ଭାରତୀୟ ସେନା ଲଞ୍ଚ କଲା ମେସେଜିଂ ଆପ୍ ASIGMA, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

1 min read

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଭାରତୀୟ ସେନା ଲଞ୍ଚ କଲା ହ୍ବାଟସ ଆପ୍ ପରି ଏକ ଅଧିକ ନିରାପତ୍ତାଧର୍ମୀ ନ୍ୟୁ ଜେନେରେସନ ଆପ୍ । ଏହାର ନାମ ରଖାଯାଇଛି ଆର୍ମି ସିକ୍ୟୁର ଇଣ୍ଡିଜେନସ ମେସେଜିଂ ଆପ୍ଲିକେସନ ବା ASIGMA । ସ୍ବଦେଶୀ କାରିଗରୀ ଭିତ୍ତିରେ ନିର୍ମିତ ଏହି ଆପ୍ ହ୍ବାଟସଆପ୍ ଅପେକ୍ଷା ଅଧିକ ନିରାପତ୍ତା ପ୍ରଦାନ କରିଥାଏ । ସେନାର କର୍ପସ ଅଫ୍ ସିଗନାଲସର ଅଫିସରଙ୍କ ଦ୍ବାରା ଏହି ଆପ୍ ଲଞ୍ଚ କରାଯାଇଛି ।

ଆର୍ମି ଓ୍ବାଇଡ ଏରିଆ ନେଟଓ୍ବାର୍କ ବଦଳରେ ASIGMA କାର୍ଯ୍ୟ କରିବ । ଗତ ୧୫ ବର୍ଷ ଧରି ସେନାରେ ଆର୍ମି ଓ୍ବାଇଡ ଏରିଆ ନେଟଓ୍ବର୍କ ବା ଆଓ୍ବାନ ବ୍ୟବହୃତ ହୋଇଆସୁଛି । ASIGMAର ବିଶେଷତ୍ବ ଏହା ଯେ, ଏହା ସମ୍ପୂର୍ଣ୍ଣ ନିରାପତ୍ତା ପ୍ରଦାନ କରିଥାଏ ଏବଂ ଭବିଷ୍ୟତରେ କୌଣସି ପ୍ରକାର ଅପଗ୍ରେଡ ଲାଗି ସହାୟକ ହୋଇଥାଏ । ଏହାସହ ବାହ୍ୟ ସର୍ଭର ଯଥା ହ୍ବାଟସଆପ ଓ ସିଗନାଲ ଉପରେ ନିର୍ଭର ନ କରି ଏହା ନିଜସ୍ବ କାରିଗରୀରେ ପରିଚାଳିତ ହେବ । ଏଥିରେ ବି ଗ୍ରୁପଚାଟ, ଭିଡିଓ ଓ ଇମେଜ ସେୟାରିଂ, ଭୟେସ ନୋଟ୍ ଓ ଅନ୍ୟାନ୍ୟ ଫିଚର ରହିଛି । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଟ୍ରାକିଂ, ଅଗ୍ରାଧିକାର ଭିତ୍ତିକ ମେସେଜିଂ ସେବା ଆଦି ପ୍ରତିରକ୍ଷା ବିଭାଗ ଲାଗି ବେଶ୍ ସହାୟକ ହେବ । ଭୌଗଳିକ ଓ ରାଜନୈତିକ ନିରାପତ୍ତା ପରିବେଶ ସକାଶେ ଏହି ଆପ୍ ଯଥେଷ୍ଟ ସୁରକ୍ଷା ପ୍ରଦାନ କରିବ ।

Leave a Reply