spot_img
Home Blog Page 1138

ଏହି କାରଣ ପାଇଁ ହୋଇଥିଲା ଚହଲ-ଧନଶ୍ରୀଙ୍କ ଡିଭୋର୍ସ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନିକଟରେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ତଲାକକୁ ନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ କ’ଣ ପାଇଁ ଏହି ହଟ ଯୋଡ଼ି ଅଲଗା ହୋଇଥିଲେ, ତାହା ଏବେ ବି ଫ୍ୟାନ୍ସଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ମାର୍ଚ୍ଚ ୨୦ରେ ଦୁହିଁଙ୍କର ତଲାକ ହୋଇଥିଲା । ପରସ୍ପରଙ୍କ ସହମତିରେ ତଲାକ ହୋଇଥିବା ଖବର ମଧ୍ୟ ଆସିଥିଲା । ମାତ୍ର ଏବେ କିନ୍ତୁ କିଛି ଅଲଗା କଥା ସାମ୍ନାକୁ ଆସିଛି । ଦୁହିଙ୍କ ମଧ୍ୟରେ ମତଭେଦ ଥିଲା, ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏବେ ରିପୋର୍ଟରେ କୁହାଯାଇଛି ।

ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜର ରହିବାର ସ୍ଥାନକୁ ନେଇ ଦୁହେଁ ଏକମତ ନଥିଲେ । ସେହି କାରଣରୁ ସେମାନେ ତଲାକ ନେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ଡିସେମ୍ବରରେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲ ଓ ଶାଶୂ-ଶ୍ବଶୁରଙ୍କ ସହ ରହିବାକୁ ଚାଲି ଯାଇଥିଲେ । କିଛିଦିନ ପରେ ମୁମ୍ବାଇରେ ରହିବାକୁ ଧନଶ୍ରୀ  ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ଏହା ଚହଲଙ୍କ ଭଲ ଲାଗିନଥିଲା ବୋଲି କୁହାଯାଉଛି ।

ଚହଲଙ୍କୁ ବିବାହ କରିବା କରିବା ପରେ ଧନଶ୍ରୀ ସ୍ବାମୀଙ୍କ ପରିବାର ସହ ହରିୟାଣାରେ ରହିଥିଲେ । କାମ ଥିବା ସମୟରେ ଧନଶୀ ମୁମ୍ବାଇ ଯାଉଥିଲେ । ମୁମ୍ବାଇ-ହରିୟାଣାରେ ରହିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ସେମାନଙ୍କର ରିଲେସନଶିପକୁ ସମାପ୍ତ କରିଦେଇଥିଲା । ନିଜର ପିତାମାତାଙ୍କ ସହ ଅଲଗା ରହିବାକୁ ଚହଲ ପ୍ରସ୍ତୁତ ନଥିଲେ । ସେ ନିଜ ଘର ପିତାମାତାଙ୍କ ସହ ରହିବାକୁ ଚାହୁଁଥିଲେ । ଆଇପିଏଲ ୨୦୨୫ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଚହଲ-ଧନଶ୍ରୀଙ୍କ ତଲାକ ହୋଇଥିଲା । ତଲାକ ଅନୁସାରେ ଚହଲଙ୍କୁ ୪.୭୫ କୋଟି ଟଙ୍କା ଧନଶ୍ରୀଙ୍କୁ ଦେବାକୁ ପଡ଼ିଥିଲା ।

ପିଇବାକୁ ପାଣି ନାହିଁ କି ଖାଇବାକୁ ଖାଦ୍ୟ ନାହିଁ, ଶୌଚାଳୟ ମଧ୍ୟ ବନ୍ଦ କରି ଦିଆଯାଇଛି

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ବାହାର କରିଦିଆଯାଇଥିଲା । ଏହାପରେ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନ ଆଗରେ ରାଜରାସ୍ତାରେ ଧାରଣା ଦେଇଛନ୍ତି । ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା। ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି।  ୪୦ରୁ ୫୦ ପୋଲିସ କର୍ମୀ ଲହୁଲୁହାଣ କରି ମାଡ ମାରିଥିବା ଅଭିଯୋଗ। ଧାରଣାସ୍ଥଳରେ ଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ। ସେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେପିର ମୁଖା ଖୋଲିଯାଇଛି। କଂଗ୍ରେସ ବିଧାୟକଙ୍କ ପ୍ରତି ହୋଇଛି ଅମାନବୀୟ ଆଚରଣ ବୋଲି ସେ କହିଛନ୍ତି ।

