spot_img
Home Blog Page 1152

ଲିଭର ସମସ୍ୟାରୁ ମୁକ୍ତି ଦେବ ଆୟୁର୍ବେଦ: କ’ଣ କଲେ ଲିଭର ସୁସ୍ଥ ରହିବ?

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛି । ବିଶେଷ କରି ଖରାପ ଖାଦ୍ୟପେୟ ଓ ମଦ୍ୟପାନ ପରି କୁଅଭ୍ୟାସ କାରଣରୁ ମଣିଷ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି । ତେବେ ଆଜିର ସମୟରେ ମଣିଷ ଲିଭର ସହ ଜଡ଼ିତ ଅନେକ ସମସ୍ୟାର ସାମ୍ନା କରୁଛି । ଲିଭର ସମସ୍ୟା କାରଣରୁ ଆଜି ଅନେକ ଲୋକ ବହୁଳ ଭାବେ ଖର୍ଚ୍ଚାନ୍ତ ହେବା ସହ ଅକାଳରେ ମୃତ୍ୟୁ ବରଣ କରୁଥିବାର ଦେଖାଯାଉଛି । ତେବେ ଆପଣମାନେ ବେଳ ଥାଉଥାଉ ସତର୍କ ହେଲେ ଲିଭରକୁ ସୁସ୍ଥ ରଖିବା ସହ ବହୁ ରୋଗରୁ ରକ୍ଷା ପାଇ ପାରିବେ । ଆପଣମାନେ ଆୟୁର୍ବେଦିକ ଜଡ଼ିବୁଟିର ଉପଯୋଗ କରି ନିଜର ଲିଭରକୁ ସୁସ୍ଥ ରଖିବା ସହ ଶରୀରକୁ ସୁସ୍ଥ ରଖିପାରିବେ ।

ଅଁଳା: ଅଁଳା ଲିଭରକୁ ଡିଟକ୍ସ କରିବାର କାମ କରିଥାଏ । ଏଥିରୁ ମିଳୁଥିବା ପୋଷକ ତତ୍ତ୍ବ ଲିଭରର କାର୍ଯ୍ୟ କ୍ଷମତାକୁ ବଢ଼ାଇଥାଏ । ଅଁଳାରେ ରହିଥିବା ହେପଟୋ-ପ୍ରୋଟେକ୍ଟିଭ ଗୁଣ ଲିଭରର କୋଷିକାଗୁଡ଼ିକୁ ସୁସ୍ଥ ରଖିଥାଏ । ଅଁଳାକୁ ଆପଣମାନେ ବିଭିନ୍ନ ପ୍ରକାରେ ବ୍ୟବହାର କରିପାରିବେ । କଞ୍ଚା ଅଁଳାକୁ ଖାଇ ପାରିବେ, ଜୁସ କରି ପିଇପାରିବେ ଓ କ୍ୟାଣ୍ଡିର ମଧ୍ୟ ବ୍ୟବହାର କରିପାରିବେ ।

ଏଲୋଭେରା: ଏଲୋଭେରାର ଭରପୁର ମାତ୍ରାରେ ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହାକି ଲିଭରକୁ ଫ୍ରି ରେଡିକଲ୍ସ ଦ୍ବାରା ହେଉଥିବା ଅନେକ ପ୍ରକାରର କ୍ଷତିରୁ ବଞ୍ଚାଇଥାଏ । ସୀମିତ ମାତ୍ରାରେ ଏଲୋଭେରାର ସେବନ କରିବା ଫଳରେ ଲିଭର ଦୀର୍ଘ ସମୟ ଧରି ସୁସ୍ଥ ରହିଥାଏ । ଏଲୋଭେରାକୁ ଜୁସ ଭାବେ ଅଧିକାଂଶ ବ୍ୟବହାର କରିଥାନ୍ତି । ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ୨-୩ ଚାମଚ ଏଲୋଭେରା ଜୁସକୁ ସମାନ ମାତ୍ରାରେ ପାଣିରେ ମିଶାଇ ପିଇ ପାରିବେ ।

