spot_img
Home Blog Page 1157

ଡିଲିମିଟେସନ ବୈଠକରେ ଯୋଗ ଦେବ ବିଜେଡି

ଭୁବନେଶ୍ବର : ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଚେନ୍ନାଇ ଗଲେ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା । ଆସନ୍ତାକାଲି  ଏହି ବୈଠକ ବସୁଥିବାବେଳେ ଏଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ୟର ପ୍ରତିନିଧି ମଧ୍ଯ ଯୋଗଦେବେ । କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡିଶା । ତେବେ ଆଜି ନବୀନ ଅମର ଓ ସଂଜୟଙ୍କ ନାଁ ମନୋନୀତ କରିଥିଲେ । ଏ ନେଇ ଦଳ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତାମିଲନାଡ଼ୁ ମୁଖ୍ଯମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି । କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ । ତେବେ ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଛନ୍ତି, ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ । ଓଡି଼ଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ ।

GST ଚୋରି କଲେ ଲାଗିବ ୧୦ ହଜାର ଜରିମାନା: ଏପ୍ରିଲ ପହିଲାରୁ ବଦଳିଯିବ ନିୟମ

ଭାରତ ସରକାର ଦ୍ରବ୍ୟ ଓ ସେବା କର (GST)ର ନିୟମରେ ଅନେକ ପରିବର୍ତ୍ତନ କରିଛନ୍ତି । ଏହାଫଳରେ ଏପ୍ରିଲ ପହିଲାରୁ ଇନପୁଟ ସର୍ଭିସ ଡିଷ୍ଟ୍ରିବ୍ୟୁଟର ସିଷ୍ଟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ବିଜିନେସ କରୁଥିବା ଲୋକଙ୍କ ପାଖରେ କମନ ଆଇଟିସିକୁ ନିଜର ଅନ୍ୟ ଜିଏସଟି ରେଜିଷ୍ଟ୍ରେସନରେ ଆବଣ୍ଟିତ କରିବା ପାଇଁ ଦୁଇଟି ଅପ୍ସନ ଦିଆଯାଉଥିଲା । ସେଥିରେ ଦୁଇଟି ଅପ୍ସନ ଏହା ଥିଲା ଯେ, ଆଇଏସଡି ମେକାନିଜିମ ବା କ୍ରସ-ଚାର୍ଜ ମେଥଡ, ମାତ୍ର ଏବେ ଏପ୍ରିଲ ୧ରୁ ଆଇଏସଡିର ବ୍ୟବହାର ନକଲେ ରେସିପିଏଣ୍ଟ ଲୋକେସନ ପାଇଁ ଆଇଟିସି ଦିଆଯିବ ନାହିଁ । ଯଦି ଆଇଟିସିର ଭୁଲ ବିତରଣ ହୁଏ, ତେବେ ଟ୍ୟାକ୍ସ ଅଥରିଟି ସୁଧ ସହିତ ରାଶି ଆଦାୟ କରିଥାନ୍ତି । ଏଥିସହିତ ଅନିୟମିତ ବିତରଣ ପାଇଁ ଜରିମାନା ମଧ୍ୟ ଲାଗିଥାଏ, ଯାହା ଆଇଟିସିର ରାଶି ବା ୧୦ ହଜାର ଟଙ୍କାରୁ ମଧ୍ୟ ଅଧିକ ହେବ ।

କୁହାଯାଉଛି, ଏହି ପରିବର୍ତ୍ତନ ଜିଏସଟି ସିଷ୍ଟମକୁ ଆହୁରି ଅଧିକ ବ୍ୟବସ୍ଥିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ଆଇଏସଡି ସିଷ୍ଟମ ରାଜ୍ୟମାନଙ୍କ ମଧ୍ୟରେ ଟ୍ୟାକ୍ସ ରେଭିନ୍ୟୁ ବିତରଣ କରିବା ସହିତ ବ୍ୟବସାୟୀଙ୍କୁ ମଧ୍ୟ ନିଜର ଟ୍ୟାକ୍ସ ନେଣଦେଣରେ ସୁଫଳ ପ୍ରଦାନ କରିବ । ଏହି ପଦକ୍ଷେପ ଟ୍ୟାକ୍ସ  ଚୋରିକୁ ରୋକିବା ଓ ସିଷ୍ଟମରେ ପାରଦର୍ଶିତା ଆଣିବା ପାଇଁ ବହୁତ ସହାୟତା ପ୍ରଦାନ କରିବ ।

ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତ

କଟକ: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା । ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ | ସେ ସିଟି ସିଭିଲ୍ କୋର୍ଟ, ଡିଆରଟି ଓ ସୁପ୍ରିମକୋର୍ଟ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଛନ୍ତି । ଜଣେ ଦକ୍ଷ ତଥା ସୁନାମ ଅର୍ଜନ କରିଥିବା ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।

ଏମିତି ବି ମୃତ୍ୟୁ ଆସେ! କୁକୁର କାମୁଡ଼ିଥିବା ଏକ ଗାଈର କ୍ଷୀର ପିଇବା ପରେ ମହିଳାଙ୍କ ପ୍ରାଣବାୟୁ ଉଡ଼ିଗଲା

ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସେ, ତାହା କେହି କହିପାରିବେ ନାହିଁ । ସାଧାରଣ ଭାବେ ଗାଈକୁ ଆମେ ଗୋ-ମାତା ଭାବେ ପୂଜା କରୁଥିବା ବେଳେ ତା’ର କ୍ଷୀର ମଧ୍ୟ ପବିତ୍ର ହୋଇଥାଏ ।  ସେଥିପାଇଁ ଗାଈ କ୍ଷୀରକୁ ପୂଜାର୍ଚ୍ଚନା କାର୍ଯ୍ୟରେ ବ୍ୟବହାର କରାଯିବା ସହ ତା’ କ୍ଷୀରକୁ ଆମେ ସମସ୍ତେ ପିଇଥାଉ । ତେବେ ଗାଈ କ୍ଷୀର ପିଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ । ଗାଁରେ ରହୁଥିବା ଜଣେ ମହିଳା ଗାଈ କ୍ଷୀର ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରେବିଜରେ ସଂକ୍ରମିତ ଥିବା ଗୋଟିଏ ଗାଈର କ୍ଷୀର ପିଇବା  ଜଣେହିଳାଙ୍କ ମୃତ୍ୟୁ ଘଟିଛି । ସେହି ଗାଈଟିକୁ କୁକୁର କାମୁଡ଼ିଥିଲା । ମହିଳାଙ୍କ ମୃତ୍ୟୁ ଖବର ପରିବାର ସମେତ ସାରା ଗାଁରେ ଶୋକର ଲହରୀ ଖେଳାଇ ଦେଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ, ମହିଳା ଜଣଙ୍କ ଯେଉଁ ଗାଈର କ୍ଷୀର ପିଇଥିଲେ, ସେ ରେବିଜରେ ସଂକ୍ରମିତ ଥିଲା । ପ୍ରକୃତ କଥା ହେଉଛି, ଗାଈଟିକୁ ଗୋଟିଏ ପାଗଳ କୁକୁର କାମୁଡ଼ିଥିଲା । ଫଳରେ ଗାଈଟି ରେବିଜରେ ସଂକ୍ରମିତ ହୋଇଯାଇଥିଲା । ରେବିଜର ସଂକ୍ରମଣ ଗାଈର କ୍ଷୀର ମାଧ୍ୟମରେ ମହିଳାଙ୍କ ଶରୀରରେ ବ୍ୟାପି ଯାଇଥିଲା । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଗାଈଟିକୁ ୨ ମାସ ପୂର୍ବରୁ ଏକ ବାଛୁରୀକୁ ଜନ୍ମ ଦେଇଥିଲା । ଦେଢ଼ ମାସ ପୂର୍ବରୁ ଗାଈ ଠାରେ ରେବିଜର ଲକ୍ଷଣ ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ପଶୁ ଚିକିତ୍ସକ ରେବିଜ ବାବଦରେ ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା: ଟଙ୍କଧରଙ୍କ ବିରୋଧରେ ଚାଲିବ ମାମଲା

କଟକ: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ଝଟକା । ଝାରସୁଗୁଡା ବିଧାନସଭା ନିର୍ବାଚନ ମାମଲାରେ ଲାଗିଛି ଶକ୍ତ ଧକ୍କା । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଟଙ୍କଧର ଆବେଦନ କରିଥିଲେ ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଟଙ୍କଧରଙ୍କ ବିରୋଧରେ ଅପରାଧିକ ମାମଲା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ଅସାଧୁ ଉପାୟ ବୋଲି ହାଇକୋର୍ଟ କହିବା ସହିତ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ।

ଡିଭୋର୍ସ ମାମଲାରେ ଗୁଜୁରାଣ ଅର୍ଥ କିପରି ନିର୍ଦ୍ଧାରଣ କରାଯାଏ: କେଉଁ ସ୍ଥିତିରେ ପୁରୁଷ ପାଇଥାନ୍ତି ଏଲିମନୀ?

କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ତଲାକ ହୋଇଯାଇଛି । ଗତକାଲି ଦୁହେଁ ବାନ୍ଦାର ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ଓ ଦୁହିଁଙ୍କ ତଲାକ ହୋଇଥିବା ନେଇ ଓକିଲ ସୂଚନା ଦେଇଥିଲେ । ତଲାକ ଉପରେ ରହିଥିବା ସହମତି ସର୍ତ୍ତ ମୁତାବକ, ଚହଲ ନିଜର କୋରିଓଗ୍ରାଫର ପତ୍ନୀ ଧନଶ୍ରୀଙ୍କୁ ୪.୭୫ କୋଟି ଟଙ୍କା ଏଲିମନୀ ଦେବେ । ବର୍ତ୍ତମାନ ସୁଦ୍ଧା ଚହଲ ୨ କାଟି ୩୭ ଲକ୍ଷ ଓ ୫୫ ହଜାର ଟଙ୍କା ଦେଇ ସାରିଛନ୍ତି । ଆଗକୁ ସେ ଅବଶିଷ୍ଟ ଅର୍ଥ ଧନଶ୍ରୀଙ୍କୁ ପ୍ରଦାନ କରିବେ । ଦେଶର ଏଭଳି କିଛି ତଲାକ ମାମଲା ଦେଖିବାକୁ ମିଳିଛି, ଯେଉଁ କ୍ଷେତ୍ରରେ ପତିଙ୍କୁ ଏଲିମନୀ ଭାବେ ବଡ଼ ରାଶି ଦେବାକୁ ପଡ଼ିଛି । ଏପରି ସ୍ଥିତିରେ ତଲାକ ମାମଲାରେ ଏଲିମନୀ ବା ଗୁଜୁରାଣ ଭତ୍ତା କିପରି ଧାର୍ଯ୍ୟ ହୋଇଥାଏ, ସେନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ସୁପ୍ରିମକୋର୍ଟର ଜଣେ ଆଇନଜୀବୀଙ୍କ ମୁତାବକ, ଭାରତୀୟ ଆଇନରେ ତଲାକ ମାମଲାରେ ଗୁଜୁରାଣ ଭତ୍ତା ଦେବାର କୌଣସି ଫିକ୍ସ ଫର୍ମୂଲା ନାହିଁ । ଗୁଜୁରାଣ ଭତ୍ତା ସ୍ଥିର କରିବା ନେଇ କିଛି ଦିଗ ପ୍ରତି ଧ୍ୟାନ ଦିଆଯାଇଥାଏ, ସେହି ଆଧାରରେ କୋର୍ଟ ଏକ ରାଶି ସ୍ଥିର କରିଥାନ୍ତି । ଗୁଜୁରାଣ ଭତ୍ତା ସ୍ଥିର କରିବା ସମୟରେ ପତି-ପତ୍ନୀଙ୍କ ଆର୍ଥିକ ସ୍ଥିତି, ରୋଜଗାରର କ୍ଷମତା ଆଦି ଫ୍ୟାକ୍ଟର୍ସ ଉପରେ ବିଚାର କରାଯାଇଥାଏ । ଯଦି ଜଣେ ମହିଳା ୧୦ ବର୍ଷ ଧରି ଗୃହିଣୀ ଅଛନ୍ତି ଓ ସେ ତାଙ୍କ ପତିଙ୍କୁ ତଲାକ ଦିଅନ୍ତି, ତେବେ ଏଲିମନୀ ସ୍ଥିର କରିବା ସମୟରେ କୋର୍ଟ ପତିଙ୍କ ଆୟକୁ ଧ୍ୟାନରେ ରଖିଥାନ୍ତି । ମହିଳା ଜଣଙ୍କ କେବଳ ଗୃହିଣୀ ଓ ସନ୍ତାନ-ପରିବାରର ଦେଖାଶୁଣା କରିବା ପାଇଁ ଚାକିରି ନକରି ନିଜର କ୍ୟାରିୟରକୁ ତ୍ୟାଗ କରିଥିଲେ । ସେଥିପାଇଁ ସାମାନ୍ୟ ଜୀବନ ଚଳିବା ଭଳି ଏଲିମନୀ ସ୍ଥିର କରାଯାଇଥାଏ ।