ବିନା ଖାଦ୍ୟ ଓ ପାନୀୟରେ କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାତି ସାରା ଧାରଣା ଦେଇଥିଲେ । ନଖାଇ, ନପିଇ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିଲେ । ଜୋରଜବରସ୍ତି ଭାବେ ଟଏଲେଟ ବନ୍ଦ କରିଦିଆଯାଇଥିଲା । ଖାଇବାକ ମନା କରାଯିବା ସହ ଗେଟରେ ମଧ୍ୟ କାହାକୁ ଛଡ଼ା ଯାଇନଥିଲା । ସରକାରୀ ଦଳର ଏଭଳି ଆଚରଣକୁ ବହୁ କଂଗ୍ରେସ ନେତା ନିନ୍ଦା କରିବା ସହ ସରକାରଙ୍କ ଉପରେ ବର୍ଷିଥିଲେ ।

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ରେଡ୍‌: ED ପରେ CBI ଏଣ୍ଟ୍ରି

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ସିବିଆଇ ଟିମ୍ ରେଡ୍ କରିଛନ୍ତି । ବଘେଲଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ମହାଦେବ ବେଟିଂ ଆପ ମାମଲାରେ ଆଜି ସକାଳୁ ସକାଳୁ ଏହି ରେଡ୍ କରାଯାଇଥିଲା । ଏହି ମାମଲାରେ ହଜାର ହଜାର କୋଟି ଟଙ୍କାର ଠକେଇ ହୋଇଥିଲା । ବଘେଲଙ୍କ ଭିଲାଇ ଓ ରାୟପୁର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା । ଏହା ପୂର୍ବରୁ ଇଡି ଟିମ ପକ୍ଷରୁ ବଘେଲଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଏବେ ସିବିଆଇ ଏଣ୍ଟ୍ରି ମାରିଛି ।

ଭୂପେଶ ବଘେଲଙ୍କ କାର୍ଯ୍ୟାଳୟ ତରଫରୁ ସୋସିଆଲ ମିଡ଼ିଆରେ କୁହାଯାଇଛି, ’ଏବେ ସିବିଆଇ ଆସିଛି । ଆଗାମୀ ଏପ୍ରିଲ ୮ ଓ ୯ରେ ଅହମଦାବାଦରେ ହେବାକୁ ଥିବା AICCର ବୈଠକ ପାଇଁ ଗଠିତ ’ଡ୍ରାଫ୍ଟିଂ କମିଟି’ର ମିଟିଂ ପାଇଁ ଆଜି ବଘେଲ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ତା’ ପୂର୍ବରୁ ସିବିଆଇ ରାୟପୁର ଓ ଭିଲାଇ ବାସଭବନରେ ପହଞ୍ଚିଥିଲା ।’ ସୂଚନାଯୋଗ୍ୟ ଯେ, ମହାଦେବା ବେଟିଂ ଆପ ଅନଲାଇନ୍ ବେଟିଂ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଆପରେ ୟୁଜର୍ସ ପୋକର, କାଡ ଗେମ୍ସ, ଚାନ୍ସ ଗେମ୍ସ ନାମରେ ଲାଇଭ୍ ଗେମ ଖେଳାଯାଉଥିଲା । ଆପ ମାଧ୍ୟମରେ କ୍ରିକେଟ, ଟେନିସ, ଫୁଟବଲ ପରି ଖେଳ ଓ ନିର୍ବାଚନରେ ଅବୈଧ ବେଟିଂ ମଧ୍ୟ କରାଯାଉଥିଲା ।