ପୁନର୍ନବା: ପୁନର୍ନବା ଲିଭର ପ୍ରଦାହରୁ ରକ୍ଷା କରିଥାଏ । ପୁନର୍ନବା ଏକ ଜଡ଼ିବୁଟି ହୋଇଥିବା ବେଳେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ପାଉଡର ଓ ସିରପ ଭାବେ ଏହାକୁ ବ୍ୟବହାର କରାଯାଏ । ଏହାର ଖୁରାକ ପାଇଁ ଆୟୁର୍ବେଦିକ ଡାକଙ୍କର ପରାମର୍ଶ ନେବା ଜରୁରୀ ।

ଏଥିସହିତ ଲିଭରକୁ ସୁସ୍ଥ ରଖିବାକୁ ଆପଣମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ପାରିବେ । ଦୈନିକ ଅତିକମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ । ଏହାଦ୍ବାରା ଶରୀରରୁ ବିଷାକ୍ତ ତତ୍ତ୍ବ ସହଜରେ ବାହାରି ଯାଇଥାଏ । ନିଜର ଖାଦ୍ୟରେ ପୁଷ୍ଟିକର ସାମଗ୍ରୀକୁ ସାମିଲ କରନ୍ତୁ । ଲିଭର ପାଇଁ ସବୁଜ ପନିପରିବା, ଫଳ, ଡାଲି, ଗାଜର ଖାଆନ୍ତୁ ।

ମହାକୁମ୍ଭରେ ଟ୍ରଫିକ୍ ଜାମ୍ ପାଇଁ ରାଗିଲେ ଯୋଗୀ, ୨ ଆଇପିଏସ ଅଧିକାରୀଙ୍କୁ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜରେ ବୁଡ଼ ପକାଇବା ଲାଗି ଜମୁଛି ଭିଡ଼ । ଯେତେ ନିୟନ୍ତ୍ରଣ କଲେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛଇ ଶ୍ରଦ୍ଧାଳୁଙ୍କ ଭିଡ଼ । ସଙ୍ଗମସ୍ଥଳରେ ଅସମ୍ଭାଳ ଭିଡ଼ ହେଉଛି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସତ୍ତ୍ବେ ଟ୍ରାଫିକ ବ୍ୟବସ୍ଥା ବିଗୁଡ଼ୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଗିଥିବା ଦେଖିବାକୁ ମିଳିଛି । ଜଣେ ଡିଜି ଏବଂ ଅନ୍ୟଜଣେ ଆଇଜିଙ୍କ ଉପରେ ରାଗିଥିବା ଖବର ଦେଖିବାକୁ ମିଳିଛି । ଏମାନଙ୍କୁ କହିଥିଲେ କି, ତୁମ ଉପରେ ସବୁ ଦାୟିତ୍ବ ରହିଥିବାବେଳେ କାହିଁକି ଦଳାଚକଟା ହୋଇଥିଲା । ସେପଟେ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ସେମାନଙ୍କ ନିଲମ୍ବନ କରିବା ପାଇଁ କହିଥିଲେ । ଏବେ ଦୁଇ-ତିନିଦିନ ହେଲା ସଙ୍ଗମସ୍ଥଳକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଏପରିକି ରାସ୍ତାରେ ଗାଡ଼ି ଗୁଡ଼ିକ ଲମ୍ବା ଲାଇନରେ ଲାଗି ରହୁଛି । ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏବଂ ଏହାର ସମାଧାନ କରିବାକୁ କହିଥିଲେ ।

ରଣବୀର ଆଲାହାବାଦିଆଙ୍କୁ ମହଙ୍ଗା ପଡ଼ିଲା ଅଶାଳୀନ ମନ୍ତବ୍ୟ, ମାମଲା ରୁଜୁ କଲା ଆସାମ ପୋଲିସ

ନନ୍ଦିଘୋଷ ବ୍ୟୁରୋ: ରଣବୀର ଆଲାହାବାଦିଆଙ୍କୁ ମହଙ୍ଗା ପଡ଼ିଲା ଅଶାଳୀନ ମନ୍ତବ୍ୟ । ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ ହଟାଇଲା ୟୁଟ୍ୟୁବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ନୋଟିସ ପଠାଇ ଏହି ଭିଡିଓକୁ ହଟାଇବାକୁ କହିଥିଲେ । ଯାହା ପରେ ୟୁଟ୍ୟୁବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିବାଦୀୟ ଭିଡିଓକୁ ହଟାଇ ଦେଇଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କା କାନୁନଗୋ ମଧ୍ୟ ଭିଡିଓଟିକୁ ହଟାଇବାକୁ କହିଥିଲେ। ସୋମବାର ଦିନ ସମାଲୋଚନାର ସମ୍ମୁଖୀନ ହେବା ପରେ, ୟୁଟ୍ୟୁବର କ୍ଷମା ପ୍ରାର୍ଥନା କରିଥିଲେ ।

ତାଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ ପରେ ବାଧ୍ୟ ହୋଇ କ୍ଷମା ମାଗିଲେ ରଣବୀର ଆଲାହାବାଦିଆ । ୟୁଟୁବର ରଣବୀର ଆଲ୍ଲାହାବାଦିଆଙ୍କ ବିରୋଧରେ ମାମଲା ରୁଜୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍ କରି ସୂଚନା ଦେଇଥିଲେ । ରଣବୀର ଆଲ୍ଲାହାବାଦିଆଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆସାମ ପୋଲିସ ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ “ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ରହିବା” ଅଭିଯୋଗରେ ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ଏବଂ ହାସ୍ୟ ଅଭିନେତା ସମୟ ରୈନାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ୟୁଟୁବର ଏବଂ  ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମାଖିଜା ଏବଂ ଅନ୍ୟମାନଙ୍କ ନାଁ ମଧ୍ୟ FIR ରେ ରଖାଯାଇଛି। ସମସ୍ତେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ରହିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ରଣବୀର ଆଲ୍ଲାହାବାଡିଆଙ ମନ୍ତବ୍ୟକୁ ନେଇ ୟୁଟ୍ୟୁବକୁ ଏକ ଚିଠି ଲେଖିଛନ୍ତି। ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ପିତାମାତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ରଣବୀର ଟ୍ରୋଲର୍ସଙ୍କ ଟାର୍ଗେଟରେ ଅଛନ୍ତି।

ସୁପରଷ୍ଟାର୍ସଙ୍କ ସନ୍ତାନମାନେ ବଲିଉଡରେ ସୁପର ଫ୍ଲପ: ବାପା ସଫଳତାର ଶୀର୍ଷରେ ଥିଲେ, ଷ୍ଟାର କିଡସ୍ କିନ୍ତୁ ପଛରେ

ସାଧାରଣ ଭାବେ ପିତାମାତାଙ୍କ ଗୁଣ ସେମାନଙ୍କର ସନ୍ତାନଙ୍କର ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଇଥାଏ । ତେବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କିଡସଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ସାଜିଥାଏ । ବଲିଉଡରେ ଏପରି ଅନେକ ଫ୍ୟାମିଲି ରହିଛନ୍ତି, ଯେଉଁମାନଙ୍କର ପରବର୍ତ୍ତୀ ପୀଢ଼ି ପୂର୍ବ ପୀଢ଼ିଙ୍କ ତୁଳନାରେ ପଛରେ ପଡ଼ିଥିବା ଦେଖାଯାଉଛି । କିଛି ଷ୍ଟାର କିଡସ୍ ନିଜ ଦମରେ ଇଣ୍ଡଷ୍ଟ୍ରିରେ ସେପରି କିଛି ନାଁ କରିପାରିନାହାନ୍ତି । ଏହି ଲିଷ୍ଟରେ ଅନେକ ଅଭିନେତା ଓ ଅଭିନେତ୍ରାଙ୍କ ନାମ ସାମିଲ ରହିଛି । ବଲିଉଡ ଫିଲ୍ମରେ ଅନେକ ପରିବାରର ଏକାଧିକ ଜେନେରେସନ ପାଦ ଥାପିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମାତ୍ର ସେମାନଙ୍କର ପରବର୍ତ୍ତୀ ପୀଢ଼ି ସମ୍ପୂର୍ଣ୍ଣ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି । କିଛି ଷ୍ଟାର କିଡସ ସୁପରହିଟ ଫିଲ୍ମ ଦେଇ ନିଜର ଅଲଗା ପରିଚୟ ସୃଷ୍ଟି କରିପାରିଥିବା ବେଳେ ଆଉ କିଛି ଗ୍ଲାମର ଦୁନିଆରୁ ଉଭେଇ ଯାଇଛନ୍ତି । ପିତାମାତା ଯେତିକି ଲୋକପ୍ରିୟ ଥିଲେ ସେମାନଙ୍କର ସନ୍ତାନମାନେ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଅଧ୍ୟୟନ ସୁମନ: ପପୁଲାର ଅଭିନେତା, ନିର୍ଦ୍ଦେଶକ ଓ ହୋଷ୍ଟ  ଭାବେ ବେଶ ଜଣାଶୁଣା ଶେଖର ସୁମନ ନିଜ କ୍ୟାରିୟର ଆରମ୍ଭରୁ ଅନେକ ଶାନଦାର ଫିଲ୍ମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଡାଇରେକ୍ସନରେ ପାଦ ଥାପିଥିଲେ ଓ ତା’ପରେ ଟିଭି ଶୋ ହୋଷ୍ଟ କରିବା ସହ ଜଜ ହୋଇଥିଲେ । ତେବେ ତାଙ୍କର ପୁଅ ଅଧ୍ୟୟନଙ୍କ କଥା ଯଦି ବିଚାର କରିବା, ତେବେ ସେ ପିତାଙ୍କ ପରି ସଫଳତା ପାଇ ପାରିନଥିଲେ । ଅଧ୍ୟୟନ ‘ହାଲ ଏ ଦିଲ’ ଜରିଆରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ତା’ପରେ ସେ ଏକାଧିକ ଫିଲ୍ମରେ କାମ କରିଥିଲେ, ମାତ୍ର ବାପାଙ୍କ ପରି ସେ ଲୋକଙ୍କ ହୃଦୟରେ ଛାପ ଛାଡ଼ିପାରି ନଥିଲେ ।