ଯଦି ପତି-ପତ୍ନୀ ମାସକୁ ୫୦-୫୦ ହଜାର ରୋଜଗାର କରିଥାନ୍ତି, ତେବେ ଗୁଜୁରାଟ ଭତ୍ତା ଦେବାର ଆଦେଶ ଦେବା ଜରୁରୀ ହୋଇନଥାଏ । ଯିଏ ପିଲାଙ୍କୁ ସମ୍ଭାଳିବେ, ତାଙ୍କୁ ଆର୍ଥିକ ସହାୟତା ଦେବାକୁ କୋର୍ଟ କହିଥାନ୍ତି । ବିବାହ ସମୟରେ କେଉଁ ପ୍ରକାରର ଜୀବନ ସ୍ତର ରହିଥିଲା, ପାରିବାରିକ ଦାୟିତ୍ବ ବହନ କରିବା ପାଇଁ ମହିଳା କ’ଣ ତ୍ୟାଗ କରିଥିଲେ ତାହାକୁ ଧ୍ୟାନରେ ରଖାଯାଇଥାଏ । ଗୁଜୁରାଣ ଭତ୍ତା ଆଶ୍ରିତ ପତି ବା ପତ୍ନୀଙ୍କ ସହାୟତା ପାଇଁ ପ୍ରଯୁଜ୍ୟ ଅଟେ, ଦ୍ବିତୀୟ ପକ୍ଷଙ୍କୁ ଦଣ୍ଡିତ କରିବା ପାଇଁ ନୁହେଁ ବୋଲି କୋର୍ଟ ପୂର୍ବରୁ କହିସାରିଛନ୍ତି । ତଲାକର ଅଧିକାଂଶ ମାମଲାରେ ଭାରତୀୟ ଆଇନରେ ପୁରୁଷଙ୍କୁ ଏଲିମନୀ ଦେବାକୁ ପଡ଼ିଥାଏ । ତେବେ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୨୪ ଓ ୨୫ ଅନୁସାରେ ପତି ଗୁଜୁରାଣ ଭତ୍ତା ମାଗି ପାରିବେ । ବିକଳାଙ୍ଗତା ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ ଅକ୍ଷମତା ସ୍ଥିତିରେ ପତ୍ନୀଙ୍କୁ ଏଲିମନୀ ଦେବାକୁ ପଡ଼ିପାରେ ।

ବନ୍ଧା ହେଲେ ସରପଞ୍ଚ: ୩୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଚଳୁ କରିଦେଇଥିବା ଅଭିଯୋଗ

କାମାକ୍ଷାନଗର: ବନ୍ଧା ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ। ସିଏଫସି ଫଣ୍ଡ ଟଙ୍କା ହଡପ ଅଭିଯୋଗରେ ବାନ୍ଧିଛି ପୋଲିସ। ୭ଟି ଚେକରେ ୩୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଚଳୁ କରିଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଏ ନେଇ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ପରଜଙ୍ଗ ବିଡ଼ିଓ ସୌଭାଗ୍ୟ କୁମାର ବେହେରା ଏକ ଟିମ ଗଠନ କରି ତଦନ୍ତ କରିଥିଲେ । ଯାହାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି। ବିନା କାମରେ, ବିନା ଦସ୍ତାବିଜରେ ମନଇଚ୍ଛା ଟଙ୍କା ଉଠାଇବା ଏବଂ ଏ ନେଇ ନୂତନ ଭାବେ ନିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ କୌଣସି ତଥ୍ୟ କିମ୍ବା ହିସାବ ନଦେବା ସନ୍ଦେହ ସୃଷ୍ଟି କରିଥିଲା। ଯାହାକୁ ନେଇ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବଢ଼ିବାରେ ଲାଗିଛି ଟାଟା ପାୱାରର ଅତ୍ୟାଚାର: ଲୋକଙ୍କ ସୁବିଧା ପାଇଁ ଆନ୍ଦୋଳନରେ ସାମିଲ ହେଲା ବିଜେଡି