ଘରୋଇ ପିଚରେ ହାରିଲା ଗୁଜରାଟ: ଶ୍ରେୟସଙ୍କ ଲଢ଼ୁଆ ବ୍ୟାଟିଂ, ୧୧ ରନରେ ଜିତିଲା ପଞ୍ଜାବ

ଅହମଦାବାଦ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଘରୋଇ ପିଚରେ ପରାଜୟବରଣ କରିଛି ଗୁଜରାଟ ଟାଇଟନ୍ସ । ଅନ୍ୟପକ୍ଷରେ ୧୧ ରନରେ ବାଜି ମାରିନେଇଛି ପ୍ରତିପକ୍ଷର ପଞ୍ଜାବ କିଙ୍ଗସ । ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୯୭ ରନର ବଡ଼ ଇନିଂସ ବଳରେ ପଞ୍ଜାବ ଏହି ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୪୩ ରନ୍ ସଂଗ୍ରହ କରିଥିଲା । ଶ୍ରେୟସ ୪୨ଟି ବଲ ଖେଳି ଏହି ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୯ଟି ଛକା ଓ ୫ଟି ଚୌକା  ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାନ୍ସ ଆର୍ଯ୍ୟ ୪୭ ଓ ଶଶାଙ୍କ ସିଂହ ୪୪ ରନ୍ ସଂଗ୍ରହ କରିଥିଲେ । ଗୁଜରାଟ ତରଫରୁ ସାଇ କିଶୋର ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

୨୪୪ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ୬୧ ରନରେ ଅଧିନାୟକ ଶୁବମନ ଗିଲଙ୍କ ଓ୍ବିକେଟ ହରାଇଥିଲା । ଗିଲ ୧୪ଟି ବଲରୁ ୩୩ ରନ୍ କରି ଆଉଟ ହୋଇଥିଲେ । ଓପନର ସାଇ ସୁଦର୍ଶନ ୪୧ଟି ବଲ ଖେଳି ୬ଟି ଛକା ଓ ୫ଟି ଚୌକା ବଳରେ ୭୪ ରନ୍ କରିଥିଲେ । ଜୋସ ବଟଲର ୫୪ ଓ ଶେରଫାନେ ରଥରଫୋର୍ଡ ୪୬ ରନ୍ କରିଥିଲେ । ଦଳ ନିର୍ଦ୍ଧାରିତ ଓଭର ସୁଦ୍ଧା ୫ ଓ୍ବିକେଟ ହରାଇ ୨୩୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ସିଂହ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ ।

ବିଧାନସଭା ଇତିହାସରେ କଳାଫର୍ଦ୍ଦ: ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ, କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ବର: ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ବିଧାନସଭାରୁ ନିଲମ୍ବିତ ହୋଇଥିବା ବିଧାୟକମାନଙ୍କୁ ରାତି ୨ଟାରେ ଜୋର ଜବରଦସ୍ତ ବିଧାନସଭାରୁ ବାହାର କରିଦିଆଯାଇଛି। ନିଲମ୍ବିତ ବିଧାୟକମାନେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଛନ୍ତି। ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା।

ଗତକାଲି କଂଗ୍ରେସ ବିଧାୟକଙ୍କୁ ବିଧାନସଭାରେ ସୁରକ୍ଷାକର୍ମୀ ଟଣାଟଓରା କରିଥିଲେ।। ଟଣାଓଟରା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଥିଲେ । ଖବର ପାଇ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା। ବିଧାନସଭା ଭିତରେ ଥିବା ବିଧାୟକଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଓ ପିସିସି ସଭାପତି। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଯାହାକୁ ନେଇ ପୋଲିସ ସହ କିଛି ସମୟ ପାଇଁ କଂଗ୍ରେସ ନେତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜ ଦଳର ବିଧାୟକଙ୍କୁ ଭେଟିବାକୁ ଅଡି ବସିଥିଲେ କଂଗ୍ରେସ କର୍ମୀ। କିନ୍ତୁ ପୋଲିସ ସେମାନଙ୍କୁ ଛାଡିନଥିଲା। ଫଳରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ କର୍ମୀ।

