spot_img
Home Blog Page 1118

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନଲର ଦାବି, ବିସିସିଆଇର ୨୨ ଜଣ ପଣ୍ଡିତ ଗୁଣିଗାରେଡ଼ି କରି ହରାଇଲେ..

ନନ୍ଦିଘୋଷ ବ୍ୟୁରୋ: ଭାରତର ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଯେଉଁ କାରଣରୁ ପାକିସ୍ତାନର ଟିଭି ଚ୍ୟାନେଲରେ କିଛି ଅବାନ୍ତର ଯୁକ୍ତି ସହ ବିତଣ୍ଡା କଥା କହୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓମାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏକ ଭିଡିଓରେ ଦେଖିବାକୁ ମିଳିଛି କି, ପାକିସ୍ତାନର ଟିଭି ଚ୍ୟାନେଲରେ ବସିଥିବା ଅତିଥୀ ଯୁକ୍ତି ବାଢ଼ିଛନ୍ତି କି, ଗୁଣିକରି ଭାରତ ହରାଇଛି । ପାକିସ୍ତାନର ଅତିଥୀମାନେ ଭିଡିଓରେ ଜଣାଇଛନ୍ତି କି, ୨୨ଜଣ ପଣ୍ଡିତ ଗୁଣି କରି ହରାଇଦେଲେ । ଜଣେ ଖେଳାଳିଙ୍କ ପାଇଁ ୨ ଜଣ ପଣ୍ଡିତ ମନ୍ତ୍ର କରୁଥିଲେ । ଯେଉଁ କାରଣରୁ ପାକିସ୍ତାନ ହାରିଛି ।

ଏହାସହ ଅନ୍ୟଜଣେ ଅତିଥୀ ଭିଡିଓରେ କହିଛନ୍ତି କି, ଯେଉଁ କାରଣରୁ ଭାରତ ପାକିସ୍ତାନ ଆସିବା ପାଇଁ ମନା କରିଥିଲା । କାରଣ ପାକିସ୍ତାନରେ ଏଭଳି ମନ୍ତ୍ର କରିପାରିବେ ନାହିଁ । ଏପରିକି ଦୁବାଇରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପଣ୍ଡିତମାନେ ପଡ଼ିଆକୁ ଯାଇ ମନ୍ତ୍ର କରିଥିଲେ ବୋଲି ଦାବି କରିଛନ୍ତି । ଯାହାକୁ ଶୁଣିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ । ଅନ୍ୟଜଣେ କହିଛନ୍ତି କି, ଭାରତର ପଣ୍ଡିତମାନେ କଳାଯାଦୁ କରି ପିଚକୁ କଳା କରିଥାନ୍ତି । ଯାହାଦ୍ବାରା ପାଣ୍ଡ୍ୟାଙ୍କ ଗୋଟିଏ ଝଟକାରେ ପାକିସ୍ତାନକୁ ସେ ହରାଇଥାନ୍ତି । ଏପରିକି ପାଣ୍ଡ୍ୟା ଆକ୍ସନକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କୁ ଛପରୀ ବୋଲି କହିଥିବା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ମ୍ୟାଚ ହାରିବା ପରେ ପାକିସ୍ତାନର ଅଧିନାୟକ ମହମ୍ମଦ ରିଜଓ୍ବାନ ପ୍ରାର୍ଥନା କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଭାରତୀୟ ଭାଷ୍ୟକାରମାନେ ମଧ୍ୟ ଆଲୋଚନା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ପାକିସ୍ତାନର ପ୍ୟାନେଲିଷ୍ଟମାନେ କରୁଥିବା ଆଲୋଚନା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ଭାରତୀୟ ପ୍ରଂଶସକ ଏବଂ ୟୁଜର୍ସମାନେ ଏହାକୁ ନେଇ ଟ୍ରୋଲ କରୁଥିବା ମଧ୍ୟ ନଜର ଆସିଛି ।

ଘଟୋତ୍କଚକୁ ଦ୍ରୌପଦୀ କାହିଁକି ଦେଇଥିଲେ ମୃତ୍ୟୁ ଅଭିଶାପ?

ନନ୍ଦିଘୋଷ ବ୍ୟୁରୋ: ମହାଭାରତ  ଏପରି ଏକ ଗାଥା ଯାହା ବର୍ଣ୍ଣନା କଲେ ସରିବ ନାହିଁ । ମହାଭାରତର ପ୍ରତିଟି ଚରିତ୍ରଙ୍କର ରହିଛି କିଛି କାହାଣୀ । ତେବେ ଆମେ ଆଜି ଜଣାଇବୁ ମହାଭାରତ ର ସେହି ମାଆ ପୁଆଙ୍କ କାହାଣୀ, ପରସ୍ପରକୁ ଭଲ ପାଉଥିବା ସତ୍ତ୍ବେ ମଧ୍ୟ କାହିଁକି ବଢିଥିଲା ଉଭୟଙ୍କ ଭିତରେ ମାନଅଭିମାନ ।  ଏହା ହେଉଛି ଘଟୋତ୍କଚ ଓ ଦ୍ରୌପଦୀଙ୍କ କାହାଣୀ । ଭଲପାଉଥିବା ନିଜ ପୁଅକୁ ରାଗିଯାଇ କାହିଁକି ମାତା ଦ୍ରୌପଦୀ ଦେଇଥିଲେ ଅଭିଶାପ ।ଆସନ୍ତୁ ଜାଣିବା କ’ଣ ଥିଲା ଏହା ପଛର କାରଣ?

ଘଟୋତ୍କଚ ଦ୍ରୌପଦୀଙ୍କ ପୁଅ ଭଳି ଥିଲେ। ସେଥିଲେ ଦ୍ରୌପଦୀଙ୍କର ସାବତ  ପୁଅ । ଭୀମଙ୍କ ପ୍ରକୃତ ପୁଅ ହେଉଛନ୍ତି  ଘଟୋତ୍କଚ । ଘଟୋତ୍କଚ ଦ୍ରୌପଦୀଙ୍କୁ ଅଧିକ ଭଲ ପାଇବା ସହିତ ତାଙ୍କର ଅତ୍ୟନ୍ତ ଯତ୍ନ ମଧ୍ୟ ନେଉଥିଲେ ଏବଂ ତାଙ୍କ ପାଇଁ ଆକାଶରୁ ତାରା ତୋଳିଆଣିବା ଭଳି କାମ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଉଥିଲେ। ତେବେ ଏତେ ଭଲ ପାଉଥିବା ନିଜ ପୁଅ ଉପରେ ଏତେ ରାଗିଗଲେ କାହିଁକି ଯେ କିଛି ନ ଭାବି ତାଙ୍କୁ ମୃତ୍ୟୁର ଅଭିଶାପ ଦେଲେ।ଘଟୋତ୍କଚ ହେଉଛନ୍ତି ହିଡ଼ିମ୍ବା ଏବଂ ଭୀମଙ୍କ ପୂତ୍ର । ଯେତେବେଳେ  ଦ୍ରୌପଦୀ ଅଭିଶାପ ଦେଇଥିଲେ ସେହି ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ  ନିଜ ପୁଅକୁ କେଉଁ ମାତା ଏଭଳି ଅଭିଶାପ ଦେଇପାରେ?

