କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ନର୍ସ ଜଣକ ପିଲାର ବାପାମାଆଙ୍କୁ କହୁଥିବାର ଦେଖାଯାଉଛି ଯେ, ସେ ବର୍ଷ ବର୍ଷ ଧରି ଏପରି କାମ କରିଆସୁଛନ୍ତି ଯାହାକୁ ନେଇ ବ୍ୟସ୍ତ ହେବାର କାରଣ କିଛି ନାହିଁ ।ଏହା ସହିତ ନର୍ସଙ୍କ ଅନୁଯାୟୀ କୌଣସି ଚିହ୍ନ ନରହିବା ପାଇଁ  ସେ ଫେଭିକ୍ବିକ୍ ବ୍ୟବହାର କରିଥାନ୍ତି । ଯାହାକୁ ନେଇ ପରିବାର ସଦସ୍ୟମାନେ ନର୍ସଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ କର୍ତ୍ତୁପକ୍ଷଙ୍କୁ ଭିଡିଓ ମଧ୍ୟ ଦେଖାଇଥିଲେ । ଏହା ପରେ ନର୍ସଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଥିଲା ।

ରାଜ୍ୟ ସରକାର ମୁଖ୍ୟ ସଚିବଙ୍କ ଅଧ୍ୟୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନର୍ସଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନିଆଯାଇଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସେବା କମିଶନରଙ୍କ ଦ୍ବାରା ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, ଫେଭିକ୍ବିକ୍ ହେଉଛି ଏକ ଆଡେସିଭ୍, ଯାହାର ଚିକିତ୍ସା ଏବଂ ବ୍ୟବହାର ନିୟମ ଅନୁସାରେ ଅନୁମତିପ୍ରାପ୍ତ ନୁହେଁ।  ଏଭଳି ଏକ ମାମଲାରେ, ଶିଶୁଟିର ଚିକିତ୍ସା ପାଇଁ ଫେଭିକ୍ବିକ୍ ବ୍ୟବହାର କରିଥିବା ଷ୍ଟାଫ୍ ନର୍ସଙ୍କୁ ନିଲମ୍ବିତ କରାଯାଇଛି ଏବଂ ଉପଯୁକ୍ତ ତଦନ୍ତ ମଧ୍ୟ ଚାଲିଛି। ପୂର୍ବରୁ ନର୍ସଙ୍କୁ ବଦଳି କରାଯାଇଥିଲା । ଯାହା ପିଲାଟିର ପରିବାର ସଦସ୍ୟ ଗ୍ରହଣ କରିପାରିନଥିଲେ। ବର୍ତ୍ତମାନ ନର୍ସଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ପିଲାଟି ସୁସ୍ଥ ଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି ।

 

ତାମିଲନାଡୁରେ ପୁଣି ଲଜ୍ଜା, ଛାତ୍ରୀଙ୍କୁ ୩ଶିକ୍ଷକଙ୍କ ଯୌନ ନିର୍ଯ୍ୟାତନା

ତାମିଲନାଡୁ: ଗୁରୁ-ଶିଷ୍ୟଙ୍କ ସମ୍ପର୍କରେ ପୁଣି ଲାଗିଲା କଳଙ୍କ। ଜଣେ ଛାତ୍ରୀଙ୍କୁ ତିନି ଜଣ ଶିକ୍ଷକ ମିଶି ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ । ଏକ ସରକାରୀ ସ୍କୁଲରେ ତିନି ଶିକ୍ଷକ ମିଶି ଜଣେ ୧୩ବର୍ଷର ଛାତ୍ରୀ ସହ ଆମାନୁଷିକ କାଣ୍ଡ ଘଟାଇଛନ୍ତି । ପୋକ୍ସୋ ନିୟମାନୁଯାୟୀ ୩ଜଣ ଶିକ୍ଷକଙ୍କୁ ଗିରଫ କରାଯାଇ ୧୫ଦିନ ରିମାଣ୍ଡରେ ପଠାଯାଇଛି । ତେବେ ପୋଲିସ ଅନୁଯାୟୀ ୨ଜାନୁୟାରୀରେ ବିଦ୍ୟାଳୟର ଶୌଚାଳୟରେ ଏଭଳି କାଣ୍ଡ ଘଟାଯାଇଛି ।

ରିପୋର୍ଟ ଅନୁଯାୟୀ ଏକ ସରକାରୀ ବିଦ୍ୟାଳୟରେ ତିନି ଶିକ୍ଷକ ମିଶି ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ଅଭିଯୋଗ କ୍ରମେ ୩ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଗିରଫ କରାଯାଇଛି । ଘଟଣାଟି ଘଟିବାର ୧ମାସ ପରେ ସାମ୍ନାକୁ ଆସିଥିଲା । ଯେତେବେଳେ ଛାତ୍ରୀ ଜଣକ ଏ ବାବଦରେ ପିତାମାତାଙ୍କୁ ଅବଗତ କରାଇଥିଲେ । ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଚାଇଲ୍ଡ ହେଲ୍ପଲାଇନ ଶିକ୍ଷକଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିଲେ । ତାଙ୍କ କହିବାନୁଯାୟୀ ପୀଡିତାଙ୍କ ପିତାମାତାଙ୍କ ଅଭିଯୋଗ କ୍ରମେ ତିନି ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ଏବଂ ପୋକ୍ସୋ ନିୟମ ଆଧାରରେ ତଦନ୍ତ କରାଯାଉଛି ।