ବଳିଗଲାଣି ସରକାରଙ୍କ ଦାଦାଗିରି: ନିଲମ୍ବିତ ବିଧାୟକମାନଙ୍କୁ ରାତି ୨ଟାରେ ବିଧାନସଭାରୁ ବାହାର କରାଗଲା

ଭୁବନେଶ୍ବର: ବଳିଗଲାଣି ସରକାରଙ୍କ ଦାଦାଗିରି। ବିଧାନସଭାରୁ ନିଲମ୍ବିତ ହୋଇଥିବା ବିଧାୟକମାନଙ୍କୁ ରାତି ୨ଟାରେ ଜୋର ଜବରଦସ୍ତ ବିଧାନସଭାରୁ ବାହାର କରିଦିଆଯାଇଛି। ନିଲମ୍ବିତ ବିଧାୟକମାନେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଛନ୍ତି। ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା। ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ଲୋକଙ୍କ କଥା ଶୁଣିବାକୁ ସରକାର ନାରାଜ ଥିବା କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି, ଲୁଟ, ହତ୍ୟା ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା ଦେଇଛି। ସୁନା ଚେନ ଛଡାଇ ନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ତାରା। ୪୦ରୁ ୫୦ ପୋଲିସ କର୍ମୀ ଲହୁଲୁହାଣ କରି ମାଡ ମାରିଥିବା ଅଭିଯୋଗ।

ବିଧାନସଭାରେ କଂଗ୍ରେସ ବିଧାୟକ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ଭୁବନେଶ୍ବର : ବିଧାନସଭାରେ କଂଗ୍ରେସ ବିଧାୟକ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଟଣାଓଟରା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଛନ୍ତି। ରାମଚନ୍ଦ୍ର କାଡାମଙ୍କ ହାତରେ ଆଘାତ ଲାଗିଛି। ଖବର ପାଇ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା। ବିଧାନସଭା ଭିତରେ ଥିବା ବିଧାୟକଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଓ ପିସିସି ସଭାପତି। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଯାହାକୁ ନେଇ ପୋଲିସ ସହ କିଛି ସମୟ ପାଇଁ କଂଗ୍ରେସ ନେତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜ ଦଳର ବିଧାୟକଙ୍କୁ ଭେଟିବାକୁ ଅଡି ବସିଥିଲେ କଂଗ୍ରେସ କର୍ମୀ। କିନ୍ତୁ ପୋଲିସ ସେମାନଙ୍କୁ ଛାଡିନଥିଲା। ଫଳରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ କର୍ମୀ। ଶେଷରେ ପୋଲିସ କଂଗ୍ରେସ ନେତା ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ। ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି। ନିଲମ୍ବନକୁ ବିରୋଧ କରି ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ। ମାର୍ଶାଲ ଲଗାଇ ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ତେବେ ନିଲମ୍ବନକୁ ବିରୋଧ କରି ବିଧାନସଭାରେ ସାରା ରାତି ଧାରଣା ଦେବ ବୋଲି କହିଥିଲା କଂଗ୍ରେସ। ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ଗୃହରେ ଧାରଣା ଦେଇଥିଲା କଂଗ୍ରେସ। ପଏଣ୍ଟ ଅଫ ଅର୍ଡର ନ ଦେବାରୁ ଅସନ୍ତୋଷ ଜାହିର କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଛି। ତାରା ବାହିନୀପତି କହିଛନ୍ତି ଗଣତନ୍ତ୍ରର ହତ୍ୟା ହୋଇଛି। ଯେପର୍ଯ୍ୟନ୍ତ ନାରୀ ସୁରକ୍ଷା ପାଇଁ ଗୃହ କମିଟି ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ରାତି ସାରା ଧାରଣାରେ ବସିବେ ବୋଲି କହିଥିଲେ ତାରା ବାହିନୀପତି। ୱେଲରେ ଶୋଇବୁ, ଜବରଦସ୍ତ ଉଠାଇଲେ ପରେ ଦେଖାଯିବ ବୋଲି କହିଥିଲା କଂଗ୍ରେସ। ଆଜି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି ବାକି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ହୋଇଛନ୍ତି ନିଲମ୍ବିତ । ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି।