ଦ୍ରୌପଦୀ ଭୀମ ଏବଂ ହିଡିମ୍ବାଙ୍କ ଏକମାତ୍ର ପୁତ୍ର ଘଟୋତ୍କଚଙ୍କୁ ଶୀଘ୍ର ମୃତ୍ୟୁ ପାଇଁ ଅଭିଶାପ ଦେଇଥିଲେ। ଅଭିଶାପରେ ସେ କହିଥିଲେ ଯେ ଘଟୋତ୍କଚଙ୍କ ମୃତ୍ୟୁ କେବଳ ଯୁଦ୍ଧରେ ହେବ ନାହିଁ ବରଂ ଯୁଦ୍ଧ ବିନା ମଧ୍ୟ ହେବ। ଜଣେ ସାହସୀ ପୁରୁଷ ପାଇଁ ଏହାଠାରୁ ବଡ଼ ଅଭିଶାପ ଆଉ କଣ ହୋଇପାରେ ଯେ ତାଙ୍କୁ କୁହାଯିବ ଯେ ସେ ଯୁଦ୍ଧ ନକରି ଯୁଦ୍ଧରେ ମରିଯିବେ। କିନ୍ତୁ, ଯେତେବେଳେ ଘଟୋତ୍କଚ ପରେ ମୃତ୍ୟୁବରଣ କଲେ, ଦ୍ରୌପଦୀ ବହୁତ ଦୁଃଖିତ ହୋଇଥିଲେ। ମୁଁ ନିଜକୁ ଅଭିଶାପ ଦେଇଥିଲି।

ଏହା ବ୍ୟତୀତ, ଦ୍ରୌପଦୀ ଚମ୍ବଲ ନଦୀ ଏବଂ କୁକୁରମାନଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ…

କିନ୍ତୁ ଏହି ଅଭିଶାପ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା। ପ୍ରକୃତରେ, ଭୀମଙ୍କ ପତ୍ନୀ ହିଡିମ୍ବା ଏବଂ ଦ୍ରୌପଦୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ହିଡିମ୍ବା ଦ୍ରୌପଦୀଙ୍କୁ ପସନ୍ଦ କରୁନଥିଲେ।ଯେତେବେଳେ ଭୀମଙ୍କ ପୁଅ ପ୍ରଥମ ଥର ପାଇଁ ତାଙ୍କ ପିତାଙ୍କୁ ଭେଟିବା ପାଇଁ ହସ୍ତିନାପୁର ଆସିଥିଲେ, ତାଙ୍କ ମାତା ହିଡିମ୍ବା ତାଙ୍କୁ ଦ୍ରୌପଦୀ ବିଷୟରେ କିଛି ଭଲ ମତ ନଦେଇ ତାଙ୍କୁ ବହୁତ ଖରାପ ବୋଲି ବାଖ୍ୟା କରିଥିଲେ।  ସେ ଶିଖାଉଥିଲେ ଯେ ଦ୍ରୌପଦୀଙ୍କୁ ସମ୍ନାନ ନଦେବା ପାଇଁ ।

ନିଜ ମାତାଙ୍କ ପାଖରୁ ଏସବୁ ଶୁଣିବା ପରେ ଘଟୋତ୍କଚ ବହୁତ ରାଗିଯାଉଥିଲେ । ପ୍ରଥମେ ଦ୍ରୌପଦୀଙ୍କୁ ଅଣଦେଖା କରିଥିଲେ ଏବଂ ତା’ପରେ ରାଜସଭାରେ ତାଙ୍କୁ ଅପମାନିତ କରିଥିଲେ ଯାହା ଦ୍ୱାରା ଦ୍ରୌପଦୀ ବହୁତ ଆଘାତ ପାଇଥିଲେ। ତାଙ୍କ କ୍ରୋଧର କୌଣସି ସୀମା ନଥିଲା। ସେ ତୁରନ୍ତ ଘଟୋତ୍କଚଙ୍କୁ ଅଭିଶାପ ଦେଲେ ଯେ ତାଙ୍କର ଜୀବନ କ୍ଷୁର୍ଣ୍ଣ ହେବ ଏବଂ ସେ ବିନା ଯୁଦ୍ଧରେ ନିହତ ହେବେ।ଦରବାରରେ ଘଟୋତ୍କଚଙ୍କ ଅପମାନ ପରେ ଦ୍ରୌପଦୀ କହିଥିଲେ ଯେ ସେ ଜଣେ ବିଶେଷ ମହିଳା, ପାଣ୍ଡବଙ୍କ ପତ୍ନୀ ଏବଂ ରାଜା ଦ୍ରୁପଦଙ୍କ ଝିଅ। ତେଣୁ, ତାଙ୍କୁ ଅସମ୍ମାନ କରି, ଘଟୋତ୍କଚ ଏକ ଅପରାଧ କରିଛନ୍ତି ।

ଦ୍ରୌପଦୀଙ୍କର ଏଭଳି ଏକ ଅଭିଶାପ ଶୁଣି   ସମସ୍ତେ  ସ୍ତବ୍ଧ ହୋଇଗଲେ। ସମଗ୍ର ସଭା ନୀରବ ହୋଇଗଲା ଏବଂ କଥା ବର୍ତ୍ତା ହେଲେ ଯେ ଦ୍ରୌପଦୀ ନିଜ  ପୁଅକୁ ଏ କି ପ୍ରକାରର ଅଭିଶାପ ଦେଇଦେଲେ। କାରଣ କେହି ସ୍ୱପ୍ନରେ ମଧ୍ୟ କଳ୍ପନା କରିପାରିନଥିଲେ ଯେ ଦ୍ରୌପଦୀ କ୍ରୋଧରେ ଏପରି କିଛି କରିବେ।