ଭୁବନେଶ୍ବର: ଟାଟା ପାୱାର ବିରୋଧରେ ଆନ୍ଦୋଳନ। ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ଲୋୟର ପିଏମଜିରେ ସର୍ବଦଳୀୟ ଜନ ଆନ୍ଦୋଳନ କରିଛି । ଏଥିରେ ବିଜେଡି ମଧ୍ୟ ଯୋଗଦେଇଛି। ଟାଟା ପାୱାର ପାଇଁ ଦିନକୁ ଦିନ ଲୋକଙ୍କ ସମସ୍ୟା‌ ବଢୁଛି । ଚୁକ୍ତିରେ ଯାହା ଥିଲା ତାର ଓଲଟା କାର୍ଯ୍ୟ କରୁଛି ଟାଟା ପାୱାର । ଲୋକଙ୍କୁ ନ ଜଣାଇ ବିଦ୍ୟୁତ ସେବା କାଟି ଦେଉଛି। ଘର ଭିତରେ ପଶି ଟାଟା ପାୱାର କମ୍ପାନୀର କର୍ମଚାରୀ ଫାଇନ୍ ଆଦାୟ କରୁଛନ୍ତି । ଜୋର ଜବରଦସ୍ତି ସ୍ମାର୍ଟ୍ ମିଟର ବସାଉଛନ୍ତି । ସାଧାରଣ ମିଟର ଠାରୁ ସ୍ମାର୍ଟ୍ ମିଟରରେ ଅଧିକ ବିଲ୍ ଆସୁଛି । ଶୀଘ୍ର ଲାଗୁ କରିବାକୁ ଯାଉଥିବା ପ୍ରିପେଡ ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିଛି ବିଜେଡି। । ସ୍ମାର୍ଟ୍ ମିଟର ବର୍ଜନ, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା, ବିଦ୍ୟୁତ ଦରବୃଦ୍ଧିକୁ ହ୍ରାସ କରିବା ଆଦି ଦାବିରେ ଲଢେଇ ହେବ । ୩୦୦ ୟୁନିଟ୍ ମାଗଣା ଦେବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ଭୋଟ ନେଇଥିଲେ । ଏହା ଭିତରେ ଦୁଇଟି ବିଧାନସଭା ଅଧିବେଶନ ଗଲାଣି । ଏପର୍ଯ୍ୟନ୍ତ ୩୦୦ ୟୁନିଟ୍ ମାଗଣା ଦେଲେ ନାହିଁ । କୃଷି କ୍ଷେତ୍ରକୁ ମାଗଣା ବିଦ୍ୟୁତ ଯୋଗାଇବା ଦେବାର ପ୍ରତିଶ୍ରୁତି ଦେଇଥିଲେ । ଟାଟା ପାୱାର ଏକ ପାଖିଆ ଭାବେ ଉପଭୋକ୍ତାଙ୍କୁ ଭାରାକ୍ରାନ୍ତ କରୁଛି ।

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ରାଜ୍ୟର ୪୮ ରାଜନେତା ହନିଟ୍ରାପର ଶିକାର

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ। ରାଜ୍ୟର ୪୮ ରାଜନେତା ହନିଟ୍ରାପର ଶିକାର। କେବଳ ରାଜ୍ୟର ନୁହେଁ, କେତେକ କେନ୍ଦ୍ରୀୟ ନେତା ବି ହନିଟ୍ରାପରେ ଫସିଥିବା କହିଛନ୍ତି ସମବାୟ ମନ୍ତ୍ରୀ କେ.ଏନ. ରାଜାନ୍ନା। ମନ୍ତ୍ରୀଙ୍କ ଏହି ବୟାନ ପରେ ସାରା ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ଗତକାଲି ବିଧାନସଭାରେ ମନ୍ତ୍ରୀ ଏହି ବିବୃତି ଦେବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ବି ଦାବି ହୋଇଛି। ସେ ଆହୁରି କହିଛନ୍ତି- ରାଜ୍ୟର ଦୁଇ ଜଣ ପ୍ରତିପତ୍ତିଶାଳୀ ମନ୍ତ୍ରୀ ହନିଟ୍ରାପର ଶିକାର ହୋଇଛନ୍ତି। ଏପରିକି ସେ ନିଜେ ଓ ଅନ୍ୟ ଜଣେ ମନ୍ତ୍ରୀ ଜି. ପରମେଶ୍ବର ବି ଏହାର ଶିକାର ହୋଇଛନ୍ତି ବୋଲି ସେ କହିଛନ୍ତି। ଏପ୍ରସଙ୍ଗରେ ସେ ଗୃହମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ। ଏସବୁ ସ୍କାଣ୍ଡାଲରେ କେଉଁମାନେ ପ୍ରଚ୍ଛଦରେ ରହିଛନ୍ତି ତାହାର ଦଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ସେପଟେ ରାଜାନ୍ନାଙ୍କ ପୁଅ ତଥା ଏମଏଲସି ସଦସ୍ୟ ରାଜେନ୍ଦ୍ର ବି ଉଠାଇଛନ୍ତି ସମାନ ଅଭିଯୋଗ। ଗତ ୬ ମାସ ଧରି ରାଜ୍ୟରେ ହନିଟ୍ରାପ ଲାଗି ଉଦ୍ୟମ ହେଉଛି ବୋଲି ସେ କହିଛନ୍ତି। ସେହିପରି କର୍ଣ୍ଣାଟକ ପୂର୍ତ୍ତ ମନ୍ତ୍ରୀ ସତୀ ଜାରିକହୋଲି ବି ସମାନ ଅଭିଯୋଗ କରିଛନ୍ତି।