ଏହାପୂର୍ବରୁ ମଧ୍ୟ ଗତବର୍ଷ ତାମିଲନାଡୁର କୋଟରୁପୁରମ ପୋଲିସ ଅନ୍ନା ବିଶ୍ବବିଦ୍ୟାଳୟ ମାମଲାର ଏକମାତ୍ର ଆରୋପୀ ବିରୟାନୀ ବିକ୍ରେତା ୩୭ବର୍ଷୀୟ ଜ୍ଞାନସେକରନଙ୍କୁ ଗିରଫ କରାଯାଇଥିଲା । ଅପରାଧୀ ଜଣକ ଜବରଦସ୍ତି ବିଦ୍ୟାଳୟରେ ପ୍ରବେଶ କରି ପୁରୁଷ ବନ୍ଧୁଙ୍କୁ ମାରପିଟ କରିବା ସହିତ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ପୋଲିସକୁ ଦେଇଥିବା ବୟାନ ଅନୁସାରେ ୨୩ଡିସେମ୍ବରରେ ପାଚେରୀ ପଛପଟେ ଛାତ୍ରୀ ନିଜ ପୁରୁଷ ବନ୍ଧୁ ସହ ବୁଲୁଥିଲେ । ସେତେବେଳେ ଅଭିଯୁକ୍ତ ସେମାନଙ୍କୁ ଧମକାଇବା ସହ ଯୌନ ନିର୍ଯ୍ୟାତନା ଦେଇଥିଲେ ।

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ; କପି ଓ ପ୍ରଶ୍ନପତ୍ର ଲିକ ରୋକିବାକୁ ବୋର୍ଡର କଡ଼ା ପଦକ୍ଷେପ

ଭୁବନେଶ୍ବର: ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଏଥର କପି ଓ ପ୍ରଶ୍ନପତ୍ର ଲିକ ରୋକିବାକୁ ବୋର୍ଡ ନେଇଛି କଡ଼ା ପଦକ୍ଷେପ । ପ୍ରଶ୍ନପତ୍ର ଲିକ୍ ହେଲେ ଜଣାପଡ଼ିବ କେଉଁଠୁ ଲିକ୍ ହୋଇଛି । କାରଣ ଏଥର ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିବ କ୍ୟୁଆର କୋର୍ଡ ଓ ୱାଟର ମାର୍କ । ଏହାସହ ସିରିଆଲ ନମ୍ବର ମଧ୍ୟ ରହିବ । ଯାହାଦ୍ବାରା କେଉଁଠୁ ପ୍ରଶ୍ନପତ୍ର ଲିକ ହୋଇଛି ତାହା ସହଜରେ ଜଣାପଡିଯିବ । ଏହା ଭାଇରାଲ ହେବାରୁ ରୋକିବ ବୋଲି ପ୍ରେସମିଟ କହିଛନ୍ତି ବୋର୍ଡ ସଭାପତି ।

ମାର୍ଚ୍ଚ ୬ ଯାଏ ମାଟ୍ରିକ ପରୀକ୍ଷା ଚାଲିବାକୁ ଥିବାବେଳେ ଗୋଟିଏ ସିଟିଂରେ ସକାଳ ୯ଟାରୁ ପରୀକ୍ଷା ହେବ । ୩ ହଜାର ୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୩୧୪ଟି ନୋଡାଲ ସେଣ୍ଟରରେ ରହିବ ପ୍ରଶ୍ନପତ୍ର । ୨୧ଟି ନୋଡାଲ ସେଣ୍ଟର ଥାନାରେ କରାଯାଇଛି । କନ୍ଧମାଳ, କୋରାପୁଟ, ମାଲକାନଗିରିରେ ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ସବୁ ନୋଡାଲ ସେଣ୍ଟରରେ ଲାଗିବ ସିସିଟିଭି । ଫେବୃଆରୀ ୧୦ ତାରିଖରୁ ବୋର୍ଡ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରାଯାଇପାରିବ । ୧୨ ତାରିଖରୁ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ଯିବ । ୧୯ ତାରିଖ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର । ଠିକ୍ ଭାବେ ପରୀକ୍ଷା ଦେବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ।

ଏଥର ୪ ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ରହିବ । ମୋଟ୍ ୧୭୨ଟି ସ୍କ୍ୱାଡ ଟିମ ପରୀକ୍ଷା ଉପରେ ନଜର ରଖିବ । ସବୁ ନୋଡାଲ ସେଣ୍ଟରରୁ ଲାଇଭ ଟେଲିକାଷ୍ଟ କରାଯିବ । ଏଆଇ ଟେକ୍ନୋଲଜି ବୋର୍ଡ ପ୍ରଯୋଗ କରିବ ବୋଲି କହିଛି । ଛାତ୍ରଛାତ୍ରୀ କେନ୍ଦ୍ରରେ ପହଞ୍ଚିଲେ ପ୍ରଶ୍ନପତ୍ର ପହଞ୍ଚିବ । ୭ଟା ୩୦ରୁ ୮ଟା ୩୦ ଭିତରେ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ଏଥର ୫ ଲକ୍ଷ ୧୦ ହଜାର ୭୭୮ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାସେ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ବୋର୍ଡ ସଭାପତି ।