ଫରଦୀନ ଖାନ: ବଲିଉଡର ଡେଶିଂ ଆକ୍ଟର ଫିରୋଜ ଖାନଙ୍କ ପୁତ୍ର ଫରଦୀନ ଖାନ । ଫିରୋଜ ନିଜର ଆକ୍ଟିଂ ସହିତ ଚାର୍ମ ଦ୍ବାରା ସମସ୍ତଙ୍କୁ ଇମ୍ପ୍ରେସ କରିପାରୁଥିଲେ । ୯୦ ଦଶକରେ ଫରଦୀନ ବଲିଉଡର ଚକୋଲେଟ ବୟ ଥିଲେ । ସେ ନିଜର ପର୍ସନାଲିଟି ଜରିଆରେ ଫିମେଲ ଫ୍ୟାନଙ୍କ ଦିଲ ଜିତି ପାରିଥିଲେ । ମାତ୍ର ବକ୍ସ ଅଫିସରେ ସଫଳତା ପାଇ ପାରିନଥିଲେ ।

ଈଶା ଦେଓଲ: ହେମା ମାଳିନୀ ବଲିଉଡର ମୋଷ୍ଟ ସକ୍ସେସଫୁଲ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ତାଙ୍କୁ ଡ୍ରୀମ ଗାର୍ଲ କୁହାଯାଇଥାଏ । ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପରେ ତାଙ୍କର ଝିଅ ଈଶା ଜନ୍ମ ନେଇଥିଲେ । ଈଶାଙ୍କ ଫିଲ୍ମ ଭଲ ଚାଲିନଥିଲା । ଫଳରେ ତାଙ୍କର ଫେମ ବଲିଉଡରୁ ଅଦୃଶ୍ୟ ହୋଇଯାଇଥିଲା ।

କୁମାର ଗୌରବ: ବଲିଉଡର ବିଶିଷ୍ଟ ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁଅ କୁମାର ଗୌରବ ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ । ମାତ୍ର ତାଙ୍କର ଫେମ ବେଶିଦିନ ପର୍ଯ୍ୟନ୍ତ ଚାଲିନଥିଲା । ସଫଳତା ପାଇବା ପରେ ସେ କିଛି ଅଭିନେତ୍ରୀଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । ଧୀରେଧୀରେ ତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା ଓ କ୍ୟାରିୟର ଡୁବି ଯାଇଥିଲା ।