ତେବେ ଏହି ଅଭିଶାପର ପ୍ରଭାବ କ’ଣ ଥିଲା?
କିଛି ଦିନରେ ଏହି  ଅଭିଶାପ ପ୍ରକୃତରେ ଏହାର ପ୍ରଭାବ ଦେଖାଇଲା। ମହାଭାରତ ଯୁଦ୍ଧରେ, କର୍ଣ୍ଣ ଇନ୍ଦ୍ରଙ୍କ ଅମୋଘ ଅସ୍ତ୍ର ବ୍ୟବହାର କରି ତାଙ୍କୁ ହତ୍ୟା କରିଥିଲେ, ଯେତେବେଳେ ସେ ପ୍ରକୃତରେ ଏହାକୁ ଅର୍ଜୁନଙ୍କ ଉପରେ ବ୍ୟବହାର କରିବାକୁ ଚାହୁଁଥିଲେ। ଏହିପରି ଭାବରେ ଦ୍ରୌପଦୀଙ୍କ ଅଭିଶାପର ପରିଣାମ ଘଟୋତ୍କଚଙ୍କ ମୃତ୍ୟୁ ରୂପରେ ଆସିଥିଲା।

ଘଟୋତ୍କଚ ଅପାର ଶକ୍ତିର ଥିଲେ ଅଧିକାରୀ..
ଘଟୋତ୍କଚ ତାଙ୍କର ବିଶାଳ ଶକ୍ତି ପାଇଁ ଜଣାଶୁଣା ଥିଲେ। ତାଙ୍କର ଅନନ୍ୟ ଯାଦୁକରୀ ଶକ୍ତି ଥିଲା, ଯାହା ତାଙ୍କୁ ଯୁଦ୍ଧକ୍ଷେତ୍ରରେ ଜଣେ ପ୍ରଭାବଶାଳୀ ଯୋଦ୍ଧା କରିଥିଲା। ସେ ତାଙ୍କର ଆକାର ବୃଦ୍ଧି କରିପାରିବେ। ।ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ କୌରବ ସେନା ପାଣ୍ଡବମାନଙ୍କୁ ପରାସ୍ତ କରୁଥିଲେ, ଭୀମ ଘଟୋତ୍କଚଙ୍କୁ ଯୁଦ୍ଧକୁ ଡାକିଥିଲେ। ଘଟୋତ୍କଚ ନିଜ ଶକ୍ତି ବ୍ୟବହାର କରି କୌରବ ସେନାକୁ ଭୟଙ୍କର ଭାବରେ ଚୂର୍ଣ୍ଣ କରିଥିଲେ। ତାଙ୍କର ଗୋଟିଏ ପଦକ୍ଷେପ ଯୋଗୁଁ ହଜାର ହଜାର ସୈନିକଙ୍କ ମୃତ୍ୟୁ ହୋଇଥିଲା।

ଘଟୋତ୍କଚଙ୍କ ମୃତ୍ୟୁରେ କୃଷ୍ଣ କାହିଁକି ଖୁସି ହୋଇଥିଲେ?
ଘଟୋତ୍କଚଙ୍କ ମୃତ୍ୟୁରେ ସମସ୍ତ ପାଣ୍ଡବ ଦୁଃଖିତ ଥିଲେ କିନ୍ତୁ ଶ୍ରୀକୃଷ୍ଣ ଖୁସି ହୋଇଥିଲେ କାରଣ ସେ ଦେଖିଲେ ଯେ ଯଦି ଘଟୋତ୍କଚ ବଞ୍ଚିଥାନ୍ତେ, ତେବେ ଅର୍ଜୁନଙ୍କ ଜୀବନ ବିପଦରେ ପଡ଼ିଥାନ୍ତା। ଘଟୋତ୍କଚଙ୍କ ମୃତ୍ୟୁ ପରେ ଯୁଦ୍ଧର ଗତି ପରିବର୍ତ୍ତନ ହେଲା। କର୍ଣ୍ଣ ଏବେ ଇନ୍ଦ୍ରଙ୍କ ଶକ୍ତି ହରାଇ ସାରିଥିଲେ, ଯାହା ଫଳରେ ଅର୍ଜୁନଙ୍କ ପାଇଁ କର୍ଣ୍ଣଙ୍କ ସହିତ ଯୁଦ୍ଧ କରିବା ସହଜ ହୋଇଗଲା। ତେଣୁ, ଘଟୋତ୍କଚଙ୍କ ମୃତ୍ୟୁ ଯୁଦ୍ଧର ଫଳାଫଳକୁ ପ୍ରଭାବିତ କଲା। ପାଣ୍ଡବମାନଙ୍କ ପାଇଁ ଏକ ନୂତନ ସୁଯୋଗ ପ୍ରଦାନ କଲା।

ଘଟୋତ୍କଚଙ୍କ ମୃତ୍ୟୁ ପରେ ଦ୍ରୌପଦୀ ବହୁତ ଅନୁତାପ କଲେ…
ଯେତେବେଳେ ଘଟୋତ୍କଚଙ୍କ ମୃତ୍ୟୁ ହେଲା, ଦ୍ରୌପଦୀ ସବୁଠାରୁ ଅଧିକ ଅନୁତାପ କଲେ। ତାଙ୍କର କ୍ରୋଧ ଜଣେ ସାହସୀ ଯୋଦ୍ଧାର ଜୀବନ ନେଇଗଲା ବୋଲି ସେ ଗଭୀର ଦୁଃଖ ଅନୁଭବ କଲେ। କିଛି ସୂତ୍ର ଅନୁସାରେ, ଦ୍ରୌପଦୀ ମଧ୍ୟ ତାଙ୍କର ଭୁଲ ବୁଝିପାରିଥିଲେ। ସେ ଅନୁଭବ କଲେ ଯେ ତାଙ୍କର କ୍ରୋଧ ଅତ୍ୟଧିକ।

ଏପରି ଅନେକ ଘଟଣା ଅଛି ଯେତେବେଳେ ଦ୍ରୌପଦୀଙ୍କ କ୍ରୋଧ ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ସତ କଥା ହେଉଛି ଯେ ଯେତେବେଳେ ଦ୍ରୌପଦୀ ରାଗିଥିଲେ, ଅନ୍ୟମାନଙ୍କ ପାଇଁ ମଧ୍ୟ ଏହାର ଭୟଙ୍କର ପରିଣାମ ହୋଇଥିଲା।