ପ୍ରିପେଡ୍ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ପଛରେ ବଡ଼ ଷଡ଼ଯନ୍ତ୍ର

ଭୁବନେଶ୍ବର ;  ପ୍ରିପେଡ୍ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ପଛରେ ରହିଛି ଶୋଷଣର ବଡ଼ ଷଡ଼ଯନ୍ତ୍ର। ଏପରି ସନ୍ଦେହ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ବିଦ୍ୟୁତ ଗ୍ରାହକଙ୍କୁ ଲୁଟିବାକୁ ବଡ଼ ଚକ୍ରାନ୍ତ କରାଯାଇଛି। ବିଦ୍ୟୁତ ଉପଭୋକ୍ତା  ମହାସଂଘ କହିଛି, ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା- ଲୋକେ ସ୍ମାର୍ଟ ମିଟର ଲଗାଇବେ। ତା ପରେ ଆରମ୍ଭ ହେବ ଶୋଷଣ। ଏବେ ଯାହାର ବିଲ୍ ହଜାରେ ଟଙ୍କା ଆସୁଛି, ସେମାନଙ୍କର ବିଲ୍ ୧୮୦୦ ଟଙ୍କା। ଏପରିକି ରାତି ଅଧରେ ପ୍ରିପେଡ଼ ରିଚାର୍ଜ ସରିଗଲେ, ଲାଇନ କଟିଯିବ।  ଦେବାକୁ ପଡ଼ିବ ରିକନେକ୍ସନ ଚାର୍ଜ। ଲୋକଙ୍କୁ ଲୁଟ ପାଇଁ ଏହି ରେଣ୍ଟ ଛାଡ଼ କରାଯାଇଛି ଓ ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣର ବିଧିବଦ୍ଧ ଉଦ୍ୟମ ହୋଇଛି। ତେଣୁ ସ୍ମାର୍ଟ ମିଟର ଲଗାଇବା ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ଦାବି କରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖି ଦାବି ଜଣାଇଛି ମହାସଂଘ।

କଂଗ୍ରେସ ମଧ୍ୟ କହିଛି, ରାଜ୍ୟବାସୀଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରାଯାଇଛି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଏହି ଯୋଜନା। ଏହାକୁ ଜୋରଦାର ବିରୋଧ କରାଯିବ। ଦଳ ଅଭିଯୋଗ କରିଛି, ରାଜ୍ୟରେ ଅଘୋଷିତ ଏମର୍ଜେନସି ଲାଗୁ କରି ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରୁଛି ବିଜେପି ସରକାର। ସେଭଳି ସଂସ୍ଥାକୁ ନିଜ ଅଧୀନକୁ ଆଣି ଜନବିରୋଧୀ ନିଷ୍ପତ୍ତି ନେଉଛି। ପ୍ରିପେଡ଼ ସ୍ମାର୍ଟ ମିଟର ଲଗାଗଲେ ରୋଷେଇ ଅଧା ରହିଯିବ, ହସ୍ପିଟାଲରେ ଅପରେସନ ଅଧାରେ ରହିଯିବ ଓ ଚତୁର୍ଦ୍ଦିଗ ଅନ୍ଧାର ହୋଇଯିବ। ସିପିଏମ୍ ମଧ୍ୟ କହିଛି, ପ୍ରିପେଡ୍ ସ୍ମାର୍ଟ ମିଟରକୁ ଗ୍ରହଣ କରାଯିବନି। ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ଏହା ସହିତ ଲଗାତର ପାୱାର କଟ୍ ବନ୍ଦ, ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ବିଜୁଳି ମାଗଣାରେ ପ୍ରଦାନ ଏବଂ ଓଡ଼ିଆରେ ବିଜୁଳି ବିଲ୍ ଦେବାକୁ ଓଇଆରସିକୁ ଚିଠି ଜରିଆରେ ଦୃଢ଼ ଦାବି ଜଣାଇଛି ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ।