କରଣ କପୁର: କପୁର ଖାନଦାନର ଅନେକ ତାରକା ବଲିଉଡରେ  ଭାଗ୍ୟ ପରୀକ୍ଷା କରିଥିଲେ । ଶଶି କପୁରଙ୍କ ପୁଅ କରଣ କପୁର ବାପାଙ୍କ ପରି ସଫଳତା ପାଇବା ଲକ୍ଷ୍ୟରେ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ସବୁଠାରୁ ବଡ଼ କଥା ହେଉଛି, ଗୌରବ ଇଣ୍ଡଷ୍ଟ୍ରିକୁ କେବେ ଆସିଲେ ଓ କେବେ ଚାଲିଗଲେ ତାହା କାହାକୁ ଜଣାନଥିଲା । ଗୌରବ ‘ଜୁନୁନ’ ଫିଲ୍ମରେ ଡେବ୍ୟୁ କରିଥିବା ବେଳେ ତାହା ଫ୍ଲପ ସାବ୍ୟସ୍ତ ହୋଇଥିଲା । ୫ଟି ଫିଲ୍ମ କରିବା ପରେ ଅଭିନୟ ପ୍ରତି କରଣଙ୍କ ମନ ଭରିଯାଇଥିଲା ଓ ସେ ବିଦେଶ ଚାଲିଯାଇଥିଲେ ।

ବାରବାଟୀରେ ଏମିତି ଚେତାବନୀ ଦେଇଥିଲେ ଗାଭାସ୍କର, ଶେଷରେ ହୋଇଗଲା ସତ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ବିଜୟୀ ହେବା ସହ ଭାରତ ସିରିଜ ହାତେଇଛି । ରୋହିତ ଶର୍ମା ବାରବାଟୀରେ ଫର୍ମ ଫେରି ପାଇଥିବାବେଳେ ଏକ ଦମଦାର ଶତକ ହାସଲ କରିଥିଲେ । ରୋହିତଙ୍କ ବ୍ୟାଟ୍ ଚମକିଥିବାବେଳେ ଭାରତ ଏହାକୁ ଅତି ସହଜରେ ବିଜୟ ହାସଲ କରିବ ବୋଲି କୁହାଯାଉଥିଲା । ମାତ୍ର ଶେଷ ସମୟରେ ଭାରତ ଯେଉଁ ଓ୍ବିକେଟ ହରାଇଥିଲା ଏହାକୁ ନେଇ ପୂର୍ବରୁ ଚେତାବନୀ ଦେଇଥିଲେ ସୁନିଲ ଗାଭାସ୍କର । ଯେତେବେଳେ ଶ୍ରେୟସ ଆଉଟ୍ ହୋଇଥିଲେ ସେତେବେଳେ କମେଟ୍ରି କରୁଥିବା ଗାଭାସ୍କର କହିଥିଲେ କି, ଭାରତକୁ ଦେଖିଚାହିଁ ଚାହିଁ ବ୍ୟାଟିଂ କରିବାକୁ ପଡ଼ିବ । ଅକ୍ଷର ଏବଂ ରାହୁଲ ଗଡେଇ ଗଡେଇ ଖେଳିବା ଦରକାର । ଯଦି ଶ୍ରୀଗ୍ର ବିଜୟ ଆଶା କରିବେ ତାହେଲେ ଭାରତକୁ ଆଉ ଏକ ଓ୍ବିକେଟ ହରାଇବାକୁ ପଡ଼ିବ । ଯାହାର ପ୍ରତିଫଳନ ରାହୁଲଙ୍କ କ୍ଷେତ୍ରରେ ଦେଖିବାକୁ ପଡ଼ିଥିଲା । ଦଳକୁ ବିଜୟୀ କରିବା ଲାଗି ବଡ଼ ସଟ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ ରାହୁଲ । ଏବେ ସୁନିଲ ଗାଭାସ୍କର କହିଥିବା ଏହି କଥାଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ପଞ୍ଜାବରେ ପଡ଼ିବ କି ଦିଲ୍ଲୀ ପ୍ରଭାବ ? କେଜ୍ରିଓ୍ବାଲଙ୍କୁ ଭେଟିବାକୁ ବାହାରିଲେ ପଞ୍ଜାବର ସମସ୍ତ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଆପର ପରାଜୟ ପରେ ଏବେ ଚିନ୍ତାରେ ରହିଛି ଦଳ । ପଞ୍ଜାବରେ ଏବେ ସରକାରରେ ରହିଥିବା ଆମଆଦମୀ ପାର୍ଟି ଦିଲ୍ଲୀ ରାଜନୀତି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା କରୁଛନ୍ତି କି? କାରଣ ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ଦିଲ୍ଲୀ ବହୁ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତମାନ ମଧ୍ୟ କେଜ୍ରିଓ୍ବାଲଙ୍କୁ ଭେଟିବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସକାଳ ୧୧ରେ କେଜ୍ରିଓ୍ବାଲଙ୍କ ମନ୍ତ୍ରୀମାନେ ଭେଟିବେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସହ କେଜ୍ରିଓ୍ବାଲଙ୍କ ବୈଠକ ରହିଛି । ତେବେ ବିଜେପି ଦାବି କରିଛି ଭଗଓ୍ବନ୍ତଙ୍କୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଯୋଜନା କରିଛନ୍ତି । ଏଭଳି ଏକ ଚର୍ଚ୍ଚା ଭିତରେ ଏହି ବୈଠକ ଅନେକ କିଛି ରାଜନୈତିକ ଦିଗକୁ ସୂଚାଉଛି ।