ବିଧାନସଭାରେ ଏମିତି କ’ଣ ଗୁପ୍ତ କଥା ଚାଲିଛି ଯେ ତାହା ସାଧାରଣ ଲୋକେ ଦେଖିପାରିବେନି: ଅରୁଣ ସାହୁ

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନରେ ବିରୋଧୀଙ୍କ ତରଫରୁ ହଟ୍ଟେଗାଳ କରାଯାଇଥିଲା ।  ନାରୀ ନିର୍ଯାତନା, ନାବାଳିକ ଗର୍ଭବତୀ ପ୍ରସଙ୍ଗରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଘଣ୍ଟ, ସାହାନାଇ, ବଂଶୀ ବଜାଇ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ସରକାରଙ୍କ ଏକଛତ୍ରବାଦୀ ନୀତିକୁ ବିରୋଧ କରିଥିଲେ ବିରୋଧୀ । କଂଗ୍ରେସ ବିଧାୟକମାନେ କଳାପୋଷାକ ପିନ୍ଧି ପ୍ରତିବାଦ କରିଥିଲେ । ବିରୋଧୀଙ୍କ ସ୍ବର ଚାପିଦେବା ଲାଗି ଉଦ୍ୟମକୁ ବିରୋଧ କରାଯିବା ସହ ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ବାରଣକୁ ତୀବ୍ର ବିରୋଧ କରାଯାଇଥିଲା । ସରକାର ଏକଛତ୍ରବାଦ ଓ ଅଗଣତାନ୍ତ୍ରିକ ଶାସନ ଚଳାଇଛନ୍ତି ବୋଲି ବିରୋଧୀ କହିଥିଲେ ।

ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟେଗାଳ ଦେଖିବାୁ ମିଳିଥିଲା । ଗୃହରେ ବିରୋଧୀଙ୍କ ପକ୍ଷରୁ ହଟ୍ଟେଗାଳ କରାଯିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ବିଜେଡି ସଦସ୍ୟମାେନ ବିଧାନସଭା ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ ରିଥିଲେ ।  ଲାଇଭ୍ ଭିଜୁଆଲ ନ ଦିଆଯିବା ଅଭିଯୋଗରେର ପ୍ରତିବାଦ କରିଥିଲା ବିଜେଡି । ଗତ କିଛି ଦିନ ହେଲା ବିଧାନସଭାରେ ବିରୋଧୀଙ୍କ ଭିଜୁଆଲ ବାରଣ କରାଯାଉଛି । କିଛି ଦିନ ତଳେ ଗଣମାଧ୍ୟମର ମୋବାଇଲ ବାରଣ କରାଯାଇଥିଲା । କଣ ଏମିତି ଗୁପ୍ତ କାମ ଚାଲିଛି ଯେ ଭିଡିଓ ଦେଖା ଯାଉନି । ଆମ ଅଞ୍ଚଳ ଲୋକ ଜାଣି ପାରୁ ନାହାନ୍ତି ଆମ କାର୍ଯ୍ୟକ୍ରମ । କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ଦେଖାଯାଉଛି । ଏହା ଅଗଣତାନ୍ତ୍ରିକ, ଏକଛତ୍ରବାଦ ବୋଲି କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।