ଅପାରଗ ସରକାରୀ କର୍ମଚାରୀଙ୍କୁ ବିଦା ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସମାଲୋଚନା କଲେ ବିରୋଧୀ

ଭୁବନେଶ୍ବର ;  ବିଦା ହେବେ ଅପାରଗ ସରକାରୀ କର୍ମଚାରୀ। କାର୍ଯ୍ୟରେ ଅବହେଳା ସହ  ସଚ୍ଚୋଟତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ପ୍ରକୃତ ଅବସର ତାରିଖ ପୂର୍ବରୁ ଚାକିରୀ ବହିଷ୍କାର କରାଯିବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏ ସଂପର୍କିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ନହେବା ସହ ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି। ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ  ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି। ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ଜିଏ ଓ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ସରକାର ଆଗ ବାଛନ୍ତୁ ଅପାରଗ ଅଫିସର କିଏ ବୋଲି କହିଛନ୍ତି ବିଜେଡି ବିଧାୟକ ଶାରଦା ଜେନା। କହିଛନ୍ତି ସେହି ଆଳରେ ଭଲ ଅଫିସରଙ୍କୁ କାଢ଼ିବାକୁ ଚେଷ୍ଟା କରାଯାଉଛି। ଭିଜିଲାନ୍ସ ରେଡ କରିବାକୁ ଯାଉଛି। ବହୁତ ସଂଖ୍ୟାରେ ଟଙ୍କା ମିଳୁଛି। ଏ କାହା ପଇସା। ଏହି ସରକାର ସମୟର ଟଙ୍କା। କଣ ଆକ୍ସନ ନିଆଯାଇଛି ବୋଲି ପଚାରିଛନ୍ତି ସାରଦା ଜେନା। ସରକାରୀ ଅଫିସରେ ଏତେ ଦୁର୍ନୀତି ହେଲାଣି ଯେ ୯ ମାସରେ ଏହାକୁ ବନ୍ଦ କରି ପାରିନାହାନ୍ତି ସରକାର। ସମସ୍ତେ ଦୁର୍ନୀତିରେ ଲିପ୍ତ ଥିବାରୁ ଲୋକଙ୍କ କାମ ହୋଇପାରୁନି।ଏଥିଲାଗି ଗାଇଡଲାଇନ ତିଆରି ହେଉ।ଭିଜିଲାନ୍ସକୁ ଅଧିକ ଅଧିକାରୀ ଦିଆଯାଉ। ଦୁର୍ନୀତି କଲେ ବରଖାସ୍ତ କରାଯାଉ। ତାହେଲେ ଭୟ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ। ସେପଟେ ବିଜେପି ସରକାରକୁ ଆସି ଦୁର୍ନୀତି ବିରୋଧରେ କାମ କରୁଛି ବୋଲି ଯବାବ ରଖିଛନ୍ତି ବିଜେପି ବିଧାୟକ ।

ମହାନଦୀ ଆନ୍ତଃ-ରାଜ୍ୟ ଜଳ ବିବାଦର ସମଧାନ ପାଇଁ ଫିଟିବ କି ବାଟ ?