ସେପଟେ ଦିଲ୍ଲୀ ନିର୍ବାଚନ ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀମାନେଦିଲ୍ଲୀରେ ଡେରା ପକାଇଥିଲେ । ପ୍ରଚାରରେ ସମସ୍ତେ ଲାଗିଥିଲେ ସୁଦ୍ଧା ଦଳକୁ ବଡ଼ ପରାଜୟର ସ୍ବିକାର କରିବାକୁ ପଡ଼ିଛି । ଏଣୁ ୨୦୨୭ରେ ପଞ୍ଜାବରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଉଥିବା ମଧ୍ୟ କୁହାଯାଉଛି । ପଞ୍ଜାବରେ ୫ ମାସ ଧରି କୌଣସି କ୍ୟାବିନେଟ୍ ବୈଠକ ହୋଇନାହିଁ । ଏବେ ଦଳରେ ବିବାଦ ହେଉଥିବା ବିରୋଧୀମାନେ ଦାବି କରିଥିବାବେଳେ ଏହା ଏକ ସାଙ୍ଗଠନିକ ବୈଠକ ବୋଲି ଆପ ପକ୍ଷରୁ କୁହାଯାଇଛି ।

ବନ୍ଧକଙ୍କୁ ଛାଡ଼ିବାକୁ ମନା କଲା ହମାସ, ବାତିଲ ହୋଇଯିବ କି ଯୁଦ୍ଧ ବିରତି ଚୁକ୍ତି ?

ନନ୍ଦିଘୋଷ ବ୍ୟୁରୋ: ରଦ୍ଦ ହୋଇ ଯିବ ହମାସ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ଚୁକ୍ତି। ଉଭୟ ପକ୍ଷ ମଧ୍ଯରେ ହୋଇଥିବା ରାଜିନାମାକୁ ନେଇ ଏପରି ଆଶଙ୍କା ଦେଖା ଦେଇଛି। ସୋସିଆଲ ମିଡିଆ ଟେଲିଗ୍ରାମରେ ହମାସ ପକ୍ଷରୁ କୁହାଯାଇଛି, ଆସନ୍ତା ଶନିବାର ଇସ୍ରାଏଲର ଯେଉଁ ନାଗରିକଙ୍କୁ ମୁକ୍ତ କରିବାର ଥିଲା, ସେହି ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଯୁଦ୍ଧ ବିରତି ଚୁକ୍ତିକୁ ଇସ୍ରାଏଲ ସମ୍ମାନ ନ ଦେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛି ହମାସ। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହମାସକୁ ଏକ ପ୍ରକାର ଧମକ ଦେଇଛନ୍ତି। ଶନିବାର ସୁଦ୍ଧା ଯଦି ସମସ୍ତ ବନ୍ଧକଙ୍କୁ ହମାସ ନ ଛାଡ଼େ, ତେବେ ଜୋରଦାର ଆକ୍ରମଣ ହେବ। ଯୁଦ୍ଧ ବିରତି ଚୁକ୍ତି ରଦ୍ଦ ହୋଇ ଯିବା ଉଚିତ ବୋଲି ସେ କହିଛନ୍ତି। ଦେଢ଼ ବର୍ଷର ଯୁଦ୍ଧ ପରେ ଜାନୁଆରି ୧୯ରୁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବିରତି ହୋଇଛି। ଇସ୍ରାଏଲର ବନ୍ଧକ ନାଗରିକଙ୍କୁ ହମାସ ଛାଡ଼ିବାକୁ ସହମତି ହୋଇଥିଲା। ପ୍ରତି ବଦଳରେ ପାଲେଷ୍ଟାଇନର ବନ୍ଦୀଙ୍କୁ ଛାଡ଼ିଥିଲା ଇସ୍ରାଏଲ। ୨୦୨୩ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠୁ ଘମାଘୋଟ ଯୁଦ୍ଧ ଲାଗିଛି। ଏଥିରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଗାଜା ପୁରା ଧ୍ଵଂସସ୍ତୁପରେ ପରିଣତ ହୋଇଛି।