 

 

 

ଭୁବନେଶ୍ୱର କଟକରେ ଲାଗିବ ହାଇ ରିଜୋଲ୍ୟୁସନ AI କ୍ୟାମେରା

ନନ୍ଦିଘୋଷ ବ୍ୟୁରୋ: ଟୁଇନ ସିଟିକୁ ଜଗିବ AI କ୍ୟାମେରା । ଭୁବନେଶ୍ୱର କଟକରେ ଲାଗିବ ହାଇ ରିଜୋଲ୍ୟୁସନ AI କ୍ୟାମେରା । ଆଡଭାନ୍ସ ଫେସିଆଲ୍ ରେକୋକନାଇଜ ସିଷ୍ଟ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀ । ବାୟୋ ମେଟ୍ରିକ୍ସ ଆକ୍ସେସ କଣ୍ଟ୍ରୋଲ ସିଷ୍ଟ ଜରିଆରେ ଚିହ୍ନଟ ହେବେ । ସହର ଭିତରେ ୧ ହଜାର କ୍ୟାମେରା ଥିଲେ ମଧ୍ୟ ଅଧିକାଂଶ ଅଚଳ ରହିଛି । ଟେକ୍ନୋଲୋଜି ଜରିଆରେ ଅପରାଧ କମାଇବା ସହ ଅପରାଧୀଙ୍କୁ ଧରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ପୋଲିସ କମିଶନର। ଏହାପରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ନେଇ ଗୁରୁତ୍ୱାରୋପ କରାଯାଇଛି । ପୋଲିସିଂ ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗିଦାରୀ ପାଇଁ ଅଧିକ ଫୋକସ ରହିଛି । ପ୍ରତ୍ୟେକ ସିଭିଲିଆନ ବିନା ପୋଷାକରେ ପୋଲିସିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଟୁଇନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।

ମାନବାଧିକାର ଆୟୋଗଙ୍କୁ ରାଜ୍ୟ ସରକାରଙ୍କ ବେଖାତିର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଦୟା ନଦୀର ଦୂଷିତ ଜଳ ବ୍ୟବହାର କରି କଣାସ ହଇଜା ଓ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କ ଶୁଣାଣି ବେଳେ ଆୟୋଗଙ୍କୁ ସରକାରଙ୍କ ଅସମ୍ମାନ ଅଭିଯୋଗ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଶୁଣାଣି ବେଳେ ସମନ ସତ୍ତ୍ୱେ ମଧ୍ୟ ଉପସ୍ଥିତ ରହିଲେ ନାହିଁ କୌଣସି ସରକାରୀ ଅଧିକାରୀ। ଯାହାକୁ ନେଇ ମୃତକଙ୍କ ପରିବାରର ସଦସ୍ୟ ତଥା ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଏନେଇ ମାର୍ଚ୍ଚ ୩ ରେ ହେବ ପରବର୍ତ୍ତୀ ଶୁଣାଣି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସମନ ସତ୍ତ୍ୱେ ମଧ୍ୟ କୌଣସି ସରକାରୀ ଅଧିକାରୀ ଶୁଣାଣି ବେଳେ ଉପସ୍ଥିତ ନରହିବାକୁ ନେଇ ଆୟୋଗ କ୍ଷୋଭ ପ୍ରକାଶ କରିଥିବା ସୂଚନା ଦେଲେ ମୃତକଙ୍କ ପରିବାର ଲୋକେ । ଶାସନ କ୍ଷମତାରେ ଥିବାରୁ ଆୟୋଗଙ୍କୁ ଖାତିର ନ ଥିବା ଅଭିଯୋଗ କଲେ ଆୟୋଗଙ୍କ ନିକଟରେ ହାଜର ହୋଇଥିବା ମୃତକଙ୍କ ପରିବାର ସଦସ୍ୟ ।

ମାନବାଧୀକାର କମିଶନରେ ୨୮୧/୨୦୨୫  କେଶ ନମ୍ବରରେ କେଶ ଦାୟର ହୋଇଥିଲା। ଆଜି ତାରିଖ ଥିବାବେଳେ ଶୁଣାଣି ବେଳେ ସ୍ୱାସ୍ଥ୍ୟ ସଚିବ, ଜଳସମ୍ପଦ ସଚିବ, ପଂଚାୟତିରାଜ ସଚିବ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୁରୀ ଜିଲ୍ଲାପାଳଙ୍କୁ ସମନ ହୋଇଥିଲା। କିନ୍ତୁ କେହି ଉପସ୍ଥିତି ହେଲେ ନାହିଁ। କମିଶନ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଦୁର୍ଭାଗ୍ୟର କଥା ୭ ଜଣ ମରିବା ପରେ ବି କେହି ପ୍ରମୁଖ ଅଧିକାରୀ ଘଟଣା ସ୍ଥଳକୁ ଗଲେ ନାହିଁ କି ଏବେ କମିଶନରେ ବି ଉପସ୍ଥିତ ହେଲେ ନାହିଁ। ସେମାନଙ୍କର କେଡେ ଆସ୍ପର୍ଦ୍ଧ ବୋଲି କହିଲେ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ। ସରକାର ଘଟଣାକୁ ଅତି ହାଲକା ଭାବେ ଓ ବେପରୱା ଭାବେ ନେଉଛନ୍ତି। ସବକା ସାଥ ସବକା ବିକାଶ କଣ ଏୟା କି ବୋଲି ଉଠିଲା ପ୍ରଶ୍ନ। ଏହାକୁ ନେଇ ଜନ ଆନ୍ଦୋଳନ ହେବ। କମିଶନଙ୍କ ନିଷ୍ପତ୍ତିକୁ ଅପେକ୍ଷା। ତା ପରେ ନିଆଯିବ କଠୋର ନିଷ୍ପତ୍ତି। ରେଡକ୍ରସ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ମିଳିଲା ନାହିଁ। ହଇଜା ବସନ୍ତ କଥା ପିଲାଦିନେ ଶୁଣିବାକୁ ମିଳୁଥିଲା।

କିନ୍ତୁ ଏବେ ଭୁବନେଶ୍ୱରର ନାକ ତଳେ ଏ କଥା ଘଟିବା ଓ ସରକାରଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ।ସରକାରଙ୍କ ଦାୟିତ୍ୱହୀନତା ପାଇଁ ୭ ଟି ଜିବନ ଯାଇଛି। ଆଗକୁ ଏଭଳି ଦାୟିତ୍ବହୀନତା ଜାରି ରହିଲେ ଆହୁରି ଜୀବନ ଯାଇପାରେ ବୋଲି କହିଲେ ସ୍ଥାନୀୟ ବାସିନ୍ଦା। ସରକାର ରାଜ୍ୟରେ ଅଛନ୍ତି କିନ୍ତୁ ସାତ ଲୋକ ମଲେଣି ବହୁ ଲୋକ ଆକ୍ରାନ୍ତ କିନ୍ତୁ ନଦୀର ପାଣି ଏ ଯାଏ ବି ବିଷାକ୍ତ ଅଛି। ଏ ଯାଏ ବି ଟ୍ରିଟମେଣ୍ଟ ହେଉନି। ସରକାର ଲୋକଙ୍କ ପାଖରେ ପହଞ୍ଚିଲେନି କି ଆୟୋଗରେ ବି ପହଂଚିଲେନି। ସରକାରଙ୍କୁ ସତର୍କ କଲେ ସ୍ଥାନୀୟ ବାସିନ୍ଦା। ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ। ସରକାରଙ୍କ ଅହଂକାର ଯୋଗୁ ମୁଣ୍ଡ ପରେ ମୁଣ୍ଡ ଗଡ଼ିଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର। ଗଙ୍ଗୁଆ ନାଳ ଯୋଗୁ ଦୟା ନଦୀ ପାଣି ଦୂଷିତ ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର କରାଯିବାକୁ ହେଲା ଦାବି।

ପ୍ରଥମେ ବିରାଟଙ୍କୁ ପ୍ରଂଶସା କଲେ, କିନ୍ତୁ ପରେ ଫ୍ୟାନ୍ସଙ୍କ ଉପରେ କାହିଁକି ରାଗିଲେ ଜାଭେଦ ଅଖତର ?

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତକୁ ଚାରିଆଡ଼େ କରାଯାଉଛି ପ୍ରଂଶସା । ସମସ୍ତେ ଶୁଭେଚ୍ଛା ଜଣାଉଥିବାବେଳେ ବଲିଉଡର ଜଣାଶୁଣା ଗୀତିକାର ତଥା ଲେଖକ ଜାଭେଦ ଅଖତର ବିରାଟ କୋହଲିଙ୍କୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ସେ ନିଜର ସୋସିଆଲ ମିଡିଆ ସାଇ ଏକ୍ସରେ ବିରାଟଙ୍କୁ ପ୍ରଂଶସା କରି ଲେଖିଛନ୍ତି କି, ବିରାଟ କୋହଲି ଜିନ୍ଦାବାଦ, ଆମେ ତୁମ ପାଇଁ ଗର୍ବିତ । ଯାହାକୁ ଅନେକ ୟୁଜର୍ସମାନେ ଲାଇକ କରିଥିବାବେଳେ ଜଣେ ୟୁଜର୍ସ କମେଣ୍ଟରେ ଲେଖିଥିଲେ କି, ବାବରଙ୍କ ବାପା ହେଉଛନ୍ତି କୋହଲି । ଜୟ ଶ୍ରୀରାମ ଲେଖ । ଯାହାକୁ ନେଇ ଜାଭେଦ ଅଖତର ରାଗି ଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ୟୁଜର୍ସଙ୍କ କମେଣ୍ଟରେ ଜାଭେଦ ଲେଖିଥିଲେ କି, ତୁମେ ଜଣେ ନିଷ୍ଠୁର ଏବଂ ନୀଚ୍ଚ ବ୍ୟକ୍ତି । କେବଳ ଅନ୍ୟକୁ ଆଘାତ କରିବା ଜାଣିଛ । ତୁମେ ଦେଶପ୍ରେମ ବିଷୟରେ କଣ ଜାଣ? ଏହାପରେ ଅନ୍ୟଜଣେ ୟୁଜର୍ସ ଉସୁକାଇ ଲେଖିଥିଲେ କି, ଆଜି ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହୋଇଛନ୍ତି । ଏହାପରେ ଜାଭେଦ କଡ଼ା ଭାଷାରେ ଲେଖିଥିଲେ କି, ତୁମ ବାପା ଜେଜେବାପା ବ୍ରିଟିସଙ୍କ ଜୋତା ସଫା କରୁଥିଲେ । ସେହି ସମୟରେ ଆମ ବାପା ଜେଜେବାପା ବ୍ରିଟିସଙ୍କ ବିରୋଧରେ ଲଢ଼ି କଳାପାଣି ସଜା ଭୋଗିଛନ୍ତି । ତୁମେ ଦେଶପ୍ରେମ ବିଷୟରେ କଣ ଜାଣ । ମୋ ଶିରା ପ୍ରଶିରାରେ ଦେଶପ୍ରମେର ରକ୍ତ ରହିଛି ।

ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ବଡ଼ ନିଷ୍ପତ୍ତି, ଅବସର ନେଇ ପାରନ୍ତି ଏହି ପାକିସ୍ତାନୀ କ୍ରିକେଟର..

ନନ୍ଦିଘୋଷ ବ୍ୟୁରୋ: ଚମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଛି । ଭାରତକୁ ଦୁବାଇରେ ହରାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଥିବା ପାକିସ୍ତାନର ସ୍ବପ୍ନକୁ ଧୂଳିସାତ କରିଛି ରୋହିତ ବାହିନୀ । କୋହଲିଙ୍କ ବିରାଟ ଶତକ ବଳରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଯାହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଏବଂ କ୍ରୀଡ଼ା ସମୀକ୍ଷକମାନେ ନିଜ ଦଳର ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ତେବେ ପାକିସ୍ତାନର ପୂର୍ବତନ କ୍ରିକେଟର ରସିଦ ଲତାଫ କହିଛନ୍ତି କି, ଏବେ ଜଣେ ପାକିସ୍ତାନୀ ଅଭିଜ୍ଞ ଖେଳାଳିଙ୍କ ଅବସର ନେବାର ସମୟ ଆସି ଯାଇଛି । ତେବେ ସେ କୌଣସି ଖେଳାଳିଙ୍କ ନାମ ନନେଇ କେବଳ ଇଶାରାରେ କହିଥିଲେ କି, କିଛିଦିନ ମଧ୍ୟ ଜଣେ ଅଭିଜ୍ଞ ଖେଳାଳି ଦଳରୁ ଅବସର ନେବାକୁ ଯାଉଛନ୍ତି । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ମ୍ୟାଚ ସରିବା ପରେ ସମୀକ୍ଷା କରିବା ଅବସରରେ ଏଭଳି କହିଥିବା ଦେଖିବାକୁ ମିଳିଥିଲା ।

ସେପଟେ ପିସିବିର ଚୟନକର୍ତ୍ତାଙ୍କ ଉପରେ ମଧ୍ୟ କିଛି ସମୀକ୍ଷକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦଳର ଚୟନକୁ ନେଇ ପ୍ରଥମରୁ ବିବାଦ ଲାଗି ରହିଥିବାବେଳେ ଏବେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ଏହା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ରସିଦ କହିଛନ୍ତି କି, ୧୫ ବର୍ଷ ମଧ୍ୟରେ ମୁଁ ମାତ୍ର ୨ଥର ଖୁସି ହୋଇଛି । ୨୦୦୯ ମସିହାରେ ପାକିସ୍ତାନ ଯେବେ ଟି-୨୦ ବିଶ୍ବକପ ଜିତିଥିଲା ଏବଂ ୨୦୧୭ରେ ଯେବେ ଚମ୍ପିୟନ୍ସ ଟ୍ରଫି ଜିତିଥିଲା ସେହି ସମୟରେ ଖୁସି ଅନୁଭବ କରିଥିଲି । ତାଙ୍କ ମତରେ, କୌଣସି ଚୟନ ଯୋଗ୍ୟତା ଉପରେ ଆଧାରିତ ନ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

ଲତିଫ୍ କହିଥିଲେ, ‘ଯେତେବେଳେ ତୁମର ଅଧ୍ୟକ୍ଷ ଯୋଗ୍ୟତା ଅନୁସାରେ ମନୋନୀତ ହୁଅନ୍ତି, ସେତେବେଳେ ଯୋଗ୍ୟତା ଆସିଥାଏ।’ ଯେତେବେଳେ ସମାନମାନଙ୍କୁ ଯୋଗ୍ୟତା ଆଧାରରେ ଚୟନ କରାଯାଏ ନାହିଁ, ସେତେବେଳେ ଆପଣ ସମାନ ଫଳାଫଳ ଦେଖିବେ। ଯେଉଁମାନେ ପିସିବି ଅଧ୍ୟକ୍ଷଙ୍କ ସହ କାମ କରୁଛନ୍ତି ସେମାନଙ୍କର କ୍ରିକେଟ୍ ସହିତ କୌଣସି ସମ୍ପର୍କ ନାହିଁ। ତୁମେ ଏକ ଷ୍ଟାଡିୟମ ତିଆରି କରିପାରିବ, କିନ୍ତୁ ତୁମେ ଖେଳ ବିଷୟରେ କିଛି ଜାଣି ନାହଁ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଯୋଗ୍ୟତା ଉପରୁ ଆସିବ।

ଭାରତ-ପାକିସ୍ତାନ ମ୍ୟାଚ ପରେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛନ୍ତି ଏହି ସୁନ୍ଦରୀ ମହିଳା…

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ  ହୋଇଥିଲା  ଚମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମୁକାବିଲା।ଏହି ମ୍ୟାଚ୍ ସମୟରେ ଅନେକ ଜିନିଷ ଭାଇରାଲ ହୁଏ, ମ୍ୟାଚ୍ କଭର କରୁଥିବା କ୍ୟାମେରାମ୍ୟାନଙ୍କ ଧ୍ୟାନ ସବୁଆଡ଼େ ଥାଏ। କେତେବେଳେ ସେ ନିଜ କ୍ୟାମେରାରେ ଦର୍ଶକଙ୍କ ଉତ୍ସାହକୁ  କଏଦ କରନ୍ତି, କେତେବେଳେ ତାଙ୍କ ପ୍ରିୟ ବ୍ୟାଟ୍ସମ୍ୟାନ ଆଉଟ୍ ହେଲେ ପ୍ରଶଂସକଙ୍କ ନିରାଶା, କେତେବେଳେ ଚୌକା ଏବଂ ଛକା ମାରିଲେ ଦର୍ଶକଙ୍କ ଖୁସି, କୁ କଏଦ କରିଥାନ୍ତି । କ୍ୟାମେରାରେ କଏଦ ହୋଇଥିବା ଏପରି କିଛି ଦୃଶ୍ୟ ଯାହା ମ୍ୟାଚ ସରିବା ପରେ ମଧ୍ୟ ବେଶ୍ ଭାଇରାଲ ହୋଇଥାଏ ।ଗତକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା  ଏହି ମ୍ୟାଚ୍‌ର,  ବିଜୟ ଏବଂ ପରାଜୟର ଆଲୋଚନା ସହିତ, କ୍ୟାମେରାମ୍ୟାନଙ୍କ ଲେନ୍ସର କେନ୍ଦ୍ରବିନ୍ଦୁ ବିଷୟରେ ମଧ୍ୟ ଆଲୋଚନା ହେଉଛି।

ଜଣେ ଯୁବତୀ ବା ସୁନ୍ଦରୀ ମହିଳାଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ଷ୍ଟାଡ଼ିୟମରେ ଖେଳ ଦେଖୁଥିବା ବେଳର କିଛି ଫଟୋ ହେଉଛି ଭାଇରାଲ । ଯୁବତୀଙ୍କର ଏହି ଭାଇରାଲ ଫଟୋଗୁଡ଼ିକରେ ଲୋକମାନେ ବିଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି । କେହି କେହି ଯୁବତୀଙ୍କ ସୁନ୍ଦରତାର ପ୍ରଶଂସା କରୁଥିବା ବେଳେ ଆଉ କେହି କେହି କ୍ୟାମେରା ମ୍ୟାନର ମଜାକ କରୁଛନ୍ତି ।

ଦେଖନ୍ତୁ ସୁନ୍ଦରୀଙ୍କର କିଛି ଭାଇରାଲ ଫଟୋ..

छवि

छवि

छवि

ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଭାରତ ନିଜର ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ଥ କରିଛି ।ଏହି ବିଜୟ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଆଣିଥିଲେ ମଧ୍ୟ, ପାକିସ୍ତାନୀ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା ।

 

କରଣ କଲେ ବଡ଼ ଖୁଲାସା… କହିଲେ, ‘ବିଗ୍ ବସ’ରୁ ଜିତିଥିବା ୫୦ ଲକ୍ଷ ଟଙ୍କା ପାଇନି

ନନ୍ଦିଘୋଷ ବ୍ୟୁରୋ:  ଟେଲିଭିଜନରେ ଚାଲିଥିବା ଅନେକ ରିଆଲିଟି ଶୋ’ ଭିତରୁ ଦର୍ଶକଙ୍କର ପସନ୍ଦ ଭିତରେ ରହିଛି କଲର୍ସ ଚ୍ୟାନେଲ ରେ ଆସୁଥିବା  ‘ବିଗ ବସ୍’ । ଯାହାର ହୋଷ୍ଟ ନିଜେ ବଲିଉଡ଼୍ ର ସୁପରଷ୍ଟାର ଭାଇଜାନ ସଲମାନ ଖାନ ରହିଛନ୍ତି । ତେବେ ପ୍ରତିବର୍ଷ କିଛି ଜଣ ନୂଆ ନୂଆ ପ୍ରତିଯୋଗୀ ଏହି ଶୋ‘ ରେ ଭାଗ ନେଇଥାନ୍ତି । ନିଜର ମନପସନ୍ଦର ପ୍ରତିଯୋଗୀଙ୍କ ବିଷୟରେ କିଛି ଅଧିକ ଜାଣିବା ପାଇଁ ଦର୍ଶକମାନେ ଏହି ଶୋ’ କୁ ଅପେକ୍ଷା କରିଥାନ୍ତି । ତେବେ ନିକଟରେ ବିଗ ବସ୍  ଭାଗ ୧୮ କୁ ସମାପ୍ତ ହୋଇଛି । ଯେଉଁଥିରେ ୧୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଥିଲେ ଟେଲିଭିଜନ ଦୁନିବାର ନାମିଦାମି ଅଭିନେତା କରଣ ବୀର ମହେରା । ଏବେ ବିଗ ବସ୍ କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ‘ବିଗ୍ ବସ ୧୮’ ର ବିଜେତା କରଣବୀର ମେହେରା ।ନିକଟରେ କରଣ ଭାରତୀ ସିଂ ଙ୍କ ସହ ଏକ ଫଡ଼କାଷ୍ଟ କରିଥିଲେ ଯେଉଁ ଥିରେ ଭାରତୀ ସିଂ ବିଗ ବସ୍ କୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ଏପରି କିଛି ପ୍ରଶ୍ନ ର ଉତ୍ତର ଦେଇ ସେ ଏହି ଗେମ୍ ର କିଛି ଖୁଲାସା କରିଛନ୍ତି ଯାହା କି ଅନେକ ଲୋକଙ୍କୁ ଅଛପା ।

ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ’ରେ ସେ ତାଙ୍କ ଯାତ୍ରା ବିଷୟରେ କିଛି କହିଥିଲେ ଏବଂ ପୁରସ୍କାର ରାଶି ସମ୍ପର୍କରେ ସଦ୍ୟତମ ଅପଡେଟ୍ ମଧ୍ୟ ଦେଇଥିଲେ। ‘ବିଗ୍ ବସ୍ ୧୮’ ପୂର୍ବରୁ ‘ଖତରୋଁ କେ ଖିଲାଡି ୧୪’ ଜିତିଥିବା କରଣବୀର କହିଛନ୍ତି ଯେ ସେ ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଶୋ’ ପାଇଁ ପୁରସ୍କାର ରାଶି ପାଇସାରିଛନ୍ତି ଏବଂ ସେ ଜିତିଥିବା କାର ବୁକ୍ କରିଛନ୍ତି। ସେ ଆହୁରି କହିଛନ୍ତି, ‘ଖତରୋଁ କେ ଖିଲାଡି ୧୪ ପାଇଁ ଟଙ୍କା ଆସିଗଲାଣି ଏବଂ କାର ବୁକ୍ ହୋଇଗଲାଣି।’ ମୁଁ ପୂର୍ବରୁ ସମୟ ପାଇ ନଥିଲି, ତେଣୁ ମୁଁ ଏବେ ଏହାକୁ ବୁକ୍ କରିଛି।

କରଣବୀର କହିଥିଲେ,  କଲର୍ସ ସହିତ ‘ଖତରୋଁ କେ ଖିଲାଡ଼ି ୧୪  ମୋର ପ୍ରଥମ ଶୋ’ ଥିଲା। ଏବେ ମୋର ଏହି ଚ୍ୟାନେଲ ଛାଡିବାର କୌଣସି ଇଚ୍ଛା ନାହିଁ। କିନ୍ତୁ ବିଗ୍ ବସ୍ ୧୮ରେ  ଜିତିବାର ରାଶି ୫୦ ଲକ୍ଷ ଟଙ୍କା ଯାହା ଏପର୍ଯ୍ୟନ୍ତ ଆସିନାହିଁ। ୧ମାସ ବିତିଯାଇଥିଲେ ମଧ୍ୟ ମୁଁ ମୋର ଟଙ୍କା ପାଇନି ।

ବିଗ ବସ୍ ଘରେ ୩ ମାସର ଅନୁଭୂତି ବଖାଣି ସେ କହିଛନ୍ତି , ମୁଁ ଜିତିବା ଆଶାରେ ସେଠିକି ଯାଇନଥିଲି । ମୋ ଜୀବନରେ ଘଟିଥିବା ଅତିତକୁ ଭୁଳି କିଛି ନୂଆ ଲୋକଙ୍କୁ ଭେଟି ହସ ଖୁସି ମଜାରେ ରହିବା ପାଇଁ ଚିନ୍ତା କରିଥିଲି । ମୋର ଅନେକ ଭଲ ଭଲ ସାଙ୍ଗ ମଧ୍ୟ ହୋଇଯାଇଛନ୍ତି, ଯେଉଁମାନେ ଦିର୍ଘ ୩ ମାସ ଧରି ମୋର ବହୁତ ଧ୍ୟାନ ମଧ୍ୟ ରଖିଛନ୍ତି । ଏହି ଶାେ’ ମତେ ଅଧିକ ପରିଚିତ କରାଇଛି ବୋଲି କହିଛନ୍ତି କରଣବୀର ମେହେରା ।

 

 

 

 

 

 

 

 

 

ଚାମ୍ପିଆନ୍ସ ଟ୍ରଫିକୁ ଟାର୍ଗେଟ୍ କରିବେ ଆତଙ୍କବାଦୀ,ବିଦେଶୀ ଦର୍ଶକଙ୍କ ଅପହରଣ ଯୋଜନା କରୁଛି ISKP

ନନ୍ଦିଘୋଷ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଗୁଇନ୍ଦା ଏଜେନ୍ସିଙ୍କୁ ସୂଚନା ମିଳିଛି । ଏହି ଆକ୍ରମଣ ପାକିସ୍ତାନରେ ହୋଇପାରେ । ଆତଙ୍କବାଦୀ ଗୋଷ୍ଠୀ ISKP ଗୋଷ୍ଠୀ ଖେଳାଳୀଙ୍କ ଉପରେ ଆକ୍ରମଣ ଓ ବିଦେଶୀ ଦର୍ଶକଙ୍କ ଅପହରଣ ଯୋଜନା କରୁଛି ବୋଲି ସୂଚନା ମିଳିଛି । ବିଦେଶୀ ଏଜେନ୍ସିଗୁଡ଼ିକ ଦ୍ୱାରା ଭାରତୀୟ ଏଜେନ୍ସିଗୁଡ଼ିକୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି। ଅପହରଣ କିମ୍ବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା ହେଉଛି। ISKP ହେଉଛି ଇସଲାମିକ୍ ଷ୍ଟେଟର ଏକ ଆଞ୍ଚଳିକ ଦଳ। ଏହା ମୁଖ୍ୟତଃ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସକ୍ରିୟ ରହିଛି। ଆକ୍ରମଣ ଷଡ଼ଯନ୍ତ୍ରକୁ ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିନାହିଁ କିମ୍ବା କୌଣସି ଠୋସ୍ ଷଡ଼ଯନ୍ତ୍ର ମଧ୍ୟ ସାମ୍ନାକୁ ଆସିନାହିଁ, କିନ୍ତୁ ଏହି ଧମକକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସୁରକ୍ଷା ଏଜେନ୍ସି କହିଛନ୍ତି।

ସୁରକ୍ଷା କାରଣରୁ ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଛି
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେଉଛି, ଯଦିଓ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଦୁବାଇର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳୁଛି। ଟିମ୍ ଇଣ୍ଡିଆ ପ୍ରଥମେ ବାଂଲାଦେଶକୁ ଏବଂ ତା’ପରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଦଳକୁ ପାକିସ୍ତାନ ଯିବା ପାଇଁ ସରକାରଙ୍କଠାରୁ ଅନୁମତି ମିଳିନଥିଲା। ସୁରକ୍ଷା କାରଣରୁ ଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା ପରେ, ICC ଏକ ହାଇବ୍ରିଡ୍ ମଡେଲ୍ ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଥିଲା।

ISKP- ଇସଲାମିକ୍ ଷ୍ଟେଟ୍-ଖୋରାସାନ୍
ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରୁଛନ୍ତି। ISKPର ପୂରା ନାମ ହେଉଛି ଇସଲାମିକ୍ ଷ୍ଟେଟ୍ – ଖୋରାସାନ୍ ପ୍ରୋଭିନ୍ସ। ଏହା ଇସଲାମିକ୍ ଷ୍ଟେଟର ଏକ ଅଂଶ। ଏହା ଦକ୍ଷିଣ-ମଧ୍ୟ ଏସିଆ, ବିଶେଷକରି ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସକ୍ରିୟ ଅଛି।
ଏହି ବିପଦ ବିଷୟରେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି। ଏହି ସୂଚନା ବିଦେଶୀ ଏଜେନ୍ସି ଦେଇଛନ୍ତି। ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ, କିନ୍ତୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ସଜାଗ ଅଛନ୍ତି। କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଆଲୋଚନା ହେଉଛି ଯେ ISKP ଖେଳାଳି କିମ୍ବା ବିଦେଶୀ ଦର୍ଶକଙ୍କୁ ଅପହରଣ କରିପାରେ କିମ୍ବା ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ।

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି
ଚାମ୍ପିଅନ୍ସ ଟ୍ରଫିରେ ସାରା ବିଶ୍ୱରୁ ୮ଟି ବଡ଼ ଦଳ ଅଂଶଗ୍ରହଣ କରୁଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୦୯ ମସିହାରେ ଲାହୋରରେ ଗଦ୍ଦାଫି ଷ୍ଟାଡିୟମ ନିକଟରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହା ପରେ ଅନ୍ତର୍ଜାତୀୟ ଦଳଗୁଡ଼ିକ ପାକିସ୍ତାନ ଗସ୍ତ ବନ୍ଦ କରିଦେଇଥିଲେ।

ବରକୁ ମାରିବାକୁ ଷଡଯନ୍ତ୍ର , ୭ ଗିରଫ

ବଲାଙ୍ଗୀର: ବଞ୍ଚିଗଲା ବରର ଜୀବନ । ବାହାହେବାକୁ ଆସି ସାଂଘାତିକ ଷଡଯନ୍ତ୍ରର ହୋଇଥିଲେ ଶିକାର । ବରକୁ ହତ୍ୟା କରିବା ପାଇଁ ଆସିଥିଲେ ୧୦ରୁ ଅଧିକ ଯୁବକ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ବରକୁ ମାରିବା ପାଇଁ ସଂଘାତିକ ଷଡ଼ଯନ୍ତ୍ର ଅଭିଯୋଗରେ ୭ ଅଭିଯୁକ୍ତଙ୍କୁ ଅଟକ ରଖି ଛାନବିନ ଚଳାଇଛି ପୋଲିସ । ଗତକାଲି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳ ବାଦୀଯୋରରୁ ଗାଈବାହାଲ ଗାଁକୁ ଆସିଥିଲେ ବରଯାତ୍ରୀ  ।

https://youtu.be/-7rv6qqiKU0

ବରକୁ ହତ୍ୟା ପାଇଁ ଆସିଥିଲେ ୧୦ରୁ ଅଧିକ ଯୁବକ । ଖବର ପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ୭ଜଣଙ୍କୁ କାବୁକଲା ପୋଲିସ  । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଫେରାର ଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ମାରଣାସ୍ତ୍ର ଓ ବନ୍ଧୁକ ଜବତ ହୋଇଛି  । ଦେଓଗାଁ ଥାନାରେ ଅଟକ ଯୁବକଙ୍କୁ ପଚରାଉଚରା କରୁଛି ପୋଲିସ  ।