ଭୁବନେଶ୍ବର ;  ମହାନଦୀ ଆନ୍ତଃ-ରାଜ୍ୟ ଜଳ ବିବାଦର ସମଧାନ ପାଇଁ ଫିଟିବ କି ବାଟ ? ଛତିଶଗଡ଼-ଓଡ଼ିଶାର ଦୁଇ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପରେ ମହାନଦୀକୁ ନେଇ ପୁଣି ଚର୍ଚ୍ଚା । ଉଭୟ ରାଜ୍ୟ ମୁଖ୍ୟଙ୍କ ଆପୋଷ ଆଲୋଚନା ଉପରେ ସମସ୍ତଙ୍କ ନଜର। କଣ ହୋଇପାରେ ସମାଧାନର ବାଟ ? କଣ ରହିଛି ଟ୍ରିବ୍ଯୁନାଲରେ ବିଚାରାଧୀନ ମାମଲାର ସ୍ଥିତି ? ଦ୍ବିପାକ୍ଷିକ ବୈଠକରେ କଣ ଦାବି କରିପାରେ ଓଡ଼ିଶା ? ଏହାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସାକ୍ଷ୍ୟ ତାଲିକାର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି, ପ୍ରଥମେ ଓଡ଼ିଶା ଜଳ ସଂରକ୍ଷଣର ଯୋଜନା କରିବା ଦରକାର। ଟ୍ରିବ୍ଯୁନାଲର ଅନୁମତି ନେଇ ହୀରାକୁଦରୁ ପାରାଦୀପ ମଧ୍ୟରେ ଦୁଇ-ଚାରୋଟି ଛୋଟ ବ୍ୟାରେଜ ନିର୍ମାଣ କରିବା ଦରକାର। ଯେଉଠି ଖରାଦିନ ପାଇଁ ଜଳ ସଂରକ୍ଷଣ ହେବ ଏବଂ ବିଜୁଳି ଉତ୍ପାଦନ ମଧ୍ୟ ହୋଇପାରିବ । ଏହା ସହ ଖରାଦିନେ ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହ ପାଇଁ ଓଡ଼ିଶା ଦାବି କରିବା ଉଚିତ।

ଖରାଦିନେ ମହାନଦୀ ପାଣି ଛତିଶଗଡ଼ ଅଟକାଉଥିବାରୁ ଓଡ଼ିଶାକୁ ଯେତିକି ପାଣି ଆବଶ୍ୟକ ତାହା ମିଳୁନାହିଁ। ୧୬ ଟି ଜିଲ୍ଲାର ଲୋକେ ମହାନଦୀ ଜଳ ଉପରେ ନିର୍ଭରଶୀଳ ଥିବାରୁ ଖରାଦିନେ ୨ଲକ୍ଷ ମିଲିଅନ୍ ଏକର ଫୁଟ ଜଳ ଆବଶ୍ୟକ। ହେଲେ ଏବେ ମିଳୁଛି ମାତ୍ର ୧.୨୫ଲକ୍ଷ ମିଲିଅନ୍ ଏକର ଫୁଟ ପାଣି । ଆପୋଷ ଆଲୋଚନା ହେଲେ ଓଡ଼ିଶା ପ୍ରଥମେ ଖରାଦିନେ ଆବଶ୍ୟକ ଜଳ ଛାଡ଼ିବାକୁ ଛତିଶଗଡ଼ ପାଖରେ ଦାବି ରଖିବା କଥା ବୋଲି ବିଶେଷଜ୍ଞ କହିଛନ୍ତି। ଏହା ସହ ସରକାର ଆଲୋଚନା ପୂର୍ବରୁ ମହାନଦୀର ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ଜନ ସଙ୍ଗଠନକୁ ସାମିଲ କରିବାକୁ ମହାନଦୀ ବଞ୍ଚାଅ ଅଭିଯାନ ଦାବି କରିଛି। ଆନ୍ତଃ-ରାଜ୍ୟ ଜଳ ବିବାଦ ଟ୍ରିବ୍ଯୁନାଲରେ ମାମଲା ବିଚାରାଧୀନ ଥିବା ବେଳେ ଉଭୟ ରାଜ୍ୟ ଆପୋଷ ଆଲୋଚନା କରି ସମାଧାନ ପାଇଁ ଟ୍ରିବ୍ଯୁନାଲ ସବୁଜ ସଙ୍କେତ ଦେଇଛି। ଉଭୟଙ୍କ ମଧ୍ୟରେ ଯାହା ସମାଧାନ ହେବ, ତାହା ଗ୍ରହଣ କରିବାରେ ଟ୍ରିବ୍ଯୁନାଲ ପାଇଁ କିଛି ସମସ୍ୟା ହେବ ନାହିଁ। ହେଲେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଗୁରୁତ୍ବପୂର୍ଣ୍ଣ।