ଘର ଭିତରେ ପଶିଲା ବିଏମଡବ୍ଲୁ କାର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ୟୁନିଟ ୪ ରେ ବିଏମଡବ୍ଲୁ କାର୍ ଦୁର୍ଘଟଣାଗ୍ରସ୍ତ । ଶାସ୍ତ୍ରୀ ନଗର ଅଞ୍ଚଳରେ ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଗଲା ଗାଡ଼ି । ରାତି ଅଧରେ ଘଟିଲା ଦୁର୍ଘଟଣା । ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ରାସ୍ତାରେ ଦ୍ରୁତ ଗତିରେ ଆସି ଏକ କାର ରାସ୍ତାରେ ହୋଇଥିବା ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଯାଇଥିଲା ।  ରାତିରେ ସମସ୍ତେ ଶୋଇଥିବା ବେଳେ ଦୁର୍ଘଟଣାରୁ ଘଟିଥିବାରୁ ଘରଲୋକେ ଅଳ୍ପକେ ବଞ୍ଚି ଯାଇଥିବା କହିଛନ୍ତି । ତେବେ ଗାଡ଼ିଟିର ସମସ୍ତ ବେଲୁନ ବାହାରି ଯାଇଛି ଓ ଗାଡି ମାଲିକ ବର୍ତ୍ତି ଯାଇଛନ୍ତି । ଏହାକୁ ଦେଖିଲେ ଅନୁମାନ କରିହେଉଛି ଗାଡ଼ି କେତେ ବେଗରେ ଆସୁଥିଲା।

ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଆସନ୍ତା ୧୨ ଓ ୧୩ ତାରିଖରେ ବନ୍ଦ ରହିବ ମରାମତି କାର୍ଯ୍ୟ  । ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି  ।ଏହି ଦିନ ବ୍ୟତିତ ରାଜ୍ୟସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିବ  ।ଡିସେମ୍ବର ୧୭ ତାରିଖରୁ ଜାରି ରହିଥିବା ରତ୍ନଭଣ୍ଡାର ମରାବତି କାର୍ଯ୍ୟ ବିଶେଷ ନୀତିକ୍ରାନ୍ତି ଯୋଗୁଁ ୧୫ ଦିନ ବନ୍ଦ ରହିଛି ମରାମତି କାର୍ଯ୍ୟ।

ବାଇକକୁ ପିଟିଲା କାର, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଡଗଡ଼ ଥାନା ସାଇ ମନ୍ଦିର ନିକଟରେ ବାଇକକୁ ପିଟିଲା ଦ୍ରୁତଗତିରେ ଯାଉଥିବା କାର । ଦୁର୍ଘଟଣାରେ ଗୁରୁତରଙ୍କୁ ହସ୍ପିଟାଲକୁ ନେବା ବାଟରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ୩ ବାଇକ ଚାଳକଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ବଡଗଡ଼ ଥାନାଅଧିକାରୀ ତୃପ୍ତି ନାୟକ । ରାତି ପ୍ରାୟ ୨ଟା ବେଳେ ରଙ୍ଗ ରୁଟରେ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ଟାଟା ହ୍ୟାରିଅର କାର । କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା । ଦୁର୍ଘଟଣା ଘଟାଇଥିବା କାର ସହ ଡ୍ରାଇଭର ଅଟକ ରଖି ସିସିଟିଭି ଯାଞ୍ଚ ସହ ପୁରା ଘଟଣାର ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ ।